Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦୀ ବୋଲି କହିଲା କଂଗ୍ରେସ
ବିଶେଷ ଖବର

ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦୀ ବୋଲି କହିଲା କଂଗ୍ରେସ

May 21, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦୀ ବୋଲି କହିଲା କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦି ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ କରିବାପାଇଁ କରାଯାଇଥିଲା ତାହା ଆଜି ଦେଶବାସୀଙ୍କ ସ୍ପଷ୍ଟ ହୋଇଯାଇଛି ।

ଗତକାଲି ଆରବିଆଇ ୨୦୦୦ ଟଙ୍କା ନୋଟକୁ ଫେରାଇ ନେବାପାଇଁ ଘୋଷଣା କରିଛନ୍ତି। ବିମୁଦ୍ରିକକରଣ ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ସେତବେଳର ପ୍ରଚଳିତ ୫ଶହ ଟଙ୍କିଆ ଏବଂ ହଜାର ଟଙ୍କିଆ ନୋଟକୁ ଅଚଳ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଏହି ବଡ଼ ବଡ଼ ନୋଟ ଯୋଗୁଁ କଳାଧନ ସଂଚୟ, ଆତଙ୍କବାଦ କାର୍ଯ୍ୟକଳାପ, ନକ୍ସଲବାଦୀ, ସୀମାପାର ଆତଙ୍କବାଦ ଓ ଜାଲିନୋଟ କାରବାର ବହୁ ପରିମାଣରେ ବୃଦ୍ଧି ପାଇବା ଯୋଗୁଁ ଏହା ଭାରତର ଅର୍ଥନୀତିକୁ ବହୁ ପରିମାଣରେ ଦୁର୍ବଳ କରିଦେଉଛି।

କିନ୍ତୁ ଦୁର୍ଭାଗ୍ୟର କଥା ବିମୁଦ୍ରିକରଣର କିଛି ଦିନ ପରେ ସରକାର ପୁନଃ ୫୦୦ ଟଙ୍କା ଓ ୧୦୦୦ ଟଙ୍କା ପରିବର୍ତେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କଲେ। କଂଗ୍ରେସ ଦଳ ଏବଂ କଂଗ୍ରେସର ବରିଷ୍ଠ ନେତୃବର୍ଗ ସେତେବେଳେ ୧୦୦୦ ଟଙ୍କା ନୋଟ ଯଦି କଳାଧନ ଠୁଳ କରିବା କଳାଧନ ସଂଚୟ, ଆତଙ୍କବାଦ କାର୍ଯ୍ୟକଳାପ, ନକ୍ସଲବାଦୀ, ସୀମାପାର ଆତଙ୍କବାଦ ଓ ଜାଲିନୋଟ କାରବାର କରିବାରେ ସହାୟକ ହେଉଛି ତାହାହେଲେ ଏହାକୁ ବନ୍ଦ କରି କାହିଁକି ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଯାଉଛି।

ଏହାର ବୌଧିକତା କଣ? ଏହାଦ୍ୱାରା କିଭଳି ଭାବରେ ପୂର୍ବ କାରଣ ଗୁଡିକକୁ କମାଯାଇ ପାରିବ। ୨୦୦୦ ଟଙ୍କା ନୋଟ ପ୍ରଚଳନ ପାଇଁ କିଏ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସ୍ମରଣଥାଉକି ୨୦୧୬ ମସିହା ନଭେମ୍ବର ମାସରେ ସମୁଦାୟ ୧୭.୪ ଲକ୍ଷ କୋଟି ଟଙ୍କାର ନଗଦ ରାଶି କାରବାର ହେଉଥିଲା ତନ୍ମମଧ୍ୟରୁ କେବଳ ୫ ଶହ ଟଙ୍କା ଓ ୧୦୦୦ ଟଙ୍କିଆ ନୋଟର ରାଶିର ପରିମାଣ ୧୫.୪୧ ଲକ୍ଷ କୋଟି ଟଙ୍କା ଥିଲା।

