Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବରରେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ବୈଠକ, ପ୍ରତିନିଧିସ୍ତରୀୟ ଆଲୋଚନା ଆରମ୍ଭ
ବିଶେଷ ଖବର

ଭୁବନେଶ୍ବରରେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ବୈଠକ, ପ୍ରତିନିଧିସ୍ତରୀୟ ଆଲୋଚନା ଆରମ୍ଭ

May 15, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଜି ୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ବୈଠକର ପ୍ରତିନିଧିସ୍ତରୀୟ ଆଲୋଚନା ଆଜି ଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଡୋନର ମନ୍ତ୍ରୀ ଜି.କିଷନ ରେଡ୍ଡୀ, କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉଦଘାଟନୀ ଅଧିବେଶନରେ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଜି. କିଷନ ରେଡ୍ଡୀ କହିଥିଲେ ଯେ, ବିଶ୍ବ ନୀତି ନିର୍ଦ୍ଧାରଣରେ ସଂସ୍କୃତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। କାରଣ ଏହା ବର୍ତ୍ତମାନର ସମସ୍ୟା ପାଇଁ ଅଧିକ ସମାବେଶୀ ଓ ଦୀର୍ଘସ୍ଥାୟୀ ସମାଧାନ ଯୋଗାଇ ଦେଇଥାଏ। ସେ ଆହୁରି କହିଥିଲେ ଯେ, ଏହି ପରିପ୍ରେକ୍ଷୀରେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବିଭିନ୍ନ ସଦସ୍ୟମାନଙ୍କ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହନ ଦେବା ଏବଂ ଆଲୋଚନାକୁ ପ୍ରସାରିତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆମେ ସାଂସ୍କୃତିକ ଆଲୋଚନାକୁ ପ୍ରୋତ୍ସାହନ ଦେବା, ସହଭାଗୀ ଅଧ୍ୟୟନକୁ ଆଗେଇ ନେବା ଏବଂ ସଦସ୍ୟମାନଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଲାଗି ସଂକଳ୍ପବଦ୍ଧ ରହିଛୁ। ଏଥିସହିତ ପ୍ରତ୍ୟେକ ରାଷ୍ଟ୍ରର ଅଭିନବ ସାଂସ୍କୃତିକ ପରିଦୃଶ୍ୟ ଏବଂ ଐତିହ୍ୟକୁ ଯଥୋଚିତ ମାନ୍ୟତା ଦେଉଛୁ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ଏକ ସହଭାଗୀ ସଂକଳ୍ପ ନେଇ, ଆମେ ଅଧିକ ସମାନତାପୂର୍ଣ୍ଣ ଏବଂ ସାଂସ୍କୃତିକ ଦୃଷ୍ଟିରୁ ସଚେତନ ବିଶ୍ବ ନୀତି ପରିଦୃଶ୍ୟ ସୃଷ୍ଟି ପରିବା ଲାଗି ଲକ୍ଷ୍ୟ ରଖିଛୁ ଯାହା ସାଂସ୍କୃତିକ ବିବିଧତାକୁ ଯଥେଷ୍ଟ ମୂଲ୍ୟ ପ୍ରଦାନ କରୁଥିବ। ସାମାଜିକ ସଂଲଗ୍ନତାକୁ ପ୍ରୋତ୍ସାହନ ଦେବା, ଆନ୍ତଃସଂସ୍କୃତିକ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏବଂ ଆପୋସ ବୁଝାମଣା ବିକଶିତ କରିବା କ୍ଷେତ୍ରରେ ସଂସ୍କୃତିର ଏକ ମହତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଶ୍ରୀ ରେଡ୍ଡୀ ଆହୁରି କହିଥିଲେ ଯେ ପ୍ରାଚୀନ ଭାରତୀୟ ଦର୍ଶନ “ବସୁଧୈବ କୁଟୁମ୍ବକମ” (ବିଶ୍ବ ଏକ ପରିବାର)ର ବିଚାର ଖୁବ ସୁନ୍ଦର ଭାବେ ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେଇଥାଏ। ସଂସ୍କୃତି, ଧର୍ମ, ଭାଷା ଏବଂ ଜାତିଗତ ଭିନ୍ନତା ସତ୍ତ୍ବେ ଆମେ ସମସ୍ତେ ଗୋଟିଏ ବିଶ୍ବ ପରିବାରର ଅଂଶବିଶେଷ ବୋଲି ଏହି ଦର୍ଶନରୁ ଶିକ୍ଷା ମିଳିଥାଏ।

