Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହଠାତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ପରେ ଆଶଙ୍କାରେ ଅଛନ୍ତି ଆଉ କେତେକ ମନ୍ତ୍ରୀ
ବିଶେଷ ଖବର

ହଠାତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ପରେ ଆଶଙ୍କାରେ ଅଛନ୍ତି ଆଉ କେତେକ ମନ୍ତ୍ରୀ

May 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Modi77
ହଠାତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ପରେ ଆଶଙ୍କାରେ ଅଛନ୍ତି ଆଉ କେତେକ ମନ୍ତ୍ରୀ

ନୂଆଦିଲ୍ଲୀ: ଗତକାଲି ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରିଛନ୍ତି। ଏ ନେଇ ପୂର୍ବରୁ କୌଣସି ସଙ୍କେତ ନ ଥିଲା। ହେଲେ ହଠାତ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଲା ଯେ ଆଇନ ମନ୍ତ୍ରୀପଦରୁ ହଟିଛନ୍ତି କିରଣ ରିଜିଜୁ। ଏହାକୁ ନେଇ ଦିଲ୍ଲୀ ଗଣ ମାଧ୍ୟମ ମଧ୍ୟ କୌଣସି ସୁରାକ ପାଇପାରିଲା ନାହିଁ।

କିରଣ ରିଜିଜୁଙ୍କୁ ଆଇନ ପରି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରୁ ହଟାଇ କମ ଗୁରୁତ୍ବ ଥିବା ଆର୍ଥ ସାଇନସ ବିଭାଗର ମନ୍ତ୍ରୀ କରାଗଲା। ଏହି ବିଭାଗଟି ବହୁ ପୂର୍ବରୁ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ପାଖରେ ଥିଲା। ଜିତେନ୍ଦ୍ର ସିଂଙ୍କ ପାଖରେ ପାଞ୍ଚୋଟି ବିଭାଗ ରହିଛି। ସେଥିରୁ ଗୋଟିଏ ବିଭାଗର ମନ୍ତ୍ରୀ ହେଲେ ରିଜିଜୁ।

ତେବେ ରିଜିଜୁଙ୍କୁ ମନ୍ତ୍ରୀ ଆଇନ ମନ୍ତ୍ରୀରୁ ହଟାଇବାର କାରଣ ଗୋଟିଏ ବୋଲି ସମସ୍ତେ ସନ୍ଦେହ ପ୍ରକାଶ କରିଛନ୍ତି। ତାହା ହେଲା ବିଚାରପତିଙ୍କ ସହିତ ତାଙ୍କର ମତଭେଦ। ବିଶେଷ କରି କଲେଜିୟମ ବ୍ୟବସ୍ଥାକୁ ନେଇ ସେ ଅସନ୍ତୁଷ୍ଠ ଥିଲେ। ଫଳରେ ସେ ଯେତେବେଳେ କୌଣସି ସଭାକୁ ଯାଆନ୍ତି ସେଠାରେ ସେ ବିଚାରପତିଙ୍କୁ ପରୋକ୍ଷରେ ସମାଲୋଚନା କରନ୍ତି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରି ପଦକ୍ଷେପ ଗ୍ରହଣ କଲେ।

ରିଜିଜୁଙ୍କୁ ବଦଳ ହେବା ଘଟଣା ଗଣମାଧ୍ୟମ କାହିଁକି ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଅବଗତ ନ ଥିଲେ। ସେମାନେ ମଧ୍ୟ ଏହାର ସାମାନ୍ୟତମ ଗନ୍ଧ ବାରିପାରି ନ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ରାଷ୍ଟ୍ରପତି ଭବନକୁ ଗଲା। ସେଠାରୁ ବିଜ୍ଞପ୍ତି ପ୍ରକାଶ ପରେ ସମସ୍ତେ ଅବଗତ ହେଲେ। ତେଣୁ ଏହା ଏକ ଗୁପ୍ତ ମିଶନ ଭାବେ ଗ୍ରହଣ କରି ପଦକ୍ଷେପ ନିଆଯାଇଛି।

ରିଜିଜୁଙ୍କ ଉପରେ ପଦକ୍ଷେପ ପରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅନେକ ମନ୍ତ୍ରୀ ବର୍ତ୍ତମାନ ଛାନିଆ ହୋଇଯାଇଛନ୍ତି। କାରଣ କାହାର ପାଳି କେତେବେଳେ ପଡିଯିବ ସେ ନେଇ ସେମାନେ ସନ୍ଦେହ ଘେରରେ। ମୁଖ୍ୟତଃ ଯେଉଁ ମନ୍ତ୍ରୀମାନଙ୍କର ଭଲ ଦକ୍ଷତା ନାହିଁ ଏବଂ ଦଳକୁ ଉପରକୁ ନେବା ପାଇଁ କୌଣସି ପଦକ୍ଷେପ ନେଉ ପାରୁ ନାହାଁନ୍ତି ସେମାନେ ଭୟଭୀତ। ବାହାରକୁ କେହି କିଛି କହୁ ନ ଥିଲେ ମଧ୍ୟ ଆଉ କେତେକ ମନ୍ତ୍ରୀଙ୍କ ଉପରେ ଖଣ୍ଡା ଝୁଲୁଥିବାର ଜଣାପଡିଛି।

କେନ୍ଦ୍ର ମନ୍ତ୍ରୀମଣ୍ଡଳ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ମନ୍ତ୍ରୀ ମଣ୍ଡଳ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Latest News

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.