Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Breaking News: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଏଥର ମଧ୍ୟ ଛାତ୍ରୀ ଆଗରେ
ବିଶେଷ ଖବର

Breaking News: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଏଥର ମଧ୍ୟ ଛାତ୍ରୀ ଆଗରେ

May 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Breaking News: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଏଥର ମଧ୍ୟ ଛାତ୍ରୀ ଆଗରେ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ପୁସ୍ତିକାକୁ ଉନମୋଚନ କରିଛନ୍ତି। ତାଙ୍କ ସହିତ ଗଣଶିକ୍ଷା ସଚିବ ଏବଂ ବୋର୍ଡ ସଭାପତି ପ୍ରମୁଖ ଉପସ୍ଥିତ‌ି ଥିଲେ।

ଚଳିତ ବର୍ଷ ପାସ ହାର ରହିଛି ୯୬.୪0 ପ୍ରତିଶତ। ସେଥିରେ ଏ-୧ରେ ୪,୧୫୮ ଜଣ ପାସ କରିଥିବାବେଳେ ଏ-୨ରେ ୨୯,୮୩୮ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ବି-୧ରେ ୭୭,୫୬୭ ଜଣ ପାସ କରିଥିବାବେଳେ ବି-୨ରେ୧, ୧୮,୭୫୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ତେବେ ଏଥର ବି ପାସହାରରେ ଛାତ୍ରୀମାନେ ଆଗରେ ଅଛନ୍ତି ।

ଏଥର ଛାତ୍ରୀଙ୍କ ପାସ ହାର ୯୭.୦୫ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସହାର ୯୫.୭୫ ପ୍ରତିଶତ ରହିଛି । ତେବେ କଟକ ଓ ଜଗତସିଂହପୁର ଜିଲ୍ଲାର ପାସହାର ସର୍ବାଧିକ ରହିଛି । ଏହି ଦୁଇ ଜିଲ୍ଲାରେ ପାସହାର ୯୭.୯୯% ରହିଛି । ତେବେ ମାଲକାନଗିରିରେ ପାସହାର ସର୍ବନିମ୍ନ ରହିଥିବା ଜଣାଯାଇଛି । ଏଠାରେ ପାସ ହାର ୯୨.୬୩ ପ୍ରତିଶତ ରହିଛି। ତେବେ ରାଜ୍ୟର ୩୨୨୨ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ଜଣାପଡିଛି।

ଆଜି ମଧ୍ୟାହ୍ନ ୧୨ଟାରେ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବ ସାଇଟ www.bseodisha.ac.in  ରୁ ପରୀକ୍ଷା ଫଳ ପାଇପାରିବେ।  ସେହିପରି ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ଦ୍ୱାରା ମଧ୍ୟ ପରୀକ୍ଷାଫଳ ଜାଣିହେବ । ପରୀକ୍ଷାର୍ଥୀ ନିଜ ମୋବାଇଲରୁ OR10 ଟାଇପ୍‌ କରି ୫୬୭୬୭୫୦ ନମ୍ୱରକୁ ପଠାଇ ଫଳାଫଳ ଜାଣି ପାରିବେ।

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା। ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା।

matric result ମାଟ୍ରିକ ରେଜଲ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.