ସାଂସ୍କୃତିକ ବିନିମୟ ଉପରେ ଗୁରୁତ୍ବାରୋପ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ, ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ବିକାଶ ପାଇଁ ଜନସମୁଦାୟକୁ ସହାୟଜା ଜରିଆରେ ଏହା ଦୀର୍ଘସ୍ଥାୟୀ ବିକାଶ ଦିଗରେ ଯୋଗଦାନ ଦେଇପାରିବ। ସେ ଆହୁରି କହିଥିଲେ ଯେ ଆମର ପୂର୍ବସୂରୀମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ମୂଳଦୁଆକୁ ଆହୁରି ସୁଦୃଢ଼ କରିବା ଏବଂ ଜି୨୦ ଏଜେଣ୍ଡାରେ ସଂସ୍କୃତିକୁ ଏକ ପ୍ରମୁଖ କ୍ଷେତ୍ର ଭାବେ ଗ୍ରହଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଶ୍ରୀ ରେଡ୍ଡୀ କହିଥିଲେ।

କିଷନ ରେଡ୍ଡୀ କହିଥିଲେ ଯେ, ସ୍ଥାନୀୟ ପରମ୍ପରା ଏବଂ ଜ୍ଞାନ ଆମକୁ ପରିବେଶର ଯତ୍ନ ନେବା ତଥା ବୁଦ୍ଧିମତା ପୂର୍ବକ ସମ୍ବଳର ଉପଯୋଗ କରିବା ନିମନ୍ତେ ଶିକ୍ଷା ଦେଇଥାଏ। ଅନେକ ବର୍ଷ ଧରି ପ୍ରକୃତି ସହିତ ନିବିଡ଼ ଭାବେ ଜୀବନ ନିର୍ବାହ କରୁଥିବା ଲୋକମାନେ ପରିବେଶ ସହିତ କିଭଳି ସନ୍ତୁଳନ ରକ୍ଷା କରି ଜୀବନ ନିର୍ବାହ କରି ହେବ ତାହା ଜାଣନ୍ତି। ସେମାନଙ୍କ ଜ୍ଞାନ ଓ ପଦ୍ଧତିକୁ ଆଧୁନିକ ଦୀର୍ଘସ୍ଥାୟୀ ବିକାଶ ରଣନୀତି ସହ କାର୍ଯ୍ୟକାରୀ କରାଗଲେ ଆମେ ଅଧିକ ସହନଶୀଳ ଓ ଦୀର୍ଘସ୍ଥାୟୀ ଭବିଷ୍ୟତ ନିର୍ମାଣ କରିପାରିବା ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ପ୍ରୋ-ପ୍ଲାନେଟ୍ ସୋସାଇଟୀ ବା ପୃଥିବୀ ଅନୁକୂଳ ସମାଜ ଗଠନ କରିବା ଦିଗରେ ସଂସ୍କୃତି ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡୀ ଜୋର ଦେଇ କହିଥିଲେ। ସେ କହିଥିଲେ ଯେ, ବିଶ୍ବ ନୀତି ନିର୍ମାଣରେ ସଂସ୍କୃତିକୁ କେନ୍ଦ୍ର ଭାଗରେ ରଖିବା ଲାଗି ଜି୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ଉଲ୍ଲେଖନୀୟ ଭାବେ ବର୍ତ୍ତମାନର ପ୍ରୟାସକୁ ଆଗେଇ ନେବାରେ ସହାୟକ ହେବ। ଏହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ଦ୍ବାରା, ଆମେ ଅଧିକ ସମାବେଶୀ, ସମାନତାପୂର୍ଣ୍ଣ ଏବଂ ପରିବେଶ ଅନୁକୂଳ ବିଶ୍ବ ସମୁଦାୟ ଗଠନ କରିପାରିବା ବୋଲି ସେ କହିଥିଲେ।

ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ, ଭାରତର ଜି୨୦ ଅଧ୍ୟକ୍ଷତା ଏବଂ “ଅମୃତ କାଳ” ସମାନ ସମୟରେ ଆରମ୍ଭ ହୋଇଛି। ସ୍ବାଧୀନତାର ୧୦୦ ବର୍ଷ ପୂରଣ ସୁଦ୍ଧା ଭାରତ ଏକ ଭବିଷ୍ୟଉନ୍ମୁଖି, ସମୃଦ୍ଧ, ସମାବେଶୀ ଓ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଅଗ୍ରସର ହେଉଛି।