ବିମୁଦ୍ରିକରଣ ପରେ ପାଖାପାଖି ୯୯.୩୦ ପ୍ରତିଶତ ୫ଶହ ଟଙ୍କା ୧୦୦୦ ଟଙ୍କା ନୋଟ ବ୍ୟାଙ୍କମାନଙ୍କୁ ଫେରି ଆସିଥିଲା ଯାହାର ମୂଲ୍ୟ ଥିଲା ୧୫.୩୧ ଲକ୍ଷ କୋଟି ଟଙ୍କା। କିନ୍ତୁ ଆଜି ୨୦୨୩ ମେ ମାସ ସୁଦ୍ଧା ୩୭ ଲକ୍ଷ କୋଟି ଟଙ୍କାର ନଗଦ ରାଶି କାରବାର ହେଉଛି। ଏହା ଦ୍ୱାରା ନଗଦ ରାଶିର ପ୍ରଚଳନ ପାଖାପଖି ୨ ଗୁଣାରୁ ଅଧିକ ବଢ଼ିଯାଇଛି। ତେଣୁ ଏହାଦ୍ୱାରା କ୍ୟାସଲେସ ଇକୋନୋମି ପରିବର୍ତେ କ୍ୟାସ ମୋର ଇକୋନୋମି ହୋଇଯାଇଛି ।ସେହିଭଳି ଭାବରେ ଆତଙ୍କବାଦ କାର୍ଯ୍ୟକଳାପ ଦେଶରେ ବହୁଗୁଣାରେ ବୃଦ୍ଧି ପାଇଛି।

ଜାଲି ନୋଟ କାରବାର ଏବଂ ଦରିଆପାରୀ ଆତଙ୍କବାଦ କାର୍ଯ୍ୟକଳାପ ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି । ତେଣୁ ଗତକାଲି ଯେଉଁ ୨୦୦୦ ଟଙ୍କିଆ ନୋଟକୁ ଫେରସ୍ତ ନେବାପାଇଁ ନିଷ୍ପତି ନିଆଯାଇଛି ଏହା କାହିଁକି ଏତେ ବିଳମ୍ବରେ ନିଆଗଲା ଏବଂ ୪ଟି ରାଜ୍ୟର ନିର୍ବାଚନ ଆଉ କିଛିମାସ ବାକିଥିବା ବେଳେ ଏଭଳି ନିଷ୍ପତି ନେବା ଆଉ କିଛି ନ୍ୟସ୍ତ ସ୍ୱାର୍ଥକୁ ପୂରଣ କରିବାପାଇଁ କି?

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ଏପରିକି ବିଜେପି ଦଳର ବହୁ ସାଂଗଠନିକ କାର୍ଯ୍ୟକର୍ତା କହିଥିଲେ ୨୦୦୦ ଟଙ୍କିଆ ନୋଟରେ ନାନୋଚିପ୍ ଲାଗିଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ କେହି କଳାଧନ ମହଜୁଦକାରୀ ଏହି ୨୦୦୦ ଟଙ୍କା ନୋଟକୁ ଠୁଳକଲେ ତାକୁ ଶୀଘ୍ର ଠାବ କରିହେବ।

ତେଣୁ ପ୍ରଦେଶ କଂଗ୍ରେସର ପ୍ରଶ୍ନ ଯଦି ଏହି ନୋଟକୁ ଠାବ କରିହେବ ତାହାହେଲେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏହାକୁ ପୂର୍ନବାର ବଜାରରୁ ଫେରାଇ ନିଆଯାଉଛି। ୨୦୦୦ ଟଙ୍କିଆ ନୋଟ ଛାପିବା ପାଇଁ ସେତେବେଳେ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ପୁଣି ସେହି ନୋଟକୁ ଫେରାଇ ନେବା ଏବଂ ତାର ରକ୍ଷଣାବେକ୍ଷଣ ଓ ସେ ନୋଟକୁ ନଷ୍ଟକରିବାରେ ମଧ୍ୟ ବହୁ କୋଟି ଟଙ୍କା ଖର୍ଚ୍ଚ ହେବ।

