Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ଵରରେ ୟୁସିସିଆଇ ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ପାଳିତ: ଓଡ଼ିଶାର ୩ ନାରୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା
ବିଶେଷ ଖବର

ଭୁବନେଶ୍ଵରରେ ୟୁସିସିଆଇ ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ପାଳିତ: ଓଡ଼ିଶାର ୩ ନାରୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

June 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମଙ୍ଗଳବାର ଦିନ ଭୁବନେଶ୍ଵରସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ୩ ଜଣ ବିଶିଷ୍ଟ ନାରୀ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସେ କହିଥିଲେ, “ୟୁସିସିଆଇ ଲେଡିଜ୍ ଫୋରମ ଓଡ଼ିଶାର ମହିଳାମାନଙ୍କ ପାଇଁ ଏକ ବିଶେଷ ଅନୁଷ୍ଠାନ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହି ଫୋରମ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ପ୍ରଶଂସନୀୟ। ନିକଟରେ ଲେଡିଜ ଫୋରମ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଶିକ୍ଷା ପାଇଁ କେତେକ ସ୍କୁଲକୁ କମ୍ପ୍ୟୁଟର ଦିଆଯାଇଥିଲା। ଏହା ବେଶ୍ ଖୁସିର କଥା।”

ଏହି କାର୍ଯ୍ୟକ୍ରମରେ ଲୁମିନସ୍ ଇନଫୋଓ୍ଵେଜର ସହପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ଜୟଶ୍ରୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନାରୀ ସଶକ୍ତିକରଣ କ୍ଷେତ୍ରରେ ୟୁସିସିଆଇ ଲେଡିଜ୍ ଫୋରମ ପକ୍ଷରୁ ହେଉଥିବା ସମସ୍ତ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ।

ସେହିପରି ବିଶିଷ୍ଟ ଲେଖିକା ତଥା ‘କାଦମ୍ଵିନୀ’ ଏବଂ ‘କୁନିକଥା’ର ସମ୍ପାଦିକା ଡକ୍ଟର ଇତିରାଣୀ ସାମନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ଧର୍ମ ପୂରାଣରେ କିପରି ନାରୀ ସଶକ୍ତିକରଣ ବାବଦରେ ବିଶେଷ ଆଲୋଚନା କରାଯାଇଛି ଉଦାହରଣ ସହ ସେସବୁ ବିଷୟ ଉପରେ ଆଲୋକପାତ କରିଥିଲେ।

“ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ୟୁସିସିଆଇ ଲେଡିଜ୍ ଫୋରମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ। ଏହି ଫୋରମ ଜରିଆରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଶକ୍ତ ହୋଇ ଆଗକୁ ଆସୁଛନ୍ତି ଏବଂ ସମାଜ ଗଠନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି। ବିଶେଷକରି ଉଦ୍ୟୋଗ ପ୍ରତିଷ୍ଠା ଏବଂ ତା’ର ଅଭିବୃଦ୍ଧି କ୍ଷେତ୍ରରେ ମହିଳାମାନେ କିଭଳି ଆଗକୁ ଆସିପାରିବେ, ସେ ଦିଗରେ ଫୋରମର ଭୂମିକା ପ୍ରଶଂସନୀୟ”, କହିଛନ୍ତି ବିଶିଷ୍ଟ ଲେଖିକା ଡକ୍ଟର ଇତିରାଣୀ ସାମନ୍ତ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ୟୁସିସିଆଇ ଲେଡିଜ୍ ଫୋରମର ବିଶେଷ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିବା ୩ ଜଣ ନାରୀ ପ୍ରତିଭାମାନେ ହେଲେ ବିଶିଷ୍ଟ ସମାଜସେବୀ କବିତା ମହାପାତ୍ର, ମହିଳା ଉଦ୍ୟୋଗୀ ଚୁମକି ଦତ୍ତ ଏବଂ ସୀମା ମହାନ୍ତି। ଏହାପରେ ୟୁସିସିଆଇ ସଭାପତି ବ୍ରହ୍ମାନନ୍ଦ ମିଶ୍ରଙ୍କୁ ଫୋରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ୟୁସିସିଆଇ ଲେଜିଡ୍ ଫୋରମର ସଭାପତି ସ୍ଵର୍ଣ୍ଣପ୍ରଭା ସାମଲ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ହିମାଂଶୁବାଳା ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ଲେଡିଜ ଫୋରମର ପୂର୍ବତନ ସମ୍ପାଦିକା ପ୍ରଫେସର ଭାରତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶ୍ୱେତା ପ୍ରଧାନ, ସବିତା ଦାସ, ନମିତା ମହାପାତ୍ର, ଅର୍ଚ୍ଚନା ମହାପାତ୍ର, ମିନତୀ ଦାସ, ପ୍ରଣତୀ ପରିଡ଼ା, ପ୍ରଣତୀ ମହାନ୍ତି, ଜୟଶ୍ରୀ ମିଶ୍ର, ସୋନାଲି ଚୌଧୁରୀ ଏବଂ ସ୍ଵର୍ଣ୍ଣଲତା ଜେନାଙ୍କ ସମେତ ୟୁସିସିଆଇ ଲେଡିଜ୍ ଫୋରମର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

ଓଡିଶା ପ୍ରତିଷ୍ଠା ଦିବସ ଭୁବନେଶ୍ଵର ୟୁସିସିଆଇ ଲେଡିଜ୍ ଫୋରମ
Share. Facebook Twitter LinkedIn Email WhatsApp Copy Link

Related Posts

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ 

June 14, 2026

ସମ୍ପର୍କର ଦେଶରେ ସମ୍ପର୍କହୀନତା! ନିଃସଙ୍ଗତା ରିପୋର୍ଟ ଉଠାଇଲା ବଡ଼ ପ୍ରଶ୍ନ

June 13, 2026

ତୃଣମୂଳରେ ବଡ଼ ରାଜନୈତିକ ଭୂକମ୍ପ! ୨୦ ସାଂସଦଙ୍କ ନୂଆ ଚାଲ୍ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

June 13, 2026

ଜନ୍ମରୁ ଯତ୍ନ, ଶିକ୍ଷାରୁ ସଶକ୍ତୀକରଣ: ‘ବେଟି ବଚାଓ, ବେଟି ପଢାଓ’ର ସଫଳ ଯାତ୍ରା

June 13, 2026
Latest News

ଆଜି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ଥାନ ମହାଲଢେଇ: ପରିସଂଖ୍ୟାନ ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 14, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ 

June 14, 2026

ପାଟଳୀପୁତ୍ର ଷ୍ଟେସନରେ ଛାତ୍ରଙ୍କ ତାଣ୍ଡବ: ପରୀକ୍ଷା ଚାପରୁ ପଥରମାଡ଼ ପର୍ଯ୍ୟନ୍ତ, ୩ ଘଣ୍ଟାର ଅରାଜକତାର ପୂରା କାହାଣୀ

June 14, 2026

ସ୍ତ୍ରୀକୁ ହାଣିଲା ସ୍ଵାମୀ

June 14, 2026

ତାମିଲନାଡୁ ରାଜନୀତିରେ ତୀବ୍ର ହେଲା ବାକ୍‌ଯୁଦ୍ଧ: ବିଜୟଙ୍କୁ ଟାର୍ଗେଟ କଲେ ଷ୍ଟାଲିନ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.