Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମ୍ବଲପୁରରେ ପୁନର୍ବାର ବିଶୃଙ୍ଖଳା ସୃଷ୍ଟି ହେଲେ ବିଜେପି ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବ: ବିଜେଡି
ବିଶେଷ ଖବର

ସମ୍ବଲପୁରରେ ପୁନର୍ବାର ବିଶୃଙ୍ଖଳା ସୃଷ୍ଟି ହେଲେ ବିଜେପି ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବ: ବିଜେଡି

May 2, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କିଛିଦିନ ପୂର୍ବେ ସମ୍ବଲପୁରରେ ଯେଉଁ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା, ତାହା ସମସ୍ତଙ୍କୁ  ବ୍ୟଥିତ କରିଥିଲା। ତେବେ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରୟାସ ଏବଂ ପୁଲିସ ଓ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଫଳରେ ସମ୍ବଲପୁରରେ ଶାନ୍ତି ଓ ସ୍ଵଭାବିକ ସ୍ଥିତି ଫେରି ଆସିଛି। ଏହି ଘଟଣାରେ ସଂପୃକ୍ତ ଅଧିକାଂଶ ଗଣ୍ଡଗୋଳକାରୀ ଗିରଫ ହୋଇ ଜେଲରେ ଅଛନ୍ତି। ମାତ୍ର ଏହି ଘଟଣାକୁ ନେଇ ହୀନ ରାଜନୀତିର ଖେଳ ଖେଳିବା ପାଇଁ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଜରିଆରେ ଉଦ୍ୟମ କରୁଛି। ଏହା ଫଳରେ ଯଦି ସମ୍ୱଲପୁରରେ ପୁଣିଥରେ ବିଶୃଙ୍ଖଳା ସୃଷ୍ଟି ହୁଏ, ତେବେ ଏଥିପାଇଁ ଓଡ଼ିଶା ବିଜେପି ସଂପୂର୍ଣ୍ଣ ରୂପେ ଦାୟୀ ରହିବ ବୋଲି ବିଜୁ ଜନତା ଦଳ ଚେତାଇ ଦେଇଛି।

ଆଜି ସମ୍ବଲପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଜେଡିର ବରିଷ୍ଠ ନେତ୍ରୀ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ କହିଲେ ଯେ ସମ୍ବଲପୁର ହେଉଛି ଶାନ୍ତି ଓ ଭାଇଚାରାର ସହର। ଗୋଟିଏ ଅପ୍ରୀତିକର ଘଟଣା ପରେ ଧର୍ମମତ ନିର୍ବିଶେଷରେ ସଭିଙ୍କ ପ୍ରୟାସ ଫଳରେ ଶାନ୍ତି ଫେରିଆସିଛି। ମାତ୍ର ଏହାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଅସୁଖୀ ହୋଇ ପଡ଼ିଛନ୍ତି। ସେମାନେ ଚାହାନ୍ତି, ସମ୍ବଲପୁରରେ ଏହି ବିଶୃଙ୍ଖଳା ଲାଗି ରହୁ, ଯାହାକୁ ନେଇ ସେମାନେ ହୀନ ରାଜନୀତିର ଖେଳ ଖେଳିପାରିବେ ଏବଂ ଏହାକୁ ଚଳାଇ ରଖିବା ଲାଗି ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଇ ଆସୁଛନ୍ତି। ଏହାର ଏକ ଆୟୁଧ ଭାବେ ସେମାନେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ବ୍ୟବହାର କରୁଛନ୍ତି।

ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଥିଲେ ଯେ ସମ୍ବଲପୁରକୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇ ଓଡ଼ିଶା ବିଜେପି କ’ଣ ଏଇ କଥା କହିବାକୁ ଚାହୁଁଛି ଯେ ମାନ୍ୟବର କୋର୍ଟ, ତଦନ୍ତକାରୀ ସଂସ୍ଥା, ମାନବାଧିକାର କମିସନ ବା ଏସ୍‌ଟି କମିସନ ଭଳି ଆୟୋଗ ଉପରେ ମଧ୍ୟ ସେମାନଙ୍କର ଭରସା ନାହିଁ ? ଯଦି ଏହା ଠିକ୍ ତେବେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଭଳି ବିଜେପିଶାସିତ ରାଜ୍ୟରେ ଯେତେବେଳେ ନିୟମିତ ଭାବେ ଏମିତି ଅଘଟଣମାନ ଘଟେ, ସେଠାକୁ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଏ କି ?

