Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାନ ସିନା, ଦାନ ତା ମହାନ୍‌
ବିଶେଷ ଖବର

ସାନ ସିନା, ଦାନ ତା ମହାନ୍‌

April 20, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ସୁବାଷ କୁମାର ତାରଣିଆଁ

ଆମେ ଇତିହାସରେ ପଢିଥିଲେ ଯେ, ଯେଉଁଠି ୧୨୦୦ ବଢେଇ କୋଣାର୍କ ମନ୍ଦିରର ମୁଣ୍ଡି ମାରିପାରି ନଥିଲେ, ସେଠି ୧୨ ବର୍ଷର ବାଳକ ଧର୍ମପଦ କୋଣାର୍କ ମନ୍ଦିରର ମୁଣ୍ଡ ମାରି ୧୨୦୦ ବଢେଇଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ପ୍ରାଣ ହରାଇଥିଲେ। ଧର୍ମପଦଙ୍କ ମହାନତା ପାଇଁ ଆଜି ବି ଓଡ଼ିଆଜାତି ଗର୍ବିତ। ଆଜି ସିନା ଧର୍ମପଦ ଆମ ଗହଣରେ ନାହାଁନ୍ତି, ହେଲେ ସମାଜକୁ ସେ ଯେଉଁ ବାର୍ତ୍ତା ଦାନ କରି ଯାଇଛନ୍ତି ସେ ବାର୍ତ୍ତାକୁ ଏବେ କି କିଛି ଲୋକ କାର୍ଯ୍ୟକାରୀ କରୁଛନ୍ତି। ନିଜ କଷ୍ଟାର୍ଜିତ ଅର୍ଥରେ କିଣିଥିବା ମୂଲ୍ୟବାନ ସୁନାଚେନଟିକୁ ହରାଇ ଭୀତସ୍ତତ୍ର ଅବସ୍ଥାରେ ଥିବା ମାଲିକଙ୍କୁ ସୁନାଚେନଟିକୁ ଫେରାଇ ନିଜର ମହାନତାର ପରିଚୟ ଦେଇଛନ୍ତି ଜଣେ ସ୍ୱଚ୍ଛ ସାଥୀ।

ଗତ ଫେବୃୟାରୀ ମାସ ୨୧ ତାରିଖ ସୋମବାର ଦିନର ଘଟଣା। ଭୁବନେଶ୍ୱର ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ସ୍ୱଚ୍ଛ ସାଥୀ ପୂଜା ସିଂ ଅଳିଆ ସଫା କରୁଥିବା ସମୟରେ ଏକ ସୁନା ଚେନ ପାଇଥିଲେ। ପ୍ରାୟ ୬ ଭରି ଓଜନର ସୁନା ଚେନ୍ ପାଇବା ପରେ କୌଣସି ଲୋକ ହୁଏତ ଲୋଭରେ ଏହାକୁ ଲୁଚାଇ ନେଇପାରିଥାନ୍ତା। କିନ୍ତୁ ସଚ୍ଚୋଟ ପୂଜା ସିଂଙ୍କୁ ଲୋଭ ଗ୍ରାସ କରିପାରି ନଥିଲା। ସେ ସୁନା ଚେନ୍‌ଟିକୁ ପ୍ରକୃତ ମାଲିକଙ୍କୁ ଫେରାଇ ପ୍ରଶଂସାର ପାତ୍ରୀ ପାଲଟିଛନ୍ତି।

ତାଙ୍କର ଏଭଳି ମହାନତା ପାଇଁ ବିଏମ୍‌ସି ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଅତିିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ ପୂଜାଙ୍କୁ ସାଧୁବାଦ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ। ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ବିଭୂତି ଭୂଷଣ ସେଠୀ, ଗତ ଫେବୃୟାରୀ ୧୮ ତାରିଖ ଦିନ ତାଙ୍କ ମା’ଙ୍କର ଶ୍ରାଦ୍ଧ ଦିବସ ଥିଲା। ତେଣୁ ମା’ଙ୍କ ଫଟୋଚିତ୍ରରେ ଫୁଲମାଳ ପକାଇବା ସହିତ ଶ୍ରାଦ୍ଧ ଦେବା ସମୟରେ ବିଭୂତି ଭୂଷଣ ବେକରୁ ସୁନାଚେନ୍‌ଟି କାଢି ତଳେ ଥୋଇ ଦେଇଥିଲେ। ପରବର୍ତ୍ତୀ ସମୟରେ ବେକରୁ କାଢିଥିବା ସୁନାଚେନ୍‌ଟି କଥା ସେ ଭୁଲି ଯାଇଥିଲେ।

