Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅନ୍ୟର ଚାନ୍ଦା ଉପରେ ମତ ଦେବା ପୂର୍ବରୁ ନିଜ ଦଳର ଡୋନେସନର ତଥ୍ୟ ସଂଗ୍ରହ କରୁ ବିଜେପି: ବିଜେଡ଼ି
ବିଶେଷ ଖବର

ଅନ୍ୟର ଚାନ୍ଦା ଉପରେ ମତ ଦେବା ପୂର୍ବରୁ ନିଜ ଦଳର ଡୋନେସନର ତଥ୍ୟ ସଂଗ୍ରହ କରୁ ବିଜେପି: ବିଜେଡ଼ି

April 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଗତ କିଛିଦିନ ହେଲା କିଛି ବିଜେପି ନେତା ରାଜନୈତିକ ଚାନ୍ଦାକୁ ନେଇ ଗଣମାଧ୍ୟମରେ ନାନାପ୍ରକାର ଅରୁଚିକର ଏବଂ ବିଭ୍ରାନ୍ତିକର ବିବୃତି ଦେଇ ଚାଲିଛନ୍ତି। ଏହି କ୍ରମରେ ଆଜି ବିଜେପି ବିଧାୟକ ବୁଧାନ ମୁର୍ମୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତିକୁ ଆକ୍ଷେପ କରି ଯେଉଁ ବୟାନ ଦେଇଛନ୍ତି, ସେଥିରୁ ତାଙ୍କ ଅଜ୍ଞାନତାର ପରିଚୟ ମିଳୁଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି।

ଏକ ପ୍ରେସ୍ ବିବୃତିରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି; ବିଜେପି ବିଧାୟକ ବୁଧାନ ମୁର୍ମୁ ବୋଧେ ଜାଣି ନାହାନ୍ତି ଯେ ଦେଶରେ ସର୍ବାଧିକ ଡୋନେସନ ପାଉଥିବା ଦଳ ହେଉଛି ତାଙ୍କ ନିଜ ଦଳ ବିଜେପି। ଏହା ପଛକୁ କଂଗ୍ରେସ ଦଳ ରହିଥିବାବେଳେ ଅନ୍ୟ ଆଞ୍ଚଳିକ ଦଳମାନେ ଏହି ଦୁଇ ଜାତୀୟ ଦଳଠାରୁ ଢେର ପଛରେ ରହିଛନ୍ତି।

ଅନ୍ୟ ରାଜନୈତିକ ଦଳଗୁଡ଼ିକ ଭଳି ବିଜୁ ଜନତା ଦଳକୁ ଯେତିକି ଡୋନେସନ ଆସେ, ତାହାର ଗୋଟି ଗୋଟି ହିସାବ ଜାତୀୟ ନିର୍ବାଚନ କମିସନକୁ ଦେବାକୁ ପଡ଼େ। କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ଅନ୍ୟ ସଂସ୍ଥାଗୁଡ଼ିକ ପାଖରେ ମଧ୍ୟ ଏହାର ହିସାବ ରହିଛି।

ଶ୍ରୀ ଦାସ ଆହୁରି କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ସଂପର୍କରେ ମଧ୍ୟ ସେ ରୁଚିହୀନ ଟିପ୍ପଣି ଦେଇ ନିଜ ଅଜ୍ଞାନତାର ପରିଚୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ତାଙ୍କ ସମ୍ପତ୍ତି ତାଲିକା ଦାଖଲ କରନ୍ତି ଏବଂ ତାହା ସର୍ବସାଧାରଣରେ ପ୍ରକାଶିତ ହୁଏ। ତେଣୁ ଏ ବିଷୟରେ କିଛି ନ ଜାଣି ଶ୍ରୀ ମୁର୍ମୁ ବିଜେପି ପ୍ରାୟୋଜିତ ଚ୍ୟାନେଲରେ ଯେଉଁ ବୟାନ ଦେଇଛନ୍ତି ତାହା ମଧ୍ୟ ପ୍ରାୟୋଜିତ ଥିବା ଭଳି ମନେ ହେଉଛି।

ବିଜେଡି ଡୋନେସନର ଉତ୍ସ ସଂପର୍କରେ ମତ ଦେବା ପୂର୍ବରୁ ସେ ପ୍ରଥମେ ତାଙ୍କ ନିଜ ଦଳ ବିଜେପି ଯେଉଁ ବିପୁଳ ଡୋନେସନ ଲାଭ କରିଛି, ସେ ନେଇ ତଥ୍ୟ ସଂଗ୍ରହ କରନ୍ତୁ ବୋଲି ଶ୍ରୀ ଦାସ ତାଙ୍କୁ ପରାମର୍ଶ ଦେଇଛନ୍ତି।

ବିଜେଡି ବିଜେପି ରାଜନୈତିକ ଚାନ୍ଦା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପ୍ରଥମ ପର୍ଯ୍ୟାୟରେ ହେବ ୨୨୦୦ଟି ସ୍କୁଲ,ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

July 8, 2026

E20 ଇନ୍ଧନ ଉପରେ ନୀତିନ ଗଡକରୀଙ୍କ ଖୋଲା ଚ୍ୟାଲେଞ୍ଜ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

July 8, 2026

ଆଉ ବିଶ୍ୱକୁ ତେଲ ବିକ୍ରୟ କରିପାରିବ ନାହିଁ ଇରାନ: ପୁଣି କଟକଣା ଲଗାଇଲେ ଟ୍ରମ୍ପ

July 8, 2026

ଏଲ୍‍ନିନୋ ଚିନ୍ତା: ରାଜ୍ୟଗୁଡ଼ିକରେ ପର୍ଯ୍ୟାପ୍ତ କୃଷି ଓ ଖାଦ୍ୟ ସାମଗ୍ରୀ ମହଜୁଦ ପାଇଁ ପରାମର୍ଶ

July 8, 2026
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପ୍ରଥମ ପର୍ଯ୍ୟାୟରେ ହେବ ୨୨୦୦ଟି ସ୍କୁଲ,ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଦେଶର ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି

July 8, 2026

ଭୁବନେଶ୍ୱରରେ ମତ୍ସ୍ୟ ଏବଂ ଜଳକୃଷି ବିକାଶ ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

July 8, 2026

ଓଡ଼ିଶା ପୋଲିସ ଦ୍ଵାରା ‘ଇ-ଜିରୋ ଏଫ୍ଆଇଆର୍’ ବ୍ୟବସ୍ଥାର ଶୁଭାରମ୍ଭ

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.