ସେ ଆହୁରି କହିଲେ ଯେ ଯେତେବେଳେ ଏଭଳି ବିଶୃଙ୍ଖଳା ସୃଷ୍ଟି ହୁଏ, ଗରିବ ଓ ଖଟିଖିଆ ଲୋକଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୁଏ। ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା କ୍ଷୁଦ୍ର ବ୍ୟବସାୟୀମାନେ ଦୁଃଖ ଭୋଗନ୍ତି, କାରଣ ସେମାନଙ୍କ ଦୋକାନ ବଜାର ବନ୍ଦ ହୋଇଯାଏ। ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଗୁଡ଼ିକ ମଧ୍ୟ ସେମାନଙ୍କ ଉତ୍ପାଦନ ଓ ବ୍ୟବସାୟ ବନ୍ଦ ରଖିବାକୁ ବାଧ୍ୟ ହୁଅନ୍ତି। ଲୋକେ ଏଭଳି ଦୁର୍ଦ୍ଦଶା ଭୋଗନ୍ତୁ ବୋଲି ଓଡ଼ିଶା ବିଜେପି ଚାହୁଁଛି କି ? ଗଣ୍ଡଗୋଳ ଓ ବିଶୃଙ୍ଖଳା ଯୋଗୁଁ ଦୋକାନବଜାର ବନ୍ଦ ହୋଇଗଲେ, ପନିପରିବା, ଫଳମୂଳ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଉତ୍ପାଦନ କରୁଥିବା ଗରିବ ଚାଷୀଠୁ ଆରମ୍ଭ କରି ଛୋଟ ପରିବାବିକାଳୀଟିଏ ମଧ୍ୟ ଏହା ବିକ୍ରି କରି ନ ପାରି ହଇରାଣ ହୁଅନ୍ତି। ଗରିବ ଚାଷୀ ଓ ଛୋଟ ପରିବାବିକାଳୀ ଏମିତି କ୍ଷତି ସହନ୍ତୁ ଏବଂ ଯନ୍ତ୍ରଣା ପାଆନ୍ତୁ ବୋଲି ଓଡ଼ିଶା ବିଜେପି ଚାହୁଁଛି କି ? ଏଭଳି ବିଶୃଙ୍ଖଳା ଯୋଗୁଁ ପ୍ରତିଦିନ କାମ କରି ଜୀବିକା ଅର୍ଜନ କରୁଥିବା ହଜାର ହଜାର ଗରିବ ଦିନମଜୁରିଆ ଘରୁ ପଦାକୁ ବାହାରି ପାରନ୍ତି ନାହିଁ। ମଧ୍ୟବିତ୍ତ ଲୋକେ ବି ସେମାନଙ୍କ କର୍ମସ୍ଥଳୀକୁ ଯାଇପାରନ୍ତି ନାହିଁ। ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ, ଟିଉସନ୍ ଯିବାରୁ ବଞ୍ଚିତ ହୁଅନ୍ତି। ସ୍ଥାନୀୟ ଅଟୋଚାଳକଠୁ ନେଇ ଘରୋଇ ବସ୍‌ ଡ୍ରାଇଭର, ଗାଡ଼ି ମାଲିକ ପର୍ଯ୍ୟନ୍ତ ସମସ୍ତେ ଯନ୍ତ୍ରଣା ଭୋଗନ୍ତି। ସମସ୍ତେ ଏମିତି ଦୁର୍ଦ୍ଦଶାର ଶିକାର ହୁଅନ୍ତୁ ବୋଲି ଓଡ଼ିଶା ବିଜେପି ଚାହେଁ କି ?

