Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉତ୍କଳ ଦିବସରେ ଉତ୍କଳ ଗୌରବଙ୍କ ଜନ୍ମସ୍ଥାନରେ ୫ଟି ସଚିବ, ତିଆରି ହେଲା ବିକାଶ ନକ୍ସା
ବିଶେଷ ଖବର

ଉତ୍କଳ ଦିବସରେ ଉତ୍କଳ ଗୌରବଙ୍କ ଜନ୍ମସ୍ଥାନରେ ୫ଟି ସଚିବ, ତିଆରି ହେଲା ବିକାଶ ନକ୍ସା

April 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pandian
ଉତ୍କଳ ଦିବସରେ ଉତ୍କଳ ଗୌରବଙ୍କ ଜନ୍ମସ୍ଥାନରେ ୫ଟି ସଚିବ, ବିକାଶ କାର୍ଯ୍ୟର କଲେ ତଦାରଖ

ଭୁବନେଶ୍ବର: ଆଜି ଉତ୍କଳ ଦିବସରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପିଠ ସତ୍ୟଭାମାପୁର ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଆଜି ସକାଳୁ ସେ କଟକ ମଧୁପୁର ଏବଂ ସତ୍ୟଭାମାପୁର ଗସ୍ତ କରିଥିଲେ। ମଧୁବାବୁଙ୍କ ଜନ୍ମପିଠରେ ଥିବା ସଂଗ୍ରହାଳୟ ବୁଲି ଦେଖିବା ସହ ମଧୁବାବୁଙ୍କ ସ୍ମୃତିର ସଂରକ୍ଷଣ ଉପରେ ମଧ୍ୟ ପଚାରି ବୁଝିଥିଲେ।

ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ଅବସ୍ଥାନ ସ୍ଥାନ ମଧ୍ୟ ତଦାରଖ କରିଥିଲେ। ଏଥିସହିତ ସେଠାରେ ଥିବା ବିଭିନ୍ନ ବିରଳ ଫଟୋର ସଂରକ୍ଷଣ ସଂପର୍କରେ ୫ଟି ସଚିବ ବିଭାଗୀୟ ଅଧିକାରୀଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ। ଏହି ପିଠର ବିକାଶ ପାଇଁ ସେ ବିଭିନ୍ନ ପ୍ରସଂଗରେ ଆଲୋଚନା କରି ଯାହା ନିଷ୍ପତି ନେଲେ ତାହା ହେଲା..

୧- ସତ୍ୟଭାମାପୁରରେ ଖଣ୍ଡାଲାଇଟ ପଥରରେ ସ୍ଵାଗତ ତୋରଣ କରାଯିବ। ୧୫ ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ହେବ।

୨- ମଧୁବାବୁଙ୍କ ଶହେ ବର୍ଷ ପୁରୁଣା ଉଭୟ ଜନ୍ମ ପୀଠ ଓ କର୍ମ ଭୂମିକୁ ଏକକ ସଂଗ୍ରହାଳୟ କଂପ୍ଲେକ୍ସ ଭାବରେ ବିକଶିତ କରାଯାଇ ଏହି ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ।

୩- ଜନ୍ମ ପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ। କୁହାଯାଏ ଯେ ମଧୁବାବୁଙ୍କ ମା ଏହି ରାସ୍ତାରେ ହିଁ ତାଙ୍କ ନିଜ ଜନ୍ମ ପୀଠରୁ ତାଙ୍କ ପାଇଁ କର୍ମଭୂମି ସ୍ଥାନକୁ ପ୍ରତିଦିନ ଖାଦ୍ୟ ନେଇ ଆସୁଥିଲେ।

