Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆ ସଂସଦ ଭବନ ମାମଲା: ବିରୋଧୀଙ୍କୁ ସମାଲୋଚନା କଲେ ଗୁଲାମ ନବୀ ଆଜାଦ
ବିଶେଷ ଖବର

ନୂଆ ସଂସଦ ଭବନ ମାମଲା: ବିରୋଧୀଙ୍କୁ ସମାଲୋଚନା କଲେ ଗୁଲାମ ନବୀ ଆଜାଦ

May 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମେ ୨୮ ତାରିଖରେ ଦେଶକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ନୂଆ ସଂସଦ ଭବନର ଉଦଘାଟନ କରାଯିବ। ଏହି ସମାରୋହକୁ କଂଗ୍ରେସ ଏବଂ ବିରୋଧୀ ଦଳ ବିରୋଧ କରୁଛନ୍ତି। ତାଙ୍କ ବିରୋଧ ଉପରେ, ବର୍ତ୍ତମାନ କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ବିରୋଧୀ ଦଳର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।

ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ବିରୋଧୀ ଦଳ କାହିଁକି ପାଟିତୁଣ୍ଡ କରୁଛନ୍ତି ମୁଁ ବୁଝିପାରୁ ନାହିଁ। ଦେଶ ଏକ ନୂତନ ସଂସଦ ପାଇଥିବାରୁ ସେମାନେ ଖୁସି ହେବା ଉଚିତ। ଯଦି ମୁଁ ଦିଲ୍ଲୀରେ ଥାଆନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ନୂତନ ସଂସଦ ଗୃହର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥା’ନ୍ତି। ରେକର୍ଡ ସମୟରେ ଏକ ନୂତନ ସଂସଦ ଗଠନ ପାଇଁ ବିରୋଧୀମାନେ ସରକାରଙ୍କୁ ପ୍ରଶଂସା କରିବା ଉଚିତ୍। କିନ୍ତୁ ସେମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି। ବିରୋଧୀ ଏହାକୁ ବର୍ଜନ କରିଥିବାରୁ ମୁଁ ଦୃଢବିରୋଧ କରୁଛି।

ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ଯେତେବେଳେ ସେ ନରସିଂହ ରାଓଙ୍କ ସରକାରରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ଥିଲେ, ସେତେବେଳେ ସେ ଏକ ନୂତନ ସଂସଦ ଗଠନ କରିବାର ସ୍ୱପ୍ନ ଦେଖିଥିଲେ। ସେ କହିଛନ୍ତି ଯେ, ମୁଁ ଏକ ନୂତନ ସଂସଦ ଗଠନ ବିଷୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସହ ଆଲୋଚନା କରିଥିଲି, କିନ୍ତୁ ନକ୍ସା ମଧ୍ୟ ତିଆରି କରିଥିଲି କିନ୍ତୁ ସେତେବେଳେ ଆମେ ତାହା କରିପାରିଲୁ ନାହିଁ।

ସେ କହିଛନ୍ତି ଯେ, ଦେଶର ସ୍ଵାଧୀନତା ପରେ ଦେଶର ଜନସଂଖ୍ୟା ୫ ଗୁଣ ବୃଦ୍ଧି ପାଇଛି ଏବଂ ସେହି ଅନୁଯାୟୀ ପ୍ରତିନିଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସେଥିପାଇଁ ନୂତନ ସଂସଦ ଭବନ ନିର୍ମାଣ କରିବା ଜରୁରୀ ଥିଲା।

ଆଜାଦ ଆହୁରି କହିଛନ୍ତି ଯେ, ମୁଁ ନୂଆ ସଂସଦର ଉଦଘାଟନ ପାଇଁ ଅନାବଶ୍ୟକ ବିବାଦ ବିରୋଧରେ ଅଛି। ବିରୋଧୀଙ୍କର କୌଣସି ଅସୁବିଧା ନାହିଁ, ଏହା ଭୁଲ ପ୍ରସଙ୍ଗ ଉଠାଉଛି। ଏବଂ ଯଦି ବିରୋଧୀ ରାଷ୍ଟ୍ରପତିଙ୍କ ପ୍ରତି ଏତେ ଭଲପାଉଥିଲେ ତେବେ ସେତେବେଳେ କାହିଁକି ତାଙ୍କ ବିରୋଧରେ ପ୍ରାର୍ଥୀ କରାଇଲେ?

ଗୁଲାମ ନବୀ ଆଜାଦ ସଂସଦ ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପାରାଦୀପ ବନ୍ଦରରେ ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 10, 2026

“ଗାନ୍ଧୀଜୀଙ୍କ ଭାଷାରେ ନୁହେଁ, ନେତାଜୀଙ୍କ ଭାଷାରେ ଉତ୍ତର ଦିଆଯିବ”: ଶୁଭେନ୍ଦୁ ଅଧିକାରୀ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.