Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହିଳା ଓ ଶିଶୁ ବିକାଶ ପାଇଁ ଏଥର ୩୬୭୦ କୋଟି ଟଙ୍କା ବଜେଟ, ଲାଗୁ ହେବ ଦୁଇଟି ନୂଆ ଯୋଜନା
ବିଶେଷ ଖବର

ମହିଳା ଓ ଶିଶୁ ବିକାଶ ପାଇଁ ଏଥର ୩୬୭୦ କୋଟି ଟଙ୍କା ବଜେଟ, ଲାଗୁ ହେବ ଦୁଇଟି ନୂଆ ଯୋଜନା

March 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
WCD1
ମହିଳା ଓ ଶିଶୁ ବିକାଶ ପାଇଁ ଏଥର ୩୬୭୦ କୋଟି ଟଙ୍କା ବଜେଟ, ଲାଗୁ ହେବ ଦୁଇଟି ନୂଆ ଯୋଜନା

ଭୁବନେଶ୍ୱର : ଆଜି ଗୀତ ଗୋବିନ୍ଦ ସଦନଠାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ବଜେଟ ଉପରେ ଆଲୋକପାତ କରିଛନ୍ତି। ସେ କହିଲେ ଯେ ୨୦୨୩-୨୪ ବର୍ଷ ପାଇଁ ବିଭାଗର ମୋଟ ବଜେଟ ଆକଳନ ୩୬୭୦ କୋଟି ଟଙ୍କା ରହିଛି। ପୂର୍ବ ବର୍ଷ ଏହାର ପରିମାଣ ୩୫୬୬ କୋଟି ଟଙ୍କା ଥିଲା। ଚଳିତ ବର୍ଷ ବଜେଟ୍‌ରେ ଦୁଇଟି ନୂଆ ଯୋଜନା ଯଥା- ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଏବଂ ଆଶୀର୍ବାଦ ଯୋଜନା ଉପରେ ଗୁରୁତ୍ୱ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାରେ ୧୫ରୁ ୧୯ ବର୍ଷର କିଶୋରୀ, ଗର୍ଭବତୀ ମହିଳା ଏବଂ ୬ ବର୍ଷରୁ କମ ଅତିଶୟ ପୁଷ୍ଟିହୀନ SAM ଓ MAM ଶିଶୁମାନଙ୍କୁ ପୁଷ୍ଟିକର ପୋଷଣ ଯୋଗାଇ ଦିଆଯିବ ଏବଂ ସେଥିପାଇଁ ୫ ବର୍ଷରେ ୨୬୭୩ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ଯୋଜନା ହୋଇଥିବା ସ୍ଥଳେ ଏ ବର୍ଷ ୨୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

କୋଭିଡ୍‌ ସମୟରେ ଯେଉଁ ଶିଶୁମାନେ ସେମାନଙ୍କର ବାପା, ମା’ଙ୍କୁ ହରାଇଛନ୍ତି, ସେମାନେ ସମ୍ମାନର ସହ ଚଳିବା ପାଇଁ ଏବଂ ଶିକ୍ଷା ଗ୍ରହଣରୁ ବଞ୍ଚିତ ନ ହେବା ପାଇଁ ଆଶୀର୍ବାଦ ଯୋଜନା ମାଧ୍ୟମରେ ଆର୍ଥିକ ସାହାଯ୍ୟ ଓ ସହାୟତା ଯୋଗାଇ ଦିଆଯାଉଛି। ସେଥିରେ ୪୬୭୦୪ ଶିଶୁ ଉପକୃତ ହେଉଛନ୍ତି ଏବଂ ସେଥିପାଇଁ ୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ବିଭାଗର ଲୋକପ୍ରିୟ ଯୋଜନା ‘ମମତା’ ମାଧ୍ୟମରେ ୨୬୭୬.୪୨ କୋଟି ଟଙ୍କା ବିନିଯୋଗ କରି ୫୫.୮୪ ଲକ୍ଷ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ପୁଷ୍ଟିକର ତଥା ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣି ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁହାର କମାଇବାରେ ଆମେ ସଫଳ ହୋଇପାରିଛୁ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଥିଲେ।

ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା କହିଲେ ଯେ ୧୫ରୁ ୧୯ ବର୍ଷ ବୟସର କିଶୋରୀ-ବାଳିକା, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମାଆ ଏବଂ ଅତ୍ୟଧିକ କମ ଓଜନର ଶିଶୁମାନଙ୍କର ପୁଷ୍ଟିହୀନତାକୁ ଦୂର କରିବା ଏହି ବିଭାଗର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏଥି ନିମନ୍ତେ ରାଜ୍ୟରେ ୬ ବର୍ଷରୁ କମ୍‌ ସାମ୍‌ (SAM) ଏବଂ ମାମ୍‌ (MAM) ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା (ଏମ୍‌ଏସ୍‌ପିୱାଇ) ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ୨୦୨୩ରୁ ୨୦୨୭-୨୮ ମଧ୍ୟରେ ୩ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଛି।

ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ୯୧.୧୩ କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଛି। ଏହି ଯୋଜନାରେ ପ୍ରାକ୍‌ ବିଦ୍ୟାଳୟ ପିଲାମାନଙ୍କୁ ଏକ ୟୁନିଫର୍ମ ଲୁକ୍‌ ପ୍ରଦାନ କରିବା ଏବଂ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗଦେବାକୁ ଉତ୍ସାହିତ କରିବା ପାଇଁ ଦୁଇଟି ୟୁନିଫର୍ମ, ଗୋଟିଏ ଯୋଡ଼ା ଜୋତା, ଗୋଟିଏ ଯୋଡ଼ା ମୋଜା ଏବଂ ଗୋଟିଏ ସେ୍ୱଟର ପିଲାମାନଙ୍କୁ ଦିଆଯାଉଛି।