୪- ଏଠାରେ ‘ଲାଇଟ୍ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ମଧ୍ୟ କରାଯିବ। ଏଥିରେ ମଧୁ ବାବୁଙ୍କ ଗୌରବମୟ ଜୀବନୀ ଓ ତାଙ୍କ କୀର୍ତ୍ତି ର ବ୍ୟାଖ୍ୟାନ କରାଯିବ। ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା ଦର୍ଶକ ମାନଙ୍କ ସୁବିଧା ପାଇଁ ବହୁ ଭାଷୀ ବ୍ୟାଖ୍ୟାନ ର ବ୍ୟବସ୍ଥା ରହିବ।

୫- ମଧୁ ବାବୁଙ୍କ ଜୀବନୀ ଓ ଐତିହ୍ୟ ସ୍ଥଳ ସହ ଜଡିତ ସବୁ ସଂପୃକ୍ତ ବ୍ୟକ୍ତିମାନଙ୍କ ସହ ଆଲୋଚନା କରାଯାଇ ଏହି ସଂଗ୍ରହାଳୟ ର ବିକାଶ କରାଯିବ।

୬- ଏହି କାମ ର ମାନ କୁ ଅତ୍ୟନ୍ତ ଉଚ୍ଚ କୋଟିର କରିବା ପାଇଁ ଯୋଜନା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି।

୭- ମଧୁବାବୁଙ୍କ କର୍ମଭୂମୀ ନିକଟରେ ଏକ ପାର୍କିଂ ସ୍ଥାନ ମଧ୍ୟ କରାଯିବ।

୮- ଆଗାମୀ ଅପ୍ରେଲ ୧୫ ସୁଦ୍ଧା ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ।

ସେଠାରେ ଉପସ୍ଥିତ ଅଧିକାରୀମାନେ ଏହି ପିଠର ନବକଳେବର ପାଇଁ ପ୍ରସ୍ତୁତ କରିଥିବା ଏକ ନକ୍ସାକୁ ମଧ୍ୟ ପାଣ୍ଡିଆନଙ୍କୁ ଦେଖାଇଥିଲେ। ସେହିପରି ସେଠାରେ ଉପସ୍ଥିତ ଥିବା ମିସନ ଶକ୍ତି ମା ମାନଙ୍କ ସହିତ ମଧ୍ୟ ପାଣ୍ଡିଆନ ଆଲୋଚନା କରିଥିଲେ।

ଏହି ଅବସରରେ ମଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ୧୨ଟି ପ୍ରସ୍ତାବ ସମ୍ବଳିତ ଏକ ପତ୍ର ପ୍ରଦାନ କରାଯାଇଥିଲା। ଏ ନେଇ ସେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଗସ୍ତ ସମୟରେ ଆରଡିସି ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ୫ଟି ସଚିବ ଭି କେ ପାଣ୍ଡିଆନ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ପରିଦର୍ଶନ କାର୍ଯ୍ୟ ଆରମ୍ଭ କରିଥିଲେ।

5ଟି ସଚିବ ଉତ୍କଳ ଗୌରବ ଭି.କେ ପାଣ୍ଡିଆନ ମଧୁସୂଦନ ଦାସ ସତ୍ୟଭାମାପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ରସଂସଦ ନିର୍ବାଚନକୁ ନେଇ ତୁମୁଳକାଣ୍ଡ, ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଆଳି ଲକ୍ଷ୍ମୀବରାହ କଲେଜ

October 13, 2026

ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

October 13, 2026

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ

October 13, 2026

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026
Latest News

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ, ସେମାନେ ଅଟନ୍ତି ଭାଗ୍ୟଶାଳୀ

October 13, 2026

ଛାତ୍ରସଂସଦ ନିର୍ବାଚନକୁ ନେଇ ତୁମୁଳକାଣ୍ଡ, ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଆଳି ଲକ୍ଷ୍ମୀବରାହ କଲେଜ

October 13, 2026

ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

October 13, 2026

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସ୍ଥାୟୀ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ପୁସ୍ତକ ଉନ୍ମୋଚିତ

October 13, 2026

ଆଜି ୧୩ ଅକ୍ଟୋବରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଖୋଲିଲା

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.