ପରଦିନ ଫୁଲମାଳ ସହ ଶ୍ରାଦ୍ଧରେ ବ୍ୟବହୃତ ହୋଇଥିବା ସମସ୍ତ ସାମଗ୍ରୀ ଡଷ୍ଟବିନ୍‌ରେ ପକାଇ ଦେଇଥିଲେ। ତା’ ପରଦିନ ଅର୍ଥାତ୍ ୨୦ ତାରିଖ ସକାଳେ ବିଭୂତି ନିଜ ଘର ଡଷ୍ଟିବନ୍‌ରେ ରଖିଥିବା ସମସ୍ତ ଅଳିଆ ଆବର୍ଜନାକୁ ବିଏମ୍‌ସି ସଫେଇ ଗାଡ଼ି କର୍ମଚାରୀଙ୍କୁ ଦେଇ ଦେଇଥିଲେ। ସେହିଦିନ ମଧ୍ୟାହ୍ନରେ ବିଭୂତିଙ୍କ ସୁନାଚେନ୍ କଥା ମନେ ପଡ଼ିବାରୁ ଘରେ ଖୋଜାଖୋଜି କରିଥିଲେ।

ବିଭୂତିଙ୍କର ଠିକ୍ ମନେ ଥିଲା ଯେ, ମା’ଙ୍କ ଶ୍ରାଦ୍ଧ ଦିବସରେ ସୁନାଚେନ୍‌ଟି କାଢି ଫଟୋ ପାଖରେ ରଖିଥିଲେ। ସେଠାରୁ ଅଳିଆ ସାମଗ୍ରୀ ଯେଉଁ ଡଷ୍ଟବିନରେ ପକାଯାଇଛି, ସେହି ଡଷ୍ଟବିନରେ ନିଶ୍ଚିତ ଭାବେ ସୁନା ଚେନ୍‌ଟି ଚାଲିଯାଇଛି। ଏ ନେଇ ବିଭୂତି ବିଏମ୍‌ସି କମିଶନରଙ୍କ ସହିତ ଯୋଗାଯୋଗ କରିବାରୁ ପୂଜା ସିଂ ନାମକ ସ୍ୱଚ୍ଛ ସାଥୀ ସୁନାଚେନ ପାଇଥିବା ଜାଣିବାକୁ ପାଇଥିଲେ। ଏହାପରେ ବିଭୂତି ନିଜର ପରିଚୟ ସହିତ ପ୍ରମାଣପତ୍ର ଦେଖାଇ ବିଏମ୍‌ସି କାର୍ଯ୍ୟାଳୟରୁ ସୁନାଚେନକୁ ଗ୍ରହଣ କରିଥିଲେ ଏବଂ ବିଭୂତିଙ୍କ ସହିତ ସାରା ପରିବାର ପୂଜା ସିଂଙ୍କ ମହାନତା ପାଇଁ ସାଧୁବାଦ ଜଣାଇଥିଲେ।

ସେହିପରି ଆଉ ଏକ ଘଟଣା ହେଲା, ତୁଳା ବେହେରା ନାମକ ଜଣେ ୭୦ ବର୍ଷର ବୃଦ୍ଧା ଯିଏକି ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ଭିକ୍ଷାବୃତ୍ତି କରି ଜୀବନ ବିତାଇ ଆସୁଥିଲେ।

