Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ଅଫିସରେ ତଥାଗତ ଶତପଥୀ, ଦଳକୁ ପୁଣି ଫେରିବା ନେଇ ଚର୍ଚ୍ଚା
ବିଶେଷ ଖବର

ବିଜେଡି ଅଫିସରେ ତଥାଗତ ଶତପଥୀ, ଦଳକୁ ପୁଣି ଫେରିବା ନେଇ ଚର୍ଚ୍ଚା

April 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Tathagata
ବିଜେଡି ଅଫିସରେ ତଥାଗତ ଶତପଥୀ, ପୁଣି ଦଳକୁ ଫେରିବା ନେଇ ଆରମ୍ଭ ହେଲା ଚର୍ଚ୍ଚା

ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟାରେ ବିଜେଡିର ନୂଆ କାର୍ଯ୍ୟାଳୟର ଶଙ୍ଖ ଭବନ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ତେବେ ଏହି ନୂଆ ଅଫିସକୁ ନେଇ ରାଜ୍ୟ ରାଜନୀତିରେ ଯେତିକି ଚର୍ଚ୍ଚା ସେତିକି ଚର୍ଚ୍ଚା ହେଉଛି ତଥାଗତ ଶତପଥୀଙ୍କୁ ନେଇ।

ଏହି ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ଦଳର ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ ବର୍ତ୍ତମାନ ବିଜେଡିରେ ନାହିଁନ୍ତି। ଗତ ସାଧାରଣ ନିର୍ବାଚନ ବେଳେ ସେ ଆଉ ରାଜନୀତି କରିବେ ନାହିଁ ଘୋଷଣା କରି ତାଙ୍କର ପାରଂପାରିକ ଆସନ ଢେଙ୍କାନାଳରୁ ଟିକେଟ ନେଇ ନ ଥିଲେ। ତାପରଠାରୁ ସେ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାଁନ୍ତି।

ହେଲେ ହଠାତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତଥାଗତଙ୍କ ବିଜେଡି କାର୍ଯ୍ୟାଳୟରେ ଆର୍ବିଭାବ ସମସ୍ତଙ୍କୁ ଚକିତ କରିଦେଇଛି। ସେଠାରେ ଉପସ୍ଥିତି ସାମ୍ବାଦିକ ଏବଂ ନେତାମାନେ ଭାବି ନେଲେ ଯେ, ତଥାଗତ ପୁଣି ଦଳକୁ ଫେରି ଢେଙ୍କାନାଳରୁ ଲଢେଇ କରିବେ। କାରଣ ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛିଡା ହେଉଥିବାରୁ ତଥାଗତ ତାଙ୍କୁ ଉଚିତ ଟକ୍କର ଦେଇପାରିବେ।

ଏସବୁ ଆଶା ଓ ଆଶଙ୍କାକୁ ନିଜେ ବିରାମ ଲଗେଇ ଦେଲେ ତଥାଗତ ଶତପଥୀ। ତାଙ୍କୁ ବିଜେଡି ଅଫିସ ଆସିବାର କାରଣ ପଚାରିବାରୁ ସେ କହିଥିଲେ ଯେ, ମୋତେ ନିମନ୍ତ୍ରଣ କରାଯାଇଥିଲା। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିବାରୁ ମୁଁ ଜଣେ ସାମ୍ବାଦିକ ହିସାବରେ ଆସିଛି।

ତେବେ ଆପଣ କଣ ବିଜେଡିରେ ଯୋଗଦେବେ କି ବୋଲି ପଚାରିବାରୁ ସେ କହିଥିଲେ ଯେ, ମୁଁ ବହୁପୂର୍ବରୁ କହିସାରିଛି ଯେ ମୁଁ କୌଣସି ରାଜନୈତିକ ଦଳ ସହିତ ନାହିଁ। ରାଜନୀତିରୁ ମୁଁ ଦୂରେଇ ଯାଇଛି। ମୋର ଆଉ ରାଜନୀତିରେ ଆଗ୍ରହ ନାହିଁ। ତେବେ ଆପଣଙ୍କୁ ନବୀନ ଟିକେଟ ଦେଲେ ଆପଣ ଲଢେଇ କରିବେ କି ନାହିଁ ପ୍ରଶ୍ନର ଉତ୍ତରେ ସେ ପୁଣି କହିଲେ ଯେ, ମୋତେ ଆଉ ରାଜନୀତି ଭଲ ଲାଗୁ ନାହିଁ।

ତଥାଗତ ୪ ଥର ସାଂସଦ ହୋଇ ଓଡିଶା ରାଜନୀତିରେ ଏକ ସୁଦୃଢ ସ୍ଥିତି ତିଆରି କରିଛନ୍ତି। ସେ ୨୦୧୯ ନିର୍ବାଚନରେ ଲଢେଇ କରିବେ ନାହିଁ ବୋଲି ଘୋଷଣା କରିବା ପରେ ବିଜେଡି ପାଇଁ ଚିନ୍ତାର କାରଣ ହୋଇଥିଲା। କାରଣ ସେଠାରେ ସେତେବେଳେ ତାଙ୍କ ପରି ଜଣେ ପ୍ରାର୍ଥି ମିଳିବା କଷ୍ଟକର ହୋଇପଡିଥିଲା। ଶେଷରେ ମହେଶ ସାହୁ ଦଳ ପ୍ରାର୍ଥୀ କରି ବିଜୟ କରାଇଥିଲା। ହେଲେ ଏଥର ନିର୍ବାଚନରେ ଧର୍ମେନ୍ଦ୍ର ସେଠାରୁ ଛିଡା ହେଉଥିବାରୁ ତାଙ୍କ ବିରୋଧରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ଅଛି।

ଢେଙ୍କାନାଳ ତଥାଗତ ଶତପଥୀ ବିଜେଡି ଅଫିସ
Share. Facebook Twitter LinkedIn Email WhatsApp Copy Link

Related Posts

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ୱାଲଟେୟାର ମଣ୍ଡଳର ପ୍ରମୁଖ ସେକ୍ସନ ଗୁଡିକର ନୀରିକ୍ଷଣ

February 14, 2026

ବିଜେପିରେ ସାମିଲ ହେଲେ ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ଜନପ୍ରତିନଧି ଏବଂ ବିଜେଡି ନେତା ଓ କର୍ମୀ

February 14, 2026

ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

February 14, 2026
Latest News

ଭାରତକୁ ପରାସ୍ତ କରିବ ପାକିସ୍ତାନ!: ଜିମ୍ବାୱେ ର ଉଦାହରଣ ଦେଇ ଉପହାସ କଲେ ମହମ୍ମଦ ୟୁସୁଫ

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ୱାଲଟେୟାର ମଣ୍ଡଳର ପ୍ରମୁଖ ସେକ୍ସନ ଗୁଡିକର ନୀରିକ୍ଷଣ

February 14, 2026

ଆଜି ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 14, 2026

ଯାତ୍ରୀ ସୁରକ୍ଷା ଖର୍ଚ୍ଚକୁ ୧,୧୭,୬୯୩ କୋଟିକୁ ବୃଦ୍ଧି କଲା ଭାରତୀୟ ରେଳବାଇ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.