Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଓଡିଶା ଆସୁଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜି, ନବୀନଙ୍କୁ କରିବେ ସାକ୍ଷାତ
ଜାତୀୟ ଖବର

ଆଜି ଓଡିଶା ଆସୁଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜି, ନବୀନଙ୍କୁ କରିବେ ସାକ୍ଷାତ

March 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
NaveenMamata
ଆଜି ଓଡିଶା ଆସୁଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜି, ନବୀନଙ୍କୁ କରିବେ ସାକ୍ଷାତ

ଭୁବନେଶ୍ବର: ଆଜି ସଂଧ୍ୟାରେ ଓଡିଶା ଆସୁଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ସେ ଭୁବନେଶ୍ବରରେ ପହଁଞ୍ଚିବା ପରେ ସିଧା ପୁରୀ ଯିବେ। ସେଠାରେ ରାତ୍ରୀଯାପନ କରିବା ପରେ ଆସନ୍ତାକାଲି ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ। ତାଙ୍କ କୌଳିକ ପଣ୍ଡାଙ୍କ ସୂଚନା ଅନୁସାରେ ମମତା ଶ୍ରୀଜୀୟୁଙ୍କ ଦର୍ଶନ ସହିତ ମା ଲକ୍ଷ୍ମୀ ଏବଂ ବିମଳା ମନ୍ଦିରରେ ବିଶେଷ ପୂଜା କରିବେ।

ଏହାପରେ ଗୁରୁବାର ଦିନ ମମତା ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିବେ। ଏହି ସାକ୍ଷାତ ଏକ ସୌଜନ ମୂଳକ ଥିଲେ ମଧ୍ୟ ଏଥିରେ ରାଜନୈତିକ ଗନ୍ଧ ବାରି ହୋଇପଡୁଛି। କାରଣ ନିକଟରେ ମମତାଙ୍କୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ସାକ୍ଷାତ କରି ବିଜେପି ବିରୋଧରେ ରଣନୀତି ଘୋଷଣା କରିଥିଲେ। ଉଭୟ ବିଭିନ୍ନ ଆଞ୍ଚଳିକ ଦଳ ସହିତ ଆଲୋଚନା କରି ବିଜେପିକୁ ବିରୋଧ କରିବେ।

ଏହି କାରଣ ନେଇ ମମତା ଜଗନ୍ନାଥ ଦର୍ଶନ କରିବା ସହିତ ନବୀନଙ୍କଠାରୁ ଅଭିଯାନ ଆରମ୍ଭ କରିବେ ବୋଲି କୁହାଯାଉଛି ।ସୂଚନା ଅନୁସାରେ ମମତା ନବୀନଙ୍କୁ ସାକ୍ଷାତ କରିବା ପରେ ସେ ନୂଆଦିଲ୍ଲୀ ଗସ୍ତ କରିବେ। ସେଠାରେ ସେ ଆପ ନେତା ଅରବିନ୍ଦ କେଜ୍ରିୱାଲଙ୍କ ସହିତ ପୁଣି ଥରେ ଆଲୋଚନା କରିବେ ବୋଲି ଜଣାପଡିଛି। ସେହିପରି ସେ ଦିଲ୍ଲୀରେ ଅନ୍ୟ କେତେକ ଆଞ୍ଚଳିକ ଦଳ ସହିତ କଥାବାର୍ତ୍ତା କରିବେ। ମୁଖ୍ୟତଃ କଂଗ୍ରେସକୁ ଛାଡି ଅନ୍ୟ ବିରୋଧୀ ଦଳ କିପରି ବିଜେପିକୁ ହରାଇବା ପାଇଁ ପଦକ୍ଷେପ ନେବେ ସେ ନେଇ ଦିଦି ପ୍ରଚେଷ୍ଠା କରିବେ।

