Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସନ୍ଥ ଓ ମହାପୁରୁଷ ତିଆରି କରିବାର କୃତ୍ରିମ ରାଜନୈତିକ ଉପାୟ- ପ୍ରସଙ୍ଗ ପ୍ରତାପ ଷଡଙ୍ଗୀ
ବିଶେଷ ଖବର

ସନ୍ଥ ଓ ମହାପୁରୁଷ ତିଆରି କରିବାର କୃତ୍ରିମ ରାଜନୈତିକ ଉପାୟ- ପ୍ରସଙ୍ଗ ପ୍ରତାପ ଷଡଙ୍ଗୀ

June 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
A pack of bigotry wrapped in austerity: An artificial myth called Pratap Sarangi
A pack of bigotry wrapped in austerity: An artificial myth called Pratap Sarangi

କେଦାର ମିଶ୍ର

ସେ ଯେ ଆଜି ରାଜନୀତିକୁ ଆସିଲେ, ସେୟା ନୁହଁ। ଗତ କୋଡିଏ ବର୍ଷ ଧରି ଓଡିଶାର ରାଜନୈତିକ ଜୀବନରେ ତାଙ୍କର ଚଳ ପ୍ରଚଳ ରହିଛି। ତାଙ୍କୁ ଅନେକ ସମୟରେ ଜଣେ ଉଗ୍ରବାଦୀ ଧାର୍ମିକ ନେତା ଭାବରେ ଆମେ ଟେଲିଭିଜନ ପରଦାରେ ଯୁକ୍ତି ତର୍କ କରୁଥିବାର ଦେଖିଛୁ। ଭୋପାଳରୁ ଜିତିଥିବା ଲୋକସଭା ସାଂସଦ ପ୍ରଜ୍ଞା ସିଂ କହିବାର ବହୁ ଆଗରୁ, ସେ ଗାନ୍ଧୀଙ୍କ ହତ୍ୟାକାରୀକୁ ଜଣେ ଦେଶଭକ୍ତ ବୋଲି କହିବାର ଆମେ ଶୁଣିଛୁ। ବ୍ୟକ୍ତିଗତ ଭାବରେ ତାଙ୍କ ସହିତ ଅନେକ ଟିଭି ବିତର୍କରେ ମୁଁ ତାଙ୍କର ପ୍ରତିପକ୍ଷ ହୋଇ ଛିଡା ହୋଇଛି। ସାଧାସିଧା ଲାଗୁଥିବା ଏ ବ୍ୟକ୍ତି ଜଣକ ୨୦ ବର୍ଷ ଧରି ଆମ ରାଜନୀତିରେ ଥିଲେ ବି, କାଇଁ ତାଙ୍କୁ ତ କେବେ ଆମେ ସନ୍ଥ କି ମହାପୁରୁଷ ବୋଲି କହୁନଥିଲୁ। ଏପରିକି ଏଥର ନିର୍ବାଚନ ଲଢିବା ବେଳେ ମଧ୍ୟ ସେ ଅନ୍ୟ ସାଧାରଣ ବିଜେପି ପ୍ରାର୍ଥୀଙ୍କ ପରି ଥିଲେ। ହଠାତ ତାଙ୍କୁ ସନ୍ଥ ଓ ମହାପୁରୁଷ କରିଦେବାର କାରଣ କଣ? ରାତାରାତି ଲମ୍ବା ଦାଢି ପରି ଏବେ ପ୍ରତାପ ଷଡଙ୍ଗୀ ନାମକ ଜଣେ ମହାପୁରୁଷଙ୍କ ଆବିର୍ଭାବ ହେବାର ପୃଷ୍ଠଭୂମିଟି ସତରେ କଣ?