ଯେଉଁ ମନ୍ଦିର ଦୁଆରେ ବସି ଭିକ୍ଷାବୃତ୍ତି କରୁଥିଲେ, ସେହି ମନ୍ଦିରର ବିକାଶ ନିମନ୍ତେ ଜୀବନ ସାରା ସଞ୍ଚିତ କରିଥିବା ଅର୍ଥ ୧ ଲକ୍ଷ ୧୦ ହଜାର ଟଙ୍କା ଦାନ କରିଛନ୍ତି ଏହି ସ୍ୱାମୀ ପରିତ୍ୟକ୍ତା ବୃଦ୍ଧା। ନିଜ ଘରର ପରିଚୟ ଜାଣିନଥିବା ତୁଳା ବେହେରା ଫୁଲବାଣୀ ଜିଲ୍ଲା ଦୁବଗଡ଼ର ପ୍ରଫୁଲ୍ଲ ବେହେରା ନାମକ ଜଣେ ଭିନ୍ନକ୍ଷମକୁ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ସ୍ତ୍ରୀ ଉଭୟେ ସାହିକୁ ସାହି ବୁଲି ଭିକ୍ଷାବୃତ୍ତି କରୁଥିଲେ। ପିଲାଛୁଆ ନଥିବା ତୁଳାଙ୍କ ସ୍ୱାମୀ ୨୦ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ସ୍ୱାମୀକୁ ହରାଇବା ପରେ ତୁଳା ଏକୁଟିଆ ବଞ୍ଚିବାକୁ ସଂଗ୍ରାମ ଆରମ୍ଭ କରିଥିଲେ। ଏହାପରେ ସେ ସାହିକୁ ସାହି ଭିକ୍ଷାବୃତ୍ତି କରିବାକୁ ନ ଯାଇ ଫୁଲବାଣୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରୁଥିଲେ ଓ ମନ୍ଦିର ପାଖରେ ଏକ କୁଡ଼ିଆ କରି ରହୁଥିଲେ।

ଭିକ୍ଷାବୃତ୍ତିରୁ ଯାହା ମିଳୁଥିଲା ତାକୁ ସେ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଆଉ ଏକ ପୁରାତନ ମନ୍ଦିରର ବିକାଶ ପାଇଁ ଦାନ କରିବେ ବୋଲି ପରିଣତ ବୟସରେ ତୁଳା ବହୁବାର ମନ୍ଦିରର ପୂଜକଙ୍କୁ କହିଥିଲେ। ଦୀର୍ଘ ୧୦ ବର୍ଷ ଧରି ସେ ଭିକ୍ଷାବୃତ୍ତିରୁ ଯାହା ପାଉଥିଲେ, ତାକୁ ସେ ମନ୍ଦିରର ପୂଜକଙ୍କୁ ଦେଉଥିଲେ। ପୂଜକ ମଧ୍ୟ ଡ଼ାକଘରେ ତୁଳାଙ୍କ ନାମରେ ଏକ ସଞ୍ଚୟ ଖାତା ଖୋଲିଥିଲେ।

ଇତିମଧ୍ୟରେ ତୁଳାଙ୍କ ସଞ୍ଚୟ ଖାତାରେ ୧ ଲକ୍ଷ ୧୦ ହଜାର ଟଙ୍କା ଜମା ରହିଥିଲା। ତୁଳା ସମସ୍ତ ଜମା ଟଙ୍କା ମନ୍ଦିରର ବିକାଶ ପାଇ ଦାନ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜୀବନର ଶେଷ ପର୍ଯ୍ୟନ୍ତ ଭିକ୍ଷାବୃତ୍ତି କରି ଯାହା ପାଇବେ, ତାକୁ ସେ ମନ୍ଦିରକୁ ଦାନ କରିବେ ବୋଲି ତୁଳା କହିଛନ୍ତି। ଯେଉଁଠି ବଡ଼ ବଡ଼ ଅଫିସର, ଡ଼ାକ୍ତର, ଯନ୍ତ୍ରୀ, ପିଅନ, ରପରାଶି ମନ୍ଦିରକୁ ଦାନ କରିବା ବଦଳରେ ଲାଞ୍ଚ ନେଇ କୋଟି କୋଟି ଟଙ୍କା ଠୁଳ କରୁଛନ୍ତି, ସେଠି ତୁଳା ବେହେରା ପରିଣତ ବୟସରେ ଭିକ୍ଷାବୃତ୍ତି କରି ମନ୍ଦିରକୁ ଦାନ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି।