ପୂର୍ବରୁ ମଧ୍ୟ ମମତା ବାନାର୍ଜି ଭୁବନେଶ୍ବରରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ତୃତୀୟ ସାମୁଖ୍ୟ ପ୍ରସଂଗ ଆଲୋଚନା ମଧ୍ୟ କରିଛନ୍ତି। ହେଲେ ନବୀନ ଏ ନେଇ କୌଣସି ଟିପଣୀ ଦେଇ ନ ଥିଲେ କି କୌଣସି ସାମୁଖ୍ୟକୁ ସମର୍ଥନ ମଧ୍ୟ କରି ନ ଥିଲେ। ଗତଥର ନବୀନ ସମର୍ଥନ କରୁ ନ ଥିଲେ ମଧ୍ୟ ପୁଣି ଥରେ ମମତା ଭୁବନେଶ୍ବର ଆସି ତାଙ୍କୁ ସାକ୍ଷାତ କରିବା ନିଶ୍ଚିତ ଭାବେ ରାଜନୈତିକ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି।

କେବଳ ମମତା ନୁହଁନ୍ତି ଗତ ମାସରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ଏ ନେଇ ପଦକ୍ଷେପ ଆରମ୍ଭ କରିଛନ୍ତି। ସେ ହାଇଦ୍ରାବାଦରେ କଂଗ୍ରେସ ବ୍ୟତିରକେ ଅନ୍ୟ କେତେକ ଆଞ୍ଚଳିକ ଦଳକୁ ଏକାଠି କରିଥିଲେ। ଏଥିରେ ଆପ ନେତା ଅରବିନ୍ଦ କେଜ୍ରିୱାଲ, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱାନ୍ତ ମାନ, ଅଖିଳେଶ ଯାଦବ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ ସିପିଆଇର ଡି ରାଜା ପ୍ରମୁଖ ଯୋଗ ଦେଇଥିଲେ। ହେଲେ କେସିଆରଙ୍କ ଝିଅଙ୍କୁ ଇଡି ଜେରା କରିବା ପରେ ଏହି ପଦକ୍ଷେପ ଧିମେଇ ଯାଇଛି।

ତେବେ ମମତା ପୁରୀରେ ପଶ୍ଚିମବଂଗ ସରକାରଙ୍କ ଏକ ଅତିଥି ଭବନ ନିର୍ମାଣ କରିବା ପାଇଁ ନବୀନଙ୍କୁ ସାକ୍ଷାତ କରୁଛନ୍ତି ବୋଲି କୁହାଯାଇଛି।

ନବୀନ ପଟ୍ଟନାୟକ ମମତା ବାନାର୍ଜି
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀବଳଦେବ ଜୀଉଙ୍କ କ୍ଷେତ୍ରରେ ଦୋଳଯାତ୍ରା ଓ ଛାମୁମେଳଣ ଉଦଯାପିତ

March 9, 2026

“ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” ଜୋନ୍ ସ୍ତରୀୟ ବକ୍ତା ପ୍ରଶିକ୍ଷଣ କର୍ମଶାଳା

March 9, 2026

ପଥପ୍ରାନ୍ତ ନାଟକ ମାଧ୍ୟମରେ ଭାରତର ନୂତନ ଅପରାଧିକ ଆଇନ ସମ୍ପର୍କରେ ସଚେତନତା

March 9, 2026

ଆଜି ମାର୍ଚ୍ଚ ୯ ତାରିଖ ସୋମବାରରେ ଏହି ରାଶି ବ୍ୟକ୍ତିମାନେ ପାଇବେ ସଫଳତା

March 9, 2026
Latest News

ଶ୍ରୀବଳଦେବ ଜୀଉଙ୍କ କ୍ଷେତ୍ରରେ ଦୋଳଯାତ୍ରା ଓ ଛାମୁମେଳଣ ଉଦଯାପିତ

March 9, 2026

“ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” ଜୋନ୍ ସ୍ତରୀୟ ବକ୍ତା ପ୍ରଶିକ୍ଷଣ କର୍ମଶାଳା

March 9, 2026

ପଥପ୍ରାନ୍ତ ନାଟକ ମାଧ୍ୟମରେ ଭାରତର ନୂତନ ଅପରାଧିକ ଆଇନ ସମ୍ପର୍କରେ ସଚେତନତା

March 9, 2026

ଆଜି ମାର୍ଚ୍ଚ ୯ ତାରିଖ ସୋମବାରରେ ଏହି ରାଶି ବ୍ୟକ୍ତିମାନେ ପାଇବେ ସଫଳତା

March 9, 2026

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.