ମୁଁ ଜାଣେ, ଏ କଥା ଭକ୍ତଙ୍କୁ ବହୁତ ବାଧିବ। ସେମାନେ ଯେଉଁ ମହାପୁରୁଷ ନିର୍ମାଣର କଳା କୌଶଳ ପ୍ରୟୋଗ କରୁଛନ୍ତି, ସେଥିରେ ଯୁକ୍ତି, ତଥ୍ୟ ଓ ପ୍ରମାଣ ସବୁଠୁ ବଡ ଶତ୍ରୁ। ତେଣୁ ସେମାନେ ଚିତ୍କାର କରିବେ ଓ ଗାଳି ଦେବେ, ସେକଥା ଆମକୁ ଜଣା ଅଛି। ହେଲେ ଆମକୁ ସତ କହିବାକୁ ଓ ଶୁଣିବାକୁ ପଡିବ। ବିଧାୟକ, ସାଂସଦ ଓ ମନ୍ତ୍ରୀ ହେବା ଆଗରୁ ପ୍ରତାପ ଷଡଙ୍ଗୀ ସଙ୍ଘ ପରିବାରର ସଂଗଠନ ବଜରଙ୍ଗ ଦଳର ରାଜ୍ୟ ମୁଖିଆ ଥିଲେ। ତାଙ୍କ ନେତୃତ୍ଵରେ ଓଡିଶାର ସବୁଠୁ ହିଂସ୍ର ଓ ଅମାନବୀୟ ଦୁଇଟି ଘଟଣାକୁ ଆମେ ଅଣଦେଖା କରି ପାରିବା ନାହିଁ। ୨୨, ଜାନୁଆରୀ, ୧୯୯୯ ମସିହାରେ ମୟୂରଭଞ୍ଜ ଜିଲ୍ଲାର ମନୋହରପୁର ଗାଁରେ ଅଷ୍ଟ୍ରେଲିଆ ର ଡାକ୍ତର ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁ ପୁତ୍ର ଫିଲିପ ଓ ତିମୋଥିଙ୍କୁ ଜିଅନ୍ତା ପୋଡି ମାରି ଦିଆ ଗଲା। ଏହି ଘଟଣାରେ ସଂପୃକ୍ତ ଥିବା ଦାରା ସିଂ ସୁପ୍ରିମ କୋର୍ଟଙ୍କ ଦ୍ଵାରା ଆଜୀବନ କାରାଦଣ୍ଡ ପାଇ ସାରିଛି। ତେବେ ୧୯୯୯ ଓ ୨୦୦୦ ମସିହାରେ ଦାରା ସିଂର ସବୁଠୁ ବଡ ସମର୍ଥକ ଥିଲେ ତତ୍କାଳୀନ ବଜରଙ୍ଗ ଦଳର ମୁଖିଆ ପ୍ରତାପ ଷଡଙ୍ଗୀ। ଜଣେ ହତ୍ୟାକାରୀ ଯିଏ  ତିନୋଟି ପ୍ରାଣକୁ ଜିଅନ୍ତା ପୋଡି ମାରି ଦେଇପାରେ, ତା ସପକ୍ଷରେ ଯୁକ୍ତି କରୁଥିବା ଲୋକ ମହାପୁରୁଷ ହେବା ଆମ ସମୟର ସବୁଠୁ ବଡ ବିଡମ୍ବନା।

ଦ୍ଵିତୀୟ ଘଟଣାଟି ଆହୁରି ଚିନ୍ତାଜନକ। ୧୬, ଡିସେମ୍ବର, ୨୦୦୧ ରେ ବିଶ୍ଵ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ଓ ଦୁର୍ଗା ବାହିନୀର ସଦସ୍ୟମାନେ ଓଡିଶା ବିଧାନସଭା ଭିତରକୁ ଧସେଇ ପଶି ସବୁକିଛି ଭାଙ୍ଗିରୁଜି ପକାଇଥିଲେ। ବିଧାନସଭା ଚାଲୁଥିବା ବେଳେ ଏ ପ୍ରକାର ଆକ୍ରମଣ ଭାରତୀୟ ଗଣତନ୍ତ୍ର ଉପରେ ସବୁଠୁ ବଡ ଦେଶୀ ଆକ୍ରମଣ ଥିଲା। ସେହି ଘଟଣାରେ ଓଡିଶା ପୋଲିସ ତତ୍କାଳୀନ ବଜରଙ୍ଗ ଦଳର ମୁଖିଆ ତଥା ଆଜିର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଗିରଫ କରିଥିଲା। ପ୍ରତାପ ବାବୁ ଏ ଆକ୍ରମଣକୁ କେବେ ନିନ୍ଦା କରିବାର ଆମେ ଶୁଣିନାହୁଁ।

