Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟମାନଙ୍କ ସହିତ କୋଭିଡ-୧୯ ମୁକାବିଲା ପ୍ରସ୍ତୁତି ଏବଂ ଟିକାକରଣ ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ସରକାର
ବିଶେଷ ଖବର

ରାଜ୍ୟମାନଙ୍କ ସହିତ କୋଭିଡ-୧୯ ମୁକାବିଲା ପ୍ରସ୍ତୁତି ଏବଂ ଟିକାକରଣ ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ସରକାର

March 28, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। କୋଭିଡ-୧୯ ମହାମାରୀ ମୁକାବିଲାର ସମସ୍ତ ଦିଗ ବିଷୟରେ ସମୀକ୍ଷା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭିକେ ପଲ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡକ୍ଟର ରାଜୀବ ବେହଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଏଥିପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ବିଷୟରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ରାଜ୍ୟମାନେ କୋଭିଡ-୧୯ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ। ପ୍ରସ୍ତୁତି କ୍ଷେତ୍ରରେ ରହିଥିବା ବକେୟା କାର୍ଯ୍ୟ ସାରିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୫ ମାର୍ଚ୍ଚ, ୨୦୨୩ରେ ଜାରି କରାଯାଇଥିବା ଯୁଗ୍ମ ମାର୍ଗଦର୍ଶିକା ଅନୁଯାୟୀ ପ୍ରାଥମିକତା ନିର୍ଦ୍ଧାରଣ କରି ପ୍ରସ୍ତୁତି କରାଯିବା ଉଚିତ। ସେ ସନ୍ଦିଗ୍ଧ ନମୁନାର ଆରଟି-ପିସିଆର ଟେଷ୍ଟ ବଢ଼ାଇବା ଉପରେ ଜୋର ଦେଇଥିଲେ। ସେହିପରି ନମୁନାଗୁଡ଼ିକର ହୋଲ ଜିନୋମ ସିକୁଏନ୍ସିଂ ବା ସମ୍ପୂର୍ଣ୍ଣ ଜିନଗତ ଅନୁଶୀଳନ ନିମନ୍ତେ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। ଯଥାଶୀଘ୍ର ସମସ୍ତଙ୍କୁ, ବିଶେଷ କରି ଦୁର୍ବଳ ବର୍ଗଙ୍କୁ ବୁଷ୍ଟର ଡୋଜ ଟିକା ଦେବାର ଆବଶ୍ୟକତା ରହିଛି ବୋଲି ସେ ଜୋର ଦେଇ କହିଥିଲେ।

ବୈଠକରେ ବିଶ୍ୱସ୍ତରରେ କୋଭିଡ-୧୯ ପରିସ୍ଥିତି ଏବଂ ଭାରତରେ ବର୍ଦ୍ଧିତ ସଂକ୍ରମଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସୂଚନା ଦିଆଯାଇଥିଲା ଯେ ୩ ମାର୍ଚ୍ଚ, ୨୦୨୩ରେ ଶେଷ ହେଉଥିବା ସପ୍ତାହରେ ଦୈନିକ ହାରାହାରୀ କୋଭିଡ ସଂକ୍ରମଣ ୩୧୩ ଥିବା ବେଳେ ୨୩ ମାର୍ଚ୍ଚ ୨୦୨୩ରେ ଶେଷ ହୋଇଥିବା ସପ୍ତାହରେ ଦୈନିକ ହାରାହାରୀ ସଂକ୍ରମଣ ୯୬୬କୁ ବୃଦ୍ଧି ପାଇଛି। ସାପ୍ତାହିକ ପଜିଟିଭିଟୀ ହାର ୧.୦୮%କୁ ବୃଦ୍ଧି ପାଇଛି।

