Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂସଦ ଅଧିବେଶନର ଶେଷ ଦିନରେ ତ୍ରିରଙ୍ଗା ପଦଯାତ୍ରା: ମୋଦୀ ସରକାରଙ୍କୁ କଂଗ୍ରେସ ସଭାପତିଙ୍କ ଟାର୍ଗେଟ
ବିଶେଷ ଖବର

ସଂସଦ ଅଧିବେଶନର ଶେଷ ଦିନରେ ତ୍ରିରଙ୍ଗା ପଦଯାତ୍ରା: ମୋଦୀ ସରକାରଙ୍କୁ କଂଗ୍ରେସ ସଭାପତିଙ୍କ ଟାର୍ଗେଟ

April 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ନୂଆଦିଲ୍ଲୀ: ଅଦାନି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ସହ ତ୍ରିରଙ୍ଗା ପଦଯାତ୍ରା କରିବା ପରେ ସଂସଦ ଅଧିବେଶନର ଶେଷ ଦିନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ମୋଦୀ ସରକାର ଗଣତନ୍ତ୍ର ବିଷୟରେ ବହୁତ କଥାବାର୍ତ୍ତା କରୁଛନ୍ତି କିନ୍ତୁ ସେମାନେ ଗଣତନ୍ତ୍ରକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି।

କଂଗ୍ରେସ ସଭାପତି କହିଛନ୍ତି ଯେ, ଆମେ ଜାଣିବାକୁ ଚାହୁଁଛୁ କି ମାତ୍ର ୨.୫ ବର୍ଷରେ ଅଦାନୀଙ୍କ ସମ୍ପତ୍ତି ୧୨ ଲକ୍ଷ କୋଟିରେ କେମିତି ପରିଣତ ହୋଇଛି? ସେ କହିଛନ୍ତି ଯେ, ମାତ୍ର ୧୨ ମିନିଟରେ ୫୦ ଲକ୍ଷ କୋଟିର ବଜେଟ୍ କିପରି ପାରିତ ହୋଇଛି? ଆମେ ତାଙ୍କୁ ସବୁବେଳେ ଏହି ପ୍ରଶ୍ନ ପଚାରିଥିଲୁ। କିନ୍ତୁ ଯେତେବେଳେ ବି ଆମେ କହିବାକୁ ଚାହିଁଲୁ, ନୋଟିସ୍ ଦେଲୁ, ଦାବି କଲୁ, ସେ ଆମକୁ କହିବାକୁ ଅନୁମତି ଦେଲେ ନାହିଁ। ମୁଁ ୫୦-୫୨ ବର୍ଷ ଧରି ରାଜନୀତିରେ କାର୍ଯ୍ୟ କରିଆସୁଛି, ଏହା ପୂର୍ବରୁ ଆମେ କେବେ ଏଭଳି ସମୟ ଦେଖିନାହୁଁ।

ମଲ୍ଲିକାର୍ଜୁନ୍ ଖଡଗେ କେନ୍ଦ୍ର ସରକାରଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି, ସରକାର କେବଳ ଜଣେ ପୁଞ୍ଜିପତିଙ୍କୁ ଏତେ ଜିନିଷ କାହିଁକି ଦେଉଛନ୍ତି? ଆପଣ ତାଙ୍କୁ ବିମାନବନ୍ଦର, ସଡକ, ବନ୍ଦର, ରେଳ ଦେଇଛନ୍ତି। ଏହା ଦର୍ଶାଉଛି ଯେ, ସରକାର କେବଳ ଜଣେ ବ୍ୟକ୍ତିଙ୍କୁ ଧନୀ କରିବାକୁ ଚାହୁଁଛନ୍ତି।

କଂଗ୍ରେସ ଅନ୍ୟ ବିରୋଧୀଦଳ ନେତାଙ୍କ ସହ ଆଜି ସଂସଦ ଅଧିବେଶନର ଶେଷ ଦିନରେ ବିଜୟ ଚୌକ୍ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ପଦଯାତ୍ରା କରିଥିଲା। କଂଗ୍ରେସ ଦଳ ଟୁଇଟ୍ କରି କହିଛି ଯେ, ମୋଦୀ ସରକାର ଅଦାନୀ ଦୁର୍ନୀତିରେ ଜେପିସି ସ୍ଥାପନ କରିବାକୁ ଚାହୁଁନାହାଁନ୍ତି। କିନ୍ତୁ ଏହି ଦାବି ପାଇଁ ଆମେ ସଂସଦରୁ ବିଜୟ ଚୌକ୍ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରା କରିଛୁ। କଂଗ୍ରେସ କହିଛି ଯେ, କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ମଧ୍ୟ ଏହି ପଦଯାତ୍ରାରେ ଉପସ୍ଥିତ ଅଛନ୍ତି।

କଂଗ୍ରେସ ସଭାପତି ଗଣତନ୍ତ୍ର ମୋଦୀ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.