୨୦୨୩-୨୪ ଆର୍ଥିକ ବର୍ଷରେ ଏମ୍‌ଏସ୍‌ପିୱାଇ ଯୋଜନାରେ ୨୫୦ କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଛି। ସେହିପରି ସରକାର ବାଲ୍ୟବିବାହ ରୋକିବା ପାଇଁ ଏବଂ କିଶୋରୀମାନଙ୍କ ସଶକ୍ତିକରଣ ପାଇଁ ‘ଅଦ୍ୱିକା’ ଯୋଜନା ପ୍ରଣୟନ କରିଛନ୍ତି। ଏଥି ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି।

ଏତଦ୍‌ବ୍ୟତୀତ ଅସହାୟ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟରେ ‘ସ୍ୱଧାର ଗୃହ’ ଓ ‘ଉଜ୍ଜ୍ୱଳା’ ଯୋଜନା କାର୍ଯ୍ୟରତ ରହିଛି। ଏହି ଯୋଜନା ମାଧ୍ୟମରେ ଅସହାୟ ଏବଂ ପୀଡ଼ିତା ମହିଳାମାନଙ୍କୁ ଉଦ୍ଧାର ତଥା ପୁନଃଥଇଥାନ କରାଯାଇ ସାମାଜିକ ସଂଯୋଗୀକରଣ ପାଇଁ ବ୍ୟବସ୍ଥା କରାଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩୭.୭୭ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖାଯାଇଛି। ଏହା ବ୍ୟତୀତ ‘ୱାନ୍‌ ଷ୍ଟପ୍‌ ସେଣ୍ଟର’ ଏବଂ ୨୪ ଘଣ୍ଟିଆ ମହିଳା ହେଲ୍ପ ଲାଇନ୍‌ ନମ୍ବର ସହାୟତା କେନ୍ଦ୍ର ଯୋଜନା କାର୍ଯ୍ୟକାରୀ ହେଉଛି।

ଏଥିରେ ହିଂସା ଦ୍ୱାରା ପ୍ରଭାବିତ ମହିଳାମାନଙ୍କୁ ସାହାଯ୍ୟ ଏବଂ ସେବା ଯୋଗାଇ ଦିଆଯାଉଛି ଏବଂ ୨୪ ଘଣ୍ଟିଆ ଟୋଲ୍‌ ଫି୍ର ସେବାର ବ୍ୟବସ୍ଥା ରହିଛି। ପୁଷ୍ଟିହୀନତାକୁ ଦୂର କରିବା ପାଇଁ ଓଡ଼ିଶା ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛି ଏବଂ ଏଥି ପାଇଁ ସପ୍ଲିମେଣ୍ଟାରୀ ନୁ୍ୟଟି୍ରସନ୍‌ ପ୍ରୋଗ୍ରାମ (ଏସ୍‌ଏନ୍‌ପି) ଯୋଜନା ଏବଂ ପୋଷଣ ୨.୦ ଯୋଜନା କାର୍ଯ୍ୟକାରୀ ହେଉଛି।

ଏହି ଦୁଇଟି ଯୋଜନା ମାଧ୍ୟମରେ ୬ ବର୍ଷ ପର୍ଯ୍ୟନ୍ତ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପୁଷ୍ଟିହୀନତା ଦୂର କରାଯାଇପାରୁଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏସ୍‌ଏନ୍‌ପି ଯୋଜନାରେ ୧୦୪୩ କୋଟି ଟଙ୍କା ଏବଂ ପୋଷଣ-୨.୦ ଯୋଜନାରେ ୧୭୫ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଯନି ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ‘ମିଶନ ବାତ୍ସଲ୍ୟ’ ଯୋଜନା ଅଧିନରେ ୮୫ କୋଟି ଟଙ୍କାର ବ୍ୟୟବରାଦ ରହିଛି।

ମହିଳା ଏବଂ ଶିଶୁ ବିକାଶ ବିଭାଗ ହେଉଛି ରାଜ୍ୟର ଏକ ପ୍ରମୁଖ ସ୍ତମ୍ଭ ଯାହା ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସ୍ଥିତିର ଉନ୍ନତି ତଥା ସେମାନଙ୍କ ସୁରକ୍ଷା ତଥା ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି। ୨୦୨୩-୨୪ ବର୍ଷରେ ଏହି ବିଭାଗ ସର୍ବମୋଟ ୩୬୭୦ କୋଟି ଟଙ୍କାର ବଜେଟ ପ୍ରସ୍ତାବ ରଖିଛି, ଯେଉଁଥିରେ କି ୩୬୪୧ କୋଟି ଟଙ୍କା ଯୋଜନା ବ୍ୟୟ ଏବଂ ୨୯ କୋଟି ଟଙ୍କା ପ୍ରଶାସନିକ ବ୍ୟୟ ପ୍ରସ୍ତାବ ବୋଲି ଶ୍ରୀମତୀ ଶର୍ମା ପ୍ରକାଶ କରିଛନ୍ତି।

ଏହି ସାମ୍ମାଦିକ ସମ୍ମିଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ ପରିଚାଳନା କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ଉପସ୍ଥିତ ଥିଲେ।

ବଜେଟ ମହିଳା ଓ ଶିଶୁ ବିକାଶ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.