ପ୍ରଥମ ବିଶ୍ବ କିମ୍ବା ତୃତୀୟ ବିଶ୍ବ ପରିବର୍ତ୍ତେ ଏକ ଗୋଟିଏ ବିଶ୍ବ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ବିଷୟରେ ଉଲ୍ଲେଖ କରି ଶ୍ରୀ ରାୟ କହିଥିଲେ ଯେ, ଉନ୍ନତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସାରା ବିଶ୍ବର ମିଳିତ ପ୍ରୟାସ ପାଇଁ ଭାରତ ପରିକଳ୍ପନା କରିଛି। ଏହି ବୈଠକ କେବଳ ଏକ କୂଟନୈତିକ ବୈଠକ ନୁହେଁ, ବରଂ ଭାରତ ପାଇଁ ଏକ ନୂଆ ଦାୟିତ୍ବ। ଭାରତ ଏପରି ଏକ ଦେଶ ଯାହାକି ସାରା ବିଶ୍ବରେ ଜାଣିବା ଏବଂ ବୁଝିବା ଲାଗି ଏକ ଅଭୂତପୂର୍ବ ଜିଜ୍ଞାସା ଉତ୍ପନ୍ନ କରିଛି ବୋଲି କହିଥିଲେ।

ଭାରତର ବିବିଧତାରେ ଏକତା ଏବଂ ସହଯୋଗୀ ସାମର୍ଥ୍ୟ ଉପରେ ଜୋର ଦେଇ ଶ୍ରୀ ରାୟ କହିଥିଲେ ଯେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ସଦସ୍ୟ ଭାବେ ଭାରତ ନିକଟରେ ସଂସ୍କୃତିର ପରିବର୍ତ୍ତନକାରୀ ଶକ୍ତିର ଉପଯୋଗ କରିବାର ଅଭିନବ ସୁଯୋଗ ଏବଂ ଉତ୍ତରଦାୟିତ୍ବ।

ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ସଂସ୍କୃତି ମନ୍ତ୍ରଣାଳୟ ସଚିବ ଗୋବିନ୍ଦ ମୋହନ ଜି-୨୦ ବିଷୟବସ୍ତୁକୁ ବିଶ୍ବ ସ୍ତରରେ ସମସ୍ତଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଏବଂ ନ୍ୟାୟସଂଗତ ବିକାଶର ଏକ ଶକ୍ତିଶାଳୀ ବାର୍ତ୍ତା ବୋଲି କହିଥିଲେ।

ଆଜିର ତିନୋଟି ଅଧିବେଶନରେ ଆଲୋକପାତ କରାଯାଇଥିବା ଦୁଇଟି ପ୍ରାଥମିକତା କ୍ଷେତ୍ରରେ ଜି-୨୦ ସଦସ୍ୟ, ଅତିଥି ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଆଲୋଚନା କରିଥିଲେ।

ଗସ୍ତ କାଳରେ ବିଦେଶୀ ଅତିଥିମାନଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ସେମାନଙ୍କୁ ୟୁନେସ୍କୋ ବିଶ୍ବ ଐତିହ୍ୟ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଉଦୟଗିରି ଗୁମ୍ଫା ବୁଲିବାର ସୁଯୋଗ ଦିଆଯିବ। ପ୍ରତିନିଧିମାନଙ୍କ ପାଇଁ ମଧ୍ୟ ଓଡ଼ିଶାର ଜନଜାତି ଲୋକନୃତ୍ୟ ଶିଙ୍ଗାରୀ, ସମ୍ବଲପୁରୀ, ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ।

ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକର ଏକ ଅଂଶବିଶେଷ ଭାବେ “ସଷ୍ଟେନ:ଦ କ୍ରାଫ୍ଟ ଇଡିଅମ” ଶୀର୍ଷକ ଏକ ପ୍ରଦର୍ଶନୀ ଭୁବନେଶ୍ବର ସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି ପରିସରରେ ଆୟୋଜନ କରାଯିବ। ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ପ୍ରାଥମିକତା “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବାର୍ତ୍ତାକୁ ନେଇ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଏହି ପ୍ରଦର୍ଶନୀ ୧୬ରୁ ୨୨ ମେ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ।

ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଗଭୀର ଆଲୋଚନାର ଏକ ସମାବେଶୀ ପ୍ରକ୍ରିୟା ଜରିଆରେ ଜି୨୦ ସଦସ୍ୟ, ଅତିଥି ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନଙ୍କ ସହିତ ମିଶି କାର୍ଯ୍ୟ କରୁଛି। ଏହି ଆଲୋଚନାରେ ଦୀର୍ଘସ୍ଥାୟୀ ବିକାଶ ପାଇଁ ଦୃଢ଼ ସୁପାରିସ ବିକଶିତ କରିବା ଏବଂ ଶ୍ରେଷ୍ଠ ପଦ୍ଧତିକୁ ଆଗେଇ ନେବା ନିମନ୍ତେ ସହଭାଗୀ କାର୍ଯ୍ୟାନୁଷ୍ଠାନ ଲାଗି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଚିହ୍ନଟ କରିବା ଉପରେ ଗୁରୁତ୍ବାରୋପ କରାଯାଉଛି।

ଦ୍ବିତୀୟ ବୈଠକ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.