ଗତ କିଛିିଦିନ ତଳେ କଟକର ୬୩ ବର୍ଷ ବୟସ୍କା ମହିଳା ମିନତୀ ପଟ୍ଟନାୟକ ନିଜର ୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଜଣେ ବୁଢା ସାମଲ ନାମକ ଜଣେ ରିକ୍ସାବାଲାଙ୍କୁ ଦାନ କରିବା ଘଟଣା ସେତେବେଳେ ବିଭିନ୍ନ ଗଣମାଧ୍ୟମର ମୁଖ୍ୟ ଶିରୋନାମା ପାଲଟିଥିଲା। ମିନତୀ ପଟ୍ଟନାୟକ ଦୀର୍ଘ ବର୍ଷ ଧରି କଟକରେ ନିଜର ପରିବାର ସହିତ ରହି ଆସୁଥିଲେ। ହେଲେ ବିଧିର ବିଧାନ ଥିଲା ବଡ଼ ବିଚିତ୍ର। ହଠାତ୍ ମିନତୀଙ୍କ ସ୍ୱାମୀ କିଡ୍‌ନୀ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କଲେ। ପରେ ପରେ ମିନତୀଙ୍କ ଝିଅ ମଧ୍ୟ ଆରପାରିକୁ ଚାଲିଯାଇଥିଲେ।

ଏଥିରେ ବିଚଳିତ ନହୋଇ ମିନତୀ ଧୈର୍ଯ୍ୟର ସହିତ ଜୀବନ ଜୀଇଁ ଚାଲିଥିଲେ ଏବଂ ବୁଢା ସାମଲ ମିନତୀଙ୍କୁ ସମସ୍ତ ସେବା ଶୁଶ୍ରୁଷା ଯୋଗାଇ ଆସୁଥିଲେ। ଦୀର୍ଘବର୍ଷ ଧରି ସେବା ଶୁଶ୍ରୁଷା ଯୋଗାଇବା ପରେ ମିନତୀ ନିଜର ୧କୋଟି ଟଙ୍କାର ଘର, ସୁନା ଗହଣା ଓ ସମସ୍ତ ଆସବାବ ପତ୍ର ବୁଢା ସାମଲଙ୍କ ପରିବାରକୁ ଦାନ କରିଦେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ମିନତୀଙ୍କ ଏହି ମହାନତା ବିଷୟରେ ଖବର ପ୍ରକାଶ ପରେ ସାରା ଓଡ଼ିଶାରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଥିଲା।

୨୦୨୨ ମସିହା ଜୁଲାଇ ମାସ ୧୨ ତାରିଖ ସନ୍ଧ୍ୟାରେ ଜଣେ ଅଟୋଚାଳକ ଦୁଇଜଣ ଦମ୍ପତ୍ତିକୁ ରେଳ ଷ୍ଟେସନରେ ଛାଡ଼ିଲା ପରେ ଭୁଲବଶତଃ ସେମାନଙ୍କ ଆଟାଚଟି ଅଟୋରେ ଛାଡ଼ିଦେଇ ଯାଇଥିଲେ। ଏହାପରେ ଅଟୋଚାଳକ ଜଣକ ଭଡ଼ା ବାବଦ ପ୍ରାପ୍ୟ ପାଇଲା ପରେ ମାଷ୍ଟର କ୍ୟାଣ୍ଟିନ ଫେରି ଚା ପିଉଥିବା ସମୟରେ ତାଙ୍କର ନଜର ପଡ଼ିଥିଲା ଅଟୋରେ ଥିବା ଆଟାଚ ଉପରେ। ଅଟୋଚାଳକ ଜଣକ ଜାଣିପାରିଥିଲେ ଯେ, ସେହି ଦମ୍ପତ୍ତି ଭୁଲ୍‌ରେ ଆଟାଚଟି ଛାଡ଼ିଦେଇଛନ୍ତି। ସଙ୍ଗେ ସଙ୍ଗେ ଅଟୋଚାଳକ ଜଣକ ରେଲୱେ ଷ୍ଟେସନରେ ପହଞ୍ôଚ ଦମ୍ପତ୍ତି ଦୁଇଜଣଙ୍କୁ ଭେଟି ତାଙ୍କ ଆଟାଚଟି ଫେରାଇଥିଲେ। ଆଟାଚରେ ନଗଦ ୫ ଲକ୍ଷ ଟଙ୍କା ଥିଲା ଏବଂ ଆଟାଚ ଫେରିପାଇବା ପରେ ଦମ୍ପତ୍ତି ଦ୍ୱୟ ଅଟୋଚାଳକଙ୍କୁ ସାଧୁବାଦ ଜଣାଇଥିଲେ। ଅଟୋଚାଳକଙ୍କ ବଦାନ୍ୟତା ଯୋଗୁ ଦମ୍ପତ୍ତିଦ୍ୱୟ ତାଙ୍କ ଟଙ୍କା ଫେରି ପାଇଥିଲେ।

