Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜନ୍ମସ୍ଥାନ ଭ୍ରମଣ ଶେଷ କରି ଆଜି ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି, ଏହି ଗସ୍ତ ଏକ ସ୍ମରଣୀୟ ମୁହୁର୍ତ୍ତ
ବିଶେଷ ଖବର

ଜନ୍ମସ୍ଥାନ ଭ୍ରମଣ ଶେଷ କରି ଆଜି ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି, ଏହି ଗସ୍ତ ଏକ ସ୍ମରଣୀୟ ମୁହୁର୍ତ୍ତ

May 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
President
ଜନ୍ମସ୍ଥାନ ଭ୍ରମଣ ଶେଷ କରି ଆଜି ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି, ଏହି ଗସ୍ତ ଏକ ସ୍ମରଣୀୟ ମୁହୁର୍ତ୍ତ

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ହେଉଛି ଶେଷ ଦିନ। ଆଜି ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଏହି ଗସ୍ତର ଶେଷ ପର୍ଯ୍ୟାୟରେ ସେ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିଛନ୍ତି। ସେ ମୁଣ୍ଡରେ ଟୋପି ପିନ୍ଧି ଏକାଏକା ଅଭୟାରଣ୍ୟ ଭିତରେ ଭ୍ରମଣ କରିଛନ୍ତି। ରାଷ୍ଟ୍ରପତି ଶୁକ୍ରବାର ସକାଳୁ ନିଜ ଗ୍ରାମରୁ ବାହାରି ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ। ଏହାପରେ ସେ ରାଇରଂଗପୁରର ଦାଣ୍ଡବୋଷରେ ଅଲିଚିକି ଭାଷାର ଜନକ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

ଏହାପରେ ସେ ହେଲିକାପ୍ଟରରେ ଯଶିପୁରରେ ପହଞ୍ଚିବା ପରେ କାରକେଡରେ ଶିମିଳିପାଳ ଅଭୟାରଣ୍ୟକୁ ଯାଇଥିଲେ। ସେଠାରେ ଅଭୟାରଣ୍ୟ ତରଫରୁ ପାରଂପାରିକ ନୃତ୍ୟଗୀତରେ ସ୍ବାଗତ କରି ଭିତରକୁ ପାଛୋଟି ନିଆଯାଇଥିଲା। ରାଷ୍ଟ୍ରପତି ସେଠାରେ ପ୍ରାୟ ଦୁଇ ଘଣ୍ଟା ଭ୍ରମଣ କରିଥିଲେ। ଅଭୟାରଣ୍ୟ ବୁଲିବା ପାଇଁ ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ଗାଡିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ରାଷ୍ଟ୍ରପତି ଗାଡି ଛାଡି କିଛି ସମୟ ଏକା ଏକା ମଧ୍ୟ ବୁଲିଥିଲେ। ଶିମିଲିପାଳର ପ୍ରାକୃତିକ ଶୋଭାରାଶି ଦେଖି ସେ ଅଭିଭୂତ ହୋଇପଡିଥିଲେ। ସେ ପିଲାଟି ଦିନରୁ ପ୍ରାକୃତିକ ପରିବେଷ ମଧ୍ୟରେ ବଢିଥିଲେ ମଧ୍ୟ ଶିମିଳିପାଳ ଶୋଭା ତାଙ୍କୁ ବେଶ ଆକର୍ଷିତ କରିଥିଲା। ସେଠାରେ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏଥିରେ ପଣସ ତରକାରୀ କରାଯିବା ସହିତ ପାରଂପାରିକ ଖାଦ୍ୟ ପରଶା ଯାଇଥିଲା।

ଶୁକ୍ରବାରରେ ରାଷ୍ଟ୍ରପତି ବାରିପଦା ସର୍କିଟ ହାଉସରେ ରାତ୍ରୀଯାପନ କରିଥିଲେ। ସେଠାରେ ମଧ୍ୟ ରାତ୍ରୀ ଭୋଜନରେ ପାରଂପାରିକ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ଏଥିରେ ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋରମା ରାଷ୍ଟ୍ରପତିଙ୍କୁ ପରଷା ଯାଇଥିଲା।

ଏହାପରେ ଆଜି ସକାଳୁ ସେ ବାରିପଦା ସର୍କିଟ ହାଉସରୁ ବାହାରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେବେ। ସେଠାରେ ସେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ନିଜ ଜନ୍ମମାଟିରେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସେଠାକାର ଲୋକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ନିଜ ମାଟିର ଝିଅ ରାଷ୍ଟ୍ରପତି ହୋଇଥିବାରୁ ସମସ୍ତଙ୍କ ଆଖି ଛଳଛଳ ହୋଇଯାଇଛି।

ଗୁରୁବାର ରାତିରେ ରାଷ୍ଟ୍ରପତି ଅତିଥୀ ଭବନରେ ନ ରହି ନିଜ ଘରେ ଅବସ୍ଥାନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କର ରହଣୀ ରାଇରଙ୍ଗପୁର ଗେଷ୍ଚ ହାଉସରେ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେ ସେଠାରେ ରହି ନ ଥିଲେ। ପ୍ରୋଟକଲ ପରିତ୍ୟାଗ କରି ସେ ନିଜ ଘରେ ପରିବାର ଲୋକଙ୍କ ସହ ଖାଇବା ଏବଂ ସେହିଠାରେ ରାତ୍ରୀ ଯାପନ ମଧ୍ୟ କରିଥିଲେ।

ପରିବାର ଲୋକେ ରାଷ୍ଟ୍ରପତିଙ୍କ ପାଇଁ ରୁଟି, ଚକୁଳି, ଡାଲମା, ସଜନା ଛୁଇଁ ଭଜା ଓ ଅତି ପ୍ରିୟର ଛତୁ ବେସର ପ୍ରସ୍ତୁତ କରିଥିଲେ। ରାତି ପର୍ଯ୍ୟନ୍ତ ରାଷ୍ଟ୍ରପତି ପରିବାର ଲୋକଙ୍କ ସହିତ ଗପସପ କରିଥିଲେ। ରାଷ୍ଟ୍ରପତି ତାଙ୍କ ଜନ୍ମସ୍ଥାନର ଗସ୍ତ ଶେଷ କରି ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଗସ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନିଶ୍ଚିତ ଏକ ସ୍ମରଣୀୟ ମୁହୁର୍ତ୍ତ ହୋଇ ରହିବ।

ଜନ୍ମମାଟିରେ ଦ୍ରୌପଦୀ ମୁର୍ମୁ ଦ୍ରୌପଦୀ ମୁର୍ମୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ରାଇରଙ୍ଗପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.