Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣକୁ ବରଦାସ୍ତ କରାଯିବ ନାହିଁ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ
ବିଶେଷ ଖବର

ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣକୁ ବରଦାସ୍ତ କରାଯିବ ନାହିଁ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ

March 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଓ ବିଷୟବସ୍ତୁ (କଣ୍ଟେଣ୍ଟ)ରେ ଅଶ୍ଳୀଳତା ଏବଂ ଗାଳିଗୁଲଜ ବଢ଼ୁଥିବାରୁ ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉଦବେଗ ପ୍ରକାଶ କରିଛନ୍ତି। ନାଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ବିଷୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି।

ଶ୍ରୀ ଠାକୁର କହିଛନ୍ତି ଯେ, ‘‘ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ। ଓଟିଟି ପ୍ଲାଟଫର୍ମଗୁଡ଼ିକରେ ଗାଳିଗୁଲଜ ଏବଂ ଅଶ୍ଳୀଳ କାର୍ଯ୍ୟକ୍ରମ ବା କଣ୍ଟେଣ୍ଟ ପ୍ରସାରଣକୁ ନେଇ ସରକାର ଗମ୍ଭୀର ଅଛନ୍ତି। ଏହାକୁ ନେଇ ନିୟମରେ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ପଡ଼ିଲେ ମନ୍ତ୍ରଣାଳୟ ସେ ଦିଗରେ ମଧ୍ୟ ବିଚାର କରିବ। କାରଣ ଏସବୁ ପ୍ଲାଟଫର୍ମଗୁଡ଼ିକୁ ସୃଜନଶୀଳତା ପାଇଁ ସ୍ୱାଧୀନତା ମିଳିଛି, କିନ୍ତୁ ଗାଳିଗୁଲଜ କିମ୍ବା ଅଶ୍ଳୀଳତା ପାଇଁ ସେମାନଙ୍କୁ ସ୍ୱାଧୀନତା ଦିଆଯାଇନାହିଁ। ସୀମା ଉଲ୍ଲଙ୍ଘନ କଲେ ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅସଭ୍ୟତାକୁ ଆଦୌ ସ୍ୱୀକାର କରାଯିବ ନାହିଁ । ଏହା ଉପରେ ଯାହାକିଛି ଜରୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଦେଖାଦେବ ସେଥିରେ ସରକାର ପଛଘୁଞ୍ଚା ଦେବେ ନାହିଁ।’’

ଶ୍ରୀ ଅନୁରାଗ ସିଂ ଠାକୁର ଆହୁରି କହିଥିଲେ ଯେ, ‘‘ବର୍ତ୍ତମାନ ରହିଥିବା ବ୍ୟବସ୍ଥା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ପ୍ରଯୋଜକମାନେ ଏଭଳି ଅଭିଯୋଗର ସମାଧାନ କରିବେ। ୯୦ରୁ ୯୨% ଅଭିଯୋଗ କ୍ଷେତ୍ରରେ ପ୍ରଯୋଜକମାନେ ନିଜଆଡ଼ୁ ପରିବର୍ତ୍ତନ କରି ସେଗୁଡ଼ିକର ସମାଧାନ କରୁଛନ୍ତି। ଏହାପରେ ସେମାନଙ୍କର ଆସୋସିଏସନ ସ୍ତରରେ ଅଭିଯୋଗ ସମାଧାନ କରାଯାଇଥାଏ। ଅଧିକାଂଶ ଅଭିଯୋଗ ଏହି ସ୍ତରରେ ମଧ୍ୟ ସମାଧାନ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ନିକଟରେ ଅଭିଯୋଗ କରାଗଲେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ବିଭାଗୀୟ କମିଟି ସେ ଦିଗରେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ ଗତ କିଛି ଦିନ ହେବ ଅଭିଯୋଗ ବଢ଼ୁଥିବା ଦେଖାଯାଉଛି। ବିଭାଗ ଏହାକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିଛି। ଏ ଦିଗରେ ଆମକୁ କିଛି ପରିବର୍ତ୍ତନ ଆଣିବାକୁ ପଡ଼ିବ ଏବଂ ଏ ବିଷୟରେ ଆମେ ଗମ୍ଭୀରତାର ସହିତ ବିଚାର କରୁଛୁ।’’

ଅନୁରାଗ ସିଂ ଠାକୁର ଓଟିଟି ପ୍ଲାଟଫର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Latest News

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.