Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜେଡି ପ୍ରଭାରୀ ହେଲେ ରବିନ୍ଦ୍ର ଜେନା, କେଉଁଠୁ କରିବେ ଆରମ୍ଭ
ବିଶେଷ ଖବର

ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜେଡି ପ୍ରଭାରୀ ହେଲେ ରବିନ୍ଦ୍ର ଜେନା, କେଉଁଠୁ କରିବେ ଆରମ୍ଭ

March 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜେଡି ପ୍ରଭାରୀ ହେଲେ ରବିନ୍ଦ୍ର ଜେନା, କେଉଁଠୁ କରିବେ ଆରମ୍ଭ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ବ ନେବେ ବାଲେଶ୍ବରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା। ୨୦୧୪ ରେ ସାଂସଦ ଥିଲେ, ହେଲେ ୨୦୧୯ ରେ ସେ ହାରିଗଲେ। ସେ ପୂର୍ବରୁ ବିଜେଡିର ଜଣେ ସକ୍ରିୟ ନେତା ଥିଲେ। ହେଲେ ଗତ କିଛି ବର୍ଷ ଧରି ଦଳୀୟ କାର୍ଯ୍ୟରେ ତାଙ୍କର ସେପରି ବଳିଷ୍ଠ ଭୂମିକା ଦେଖିବାକୁ ମିଳି ନ ଥିଲା। ହେଲେ ହଠାତ ନବୀନ ତାଙ୍କ ଉପରେ ଭରସା କରି ଖୋର୍ଦ୍ଧା ପରି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି।

ତେବେ ଏହି ଜିଲ୍ଲାରୁ ତାଙ୍କର ରଣନୀତି କେଉଁଠୁ ଆରମ୍ଭ କରିବେ ତାହା ସନ୍ଦେହଯୁକ୍ତ। କାରଣ ଏହି ଜିଲ୍ଲାରେ ରହିଛି ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀ। ସେଗୁଡିକ ହେଲା ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର, ଜୟଦେବ, ଖୋର୍ଦ୍ଧା, ଜଟଣୀ, ବେଗୁନିଆ ଏବଂ ଚିଲିକା। କେବଳ ଭୁବନେଶ୍ବରର ତିନୋଟି ନିର୍ବାଚନ ମଣ୍ଡଳୀକୁ ଛାଡି ଦେଲେ ଅନ୍ୟଠାରେ ରହିଛି ବହୁ ଦଳୀୟ ଅଡୁଆ। ଏପରି ଅଡୁଆକୁ ରବି ଜେନା କିପରି ମୁକାବିଲା କରିବେ ତାହା ପ୍ରଶ୍ନବାଚୀ ।

ସବୁଠାରୁ ବଡ ଅଡୁଆ ଚିଲିକା ନିର୍ବାଚନ ମଣ୍ଡଳୀରେ ରହିଛି। ଯାହାକୁ ସମାଧାନ କରିବା ରବି ଜେନାଙ୍କ ପକ୍ଷରେ କାଠିକର ପାଠ ହେବ। ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଳରୁ ବହିସ୍କାର ହୋଇଛନ୍ତି। ଅନ୍ୟପକ୍ଷରେ ଆଇନ କଟକଣା ପାଇଁ ସେ ନିର୍ବାଚନ ମଣ୍ଡଳୀ ମଧ୍ୟ ଯାଇ ପାରୁ ନାହାଁନ୍ତି। ଫଳରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ସେଠାରେ ମୁଣ୍ଡ ଟେକିଛନ୍ତି। ରଘୁ ବିଜେଡି ବନାମ ବିଧାୟକ ଜଗଦ୍ଦେବଙ୍କ ବିଜେଡି ପୁରା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।

ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମି କାହାକୁ ଭରସା କରିବେ ସେନେଇ ଦ୍ବନ୍ଦରେ ଅଛନ୍ତି। ସେଠାକାର ବିଜେଡି ବିଧାୟକ ଅରବିନ୍ଦ ଢାଲିଙ୍କ ହାତରେ ଆଉ ସଂଗଠନ ନାହିଁ। ତାଙ୍କୁ ଦଳୀୟ କର୍ମିମାନେ ବିରୋଧ କରିବାରେ ଲାଗିଛନ୍ତି। ନିର୍ବାଚନ ମଣ୍ଡଳୀ ଭିତରେ ତାଙ୍କ ଗସ୍ତକୁ କରୁଛନ୍ତି ବିରୋଧ। ସେଠାରେ ପୂର୍ବରୁ ବିଧାୟକ ଥିବା ଶଶିଭୂଷଣ ବେହେରାଙ୍କୁ ବଦଳାଇ ଦଳ ୨୦୧୯ ରେ ଢାଲିଙ୍କୁ ଟିକେଟ ଦେଇଥିଲା। ଏବେ ସେଠାରେ କିଏ ଟିକେଟ ପାଇବ ତାକୁ ନେଇ ଦ୍ବନ୍ଦରେ କର୍ମୀ।

ଖୋଦ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡି ସଂଗଠନ ଏବଂ କର୍ମି ଦ୍ବନ୍ଦରେ ରହିଛନ୍ତି। କାରଣ ବର୍ତ୍ତମାନ ବିଧାୟକ ଥିବା ଜ୍ୟୋତିନ୍ଦ୍ରନାଥ ମିତ୍ର ବୟସ ଦୃଷ୍ଟିରୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଶୁଣାଯାଉଛି। ଫଳରେ ସେହି ନିର୍ବାଚନ ମଣ୍ଡଳୀରେ ଆଖି ପକାଇଛନ୍ତି ସେଠାକାର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।  ବିଜେଡି କର୍ମିମାନେ କାହା ଉପରେ ଭରସା କରିବେ ସେ ନେଇ ଦ୍ବନ୍ଦରେ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାର କେବଳ ଜଟଣୀ ଏବଂ ଭୁବନେଶ୍ବରର ତିନୋଟି ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନ ଏକ ପ୍ରକାରର ସ୍ଥିର ରହିଛି କହିଲେ ଭୁଲ ହେବ ନାହିଁ। ହେଲେ ଜୟଦେବ, ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକାରୁ ନୂଆ ପ୍ରଭାରୀ କେଉଁଠୁ ଏବଂ କିପରି ତାଙ୍କର ରଣନୀତି ଆରମ୍ଭ କରିବେ ତାହା ପ୍ରଶ୍ନବାଚୀ। କାରଣ ଏହି ନିର୍ବାଚନ ମଣ୍ଡଳୀଗୁଡିକରେ ନେତା ଅଛନ୍ତି ହେଲେ ନାହିଁ ନେତୃତ୍ବ।

ଖୋର୍ଦ୍ଧା ଜିଲ୍ଲା ଚିଲିକା ରବିନ୍ଦ୍ର ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026
Latest News

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.