Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୫-ଟି ସଚିବଙ୍କ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମ ସମୀକ୍ଷା: ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ
ବିଶେଷ ଖବର

୫-ଟି ସଚିବଙ୍କ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମ ସମୀକ୍ଷା: ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

June 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୫-ଟି ଉପକ୍ରମରେ ବରମୁଣ୍ଡା ବସ୍‌ ଟର୍ମିନାଲର ହେଉଛି ରୂପାନ୍ତର। ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ସ୍ଥାନୀୟ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପହଞ୍ଚି ଥିଲେ। ନିର୍ମାଣସ୍ଥଳ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ପୁରା ନିର୍ମାଣ କାମର ଏକ ଭିଡିଓ ପ୍ରେଜେଣ୍ଟେସନ ଦେଖି ଆଲୋଚନା କରିଥିଲେ। ସମୀକ୍ଷାରୁ ଜଣାଯାଇଛି, ଯେ ପ୍ରକଳ୍ପର ୮୫ ପ୍ରତିଶତ କାମ ଶେଷ ହୋଇସାରିଛି। ଜୁନ୍ ମାସ ଶେଷ ସୁଦ୍ଧା ସିଭିଲ୍‌ କାମ ସରିବ ବୋଲି ଜଣାଯାଇଛି। ଜୁଲାଇ ମାସ ସୁଦ୍ଧା ପୁରା ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ବରମୁଣ୍ଡା ବସ୍‌ ଟର୍ମିନାଲ ହେଉଛି ରାଜଧାନୀ ଭୁବନେଶ୍ୱରରେ ଓଡିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାନ୍‌ଜିଟ୍ ସିଷ୍ଟମ। ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ଦୈନିକ ୨ ହଜାର ବସ୍‌ ଚଳାଚଳ କରିପାରିବ। ୧୧ ଏକର ପରିମିତ ଅଞ୍ଚଳରେ ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କରାଯାଉଥିବା ବେଳେ ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ଆଉ ୪ ଏକର ଜମି ଅଛି। ଏଥିରେ ଫୁଡକୋର୍ଟ, Excavator, Elevator, ବହୁତଳୀୟ କାର୍‌ ପାର୍କିଂ ବ୍ୟବସ୍ଥା, ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ Pick-Up ଓ Drop-Off ବ୍ୟବସ୍ଥା ରହିବ। ଏହା ସହିତ ପ୍ରିପେଡ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ। ସମ୍ପୂର୍ଣ୍ଣ ଟର୍ମିନାଲକୁ ସୌରଶକ୍ତି ଦ୍ୱାରା ପରିଚାଳିତ କରାଯିବ। ଏଥିରେ Wi-Fi ସହିତ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ମଧ୍ୟ କରାଯାଉଛି। ଏତତ୍‌ବ୍ୟତିତ ଯାତ୍ରୀମାନଙ୍କ ସୁବିଧା ପାଇଁ ସେଠାରେ ଆହାର ପ୍ଲସ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ବସ୍‌ ଟର୍ମିନାଲର ରୂପାନ୍ତର ପାଇଁ ସ୍ଥାନାନ୍ତରିତ ହୋଇଥିବା ଭେଣ୍ଡରମାନଙ୍କ ଥଇଥାନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ।

ଏଠାରୁ ଦେଶର ବିଭିନ୍ନ ସ୍ଥାନ ଯଥା – ବିଶାଖାପାଟନା, ହାଇଦ୍ରାବାଦ,ରାୟପୁର, ରାଞ୍ଚି, କୋଲକତା ଓ ବେଙ୍ଗାଲୁର ସମେତ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବସ୍‌ ଚଳାଚଳ କରାଯିବ।

ଏହି ସମୀକ୍ଷା ସମୟରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ବିଏମସି କମିଶନର ବିଜୟ ଅମୃତରାଜ କୁଲାଙ୍ଗେ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ନବୀନ ପଟ୍ଟନାୟକ ବରମୁଣ୍ଡା ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଜାରି: ବାତିଲ୍ ହେଲା ଏହି ସବୁ ଟ୍ରେନ

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026
Latest News

ସ୍ନାନମଣ୍ଡପରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି, ‘ଜୟ ଜଗନ୍ନାଥ’ ଧ୍ୱନିରେ କମ୍ପିଲା ବଡ଼ଦାଣ୍ଡ

June 29, 2026

ରାଜଧାନୀରେ ଦ୍ରୁତଗାମୀ ଟ୍ରକ୍‌ର ଆତଙ୍କ, ସ୍କୁଟିକୁ ୨୦୦ ମିଟର ଘୋଷାରି ନେଲା

June 29, 2026

ଗ୍ରୀସ୍‌ ଗସ୍ତରେ ପୀୟୂଷ ଗୋୟଲ, ବାଣିଜ୍ୟ ଓ ନିବେଶ ସହଯୋଗ ଉପରେ ଜୋର

June 29, 2026

ଆମେରିକାରେ ଜଙ୍ଗଲ ନିଆଁର ତାଣ୍ଡବ, ୩ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

June 29, 2026

ବିସ୍ତୃତ ରାଶିଫଳ: ଜୁନ ୨୯ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଲୋକେ ହେବେ ହନ୍ତସନ୍ତ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.