Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ୱର ସହ ୬ ଟି ଏମ୍‍ସରେ ଉପଲବ୍ଧ ହେଲା କ୍ୟାଶ୍‍ଲେସ ଚିକିତ୍ସା ସୁବିଧା
ବିଶେଷ ଖବର

ଭୁବନେଶ୍ୱର ସହ ୬ ଟି ଏମ୍‍ସରେ ଉପଲବ୍ଧ ହେଲା କ୍ୟାଶ୍‍ଲେସ ଚିକିତ୍ସା ସୁବିଧା

May 21, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର ସହ ୬ ଟି ଏମ୍‍ସରେ ଉପଲବ୍ଧ ହେଲା କ୍ୟାଶ୍‍ଲେସ ଚିକିତ୍ସା ସୁବିଧା

ନୂଆଦିଲ୍ଲୀ: ଭୁବନେଶ୍ୱର, ଭୋପାଳ, ପାଟନା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ଅବସ୍ଥିତ ୬ଟି ଏମ୍‍ସରେ କ୍ୟାଶ୍‍ଲେସ୍‍ ଚିକିତ୍ସା ସୁବିଧା ବର୍ତ୍ତମାନ ସମସ୍ତ ସିଜିଏଚଏସ୍‍ ହିତାଧିକାରୀ (ଚାକିରି କରୁଥିବା ଏବଂ ପେନସନଭୋଗୀ) ଙ୍କ ପାଇଁ ଉପଲବ୍ଧ ହେବ । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଉପସ୍ଥିତିରେ ଏହି ୬ଟି ଏମ୍‍ସ ଏବଂ ସିଜିଏଚଏସ୍‍ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।

ଭୁବନେଶ୍ୱର, ଭୋପାଳ, ପାଟନା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ୬ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏମ୍‍ସରେ ଉପଲବ୍ଧ ରୋଗୀ ସେବା ସୁବିଧା କ୍ୟାଶ୍‍ଲେସ୍‍ ଆଧାରରେ ସିଜିଏଚ୍‍ଏସ୍‍ ହିତାଧିକାରୀଙ୍କୁ ସମ୍ପ୍ରସାରିତ କରାଯିବ । ବରିଷ୍ଠ ନାଗରିକଙ୍କ ପାଇଁ ଏହା ବିଶେଷ ଲାଭଦାୟକ ହେବ (ସିଜିଏଚ୍‍ଏସ୍‍ ର ଅବସରପ୍ରାପ୍ତ ପେନସନଭୋଗୀ ହିତାଧିକାରୀ) ଯେଉଁମାନେ ବ୍ୟକ୍ତିଗତ ଫେରସ୍ତ ଦାବି ଦାଖଲ କରିବା ଏବଂ ଅନୁମୋଦନ ଅନୁସରଣ କରିବା କଷ୍ଟକର ହୋଇପଡେ ।

ସିଜିଏଚଏସ୍‍ ହିତାଧିକାରୀମାନେ ପ୍ରଥମେ ଏମ୍‍ସ ରେ ଉପଲବ୍ଧ ଆଧୁନିକ ସ୍ୱାସ୍ଥ୍ୟସେବା ସୁବିଧା ପାଇବେ, ପ୍ରଥମେ ଦେୟ ଦେବାରେ ଏବଂ ପରେ ଏମ୍‍ସରୁ ରୁ ଏ ବାବଦୀୟ ଅର୍ଥ ପାଇବାରେ ଅସୁବିଧା ରହିବନାହିଁ । ଏହି ପଦକ୍ଷେପ ସମୟ ସଞ୍ଚୟ କରିବ, କାଗଜପତ୍ର କାର୍ଯ୍ୟ ହ୍ରାସ କରିବ ଏବଂ ବ୍ୟକ୍ତିଗତ ଦାବି ସମାଧାନ କରିବ । ବର୍ତ୍ତମାନ ପର୍ଯ୍ୟନ୍ତ, ସିଜିଏଚଏସ୍‍ ପେନସନଭୋଗୀ ହିତାଧିକାରୀ, ଏମ୍‍ସ ରେ ଚିକିତ୍ସା ପାଇଁ, ପ୍ରଥମେ ଦେୟ ଦେବାକୁ ପଡୁଥିଲା ଏବଂ ପରେ ସିଜିଏଚ୍‍ଏସ୍‍ରୁ ଫେରସ୍ତ ପାଇଁ ଦାବି କରିବାକୁ ପଡୁଥିଲା ।