ତେଣୁ ଏସବୁ ଖୋଦ୍ ପ୍ରଧାନମନ୍ତ୍ରୀଙ୍କର ଅହଂଭାବ, ଆତ୍ମଗର୍ବ ଓ ଅର୍ଥନୀତିକୁ ପରିଚାଳନା କରିବା ପାଇଁ ଉପଯୁକ୍ତ ଜ୍ଞାନ ନଥିବା ହେତୁ ଏଭଳି ପରିସ୍ଥିତି ଉପୁଜିଛି। ଏହା ପ୍ରଧାନମନ୍ତ୍ରୀଙ୍କର ତୁଗଲକି ଶାସନର ଦୃଷ୍ଟାନ୍ତ ବୋଲି ଶ୍ରୀ ପ୍ରଶାନ୍ତ କୁମାର ଶତପଥି ସାମ୍ବାଦିକ ମାନଙ୍କୁ କହିଥିଲେ। ସେ କହିଥିଲେ ଯେ ବିମୁଦ୍ରୀକରଣ ଯୋଗୁଁ ପାଖାପାଖି ୨ କୋଟି ଲୋକ ଏବଂ ଲକ୍ଷ ଲକ୍ଷ ଅଣୁ, କ୍ଷ୍ୟୁଦ୍ର, ମଧ୍ୟମ ବର୍ଗ ଶିଳ୍ପ ସଂପୂର୍ଣ୍ଣ ଭାବରେ ଠପ ହୋଇଯାଇଛି ତଦ୍ୱାରା ଭାରତର ଅର୍ଥନୀତି ବିକାଶର ଧାରା ଆଜି ପର୍ଯ୍ୟନ୍ତ ନିମ୍ନଗାମୀ ହେଉଛି।

୨୦୦୦ ଟଙ୍କା ନୋଟ ଛାପିବା ଏ ସରକାରଙ୍କର ବୌଧିକ ଶୂନ୍ୟତାର ଏକ ସ୍ପଷ୍ଟ ପ୍ରମାଣ। ତେଣୁ ଖୋଦ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖମରେ ଆଜି ପ୍ରକାଶ କରନ୍ତୁ ଏଭଳି ଉପଦେଶ କେଉଁମାନେ ଦେଇଥିଲେ। ଏବେ ୨୦୦୦ ଟଙ୍କିଆ ନୋଟ ପାଖାପାଖି ୩.୬୨ ଲକ୍ଷ କୋଟି ଟଙ୍କା ଅର୍ଥନୀତିରେ ପ୍ରଚଳନ ହେଉଛି, ଯାହାକି ପାଖାପାଖି ୨୦୧୭ ମସିହାର ପ୍ରଚଳିତ ୨୦୦୦ ଟଙ୍କିଆ ନୋଟର ଅଧା ଏବେ ପ୍ରଚଳିତ ହେଉଛି। କିନ୍ତୁ ଏହାର ପ୍ରଭାବ ନିଶ୍ଚିତରୂପେ ଭାରତ ବର୍ଷର ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ବର୍ଗ ଶିଳ୍ପ ଉପରେ ପଡ଼ିବ।

ଯଦ୍ୱାରାକି ଏହା ଜିଡିପିକୁ କିଛି ମାତ୍ରାରେ ପ୍ରଭାବିତ କରିବ। ପୁଣି ଲୋକମାନେ ହନ୍ତସନ୍ତ ହେବେ। ୨୦୦୦ ଟଙ୍କିଆ ନୋଟ ଫେରାଇବାପାଇଁ ବ୍ୟାଙ୍କକୁ ଦୌଡ଼ିବେ। ପ୍ରଧାନମନ୍ତ୍ରୀ ଦେଶ ପ୍ରଥମ କହୁଥିଲା ବେଳେ ଦେଶର ଜନସାଧାରଣଙ୍କ ସ୍ୱାର୍ଥକୁ ସବୁବେଳେ ଦଳିଦେବା ଏହା ତାଙ୍କର ଦୌମୁହାଁ ନୀତିକୁ ପ୍ରକାଶ କରୁଛି ବୋଲି କହିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମିଡିଆ ସଂଯୋଜକ ଦୀପକ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।

Congress କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.