Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିବ୍ୟାଙ୍ଗମାନଙ୍କୁ ଆଇନସେବା ଯୋଗାଇଦେବାକୁ ଆସନ୍ତା ୨୨ ତାରିଖରୁ ସପ୍ତାହବ୍ୟାପୀ ଅଭିଯାନ
ବିଶେଷ ଖବର

ଦିବ୍ୟାଙ୍ଗମାନଙ୍କୁ ଆଇନସେବା ଯୋଗାଇଦେବାକୁ ଆସନ୍ତା ୨୨ ତାରିଖରୁ ସପ୍ତାହବ୍ୟାପୀ ଅଭିଯାନ

May 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦିବ୍ୟାଙ୍ଗମାନଙ୍କୁ ଆଇନସେବା ଯୋଗାଇଦେବାକୁ ଆସନ୍ତା ୨୨ ତାରିଖରୁ ସପ୍ତାହବ୍ୟାପୀ ଅଭିଯାନ

ଭୁବନେଶ୍ୱର: ଦିବ୍ୟାଙ୍ଗମାନଙ୍କର ଉନ୍ନତି ଓ ପ୍ରଗତି ନିମନ୍ତେ ସେମାନଙ୍କୁ ଆବଶ୍ୟକୀୟ ଆଇନସେବା ଯୋଗାଇଦେବା ପାଇଁ ଚଳିତ ମଇ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ ହେଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଖୋର୍ଦ୍ଧା ସମେତ ରାଜ୍ୟର ସମସ୍ତ ଜିଲ୍ଲା ଓ ଉପଖଣ୍ଡ ଆଇନସେବା ପ୍ରାଧିକରଣମାନ ସାମିଲ ହେବେ।

ଅଧିକାରୀମାନେ ଦିବ୍ୟାଙ୍ଗମାନଙ୍କ ଘରକୁ ଘର ଯାଇ ସେମାନଙ୍କ ସମସ୍ୟା, ସୁବିଧା-ଅସୁବିଧା ଏବଂ ଆବଶ୍ୟକତା ସଂପର୍କରେ ପଚାରି ବୁଝିବେ। ସେମାନଙ୍କ ସମସ୍ୟମାନ ସରକାରଙ୍କ ପାଖରେ ଉପସ୍ଥାପିତ କରିବା ସହ ସେମାନଙ୍କ ପାଖରେ ସରକାରୀ ସୁବିଧା, ସୁଯୋଗ ପହଞ୍ଚାଇବା ଓ ସେମାନଙ୍କୁ ଆଇନସେବା, ସାହାଯ୍ୟ ଓ ପରାମର୍ଶ ଯୋଗାଇଦେବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ସାପ୍ତାହିକ କାର୍ଯ୍ୟକ୍ରମରେ ପ୍ରାଧିକରଣଙ୍କ କର୍ମକର୍ତ୍ତା, ଗ୍ରାମୀଣ ଆଇନ ସହାୟତା କର୍ମୀ, ଆଇନଜୀବୀ, ପ୍ରାଧିକରଣର ସେ୍ୱଚ୍ଛାସେବୀମାନେ ଘରକୁ ଘର ଗସ୍ତ କରି ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ଅଧିକାର ଅଧିନିୟମ, ସରକାରୀ ଯୋଜନାର ଲାଭ ବାବଦରେ ଅବଗତ କରାଇବେ। ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ମଧୁବାବୁ ପେନ୍‌ସନ୍‌ ଯୋଜନା, ବାଣୀଶ୍ରୀ ବୃତ୍ତି, ବିବାହ ପ୍ରୋତ୍ସାହନ ରାଶି ବ୍ୟବସ୍ଥା, ଚାକିରି ଓ ଦକ୍ଷତା ବୃଦ୍ଧି ପାଇଁ ଥିବା ଯୋଜନା, ଯାତାୟତର ସୁବିଧା, ବିଜୁ ପକ୍କାଘର ଯୋଜନା, ଜନନୀ ସୁରକ୍ଷା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଉପଲବ୍ଧତା, ସେମାନଙ୍କୁ ସରକାରଙ୍କ ଦ୍ୱାରା ସାହାଯ୍ୟକାରୀ ଉପକରଣ ବଣ୍ଟନ ସମ୍ବନ୍ଧୀୟ ଯୋଜନା ଏବଂ ଏତଦ୍‌ବ୍ୟତୀତ ଆଇନସେବା ପ୍ରାଧିକରଣ ଅଧିନିୟମ ୧୯୮୭ର ଧାରା ୧୨ ଅନୁଯାୟୀ ମାଗଣା ଆଇନସେବା ସମ୍ବନ୍ଧୀୟ ସେବା ଯୋଗାଇବା ଆଦି ବିଷୟରେ ସେମାନଙ୍କୁ ସଚେତନ କରାଇବେ ବୋଲି ପ୍ରାଧିକରଣଙ୍କ ସଚିବ ସୌଦାମିନୀ ସିଂ ସୂଚନା ଦେଇଛନ୍ତି।

ଆବଶ୍ୟକ ସ୍ଥଳେ ଟୋଲ୍‌ ଫି୍ର ନଂ-୧୮୦୦୩୪୫୭୫୭୧ ଏବଂ ହେଲ¬ ଲାଇନ୍‌ ନଂ-୮୧୪୪୩୨୦୦୫୫ରେ ଦିବ୍ୟାଙ୍ଗମାନେ ଯୋଗାଯୋଗ କରିପାରିବେ ବୋଲି ସେ କହିଛନ୍ତି। ଏତଦ୍‌ବ୍ୟତୀତ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜିଲ୍ଲା ଜଜ୍‌ କୋର୍ଟ ପରିସର, କଳ୍ପନା, ଭୁବନେଶ୍ୱରରେ ମଧ୍ୟ ସବିଶେଷ ସୂଚନା ଉପଲବ୍ଧ ହେଉଛି।

ଓଡିଶା ଭିନ୍ନକ୍ଷମ ଭିନ୍ନକ୍ଷମ
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

October 17, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

October 17, 2026
Latest News

ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

October 17, 2026

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

October 17, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.