Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଓଡିଶାରେ ‘ଜି-୨୦’ ସମ୍ମିଳନୀ, କେବେ ଏବଂ କେଉଁ ବିଷୟରେ ହେବ ଆଲୋଚନା
ଅନ୍ତରାଷ୍ଟ୍ରୀୟ

ଓଡିଶାରେ ‘ଜି-୨୦’ ସମ୍ମିଳନୀ, କେବେ ଏବଂ କେଉଁ ବିଷୟରେ ହେବ ଆଲୋଚନା

March 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
G20Odisha
ଓଡିଶାରେ 'ଜି-୨୦' ସମ୍ମିଳନୀ, କେବେ ଏବଂ କେଉଁ ବିଷୟରେ ହେବ ଆଲୋଚନା

ଭୁବନେଶ୍ବର: ଓଡିଶାରେ ହେବ ଅନ୍ତର୍ଜାତୀୟ ଜି-୨୦ ବୈଠକ। ଏଥିରେ ଜି-୨୦ର ସଦସ୍ୟ ଥିବା ୨୦ଟି ରାଷ୍ଟ୍ରର ପ୍ରତିନିଧି ଓଡିଶା ଆସି ଏହି ସମ୍ମିଳନୀରେ ଯୋଗ ଦେବେ। ସେଥିପାଇଁ ଓଡିଶା ସରକାର ବର୍ତ୍ତମାନଠାରୁ ତତ୍ପରତା ପ୍ରକାଶ କରିଛନ୍ତି। ହକି ପରି ଅନ୍ତର୍ଜାତୀୟ ମ୍ୟାଚକୁ ସଫଳତାର ସହିତ ପରିଚାଳନା କରିଥିବାରୁ ଏହାକୁ ମଧ୍ୟ ସଫଳ କରିବା ପାଇଁ ରାଜ୍ୟ ସରକାର ପ୍ରଚେଷ୍ଠା ଆରମ୍ଭ କରିଛନ୍ତି।

ଜି-୨୦ କାର୍ଯ୍ୟକ୍ରମ ସୂଚନା ଅନୁଯାୟୀ ଓଡିଶାରେ ଦୁଇଟି ବିଷୟରେ ଆଲୋଚନା ହେବ ବୋଲି ନିଷ୍ପତି ହୋଇଛି। ତାହା ହେଲା ‘ସଂସ୍କୃତି’ ଏବଂ ‘ଶିକ୍ଷା’। ଆସନ୍ତା ଏପ୍ରିଲ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଉପରେ ଆଲୋଚନା କରାଯିବ। ସେହିପରି ସଂସ୍କୃତି ଉପରେ ଆଲୋଚନା ମେ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ। ସମସ୍ତ ପ୍ରତିନିଧି ମେ ୧୬ ତାରିଖରେ କୋଣାର୍କ ପରିଭ୍ରମଣରେ ଯିବେ ବୋଲି ନିର୍ଦ୍ଧାରିତ ହୋଇଛି।

ପୂର୍ବରୁ ଅନୁମାନ କରାଯାଉଥିଲା ଯେ, ସଂସ୍କୃତି ବିଷୟରେ ଯେଉଁ ବୈଠକ ହେବ ତାହାକୁ ବିଶ୍ବ ଐତିହ୍ୟ କୋଣାର୍କରେ ଆୟୋଜନ କରାଯିବ। ହେଲେ କେନ୍ଦ୍ର ସରକାର ସମସ୍ତ ବୈଠକକୁ ଭୁବନେଶ୍ବରରେ କରିବା ପାଇଁ ପରାମର୍ଶ ଦେଇଥିବାରୁ ତାହାକୁ ବାତିଲ କରାଯାଇଛି।

ଏ ନେଇ ରାଜ୍ୟ ସରକାର ଶିଳ୍ପ ବିଭାଗକୁ ନୋଡାଲ ଏଜେନସି ଭାବେ ମନୋନିତ କରିଛନ୍ତି। ଏହି ବିଭାଗ ସମସ୍ତ ବୈଠକକୁ ପରିଚାଳନା କରିବେ। ତେବେ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଅନ୍ୟ ସ୍ଥାନରେ କିପରି ହେଉଛି ସେ ନେଇ ରାଜ୍ୟର ବରିଷ୍ଠ ଅଧିକାରୀମାନେ ବର୍ତ୍ତମାନ ଚାଲିଥିବା ବୈଠକରେ ଯୋଗଦେଇ ଅନୁଧ୍ୟାନ କରିବେ ବୋଲି ନିଷ୍ପତି ହୋଇଛି। ଏଥିସହିତ ମୁଖ୍ୟ ଶାସନ ସଚିବ ଏ ନେଇ ପ୍ରସ୍ତୁତି ବୈଠକ କରିବେ। ଏହି ବୈଠକରେ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବେ।

ଜି-୨୦ ସଦସ୍ୟ ରାଷ୍ଟ୍ରର ପ୍ରତିନିଧୀଙ୍କୁ ଓଡିଶା ଉପରେ ଏକ ଭଲ ଛବି ସୃଷ୍ଟି କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ମଧ୍ୟ ପଦକ୍ଷେପ ଆରମ୍ଭ କରିଛି। ନିକଟରେ ହକି ଚମ୍ପିୟାନସିପରେ ଯେପରି ଭୁବନେଶ୍ବରୁ ସଜେଇ ଦିଆଯାଇଥିଲା, ପୁଣି ଥରେ ସେହିପରି କରାଯିବ ବୋଲି ଜଣାପଡିଛି। ଏ ନେଇ କେତେକ ଅଧିକାରୀ ଭୁବନେଶ୍ବରର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିସାରିଛନ୍ତି।

ଜି-୨୦ ର ବିଭିନ୍ନ ସମ୍ମିଳନୀ ବର୍ତ୍ତମାନ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଛି। ଏଥିରେ ପରିବେଷ ପରିବର୍ତ୍ତନ, ଅର୍ଥନୈତିକ ସ୍ଥିତି, ଶିଳ୍ପ, ବାଣିଜ୍ୟ, କୃଷି, ସ୍ବାସ୍ଥ୍ୟ ପରି ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେଉଛି। ଏହି ଜି-୨୦ ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଇୟୁ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ବ୍ରିଟେନ ଏବଂ ଆମେରିକା ସଦସ୍ୟ ଅଛନ୍ତି।

G20 G20India ଜି-୨୦ ଜି20 ଶିକ୍ଷା ସଂସ୍କୃତି
Share. Facebook Twitter LinkedIn Email WhatsApp Copy Link

Related Posts

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026
Latest News

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଗସ୍ତ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.