Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଣି ଥରେ ବାଜି ମାରିନେଲେ ଧର୍ମେନ୍ଦ୍ର ପ୍ରଧାନ , ଜଳକା ହୋଇ ପଡି ରହିଲେ ଜୁଏଲ ଓରାମ ଓ ଅନ୍ୟମାନେ
ବିଶେଷ ଖବର

ପୁଣି ଥରେ ବାଜି ମାରିନେଲେ ଧର୍ମେନ୍ଦ୍ର ପ୍ରଧାନ , ଜଳକା ହୋଇ ପଡି ରହିଲେ ଜୁଏଲ ଓରାମ ଓ ଅନ୍ୟମାନେ

May 31, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Again Dharmendra Pradhan gets a minister in Modi Govt
Again Dharmendra Pradhan gets a minister in Modi Govt

କେଦାର ମିଶ୍ର

ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ଦ୍ଵିତୀୟ ପାଳିର ସରକାର ଆରମ୍ଭ ହୋଇଛି। ନୂଆ ମୋଦୀ ସରକାରରେ ଏବେ ଯୋଗ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଅର୍ଥାତ ଏବେ ବିଧିବଦ୍ଧ ଭାବରେ ମୋଦୀ-ଶାହ ସରକାର ଆରମ୍ଭ ହେଲା। ତେବେ ମୋଦୀ ସରକାରର ପ୍ରଥମ ପାଳିରେ ଓଡିଶାରୁ ଜଣେ ମାତ୍ର ଲୋକସଭା ସଦସ୍ୟ ନିର୍ବାଚିତ ହୋଇଥିଲେ ହେଁ, ଦୁଇଜଣ ଓଡିଆ ମନ୍ତ୍ରୀ ପଦ ପାଇଥିଲେ। ଜୁଏଲ ଓରାମ କ୍ୟାବିନେଟ ମନ୍ତ୍ରୀ ଓ ଧର୍ମେନ୍ଦ୍ର ପ୍ରଧାନ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ। ହେଲେ ଏଇ ନିର୍ବାଚନରେ ଓଡିଶାରୁ ଆଠ ଜଣ ଲୋକସଭା ସଦସ୍ୟ ବିଜେପିରୁ ଯାଇଛନ୍ତି। ହେଲେ ମନ୍ତ୍ରୀ ହେଲାବେଳକୁ ପୁଣି ସେଇ ଦୁଇ ଜଣ। ଧର୍ମେନ୍ଦ୍ର ଓଡିଶାରୁ ନିର୍ବାଚିତ ହୋଇ ନାହାନ୍ତି। ସେ ରାଜ୍ୟସଭାକୁ ଆଗରୁ ବିହାରରୁ ଯାଇଥିଲେ, ଏବେ ମଧ୍ୟ ପ୍ରଦେଶର ପ୍ରତିନିଧି ଅଛନ୍ତି। ଏମିତି ଦେଖିଲେ ମନ୍ତ୍ରୀ ମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଦେଶର ପ୍ରତିନିଧି। ଗତ ପନ୍ଦର ବର୍ଷ ହେଲା ସେ ଓଡିଶାରେ ନିର୍ବାଚନ ଲଢି ନାହାନ୍ତି। ତେଣୁ ତାଙ୍କୁ ଓଡିଶାରୁ ପ୍ରତିନିଧି ବୋଲି ଭାବିବା ଠିକ ହେବନାହିଁ। ସେହି ପୃଷ୍ଠଭୂମିରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଜଣେ ମାତ୍ର ଓଡିଶାର ପ୍ରତିନିଧି ଅଛନ୍ତି, ଆଉ ସେ ହେଲେ ବାଲେଶ୍ଵର ଲୋକସଭା ସଦସ୍ୟ ପ୍ରତାପ ଷଡଙ୍ଗୀ। ତାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା।

ଏଠି ଆମର ପ୍ରଶ୍ନ ହେଉଛି, ଓଡିଶାରୁ ବିଜେପିର ଏକମାତ୍ର ନେତା ଜୁଏଲ ଓରାମ ସବୁ କଠିନ ସମୟରେ ନିର୍ବାଚିତ ହୋଇକି ଯାଉଥିବା ବେଳେ, ତାଙ୍କୁ ମନ୍ତ୍ରୀ ତାଲିକାରୁ ବାଦ ଦେବାର କାରଣ କଣ? ଗତ ମନ୍ତ୍ରିମଣ୍ଡଳରେ ଜୁଏଲ ଭଲ କାମ କରିନଥିଲେ କି? ଯଦି ମୋଦୀ-ଶାହ ଜୁଏଲଙ୍କୁ ଅଯୋଗ୍ୟ ବୋଲି ଭାବିଲେ ତାଙ୍କୁ ସୁନ୍ଦରଗଡରୁ ପୁଣିଥରେ ଟିକଟ ଦେଉଥିଲେ କାହିଁକି? ଜଣେ ନେତା ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇ ୨ ଲକ୍ଷରୁ ଅଧିକ ବ୍ୟବଧାନରେ ଜିତିକରି ଗଲାବେଳେ, ତାକୁ ମନ୍ତ୍ରିମଣ୍ଡଳରୁ ବିଦା କରି ଦିଆଯାଉଛି। ତାଙ୍କ ପରିବର୍ତ୍ତେ ଯାହାଙ୍କୁ ଓଡିଶାର ପ୍ରତିନିଧି ବୋଲି କୁହାଯାଉଛି, ସେ ନିଜ ଦମ୍ଭରେ ଆଜି ପର୍ୟନ୍ତ ଗୋଟିଏ ବି ନିର୍ବାଚନ ଜିଣି ନାହାନ୍ତି। ଯେଉଁ ଦୁଇଥର ସେ ଲୋକସଭା କୁ ଯାଇଥିଲେ, ତାହା ବିଜେଡି-ବିଜେପି ମେଣ୍ଟ ଥିବା ବେଳେ ହିଁ ସମ୍ଭବ ହୋଇଛି। ଓଡିଶାରେ ନ ରହି, ଓଡିଶାରୁ ନିର୍ବାଚନ ନ ଲଢି, ଓଡିଶାର ପ୍ରତିନିଧି ହେବା ପଛରେ କଣ କାରଣ ରହିଛି, ସେ କଥା ଅବଶ୍ୟ ଲୋକେ ଜାଣନ୍ତି।