ଏହି ପଦକ୍ଷେପର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଉଛି

ସିଜିଏଚଏସ୍‍ ପେନସନଭୋଗୀ ଏବଂ ସିଜିଏଚ୍‍ଏସ୍‍ ହିତାଧିକାରୀଙ୍କ ଅନ୍ୟାନ୍ୟ ବର୍ଗ ଏହି ୬ ଏମ୍‍ସ ରେ ଓପିଡି ରେ କ୍ୟାଶ୍‍ଲେସ୍‍ ଚିକିତ୍ସା, ପରୀକ୍ଷା ନିରୀକ୍ଷା ଏବଂ ଇନଡୋର ଚିକିତ୍ସା ପାଇପାରିବେ ।

ଏହି ୬ଟି ଏମ୍‍ସରେ ସିଜିଏଚଏସ୍‍ ପେନସନଭୋଗୀଙ୍କ କ୍ରେଡିଟ୍ ବିଲ୍ ଏବଂ ଅନ୍ୟାନ୍ୟ ବର୍ଗର ଯୋଗ୍ୟ ହିତାଧିକାରୀଙ୍କୁ ସିଜିଏଚଏସ୍‍ କୁ ସମ୍ପ୍ରସାରିତ କରିବ ଏବଂ ସିଜିଏଚଏସ୍‍ ବିଲ୍ ଗ୍ରହଣ କରିବାର ୩୦ ଦିନ ମଧ୍ୟରେ ଦେୟ ପ୍ରଦାନ କରିବ ।

ସିଜିଏଚଏସ୍‍ ହିତାଧିକାରୀଙ୍କ ଆଡମିଶନ କେବଳ ଏମ୍‍ସ ରେ ଚିକିତ୍ସା ପାଇଁ କେବଳ ବୈଧ ସିଜିଏଚଏସ୍‍ ହିତାଧିକାରୀ ଆଇଡି କାର୍ଡ ଦେଖାଇବାକୁ ପଡିବ ।

ଏମ୍‍ସ ସିଜିଏଚଏସ ହିତାଧିକାରୀଙ୍କ ପାଇଁ ଏକ ପୃଥକ ହେଲ୍ପ ଡେସ୍କ ଏବଂ ଏକ ପୃଥକ ଆକାଉଣ୍ଟିଂ ସିଷ୍ଟମ୍ ସୃଷ୍ଟି କରିବ ।

ଓପିଡି ଚିକିତ୍ସା ପାଇଁ କିମ୍ବା ଏମ୍‍ସ ରୁ ଡିସଚାର୍ଜ ସମୟରେ ଏମସ ରେ ଡାକ୍ତରଙ୍କ ଦ୍ୱାରା ଲେଖାଯାଇଥିବା ଔଷଦ ହିତାଧିକାରୀମାନେ ସିଜିଏଚଏସ୍‍ ମାଧ୍ୟମରେ ସଂଗ୍ରହ କରିବେ ।

