Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାଳିଆ ଟଙ୍କାକୁ କେହି ରୋକିପାରିବେ ନାହିଁ, ନିର୍ବାଚନ ପ୍ରତିଶୃତିକୁ ପାଳନ କଲେ ନବୀନ, କାଳିଆ ଟଙ୍କା ବାଣ୍ଟିବାକୁ ଦେଲେ ନିର୍ଦ୍ଦେଷ
ବିଶେଷ ଖବର

କାଳିଆ ଟଙ୍କାକୁ କେହି ରୋକିପାରିବେ ନାହିଁ, ନିର୍ବାଚନ ପ୍ରତିଶୃତିକୁ ପାଳନ କଲେ ନବୀନ, କାଳିଆ ଟଙ୍କା ବାଣ୍ଟିବାକୁ ଦେଲେ ନିର୍ଦ୍ଦେଷ

May 29, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କାଳିଆ ଟଙ୍କାକୁ କେହି ରୋକି ପାରିବେ ନାହିଁ। ସରକାର ଆସିଲେ ପ୍ରଥମ ଦିନରେ ଏହି ଟଙ୍କା ଦିଆଯିବ। ସେହି ପ୍ରତିଶୃତିକୁ ହିଁ କାର୍ଯ୍ୟରେ କରି ଦେଖାଇ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶପଥ ଗ୍ରହଣ ପରେ ନବୀନ ତାଙ୍କର ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ରାଜ୍ୟ ସଚିବାଳୟରେ କରିଥିଲେ ବୈଠକ। ପ୍ରଥମେ ମନ୍ତ୍ରୀ ପରିଷଦ, ପରେ କ୍ୟାବିନେଟ ବୈଠକ କରି ନେଲେ ଏହି ବଡ ନିଷ୍ପତି। ତାହା ହେଲା ଆଜିଠାରୁ କାଳିଆ ଟଙ୍କା ବାଣ୍ଟିବା ପାଇଁ ଦେଲେ ନିର୍ଦ୍ଦେଶ। ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ। ସେତିକି ନୁହେଁ ଏଥର କାଳିଆ ଯୋଜନାରେ ରାଜ୍ୟର 75 ଲକ୍ଷ ଚାଷୀ ପରିବାର ସାମିଲ କରିବାକୁ ନବୀନ ଘୋଷଣା କରିଛନ୍ତି । ପୂର୍ବରୁ ଏହି ଯୋଜନାରେ 42 ଲକ୍ଷ ପରିବାର ଉପକୃତ ହେବାର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଆଉ ଅଧିକ 33 ଲକ୍ଷ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଗଲା।

ଏହି ଘୋଷଣା କରି ନବୀନ ବିଜେପି ଦଳକୁ ଏକ ଶକ୍ତ ଚାପୁଡା ମାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତ ହେବ ନାହିଁ। କାରଣ ନିର୍ବାଚନ ସମୟରେ କାଳିଆ ଟଙ୍କାକୁ ନେଇ ସୃଷ୍ଟି ହୋଇଥିଲା ତୁମ୍ବି ତୋଫାନ। ନିର୍ବାଚନ କଟକଣା ନେଇ କାଳିଆ ଟଙ୍କା ପ୍ରଦାନକୁ ସେତେବେଳେ ରୋକାଯାଇଥିଲା। ଏ ନେଇ ବିଜେଡି ନିର୍ବାଚନ କମିଶନରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ବହୁ ଦିନ ପରେ ନିର୍ବାଚନ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କୁ ଏ ସଂପର୍କରେ ତଥ୍ୟ ମାଗି ନିରବ ରହିଥିଲେ। ହେଲେ ପୂର୍ବରୁ ପ୍ରଦାନ କରାଯାଉଥିବା ଏହି ଟଙ୍କାକୁ ସେତେବେଳେ କଳେବଳେ ରୋକି ଦିଆଗଲା। ଭୟଥିଲା କାଳେ ବିଜେଡି ଏହାକୁ ନେଇ ଅଧିକ ଭୋଟ ହାତେଇ ନେଇଯିବ। ଶେଷରେ ରାଜନୈତିକ ଚାପରେ ଏହି ଟଙ୍କା ପ୍ରଦାନ ନେଇ କୌଣସି ରାସ୍ତା ନ ଖୋଲିବାରୁ ଟଙ୍କା ପ୍ରଦାନ ବନ୍ଦ ରଖାଯାଇଥିଲା। ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ସେତେବେଳେ ନିର୍ବାଚନୀ ସଭାରେ କାଳିଆ ଟଙ୍କାକୁ କୌଣସି ଶକ୍ତି ରୋକିପାରିବ ନାହିଁ ବୋଲି କହିଥିଲେ। ଏପରିକି ସରକାର ଆସିଲେ ପ୍ରଥମ ଦିନରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସେହି ପ୍ରତିଶୃତିକୁ ପାଳନ କରି ନବୀନ ପଞ୍ଚମ ପାଳିର ପ୍ରଥମ ଦିନରେ କାଳିଆ ଟଙ୍କା ବାଣ୍ଟିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ।

କେବଳ ଚାଷୀ ନୁହେଁ ମହିଳାମାନଙ୍କୁ ସଶକ୍ତ କରିବାକୁ ନବୀନ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି। ତାହା ହେଲା ସରକାରୀ ସ୍ତରରେ ଆବଶ୍ୟକ ହେଉଥିବା ବିଭିନ୍ନ ପଦାର୍ଥ ଉତ୍ପାଦନ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ପ୍ରଦାନ କରାଯିବ। ଏଥିରେ ବାର୍ଷିକ 10 ହଜାର କୋଟି ଟଙ୍କାର କାମ ଏହି ଗ୍ରୁପଗୁଡିକ ପାଇବେ ବୋଲି ନବୀନ ଘୋଷଣା କରିଛନ୍ତି। ଏଥିରେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ପିଲାଙ୍କ ୟୁନିଫର୍ମ, ନାପକିନ, ମଧ୍ୟାହ୍ନ ଭୋଜନ, ଧାନକିଣା, ଡାକ୍ତରଖାନା ଖାଦ୍ୟ ଏବଂ ମଶାରୀ ପ୍ରଭୃତି ଉତ୍ପାଦନ କାର୍ଯ୍ୟକୁ ସାମିଲ କରାଯାଇଛି।  ନିର୍ବାଚନ ସମୟରେ ମହିଳା ସଶକ୍ତିକରଣ ଉପରେ ମଧ୍ୟ ନବୀନ ଘୋଷଣା କରିଥିଲେ। ମା ମାନଙ୍କ ପାଇଁ ମିଶନ ଶକ୍ତିକୁ ଆହୁରି ସୁଦୃଢ କରାଯିବ ବୋଲି ସେତେବେଳେ ମଧ୍ୟ ନବୀନ କହିଥିଲେ। ଏପରିକି ମିଶନ ଶକ୍ତିର ଜଣେ ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରି ନବୀନ ଏକ ଇତିହାସ ସୃଷ୍ଟି କରିଥିଲେ। ଯାହାକୁ ନେଇ ସାରା ଦେଶରେ ଆଲୋଚନା ଚାଲିଛି।

farmer kalia naveen odisha cabinet odishagovernment
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026
Latest News

ଦୁଇଟି ବନ୍ଦେ ଭାରତ ଟ୍ରେନ୍ ବନ୍ଦ କଲା ରେଳବାଇ: ଜାଣନ୍ତୁ ରୁଟ ଏବଂ କାରଣ

February 13, 2026

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ଯାଦବ ଗିରଫ, ଜାଣନ୍ତୁ କାହିଁକି?

February 13, 2026

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.