Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୋଆରେ ୮ଦେଶର ପ୍ରତିନିଧିଙ୍କ ସମ୍ମିଳନୀ: ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କଲେ ପ୍ରଶଂସା
ବିଶେଷ ଖବର

ସୋଆରେ ୮ଦେଶର ପ୍ରତିନିଧିଙ୍କ ସମ୍ମିଳନୀ: ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କଲେ ପ୍ରଶଂସା

April 16, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଥିବା ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ଶନିବାର ଉଚ୍ଚ ପ୍ରଶଂସା କରିଛନ୍ତି।

ଭାରତ ବିଶ୍ୱର କେବଳ ସର୍ବ ପୁରାତନ ନୁହେଁ ବରଂ ସର୍ବୋତମ ଗଣନ୍ତ୍ରାତିକ ଦେଶ ଏବଂ ଏହାର ସ୍ୱାଧିନତା, ସହନଶୀଳତା ଓ ନାରୀ ପୁରୁଷଙ୍କ ସମାନତା ପ୍ରସଙ୍ଗ ଉଚ୍ଚକୋଟୀର ବୋଲି ପର୍ତୁଗାଲର ସାଂସଦ ମିଗୁଏଲ୍ କଷ୍ଟା ମାଟୋସ୍ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ(ସୋଆ) ରେ ‘ଗଣତନ୍ତ୍ର ଓ ଶାସନ’ ବ୍ୟବସ୍ଥା ସଂପକର୍ତି କର୍ମଶାଳାରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ଶ୍ରୀ ମାଟୋସ୍।

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍ (ଆଇସିସିଆର୍‌) ଓ‘ଜେନ୍ – ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧି ମାନେ ଭାରତ ଗସ୍ତ ଆସିଛନ୍ତି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି।

ଶ୍ରୀ ମାଟୋସ୍ ଭାରତ ଗୁରୁତ୍ୱାରୋପ କରୁଥିବା ପ୍ରସଙ୍ଗ ‘ବସୁଧୈବ କୁଟୁମ୍ବକମ୍‌’ ଅର୍ଥାତ୍ ଏକ ପୃଥିବୀ, ଏକ ପରିବାର ଓ ଏକ ଭବିଷ୍ୟତ କୁ ଉଚ୍ଚ ପ୍ରଶଂସା କରିଥିଲେ। ବର୍ତ୍ତମାନ ଜଳବାୟୁ ପରିବର୍ତନ ବିପକ୍ଷରେ ଲଢେଇ, ଗୋଟିଏ ପରିବାର ଭଳି ଏକାଠି ହେବା ସହ ଭବିଷ୍ୟତକୁ ଏକତ୍ରିତ ସାମ୍ନା କରିବାର ସମୟ ଆସିଛି ବୋଲି କହିବା ସହ କରୋନା ମହାମାରୀ ବିଶ୍ୱର ଦେଶ ଗୁଡିକୁ ନିକଟତର କରିଦେଇଛି ବୋଲି କହିଥିଲେ।

ଝାଡଖଣ୍ଡ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅନିଲ୍ କୁମାର ଚୌଧୁରୀ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଶ୍ୱର ସର୍ବପୁରାତନ ଓ ସବୁଠାରୁ ବଡ ଗଣତନ୍ତ୍ର ବୋଲି କହିବା ସହ ମଧ୍ୟଯୁଗୀୟ ସମୟରୁ ଏହି ବ୍ୟବସ୍ଥା ପ୍ରଚଳିତ ହୋଇ ଆସୁଛି ବୋଲି କହିଥିଲେ।

ଗଣତନ୍ତ୍ର ଓ ଲୋକହିତକାରୀ ବ୍ୟବସ୍ଥା ସିନ୍ଧୁ ସଭ୍ୟତା ସମୟରୁ ପ୍ରଚଳିତ ହୋଇ ଆସୁଛି। ପୁରାତନ ହରପ୍‌ପା ସଭ୍ୟତା ଖନନ ରୁ ଭାରତରେ ପଂଚାୟତ ବ୍ୟବସ୍ଥା ୫୦୦୦ ହଜାର ବର୍ଷ ପୁରୁଣା ହୋଇଥିବା ଜଣାପଡିଛି ବୋଲି କହିବା ସହ ତାମିଲ୍‌ନାଡୁ ର ତାନ୍‌ଜାଭୁର୍ ପଥର ଉପରେ କାରୁକାର୍ଯ୍ୟ ରୁ ପୁରାତନ ସମୟରେ ପଂଚାୟତ ବ୍ୟବସ୍ଥା ପ୍ରଚଳିତ ଥିବା ବୋଲି ସେ କହିଛନ୍ତି।

ଖ୍ରୀଷ୍ଟପୂର୍ବ ୨୬୧ର କଳିଙ୍ଗ ଯୁଦ୍ଧ ଯାହାକି ଭୁବନେଶ୍ୱର ସହର ନିକଟରେ ଘଟିଥିବା କୁହାଯାଏ ତାହାକୁ ଉଦ୍ଧୃତ କରି ଜଷ୍ଟିସ୍ ଚୌଧୁରୀ କହିଥିଲେ ଯେ କଳିଙ୍ଗ ସାମ୍ରାଜ୍ୟକୁ ମୌର୍ଯ୍ୟ ସାମ୍ରାଟ ଅଶୋକ ଆକ୍ରମଣ କରିବା ସମୟରେ ଏଠାରେ ମିଳିତ ନେତୃତ୍ୱ ଶାସନ କାର୍ଯ୍ୟ ଚାଲିଥିଲା ବୋଲି ଇତିହାସ କହେ।

