Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାହୁଲ ଗାନ୍ଧୀଙ୍କ ସମର୍ଥନରେ ପଦଯାତ୍ରା କଲେ ବିରୋଧୀ ଦଳର ସାଂସଦ
ବିଶେଷ ଖବର

ରାହୁଲ ଗାନ୍ଧୀଙ୍କ ସମର୍ଥନରେ ପଦଯାତ୍ରା କଲେ ବିରୋଧୀ ଦଳର ସାଂସଦ

March 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ବିରୋଧୀ ଦଳର ସାଂସଦମାନେ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏକ ବିରୋଧ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ। ସାଂସଦମାନେ ବିଜୟ ଚୌକ୍ ନିକଟରୁ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ତେବେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଆଗକୁ ଯିବାକୁ ଦେଇ ନଥିଲେ। ରାଷ୍ଟ୍ରପତି ଭବନରେ ପହଞ୍ଚିବା ପୂର୍ବରୁ ସାଂସଦଙ୍କ ପଦଯାତ୍ରା ବନ୍ଦ କରିବାକୁ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିଲେ।

ବିରୋଧୀ ଦଳର ସାଂସଦମାନେ “ଗଣତନ୍ତ୍ର ବିପଦରେ” ସ୍ଲୋଗାନ ଦେଇ ନିଜର ପଦଯାତ୍ରା ଆରମ୍ଭ କରିଥିଲେ। ବିଜୟ ଚୌକ୍ ନିକଟରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା। ସାଂସଦମାନଙ୍କୁ ଗିରଫ କରିବା ପରେ ପୋଲିସ ଏକ ବିବୃତ୍ତି ମଧ୍ୟ ଦେଇଛି। ଯେଉଁଥିରେ କୁହାଯାଇଛି ଯେ, ସାଂସଦମାନେ ରାଷ୍ଟ୍ରାପତି ଭବନ ଅଭିମୁଖେ ଯାତ୍ରା କରିବାକୁ ଅନୁମତି ପାଇ ନାହାଁନ୍ତି।

ପ୍ରକାଶ ଯେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ହରାଇଛନ୍ତି। ‘ମୋଦୀ ଉପନାମ’ ମାମଲାରେ ମନ୍ତବ୍ୟ ଦେଇ ସୁରଟ କୋର୍ଟ ତାଙ୍କୁ ଦୁଇ ବର୍ଷ ଦଣ୍ଡିତ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଧାରା ୧୦୨ (୧) (ଇ) ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ମାର୍ଚ୍ଚ ୨୩ ତାରିଖ ସୁରଟ କୋର୍ଟର ନିଷ୍ପତ୍ତି ଦିନଠାରୁ ଚାଲିଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ମୋଦୀ ଉପନାମ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁରୁବାର ଦିନ ସୁରଟ କୋର୍ଟ ଦ୍ଵାରା ବର୍ଷ ଦଣ୍ଡିତ କରାଯାଇଛି। ତେବେ କୋର୍ଟ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ ୩୦ ଦିନ ସମୟ ଦେବା ସହିତ ତାଙ୍କ ଦଣ୍ଡ ସ୍ଥଗିତ ରଖାଯାଇଥିଲା।

ବାସ୍ତବରେ, ଲୋକ ପ୍ରତିନିଧୀ ଅଧିନିୟମ ୧୯୫୧ ର ଧାରା ୮ (୩) ଅନୁଯାୟୀ, ସଂସଦର ଜଣେ ସଦସ୍ୟ ଯେକୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ସହ ସର୍ବନିମ୍ନ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ ସଂସଦର ସଦସ୍ୟତା ପାଇଁ ଅଯୋଗ୍ୟ ହୋଇଥାନ୍ତି।

ପଦଯାତ୍ରା ବିରୋଧୀ ଦଳ ରାଷ୍ଟ୍ରପତି ଭବନ ରାହୁଲ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026
Latest News

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ଥରିଲା ହିନ୍ଦୁକୁଶ, ଲୋକେ ଭୟଭୀତ

October 1, 2026

ଅକ୍ଟୋବର ଆରମ୍ଭରୁ ମହଙ୍ଗା ବାଣିଜ୍ୟିକ ଏଲପିଜି

October 1, 2026

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

ୟୁପିରେ ୨୦୨୭ ନିର୍ବାଚନ ପୂର୍ବରୁ ମେଣ୍ଟରେ ମହାଟକ୍କର! ଆସନ ଦାବିକୁ ନେଇ SP-କଂଗ୍ରେସ ମୁହାଁମୁହିଁ, ଭାଙ୍ଗିବ କି ଇଣ୍ଡିଆ ମେଣ୍ଟ?

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.