Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧଳା ଟିସାର୍ଟ ଓ ଟ୍ରାଉଜର ପିନ୍ଧା ଫଟୋ
ବିଶେଷ ଖବର

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧଳା ଟିସାର୍ଟ ଓ ଟ୍ରାଉଜର ପିନ୍ଧା ଫଟୋ

March 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Naveen1
ଚର୍ଚ୍ଚାରେ ଧଳା ଟିସାର୍ଟ ଟ୍ରାଉଜର ପିନ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ

ଭୁବନେଶ୍ବର: ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ଲୁକ୍ ରେ ଦେଖା ଦେଇଥାନ୍ତି। କେତେବେଳେ କଳା ଟିସାର୍ଟକୁ କଳା ପାଇଜାମା, ପୁଣି କେତେବେଳେ ଧୋତି ସହିତ ଧଳା ଗଂଜି। ଏବେ ଆଉ ଏକ ନୂଆ ଫଟୋ ସାମନାକୁ ଆସିଛି। ତାହା ହେଲା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧଳା ଟିସାର୍ଟ ସହିତ ଧଳା ଟ୍ରାଉଜର ପିନ୍ଧି ବିଧାୟକଙ୍କ ସହିତ ଆଲୋଚନା କରୁଛନ୍ତି।

ଏହି ଫଟୋଟି ହେଉଛି ଗତକାଲି ରାତିର। ନବୀନ ନିବାସରେ ବିଜେଡି ବିଧାୟକଙ୍କ ସହିତ ନବୀନ ପଟ୍ଟନାୟକ ତାଙ୍କ ଲବିରେ ଆଲୋଚନା କରୁଛନ୍ତି। ଏହି ଆଲୋଚନାରେ ଅଛନ୍ତି ବିଧାୟକ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର, ରାଜେନ୍ଦ୍ର ସାହୁ, ପ୍ରଶାନ୍ତ ମୁଦୁଲି ଏବଂ ଉମାକାନ୍ତ ସାମନ୍ତରାୟ ପ୍ରମୁଖ। ଏଥିସହିତ ପାଖରେ ଅଛନ୍ତି 5ଟି ସଚିବ ଭି କେ ପାଣ୍ଡିଆନ। ସମସ୍ତେ ଛିଡା ହୋଇ ବିଭିନ୍ନ ପ୍ରସଂଗ ଆଲୋଚନାରେ ମଗ୍ନ ଅଛନ୍ତି।

ବିଧାୟକଙ୍କ ସହିତ ଏହି ଆଲୋଚନା ପୁରା ଖୁସି ମିଜାଜରେ ନବୀନ କରୁଛନ୍ତି। ଏହି ଫଟୋଟି ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏହାପରେ ଏହି ଫଟୋଟି ବିଭିନ୍ନ ସମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ମଧ୍ୟ ଲାଗିଛି।

ପ୍ରଣବ ପ୍ରକାଶ ତାଙ୍କ ଟୁଇଟରରେ ଫଟୋ ସହିତ ଏକ ଲେଖା ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ,” ଲୋକଙ୍କ ସେବାରେ ସର୍ବଦା ତତ୍ପର, ଦିନ ହେଉ ଅବା ରାତି, ସେ ଓଡ଼ିଶାବାସୀଙ୍କ ପାଇଁ ସର୍ବଦା ସମର୍ପିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।”

ସବୁବେଳେ ଧଳା ପଂଜାବୀ ଟ୍ରାଉଜର ପିନ୍ଧୁଥିବା ନବୀନ, ଯେତେବେଳେ ଭିନ୍ନ ପୋଷାକରେ ଆସନ୍ତି ସେତେବେଳେ ତାହା ଚର୍ଚ୍ଚାର ପରିସରକୁ ଆସିଥାଏ। ପୂର୍ବରୁ ସେ କଳା ଟିସାର୍ଟ ଏବଂ କଳା ଟ୍ରାଉଜର ପିନ୍ଧି ମର୍ଣ୍ଣି ୱାକ କରୁଥିବାର ପରିଲକ୍ଷିତ ହୋଇଥିଲା। ଏପରିକି ସେ ଜିମରେ ବ୍ୟାୟମ କରୁଥିବାର ମଧ୍ୟ ଦେଖାଯାଇଥିଲା। ଯାହା ସେତେବେଳେ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଥିଲା। ଏବେ ପୁରା ଘରୋଇ ପୋଷାକରେ ବିଧାୟକଙ୍କ ସହିତ ଆଲୋଚନା କରିବା ଫଟୋଟି ସେହିପରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଦ୍ୱାରା ପ୍ରମୁଖ ପାର୍ସଲ୍ ଗ୍ରାହକମାନଙ୍କ ସହ ବ୍ୟବସାୟିକ ସୁଗମତା ବୈଠକ

December 16, 2025

ଡିସେମ୍ବର ୧୮ ରେ ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ

December 16, 2025

ରାଜ୍ୟ ବିଦ୍ୟାଳୟ ସମୂହ ନେଟବଲ ପ୍ରତିଯୋଗିତା ଉଦଘାଟିତ

December 16, 2025

ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣା ନେଇ ରାଜନୀତି, ନବୀନଙ୍କୁ କାଉଣ୍ଟର କଲେ ପ୍ରଭାତି

December 16, 2025
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ

December 16, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରମୁଖ ପାର୍ସଲ୍ ଗ୍ରାହକମାନଙ୍କ ସହ ବ୍ୟବସାୟିକ ସୁଗମତା ବୈଠକ

December 16, 2025

ଡିସେମ୍ବର ୧୮ ରେ ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ

December 16, 2025

‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.