ଓଡିଶା ବିଜେପିକୁ ଆକ୍ଷେପ କରି ଶ୍ରୀମତୀ ଛୁରିଆ କହିଲେ ଯେ ଏଭଳି ଗଣ୍ଡଗୋଳ ଓ ବିଶୃଙ୍ଖଳାକୁ ଜାରି ରଖିବା ପାଇଁ ଓଡ଼ିଶା ବିଜେପି ଜାଣିଶୁଣି ରଣନୀତି ପ୍ରସ୍ତୁତ କରିଛି, ଯାହାକୁ ଆଧାର କରି ସେମାନେ ହୀନ ରାଜନୀତିର ଖେଳ ଖେଳିପାରିବେ। ସେମାନେ କ’ଣ ଭାବୁଛନ୍ତି ଯେ ଏଭଳି ଗଣ୍ଡଗୋଳ ଓ ବିଶୃଙ୍ଖଳା ସୃଷ୍ଟି ପାଇଁ ଉସୁକାଇଲେ, ଓଡ଼ିଶାବାସୀ ସେମାନଙ୍କୁ ଭୋଟ ଦେବେ ? ସେମାନଙ୍କର ଏଭଳି ଦୁରାଶା କେବେବି ପୂରଣ ହେବ ନାହିଁ। ଓଡ଼ିଶା ବିଜେପିର ଏଭଳି ହୀନ ରାଜନୀତି ପାଇଁ ଅତ୍ୟନ୍ତ ଅସୁଖୀ ଏବଂ କ୍ଷୁବ୍ଧ ଅଛନ୍ତି। ଏହି କାରଣରୁ ସେମାନେ ଓଡ଼ିଶାରେ ବିଜେପିକୁ ବିଗତ ୨୩ ବର୍ଷ ହେଲା ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ। ଏବେ ଯଦି ପୁଣିଥରେ କିଛି ବିଶୃଙ୍ଖଳା ସୃଷ୍ଟି ହୁଏ, ତେବେ ଏହା କେବଳ ଓଡ଼ିଶା ବିଜେପି ପାଇଁ ଘଟିବ ଏବଂ  ଜାଣିଶୁଣି ଏଠାରେ ରାଜ‌ନୈତିକ ବିଶୃଙ୍ଖଳା ସୃଷ୍ଟି କରିବାକୁ ସେମାନଙ୍କର ରଣନୀତି ପାଇଁ ହିଁ ଉତ୍ପନ୍ନ ହେବ। ଏହି ବିଶୃଙ୍ଖଳା ପାଇଁ ଓଡ଼ିଶା ବିଜେପି ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବ। ଲୋକେ ଏହା ମଧ୍ୟ ହୃଦୟଙ୍ଗମ କରିବେ ଯେ ଏଭଳି ଏକ ପାର୍ଟି ଓଡ଼ିଶାର ସ୍ଵାସ୍ଥ୍ୟ ଓ କଲ୍ୟାଣ ପାଇଁ ଆଦୌ ମଙ୍ଗଳକର ନୁହେଁ। ଏହା ଫଳରେ ଓଡ଼ିଶାବାସୀଙ୍କ ଆଗରେ ଓଡ଼ିଶା ବିଜେପିର ଛବି ଆହୁରି ମଳିନ ହୋଇଯିବ ବୋଲି ସେ ଚେତାଇ ଦେଇଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରର ପୂର୍ବତନ ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀ,  ବିଜେଡିର ସମ୍ବଲପୁର ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ବରିଷ୍ଠ ବିଜେଡି ନେତା ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ଓ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେଡି ବିଜେପି ସମ୍ବଲପୁର ହିଂସା ସ୍ନେହାଙ୍ଗିନୀ ଛୁରିଆ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.