ଓଡିଶାରୁ ଯେଉଁ ବିଜେପି ନେତାମାନେ ଲୋକସଭାକୁ ନିର୍ବାଚିତ ହୋଇକି ଗଲେ ସେମାନେ ମନ୍ତ୍ରୀ ହେବାକୁ ଅଯୋଗ୍ୟ କି? ପଶ୍ଚିମ ଓଡିଶାରୁ ବିଜେପି ସବୁବେଳେ ବିପୁଳ ସମର୍ଥନ ପାଇ ଆସୁଥିବା ବେଳେ ନେତୃତ୍ୱ ପ୍ରସଙ୍ଗ ଆସିଲେ ଓ କ୍ଷମତା ବଣ୍ଟନ କ୍ଷେତ୍ରରେ ପଶ୍ଚିମ ଓଡିଶାର ନେତାମାନେ କୋଣଠେସା ହୋଇ ରହନ୍ତି କାହିଁକି? ଜୁଏଲ ଓରାମ ଉଭୟ ବାଜପାୟୀ ଓ ମୋଦୀ ସରକାରରେ ମନ୍ତ୍ରୀ ରହିଥିଲେ ମଧ୍ୟ, ତାଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ସେତେଟା ଗୁରୁତ୍ଵ ନ ଦେବାର କାରଣ କଣ? ରାଜ୍ୟ ବିଜେପିର ସବୁଠୁ ପୁରୁଖା ଆଦିବାସୀ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରି ନରେନ୍ଦ୍ର ମୋଦୀ ବୋଧେ ଏଇ ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ, ତାଙ୍କ ଟିମରେ ଆଦିବାସୀ ଓ ଲୋକପ୍ରିୟ ନେତାଙ୍କର ଆବଶ୍ୟକତା ନାହିଁ। ଆମ ଲୋକ ବି ବିଚିତ୍ର। ପ୍ରତାପ ଷଡଙ୍ଗୀଙ୍କୁ ମହାପୁରୁଷ କରିବାରେ ଆମେ ବହୁ କାହାଣୀ ଲେଖି ସାରିଲୁଣି। ହେଲେ ଜୁଏଲଙ୍କ ଲାଗି କାହା ମନରେ ସାମାନ୍ୟ ଆଗ୍ରହ ନାଇଁ।

ଏଠି କହିଲେ ଅନେକଙ୍କୁ ଖରାପ ଲାଗିପାରେ, ହେଲେ ଅସଲ ସତ୍ୟ ହେଉଛି, ରାଜ୍ୟର ଆଦିବାସୀ ଓ ଦଳିତ ନେତୃତ୍ବକୁ ହେୟ କରି ଦେଖିବାର ଏକ ଭୟଙ୍କର ମାନସିକତା ଆମର ରହି ଆସିଛି। ଧର୍ମେନ୍ଦ୍ର ଓ ପ୍ରତାପ ଆମ ଲାଗି ନାୟକ, କାରଣ ଏମାନେ ତଥାକଥିତ ଉଚ୍ଚ ବର୍ଗର ପ୍ରତିନିଧି। ହେଲେ ଜଣେ ଆଦିବାସୀ ଯୁବକର ସଂଘର୍ଷ ଆମଲାଗି ବଡ ଆକର୍ଷଣ ନୁହେଁ। ଆସନ୍ତା କାଲି ହୁଏତ ଜୁଏଲଙ୍କୁ ଅନ୍ୟ କେଉଁଠି ଥଇଥାନ କରାଯାଇପାରେ। ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡିଶାର ଆଦିବାସୀଙ୍କୁ ଜୁଏଲଙ୍କ ପ୍ରସଙ୍ଗରେ କି ଉତ୍ତର ଦେବ? ଜୁଏଲଙ୍କ ସହିତ ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନରୁ ଜିତିଥିବା ଅପରାଜିତା ଷଡଙ୍ଗୀ କିମ୍ବା ବଲାଙ୍ଗୀରରୁ ଚତୁର୍ଥ ଥର ଲାଗି ଲୋକସଭାକୁ ପ୍ରତିନିଧିତ୍ଵ କରୁଥିବା ସଙ୍ଗୀତା ସିଂ ଦେଓ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି ବୋଲି ଆଶା କରାଯାଉଥିଲା। ତେବେ ୫୯ ଜଣିଆ ମନ୍ତ୍ରିମଣ୍ଡଳରେ ମାତ୍ର ୬ ଜଣ ମହିଳା ସଦସ୍ୟ ଥିବା ବେଳେ ଓଡିଶାର ଏ ମହିଳା ସାଂସଦ ମାନେ ଜାଗା ପାଇଥାନ୍ତେ କେଉଁଠି?

dharmendra minister odishabjp odishaministers
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.