Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀ କ୍ୟାବିନେଟର କୃଷକଙ୍କ ପାଇଁ ବଡ ଘୋଷଣା: ପାଖାପାଖି ୧୫ କୋଟି ପରିବାର ହେବେ ଲାଭବାନ
ବିଶେଷ ଖବର

ମୋଦୀ କ୍ୟାବିନେଟର କୃଷକଙ୍କ ପାଇଁ ବଡ ଘୋଷଣା: ପାଖାପାଖି ୧୫ କୋଟି ପରିବାର ହେବେ ଲାଭବାନ

May 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
farmers pension increased
farmers pension increased

ସମୀକ୍ଷା ବ୍ୟୁରୋ

ଗତକାଲି ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବା ପରେ ମୋଦୀ କ୍ୟାବିନେଟର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଥମ ଉପହାର ସହିଦ ପରିବାରଙ୍କୁ ଦେଇଛନ୍ତି। ସହିଦ ପରିବାରଙ୍କ ପାଇଁ ‘ପିଏମ ଛାତ୍ରବୃତ୍ତି’ର ସହାୟତା ରାଶି ବୃଦ୍ଧି କରାଯାଇଛି। ସହିଦଙ୍କ ପରିବାରର ପୁଅଙ୍କ ପାଇଁ ପୂର୍ବରୁ ରଖାଯାଇଥିବା ଛାତ୍ରବୃତ୍ତି ରାଶିକୁ ୨୦୦୦ଟଙ୍କାରୁ ୨୫୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବଂ ଝିଅଙ୍କ ପାଇଁ ବୃତ୍ତି ରାଶି ପରିମାଣ ୨୨୫୦ଟଙ୍କାରୁ ୩୦୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।  ପ୍ରଧାନମନ୍ତ୍ରୀ ମୋଦୀ ନିଜ ଟ୍ବିଟର ମାଧ୍ୟମରେ ମଧ୍ୟ ଏହା ସୂଚନା ଦେଇଛନ୍ତି।

ସେହିପରି କ୍ୟାବିନେଟର ଦ୍ଵିତୀୟ ବଡ ଘୋଷଣା କୃଷକ ପରିବାରଙ୍କ ପାଇଁ କରାଯାଇଛି। ପୂର୍ବରୁ କୃଷକଙ୍କ ପାଇଁ କରାଯାଇଥିବା ‘ପିଏମ କିଷାନ ସମ୍ମାନ ଯୋଜନା’ରେ  ହିତାଧିକାରୀଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଏଥର ଭୂମିହୀନ କୃଷକମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ତେଣୁ ଏହା ଦ୍ଵାରା ପାଖାପାଖି ୧୫ କୋଟି କୃଷକ ପରିବାରଙ୍କୁ ବାର୍ଷିକ ୬୦୦୦ଟଙ୍କା ପ୍ରଦାନ କରାଯିବ। ଏହି ଆର୍ଥିକ ରାଶି ତିନୋଟି ପର୍ଯ୍ୟାୟରେ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାରେ ଜମା ହେବ।

ସେହିପରି ପଶୁ ରୋଗ ନିୟନ୍ତ୍ରଣ ପାଇଁ ଟୀକାକରଣ ବ୍ୟବସ୍ଥା କରାଯାଇଛି। ଶତପ୍ରତିଶତ ଗାଈ, ମଇଁଷି, ଛେଳି ଇତ୍ୟାଦି ପାଳିତ ପଶୁଙ୍କ ଟୀକାକରଣ ପାଇଁ ସମୁଦାୟ ୧୩ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାର ସଂପୂର୍ଣ୍ଣ ରାଶି କେନ୍ଦ୍ରସରକାର ବହନ କରିବ।

ସେହିପରି ‘ଶ୍ରମଯୋଗୀ ମାନଧନ ଯୋଜନା’ ମାଧ୍ୟମରେ ୧୮ ରୁ ୪୦ ବର୍ଷର କୃଷକ, ଅସଙ୍ଘଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଏବଂ ଛୋଟ ବ୍ୟବସାୟୀଙ୍କ ପାଇଁ ୬୦ ବର୍ଷ ବୟସ ପରେ ୩୦୦୦ଟଙ୍କା ପର୍ଯ୍ୟନ୍ତ ପେନସନ ବ୍ୟବସ୍ଥା କରାଯାଇଛି। ଏଲଆଇସି ମାଧ୍ୟମରେ ଏହି ଯୋଜନା ପରିଚାଳିତ ହେବ। ମାସିକ ୧୫୦୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଯୁବକ ଏହି ଯୋଜନାର ଲାଭ ପାଇପାରିବେ।

 

Share. Facebook Twitter LinkedIn Email WhatsApp Copy Link

Related Posts

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.