ଭୋଟ୍ ଦେବାର ଅଧିକାର ଭାରତରେ ଉଭୟ ପୁରୁଷ ଓ ନାରୀ କୁ ସମାନ ଭାବେ ଦିଆଯାଇଥିବାବେଳେ ଇଉରୋପ ରେ ମହିଳା ମାନଙ୍କୁ ଏହି ଲାଭ କରିବା ପାଇଁ ଅଧିକାର ସାବ୍ୟସ୍ତ କରିବା ପାଇଁ ସଂଘର୍ଷ କରିବାକୁ ପଡିଥିଲା ବୋଲି ଜଷ୍ଟିସ୍ ଚୌଧୁରୀ କହିଥିଲେ।
ପର୍ତୁଗାଲ୍ , ଦକ୍ଷିଣ ଆଫ୍ରିକା , ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା , ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଅଛନ୍ତି।

ଶ୍ରୀ ମାଟୋସ୍ ଙ୍କ ବ୍ୟତୀତ କ୍ରୋଏସିଆର ଡୋମାଗୋଜ୍ ହାଜ୍‌ଟୁକୋଭିଚ, ବେଲ୍‌ଜିୟମ୍‌ର ଟୋମାସ୍ ରୋଗେମାନ୍‌, ବ୍ରାଜିଲର ଗିୟୁୁସେପେ ରିକାରଡୋ ମେନେଘେଟି, ବୁଲଗେରିଆର ଆଲେକ୍ସଆଣ୍ଡର ଭାଲେନ୍‌ଟିନୋଭା କୋରସେଭା, ଗାୟେନର ସୁରେଶ ସିଂ ଓ ଶ୍ରୀ ଗଣେଶ ଆଡ୍‌ତ୍ୟା ମହିପଲ୍ ଓ ଦକ୍ଷିଣ ଆଫ୍ରିକାର ପରଭିନ୍ ଭେଡାନ୍ ଏହି ସମ୍ମିଳନୀ ରେ ବକ୍ତବ୍ୟ ରହିଥିଲେ।
ଏମାନଙ୍କ ମଧ୍ୟରୁ କେତେକ ପ୍ରତିନିଧି ଗଣତନ୍ତ୍ର କୁ ଶାସନ ବ୍ୟବସ୍ଥାର ସର୍ବୋକୃଷ୍ଟ ମାଧ୍ୟମ ବୋଲି ବକ୍ତବ୍ୟ ରଖି ବିଭିନ୍ନ ଏକଛତ୍ରବାଦ ମୁଣ୍ଡ ଟେକୁଛି ବୋଲି ଚିନ୍ତା ପ୍ରକଟ କରିଥିଲେ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀ ରେ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହିତ ନିଜ ବକ୍ତବ୍ୟରେ ସୋଆ ଗତ ବର୍ଷ ରୋପ୍ୟ ଜୟନ୍ତି ପାଳନ କରିଛି ବୋଲି କହିବା ସହ ବର୍ତମାନ ବିଶ୍ୱବିଦ୍ୟାଳୟରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ବିଭିନ୍ନ ଦେଶରୁ ୧୦୦୦ ଛାତ୍ରଛାତ୍ରୀ ସୋଆରେ ପାଠପଢିବା ନେଇ ଲକ୍ଷ୍ୟ ରଖିଥିବା କହିଛନ୍ତି। ସୋଆ ବର୍ତମାନ ବିଶ୍ୱ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରଫେସର ନନ୍ଦ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ- ଚାନସେଲର ପ୍ରଫେସର ଅମିତ ବାନାର୍ଜୀ ଉପସ୍ଥିତ ଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ୍ ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୋଆର ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ବିଭିନ୍ନ ଅନୁଷ୍ଠାନର ଡିନ୍‌, ଆଡିସ୍‌ନାଲ୍ ଡିନ୍ ( ଷ୍ଟୁଡେଂଟସ୍ ଅଫେୟାର୍ସ) ଆଇଟିଆଇଆର୍‌, ପ୍ରଫେସର ରେଣୁ ଶର୍ମା, କର୍ପୋରେଟ କମ୍ୟୁନିକେସନ୍ ନିର୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତ।। ସଭାପତି ଙ୍କ ଓଏସଡି ଶ୍ରୀ ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରତିନିଧି ଦଳ ଶନିବାର ସକାଳେ ଓଡିଶା ବିଧାନସଭା ପରିଦର୍ଶନ କରିବା ସହ ଉପବାଚସ୍ପତି ରଜନୀକାନ୍ତ ସିଂ ଓ ସରକାରୀ ଦଳ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ସହ ଓଡିଶା ଗଣତାନ୍ତ୍ରିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ।

ଶନିବାର ସନ୍ଧ୍ୟାରେ ଏହି ବିଦେଶୀ ପ୍ରତିନିଧିମାନେ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବୋଧିତ କରିଥିଲେ।

ଆଜାଦୀ କା ଅମୃତ ମହୋତ୍ସବ ବସୁଧୈବ କୁଟୁମ୍ବକମ୍ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.