ତେବେ ପ୍ରତାପ ଷଡଙ୍ଗୀ ଗୋଟେ ସରଳ ଜୀବନ ବଞ୍ଚନ୍ତି, ଏ କଥା ସ୍ଵୀକାର କରିବାକୁ ଅବଶ୍ୟ ପଡିବ। ସେ ତାଙ୍କ ଗାଁ ଗୋପୀନାଥପୁରରେ କେମିତି ରହନ୍ତି ମୁଁ ଦେଖିନାହିଁ, ହେଲେ ଅଧିକାଂଶ ସମୟ ସେ ଭୁବନେଶ୍ବରର ବିଧାୟକ କଲୋନୀର ଏକ ସରକାରୀ ଘରେ ସେ ରହୁଥିବା ମୁଁ ଜାଣେ। ରବୀନ୍ଦ୍ର ମଣ୍ଡପରୁ ତାଙ୍କ ସରକାରୀ ଘର ଯାଏ ସେ ଚାଲି ଚାଲି ଯାଉଥିବାର ଦୃଶ୍ୟ ଅନେକଙ୍କ ଆଖିରେ ପଡିଥିବ। ଏହା ଛଡା ତାଙ୍କର ନିର୍ବାଚନୀ ପ୍ରଚାରରେ ଆଡମ୍ବର ନ ଥାଏ ବୋଲି ଯେଉଁମାନେ କହୁଛନ୍ତି, ସେମାନେ ମିଛ ଇ କହୁଛନ୍ତି। ଗତ ଦୁଇଟି ଯାକ ନିର୍ବାଚନରେ ବାଲେଶ୍ବରରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ସେ ବେଶ ଭଲ ପ୍ରଚାର କରିଛନ୍ତି। ତାଙ୍କ ବିପକ୍ଷରେ ଯଦିଓ ଦୁଇଜଣ ଧନୀ ପ୍ରାର୍ଥୀ ଥିଲେ, ପ୍ରତାପଙ୍କ ପ୍ରଚାରରେ କିନ୍ତୁ ସେମିତି କିଛି ଅଭାବ ନଥିଲା। ସେ ସାଇକଲରେ ନିର୍ବାଚନ ପ୍ରଚାର କରୁଥିବା କଥା ଟି ନିହାତି ଗାଲୁଗପ।

ସରଳ ଜୀବନର ମହତ୍ତ୍ଵ ଉଚ୍ଚ ଚିନ୍ତନରୁ ଆସିଥାଏ। ହିଂସା ଓ ହତ୍ୟାର ରାଜନୀତିକୁ ସମର୍ଥନ କରି ସରଳ ଜୀବନକୁ ମହାପୁରୁଷ ସୁଲଭ କହିବା ହାସ୍ୟାସ୍ପଦ ନୁହେଁ କି? ପ୍ରତାପ ଷଡଙ୍ଗୀ କେବଳ ଦାରା ସିଂ ସପକ୍ଷରେ ଠିଆ ହୋଇ ନାହାନ୍ତି, ସେ ଅନେକ ବିତର୍କରେ ନାଥୁରାମ ଗଡସେକୁ ଦେଶ ଭକ୍ତ ଓ କର୍ଣ୍ଣୀ ସେନାର ହିଂସାକୁ ଜାତୀୟତାବାଦ ବୋଲି ସମର୍ଥନ ଦେଇଛନ୍ତି। ରାଜନୀତିରେ ଉଗ୍ର ଜାତୀୟତାବାଦର କଥା କହି ହିଂସା ଏକ ଆବଶ୍ୟକୀୟ ମାଧ୍ୟମ ବୋଲି ସେ କହି ଆସୁଛନ୍ତି। ରାଜନୈତିକ ହିଂସାର ସମର୍ଥକ ହେବା କୌଣସି ସନ୍ଥର ଲକ୍ଷଣ କଦାପି ନୁହେଁ।

ପ୍ରତାପ ଷଡଙ୍ଗୀ ଜଣେ ଉଗ୍ର ହିନ୍ଦୁତ୍ଵବାଦୀ ନେତା। ତାଙ୍କ ବ୍ୟକ୍ତିତ୍ବର ଭଲ ଦିଗଟି ହେଲା ସେ ତାଙ୍କ ଦଳର ଅନ୍ୟ ନେତାଙ୍କ ପରି ବିଳାସପୂର୍ଣ୍ଣ ଜୀବନ ବଞ୍ଚୁ ନାହାନ୍ତି। ତାଙ୍କର ସରଳ ଓ ନିରାଡମ୍ବର ଜୀବନ ରହିଛି। ହେଲେ ରାଜନେତିରେ ହିଂସା ଓ ଉଗ୍ରବାଦର ସମର୍ଥନ ତାଙ୍କର ବ୍ୟକ୍ତିଗତ ସରଳତାକୁ ସବୁବେଳେ ସନ୍ଦେହ ଘେରରେ ରଖିଥିବ। ସୋସିଆଲ ମିଡିଆରେ ଚାଳ ଛପର ଘର ଓ ସାଇକଲ ଦେଖି କାହାକୁ ସନ୍ଥ ଓ ମହାପୁରୁଷ ବୋଲି ଘୋଷଣା କରିବା ପୂର୍ବରୁ ତାଙ୍କର ରାଜନୈତିକ ଅତୀତ ବିଷୟରେ ଜାଣିବା ନିହାତି ଜରୁରୀ।

kedarmishra pratapsarangi
Share. Facebook Twitter LinkedIn Email WhatsApp Copy Link

Related Posts

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.