Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂତନ ଜ୍ଞାନ କୌଶଳର ଉପଯୋଗ ଜଳର ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉ: ଜଳ ସଂପଦ ମନ୍ତ୍ରୀ
ବିଶେଷ ଖବର

ନୂତନ ଜ୍ଞାନ କୌଶଳର ଉପଯୋଗ ଜଳର ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉ: ଜଳ ସଂପଦ ମନ୍ତ୍ରୀ

April 13, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜଳ ସଂପଦ ବିଭାଗ, ଓଡ଼ିଶା ଏବଂ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇ.ଆଇ.ଟି) ଋର୍କି, ଉତ୍ତରାଖଣ୍ଡ ମଧ୍ୟରେ ଜଳ କ୍ଷେତ୍ରରେ ରାଜ୍ୟ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା (ଷ୍ଟେଟ୍‌ ସ୍ପେସିଫିକ୍‌ ଆକ୍ସନ ପ୍ଲାନ) ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ଏବଂ ଆଇ.ଆଇ.ଟି ଋର୍କିର ଜଳ ସଂପଦ ବିକାଶ ଓ ପରିଚାଳନା ବିଭାଗର ପ୍ରଫେସର ଆଶିଷ ପାଣ୍ଡେଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ  ହୋଇଥିଲା

ଏହି ଅବସରରେ ଯୋଗଦେଇ ଜଳ ସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଜଳ ସଂପଦର ବିକାଶ ଓ ଜଳ ସଂପଦର ସୁପରିଚାଳନା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ସମସ୍ତଙ୍କ ପାଇଁ ଜଳର ଆବଶ୍ୟକତା ପୂରଣ ଆମର ଲକ୍ଷ୍ୟ ରହିଛି। ଆମେ ବର୍ଷା ଦିନରେ ଭରପୁର ଜଳ ପାଉଥିବା  ବେଳେ  କିଛି ଦିନ ପରେ ଜଳାଭାବର ସମ୍ମୁଖୀନ ହେଉଛୁ। ଆଜିର ଏହି ବୁଝାମଣା ପତ୍ର ସ୍ୱାକ୍ଷର ଫଳରେ ଉପଯୋଗ ହେବାକୁ ଥିବା  ନୂଆ ଜ୍ଞାନ କୌଶଳ ଆଗାମୀ ଦିନରେ ଆମ ରାଜ୍ୟରେ ଜଳର ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉ  ବୋଲି  ମନ୍ତ୍ରୀ ଶ୍ରୀମତୀ ସାହୁ ଆଶା ବ୍ୟକ୍ତ କରିଥିଲେ।

ଜାତୀୟ ଜଳ ମିଶନ ୨୦୧୫ର ଲକ୍ଷ୍ୟ ଅନୁସାରେ ପ୍ରତି ରାଜ୍ୟ ନିଜ ନିଜର ନଦୀ ଅବବାହିକା ଅଂଚଳରେ ସମନ୍ୱିତ ଜଳ ପରିଚାଳନା କରିବାର ଆବଶ୍ୟକତା ରହିଛି। ଜଳ ପରିଚାଳନା କ୍ଷେତ୍ରରେ  ପୋଷଣୀୟତା ଅବଲମ୍ବନ ଏହାର ଲକ୍ଷ୍ୟ। ଖାଦ୍ୟ ନିରାପତ୍ତା, ଶିଳ୍ପ, ବିଭିନ୍ନ ସ୍ଥାନରେ ଅନିୟମିତ ଓ ବିକ୍ଷିପ୍ତ ଭାବରେ ବର୍ଷା ଏବଂ ଜଳବାୟୁ ପରିବର୍ତ୍ତନ, ମୁଣ୍ଡ ପିଛା ଜଳ ବ୍ୟବହାର ଓ ଆବଣ୍ଟନ ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଦେଶରେ ଜଳ ସଂପଦ  ଉପରେ  ଅଧିକ ଚାପ ରହୁଛି। ଆହୁରି ମଧ୍ୟ ଜଳ ସଂପଦର ବିକାଶ, ପରିଚାଳନା ଓ ଉପଲବ୍ଧତା କ୍ଷେତ୍ରରେ ରାଜ୍ୟ ରାଜ୍ୟ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହେଉଛି। ଏଣୁ ଭବିଷ୍ୟତରେ ଯେପରି ଜଳ ସଂକଟ ନଘଟେ, ଏହାକୁ ଦୃଷ୍ଟିରେ  ରଖି ରାଜ୍ୟଗୁଡିକ ଦ୍ୱାର ନିର୍ଦ୍ଦିଷ୍ଟ ଭାବେ ଦୀର୍ଘ ସୂତ୍ରୀ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି।

ଆଜି  ଆମ ରାଜ୍ୟ ପାଇଁ ସ୍ୱାକ୍ଷର ହୋଇଥିବା ଏହି ଆକ୍ସନ ପ୍ଲାନ ଆଇ.ଆଇ.ଟି, ଋର୍କି ତରଫରୁ ୧୮ ମାସ ମଧ୍ୟରେ ପ୍ରସ୍ତୁତ ହେବ। ପ୍ରଥମ ପର୍ଯ୍ୟାୟରେ ୯ ମାସ ମଧ୍ୟରେ ରାଜ୍ୟରେ ଜଳର ସ୍ଥିତି ଅନୁଧ୍ୟାନ କରାଯିବା ସହ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ। ୨ ୟ  ପର୍ଯ୍ୟାୟରେ ୬ ମାସ ମଧ୍ୟରେ ପ୍ରତି ସମସ୍ୟାର କି କି ସମସ୍ୟାର ସମାଧାନ ରହିଛି, ସେ ସଂପର୍କରେ ବିବରଣୀ ପ୍ରଦାନ କରାଯିବ। ୩ ୟ ପର୍ଯ୍ୟାୟରେ ୩ ମାସ ମଧ୍ୟରେ ରାଜ୍ୟକୁ ଆକ୍ସନ ପ୍ଲାନ ପ୍ରସ୍ତୁତିର ଚୁଡାନ୍ତ ବିବରଣୀ ମିଳିବ।

କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଗର୍ଗ ଯୋଗଦେଇ କହିଥିଲେ ଯେ, ଏହି ବୁଝାମଣାପତ୍ର ଆମର ଜଳ ବ୍ୟବହାରିକ ଉପଯୋଗିତା ଓ ଜଳସେଚନ କ୍ଷମତା ବୃଦ୍ଧିରେ ସହାୟକ ହେବ। ଆମେ ଜଳବାୟୁ ସହନଶୀଳ  ଭତ୍ତିଭୂମି  ନିର୍ମାଣ ସହ କେନାଲ ଲାଇନିଂ, ସେଚାଞ୍ଚଳ ଉନ୍ନୟନ ଯୋଜନା ଆଦି ବିଭିନ୍ନ ବ୍ୟବସ୍ଥାରେ ଜଳ ପରିଚାଳନା କରୁଛୁ। ଏସବୁ ସତ୍ତ୍ୱେ ଆମକୁ ଭବିଷ୍ୟତକୁ ଲକ୍ଷ୍ୟ ରଖି ଦିର୍ଘମିଆଦି  ଯୋଜନା ପ୍ରସ୍ତୁତ କରି ତାହାକୁ ତ୍ୱରିତ ପଦକ୍ଷେପ ନେଇ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ) ଡଃ ଚନ୍ଦ୍ର ଶେଖର ପାଢ଼ୀ ଓ ଆଇ.ଆଇ.ଟି ଋର୍କି ତରଫରୁ ପ୍ରଫେସର ପାଣ୍ଡେ ପାୱାର ପଏଣ୍ଟ ଉପସ୍ଥାପନା ଜରିଆରେ ଏହି ଆକ୍ସନ ପ୍ଲାନ ପ୍ରସ୍ତୁତି  ସଂପର୍କିତ ସବିଶେଷ ତଥ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ  ଋର୍କିର ଗବେଷଣା ଓ ଶିଳ୍ପ  ପରାମର୍ଶଦାତା ଓ ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ ଦ୍ୱିବେଦୀ, ସହକାରୀ ପ୍ରଫେସର ମୋହିତ୍‌ ପି.ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜଳ ସଂପଦ ବିଭାଗ ଅତିରିକ୍ତ ଶାସନ ସଚିବ ସୁଧାଂଶୁ ମୋହନ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଯନ୍ତ୍ରୀ (ଯୋଜନା)ଇଂ ସାଗର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଜଳ ସଂପଦ ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ, ଯନ୍ତ୍ରୀ ଏବଂ ଆଇ.ଆଇ.ଟି ଋର୍କିର ଅନ୍ୟ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

ଉତ୍ତରାଖଣ୍ଡ ଓଡିଶା ଜଳ ସଂପଦ ବିଭାଗ ବୁଝାମଣା ପତ୍ର ସ୍ୱାକ୍ଷର
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମଏୱାଇ(ସହରୀ) ୨.୦ରେ ଓଡ଼ିଶାକୁ ମିଳିଲା ଜାତୀୟ ପୁରସ୍କାର

October 6, 2026

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026

ଖୁବ୍‌ଶୀଘ୍ର ଏସ୍‌ଆଇ ପରୀକ୍ଷା, ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି

October 5, 2026
Latest News

‘କେଜିପି୨୧’ ଜନ୍ମ ଦେଲା ୫ ଚିତା ଶାବକ: ୬୦ରେ ପହଞ୍ଚିଲା ଚିତା ସଂଖ୍ୟା

October 6, 2026

ୟୁପି ରାଜନୀତିରେ ନୂଆ ହଲଚଲ! ରାଜ୍ୟସଭା ନିର୍ବାଚନ ପୂର୍ବରୁ ବଦଳିବ କି ଭୋଟ୍ ସମୀକରଣ?

October 6, 2026

ପିଏମଏୱାଇ(ସହରୀ) ୨.୦ରେ ଓଡ଼ିଶାକୁ ମିଳିଲା ଜାତୀୟ ପୁରସ୍କାର

October 6, 2026

ପାର୍ବଣ ପୂର୍ବରୁ ବଡ଼ ଆଶ୍ୱସ୍ତି: ଶସ୍ତାରେ ମିଳିବ ଚିନି-ମଇଦା-ସୁଜି! ଜାଣନ୍ତୁ କେତେ ଟଙ୍କାରେ ମିଳିବ

October 6, 2026

ମୋଦୀଙ୍କ ଶାସନ ଓ ଜନସେବାର ୨୫ ବର୍ଷ ପୂର୍ତ୍ତି : ୭ରେ ଦେଶବ୍ୟାପୀ ‘ସେବା ଜ୍ୟୋତି ଯାତ୍ରା’

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.