ସ୍ୱାସ୍ଥ୍ୟ ସଚିବ ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ ସିଜିଏଚଏସ୍‍ ହେଉଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ସେବା-ଆଧାରିତ ବ୍ୟବସ୍ଥା ଯାହା ମାଧ୍ୟମରେ ବିଦ୍ୟମାନ ତଥା ଅବସରପ୍ରାପ୍ତ କର୍ମଚାରୀମାନେ ଚିକିତ୍ସା ସେବା ପାଇପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୋଗୀମାନଙ୍କର ବଢୁଥିବା ଆବଶ୍ୟକତା ସହିତ ସମାନ୍ତରାଳ ଆନୁଷଙ୍ଗିକ ଚିକିତ୍ସା ସୁବିଧା ଯୋଗାଇ ଦେଉଥିବା ସିଜିଏଚଏସ୍‍ ଅଧୀନରେ ଥିବା ହସ୍ପିଟାଲଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଁ ସରକାର ଉଦ୍ୟମ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକଟ ଭବିଷ୍ୟତରେ ନୂଆଦିଲ୍ଲୀରେ ପ୍ରତିଷ୍ଠିତ ଏମସ ଅନୁଷ୍ଠାନ, ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଚଣ୍ଡିଗଡ଼ ଏବଂ ଜବାହରଲାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ପୁଡୁଚେରୀ ଏହି ଚୁକ୍ତିରେ ଅନ୍ତର୍ଭୁକ୍ତ ହେବ।

ଶ୍ରୀ ରାଜେଶ ଭୂଷଣ ବର୍ଣ୍ଣନା କରିଛନ୍ତି ଯେ ଏହି ଚୁକ୍ତିନାମା ଦ୍ୱାରା ଏକ ବଡ଼ ଗୋଷ୍ଠି ଉପକୃତ ହେବେ, କାରଣ ଏହା ଦୀର୍ଘ ପ୍ରକ୍ରିୟାକୁ ସହଜ କରିବ ଏବଂ ଚିକିତ୍ସା ସେବାରେ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରୁଛି । ସେ ଏହା ମଧ୍ୟ କହିଛନ୍ତି ଯେ ସମଗ୍ର ଦେଶରେ ସିଜିଏଚଏସ୍‍ ସେବାଗୁଡିକର ପ୍ରସାର ମଧ୍ୟ ବ୍ୟାପକ ହେବ, କାରଣ ଏହି ଚୁକ୍ତିନାମା ହିତାଧିକାରୀମାନଙ୍କୁ ନିଜ ନିଜ ରାଜ୍ୟରେ ଥିବା ଏମ୍‍ସ ଅନୁଷ୍ଠାନରୁ ସିଜିଏଚଏସ ହିତାଧିକାରୀମାନେ ଲାଭ ପାଇପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସିଜିଏଚଏସ୍‍ ଚିକିତ୍ସା ଏବଂ ଚିକିତ୍ସା ସେବାର ର୍ନିଦ୍ଦିଷ୍ଟ ହାରକୁ ସଂଶୋଧନ କରି ରୋଗୀଙ୍କ ଚିକିତ୍ସା ସୁବିଧାକୁ ଅଧିକ ସାହାଯ୍ୟ କରିଛି।

ସିଜିଏଚଏସ୍‍ ଅଧୀନରେ ହିତାଧିକାରୀଙ୍କୁ ଘରୋଇ ଚିକିତ୍ସା ପାଇଁ ସିଜିଏଚଏସ୍‍ ଅଧୀନରେ ଥିବା ସରକାରୀ ଡାକ୍ତରଖାନା ଏବଂ ଘରୋଇ ଡାକ୍ତରଖାନାକୁ ପଠାଯାଏ। ସିଜିଏଚଏସ୍‍ ପେନସନଭୋଗୀ ଏବଂ ସିଜିଏଚଏସ୍‍ ହିତାଧିକାରୀଙ୍କ ଅନ୍ୟାନ୍ୟ ଅଧିକାର ପ୍ରାପ୍ତ ବର୍ଗଗୁଡିକ ହସ୍ପିଟାଲରେ କ୍ୟାଶ୍‍ଲେସ୍‍ ସୁବିଧା ପାଇଁ ଯୋଗ୍ୟ ଅଟନ୍ତି। ସିଜିଏଚଏସ୍‍ କେନ୍ଦ୍ର ସରକାରୀ କର୍ମଚାରୀ, ପେନସନଭୋଗୀ ଏବଂ ସେମାନଙ୍କର ର୍ନିଭରଶୀଳ ପରିବାର ସଦସ୍ୟ, ମାନ୍ୟବର ସାଂସଦ, ପୂର୍ବତନ ସାଂସଦ ଏବଂ ଅନ୍ୟାନ୍ୟ ବର୍ଗର ହିତାଧିକାରୀଙ୍କୁ ବ୍ୟାପକ ସ୍ୱାସ୍ଥ୍ୟସେବା (ଉଭୟ ଓପିଡି ଏବଂ ଆଇପିଡି) ଯୋଗାଇଥାଏ। ବର୍ତ୍ତମାନ ଦେଶର ୭୯ ଟି ସହରରେ ସିଜିଏଚଏସ୍‍ କାର୍ଯ୍ୟକ୍ଷମ ଅଛି।