୨୪ ମାର୍ଚ୍ଚରେ ମହାରାଷ୍ଟ୍ରରେ ସାପ୍ତାହିକ ପଜିଟିଭିଟୀ ହାର ୪.୫୮%କୁ ବୃଦ୍ଧି ପାଇଛି ଯାହାକି ୩ ମାର୍ଚ୍ଚରେ ଶେଷ ହୋଇଥିବା ସପ୍ତାହରେ ୦.୫୪% ଥିଲା। ଗୁଜରାଟରେ ସାପ୍ତାହିକ ସଂକ୍ରମଣ ୦.୦୭%ରୁ ୨.୧୭%କୁ ବଢ଼ିଛି। କେରଳରେ ସାପ୍ତାହିକ ସଂକ୍ରମଣ ହାର ୧.୪୭%ରୁ ୪.୫୧%କୁ ବୃଦ୍ଧି ପାଇଛି। କର୍ଣ୍ଣାଟକରେ ଏହି ହାର ୧.୬୫%ରୁ ୪.୫୧%, ଦିଲ୍ଲୀରେ ୦.୫୩%ରୁ ୪.୨୫%କୁ ବୃଦ୍ଧି ପାଇଛି। ସେହିପରି ହିମାଚଳ ପ୍ରଦେଶରେ ସାପ୍ତାହିକ ପଜିଟିଭିଟୀ ହାର ୧.୯୨%ରୁ ୭.୪୮%କୁ ବୃଦ୍ଧି ପାଇଛି। ତାମିଲନାଡ଼ୁରେ ସାପ୍ତାହିକ ପଜିଟିଭିଟୀ ହାର ୦.୪୬%ରୁ ୨.୪୦%କୁ ବୃଦ୍ଧି ପାଇଛି।

୨୨ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଦୈନିକ ଟିପିଏମ ଜାତୀୟ ହାରାହାରୀ ଠାରୁ କମ ରହିଛି। ଦେଶର ୨୪ଟି ଜିଲ୍ଲାରେ ୨୪ ମାର୍ଚ୍ଚ ରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ୧୦%ରୁ ଅଧିକ ସାପ୍ତାହିକ ପଜିଟିଭିଟୀ ହାର ରେକର୍ଡ କରାଯାଇଛି। ଅନ୍ୟପଟେ ଏହି ସମୟ ମଧ୍ୟରେ ୪୩ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟୀ ହାର ୫-୧୦% ରହିଛି।

ଅକ୍ସିଜେନ ସିଲିଣ୍ଡର, ପିଏସଏ ପ୍ଲାଣ୍ଟ, ଭେଣ୍ଟିଲେଟର ଏବଂ ମାନବ ସମ୍ବଳ ସମେତ ଡାକ୍ତରଖାନା ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ ସ୍ଥିତିରେ ପ୍ରସ୍ତୁତ ରଖିବା ଲାଗି ଆସନ୍ତା ଏପ୍ରିଲ ୧୦ ଓ୧୧ ତାରିଖରେ ସବୁ ଡାକ୍ତରଖାନାରେ ମକଡ୍ରିଲ କରିବା ନିମନ୍ତେ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। ୨୭ ଡିସେମ୍ବର ୨୦୨୩ରେ ହୋଇଥିବା ଶେଷ ମକଡ୍ରିଲ ସମ୍ପର୍କରେ ସେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମୋଟ ୨୧,୯୩୯ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମକଡ୍ରିଲ କରାଯାଇଥିଲା। ଏଥିରେ ୧୬,୬୦୧ ସରକାରୀ ଡାକ୍ତରଖାନା ଓ ୫,୩୩୮ଟି ଘରୋଇ ଡାକ୍ତରଖାନା ସାମିଲ ରହିଛି। ୯୪% ପିଏସଏ ପ୍ଲାଣ୍ଟ ଓ ଅକ୍ସିଜେନ କନସେନଟ୍ରେଟର ପରିଚାଳନା ସ୍ଥିତିରେ ରହିଥିବା ବେଳେ ୮୭% ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର, ଅକ୍ସିଜେନ ଶଯ୍ୟା ଓ ପୃଥକବାସ ଶଯ୍ୟା କାର୍ଯ୍ୟକ୍ଷମ ସ୍ଥିତିରେ ରହିଛି।

ନୂଆ କୋଭିଡ ଭେରିଏଣ୍ଟ ବା ପ୍ରତିରୂପର ଆଗମନ ସତ୍ତ୍ୱେ ପରୀକ୍ଷା-ଚିହ୍ନଟ-ଚିକିତ୍ସା-ଟିକାକରଣ ଏବଂ କୋଭିଡ ଅନୁକୂଳ ବ୍ୟବହାର ପରିକ୍ଷୀତ ରଣନୀତି ଭାବେ କାର୍ଯ୍ୟ କରିବା ଜାରି ରଖିବ। ଯଥେଷ୍ଟ ସଂଖ୍ୟାରେ ଶଯ୍ୟା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରସ୍ତୁତ ରଖିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ରୋଗ ଓ ଟିକାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ କୋଭିଡ ଇଣ୍ଡିଆ ପୋର୍ଟାଲରେ ନିୟମିତ ଭାବେ କୋଭିଡ-୧୯ ତଥ୍ୟ ଅପଡେଟ୍ କରିବାକୁ କୁହାଯାଇଥିଲା।

