Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଦେଶରୁ ଫେରୁଛନ୍ତି ନବୀନ, ରାଜ୍ୟ ମନ୍ତ୍ରୀମଣ୍ଡଳରେ କରିବେ ପରିବର୍ତ୍ତନ !!!
ବିଶେଷ ଖବର

ବିଦେଶରୁ ଫେରୁଛନ୍ତି ନବୀନ, ରାଜ୍ୟ ମନ୍ତ୍ରୀମଣ୍ଡଳରେ କରିବେ ପରିବର୍ତ୍ତନ !!!

April 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ଭୁବନେଶ୍ବର: ଜାପାନ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଫେରିବେ। ସେଠାରୁ ସେ ବିପୁଳ ପରିମାଣର ପୁଂଜି ନେଇ ଓଡିଶା ଫେରୁଛନ୍ତି। ଯାହା ଓଡିଶୀବାସୀଙ୍କ ପାଇଁ ଗର୍ବ ଓ ଖୁସିର କଥା। ହେଲେ ତାଙ୍କ ଫେରିବା ନେଇ ବିଜେଡିର ବିଧାୟକମାନଙ୍କ ମଧ୍ୟରୁ କେତେକ ଖୁସି ଅଛନ୍ତି ତ ଆଉ କେତେକ ଦୁଃଖରେ ଅଛନ୍ତି।

ତେବେ ଏହାର କାରଣ ହେଲା ଯେ, ନବୀନ ବିଦେଶରୁ ଫେରିବା ପରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ କରିବେ ଅଦଳବଦଳ। ଏହି ଚର୍ଚ୍ଚାକୁ ନେଇ ମନ୍ତ୍ରୀ ଆଶାୟୀମାନେ ଆଶା ବାନ୍ଧି ବସିଥିବା ବେଳେ କେତେକ ମନ୍ତ୍ରୀ ପଦ ଯିବା ନେଇ ଦୁଃଖରେ ଅଛନ୍ତି। ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର କୌଣସି ସମ୍ଭାବନା ନ ଥିବା ବେଳେ ହଠାତ ଏହି ଚର୍ଚ୍ଚା ବଢିବା ଅନେକଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି।

ତେବେ ଏହି ଚର୍ଚ୍ଚା ଅନୁସାରେ ଓଡିଶାରେ ବିଧାନସଭା ନିର୍ବାଚନ ଆଉ ମାତ୍ର ବର୍ଷେ ରହିଥିବାରୁ ତାହାକୁ ଦୃଷ୍ଟିରେ ରଖି ନୀବନ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିବେ। ସେଥିରେ କେତେକ ଦକ୍ଷତା ନ ଥିବା ମନ୍ତ୍ରୀଙ୍କୁ ବାଦ ଦେଇ ନୂଆ ମୁହଁକୁ ସାମିଲ କରିବେ ବୋଲି କୁହାଯାଉଛି।

ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଦଳକୁ ସଜାଡି ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ଆଉ କେତେକ ଦଳୀୟ ସଂଗଠନରେ ମଧ୍ୟ ଖୁବ ଶିଘ୍ର ପରିବର୍ତ୍ତନ କରିବେ। ସେହି ଭିତରେ ଏହି ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

ଗତ ମାସରେ ନବୀନ ତାଙ୍କ ବାସଭବନରେ କେତେକ ବିଧାୟକଙ୍କୁ ରାତିରେ ଡାକି ଆଲୋଚନା କରିଛନ୍ତି। ସେହି ଆଲୋଚନା କଣ ହୋଇଛି ସେ ସଂପର୍କରେ କାହା ପାଖରେ ଖବର ନ ଥିଲେ ମଧ୍ୟ ମନ୍ତ୍ରୀ ମଣ୍ଡଳକୁ ଆହୁରି ଦୃଢ କରାଯାଉ ବୋଲି ଚର୍ଚ୍ଚା ହୋଇଛି। ସେଦିନର ସେହି ଆଲୋଚନାରେ ବିଧାୟକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର, ରାଜେନ୍ଦ୍ର ସାହୁ, ପ୍ରଶାନ୍ତ ମୁଦୁଲି ଏବଂ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟର ସମସ୍ତ ଉପନିର୍ବାଚନରେ ବିଜେଡି କେବଳ ଧାମନଗରକୁ ଛାଡି ଅନ୍ୟ ସବୁସ୍ଥାନରେ ବାଜିମାତ କରିଛି। ସେହିପରି ଦୁଇଟି ଏଏନଏସି ନିର୍ବାଚନରେ ମଧ୍ୟ ବିଜେଡି ସବୁ ଆସନ ପୋଛି ନେଇଛି। ଏପରି କ୍ଷେତ୍ରରେ ମଧ୍ୟ ବିଜେଡି ତାହାର ରଣନୀତିକୁ ଆହୁରି ସୁଦୃଢ କରିବା ପାଇଁ ନିଷ୍ପତି କରିଛି। ସେଥିପାଇଁ ନବୀନ ଦଳର ପଦବପଦୀରେ ଅଦଳବଦଳ କରିବା ସହିତ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି।

ଓଡିଶା ମନ୍ତ୍ରୀମଣ୍ଡଳ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ
Share. Facebook Twitter LinkedIn Email WhatsApp Copy Link

Related Posts

ବୋଲୋରୋ ଦୁର୍ଘଟଣା : 10 ଆହତ

May 29, 2026

ଚୀନକୁ ପଛରେ ପକାଇ ଭାରତ ବିଶ୍ୱର ସର୍ବବୃହତ ଧାନ ଉତ୍ପାଦକ ଦେଶ ହୋଇଛି: କେନ୍ଦ୍ର କୃଷି ମନ୍ତ୍ରୀ

May 29, 2026

ବେଲଗୁଣ୍ଠା ବଜାରରେ ଚଢ଼ାଉ: ବିପୁଳ ପରିମାଣର ଗୁଟଖା ଜବତ

May 29, 2026

ଗୁଜୁରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

May 28, 2026
Latest News

‘ଗାଈ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ ଦିଆଯାଉ’: ବକରୀଦ ଅବସରରେ ମୌଲାନାଙ୍କ ଦାବି

May 29, 2026

ବୋଲୋରୋ ଦୁର୍ଘଟଣା : 10 ଆହତ

May 29, 2026

ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କ ମାଷ୍ଟର ପ୍ଲାନ୍

May 29, 2026

ନିର୍ମାଣାଧୀନ ପୋଲ ଭୁଶୁଡି ୫ମୃତ

May 29, 2026

ଋଣଦାତାଙ୍କ ପାଇଁ ୪ ଲକ୍ଷ କୋଟିରୁ ଅଧିକ ଅସୁଲିକୁ ସହଜ କଲା ଆଇବିସି ସମାଧାନ ପ୍ରକ୍ରିୟା 

May 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.