ପ୍ରଧାନ ମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅଧୀନରେ ୨୨ ଟି ନୂତନ ଏମ୍‍ସ ପ୍ରତିଷ୍ଠା କରାଯାଇଛି ଏବଂ ସେମାନେ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ କରୁଛନ୍ତି। ଗୁଣାତ୍ମକ ଡାକ୍ତରୀ ଶିକ୍ଷା ଏବଂ ଗବେଷଣା ପାଇଁ ସୁବିଧା ଯୋଗାଇବା ବ୍ୟତୀତ, ଏହି ଆଗଧାଡିର ଅନୁଷ୍ଠାନଗୁଡ଼ିକ ବିଭିନ୍ନ ବିଶେଷତା ଏବଂ ସୁପର ସ୍ପେସିଆଲିଟିରେ ହୃଦ୍‍ରୋଗ, ସ୍ନାୟୁବିଜ୍ଞାନ, ନ୍ୟୁରୋ ସର୍ଜରୀ, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ୟୁରୋଲୋଜି, କାର୍ଡିଓ ଭାସ୍କୁଲାର ଥୋରାସିକ୍ ସର୍ଜରୀ, ଅଙ୍କୋଲୋଜି ଇତ୍ୟାଦିରେ ବିଶେଷଜ୍ଞ ରୋଗୀ ସେବା ସେବା ପ୍ରଦାନ କରନ୍ତି। ଏହି ଅନୁଷ୍ଠାନ ଟ୍ରାଉମା ଏବଂ ଜରୁରୀକାଳୀନ ଚିକିତ୍ସା ସେବା ସହିତ ରୋଗ ନିରୂପରଣ ଏବଂ ରକ୍ତ ଭଣ୍ଡାର ସୁବିଧା ପ୍ରଦାନ କରିଥାନ୍ତି।

ଏହି ଅଧିବେଶନରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ସଚିବ ଶ୍ରମତୀ ଭି. ହେକାଲି ଝିମୋମି, ଯୁଗ୍ମ ସଚିବ ଶ୍ରୀମତୀ ଅଙ୍କିତା ମିଶ୍ର, ଯୁଗ୍ମ ସଚିବ ଡକ୍ଟର ମାନସଭି କୁମାର, ସିଜିଏଚଏସ୍‍ ନିର୍ଦ୍ଦେଶ ଡକ୍ଟର ଜୈନ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏମ୍‍ସ ଭୁବନେଶ୍ୱର, ଏମ୍‍ସ ପାଟନା, ଏମ୍‍ସ ରାୟପୁର, ଏମ୍‍ସ ଯୋଧପୁରର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଏବଂ ଏମ୍‍ସ ଭୋପାଳ ଏବଂ ଏମ୍‍ଓ ଋଷିକେଶର ପ୍ରତିନିଧୀମାନେ ଏହି ରାଜିନାମା ସ୍ୱାକ୍ଷର ସମୟରେ ଉପସ୍ଥିତ ଥିଲେ।

aiims AIIMS Bhubaneswar ଏମସ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.