ଡକ୍ଟର ଭିକେ ପଲ କହିଥିଲେ ଯେ ନୂଆ ଭୂତାଣୁ ପ୍ରତିରୂପକୁ ନେଇ ସମସ୍ତେ ସତର୍କ ରହିବା ଆବଶ୍ୟକ। ବର୍ତ୍ତମାନ ଟିକା ପ୍ରତିଷେଧକ ବ୍ୟବସ୍ଥା ସାରା ଦେଶରେ ସାଧାରଣ ସ୍ତରରେ ରହିଛି। ଅଧିକ ଆରଟି-ପିସିଆର ନମୁନା ପରୀକ୍ଷା କରିବା ସହିତ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଲାଗି ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଲୋକମାନଙ୍କ ମଧ୍ୟରେ ବୁଷ୍ଟର ଡୋଜ ଟିକାକରଣ ବଢ଼ାଇବାକୁ ଆହ୍ୱାନ କରିଥିଲେ।

ଡକ୍ଟର ରାଜୀବ ବେହଲ ରାଜ୍ୟମାନଙ୍କୁ ଅଧିକ ସଂଖ୍ୟାରେ ଆରଟି-ପିସିଆର ପରୀକ୍ଷା କରିବାକୁ କହିବା ସହିତ ସତର୍କତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଗୋଷ୍ଠୀ ସଚେତନତା ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପଠାଯାଇଥିବା ମାର୍ଗଦର୍ଶିକା ଅନୁସରଣ କରିବାକୁ ସେ କହିଥିଲେ। ନୂଆ ସଂକ୍ରମଣ କ୍ଲଷ୍ଟର ଓ ଗୁରୁତର ସଂକ୍ରମିତଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

କୋଭିଡ ପରିଚାଳନାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଓ ସବିଶେଷ ଚର୍ଚ୍ଚା ହୋଇଥିଲା। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମୟୋଚିତ ସମୀକ୍ଷା ବୈଠକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାର୍ଗଦର୍ଶିକା ପାଇଁ ରାଜ୍ୟମାନେ ଧନ୍ୟବାଦ ଜଣାଇଥିଲେ। କୋଭିଡ-୧୯ର ସଫଳ ମୁକାବିଲା ନିମନ୍ତେ ସେମାନେ କେନ୍ଦ୍ର ସରକାରଙ୍କ ସହିତ ମିଶି କାର୍ଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ରାଜ୍ୟମାନେ ସୂଚନା ଦେଇଥିଲେ ଯେ, ସେମାନେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହିତ ବର୍ତ୍ତମାନର ସ୍ଥିତିକୁ ସମୀକ୍ଷା କରୁଛନ୍ତି। ହସ୍ପିଟାଲ ଭିତ୍ତିଭୂମି ପ୍ରସ୍ତୁତି ଅନୁଧ୍ୟାନ ପାଇଁ ଏପ୍ରିଲ ୧୦-୧୧ ତାରିଖରେ ମକ୍ ଡ୍ରିଲ ନିମନ୍ତେ ସବୁ ରାଜ୍ୟ ପ୍ରସ୍ତୁତ ଥିବା ବୈଠକରେ ସୂଚନା ଦେଇଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଲବ ଅଗ୍ରୱାଲଙ୍କ ସମେତ ଅନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିଥିଲେ। ସମୀକ୍ଷା ବୈଠକରେ ସବୁ ରାଜ୍ୟର ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କୋଭିଡ଼-୧୯ ଟିକାକରଣ ନୀତି ଆୟୋଗ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Latest News

ଭାରତ ଇନୋଭେଟସର ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତା

May 14, 2026

ପିପିପି ମୋଡରେ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦର ଉନ୍ନତିକରଣକୁ କ୍ୟାବିନେଟ୍ ମଞ୍ଜୁରୀ

May 14, 2026

ଆଜି ମଇ ୧୪ ତାରିଖ ବୁଧବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.