ସାମ୍ପ୍ରତିକ ସମୟରେ ରାସ୍ତାଘାଟ, ଦୋକାନବଜାର, ଜନଗହଳିପୂର୍ଣ୍ଣ ସ୍ଥାନରୁ ଦିନ ଦ୍ୱିପ୍ରହରରେ ଲୁଟେରାମାନେ ଲୋକଙ୍କ ଠାରୁ ସୁନାଚେନ୍ ଝାମ୍ପି ନେଇ ଫେରାର ହୋଇଯାଉଛନ୍ତି। ଜମି ଓ ଘରଡ଼ିହ ପାଇଁ ଭାଇ ଭାଇ ଭିତରେ ବିବାଦ ଉଗ୍ରରୂପ ନେଉଛି, ଟଙ୍କା ପାଇଁ ପରିବାର ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଥିବା ବେଳେ, ସ୍ୱଚ୍ଛ ସାଥୀ ପୂଜା ସିଂ, ତୁଳା ବେହେରା, ମୀନତୀ ପଟ୍ଟନାୟକ ଏବଂ ଅଟୋଚାଳକଙ୍କ ବଦାନ୍ୟତା, ମାନବିକତା ଓ ମହାନତା ସତରେ ସ୍ୱାଗତଯୋଗ୍ୟ। ଏହି ତିନିଜଣ ମହିୟସୀ ମହିଳାଙ୍କ ତ୍ୟାଗ ଓ ଆଦର୍ଶକୁ ଆଜିର ଯୁବ ସମାଜ ଅନୁସରଣ କରିବା ଉଚିତ୍।

ମୋ : ୮୩୨୮୮୪୦୨୧୪, କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ଇତିହାସ କୋଣାର୍କ ମନ୍ଦିର ଧର୍ମପଦ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

May 27, 2026

ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ପାକିସ୍ତାନ ଏବଂ ଚୀନ୍: ମିଳିତ ବିବୃତ୍ତିରେ ଉଲ୍ଲେଖ କଲେ କାଶ୍ମୀର ପ୍ରସଙ୍ଗ

May 26, 2026

କର୍ଣ୍ଣାଟକରେ ପରିବର୍ତ୍ତନ ହେବ ନାହିଁ ମୁଖ୍ୟମନ୍ତ୍ରୀ: କଳ୍ପନାଜଳ୍ପନାକୁ ଖାରଜ କଲା କଂଗ୍ରେସ

May 26, 2026

ବିଜେପିରେ ସାମିଲ ହେଲେ ବିଜେଡି ନେତା ତଥା ପୂର୍ବତନ ସାଂସଦ ଦେବାଶିଷ ସାମନ୍ତରାୟ

May 26, 2026
Latest News

ଓଡିଶା ପୋଲିସରେ ବଡ ଘୋଷଣା

May 27, 2026

ବାଙ୍କୀ ଉପଜିଲ୍ଲାପାଳଙ୍କ ଗାଡି ଦୁର୍ଘଟଣାଗସ୍ତ

May 27, 2026

କେରଳମର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଘରେ ଇଡି ଚଢାଉ

May 27, 2026

ମା – ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ

May 27, 2026

ଆଜି ଢେଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.