Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ରୋଜଗାର ମେଳା ସଂସ୍ଥାଗତ ରୂପ ଦେଇଛି: କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ
ବିଶେଷ ଖବର

ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ରୋଜଗାର ମେଳା ସଂସ୍ଥାଗତ ରୂପ ଦେଇଛି: କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ

June 10, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନବ ପରିକଳ୍ପନାରେ ଆୟୋଜନ କରାଯାଉଥିବା ରୋଜଗାର ମେଳା ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ସଂସ୍ଥାଗତ ରୂପ ଦେଇଛି ବୋଲି କହିଛନ୍ତି କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଏବଂ ନେସନ ପ୍ରଶାସନ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ।

କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟର ୯ ବର୍ଷର ଉପଲବ୍ଧି ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରି ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଯେ, ପ୍ରଶାସନିକ ଏବଂ ସରକାରୀ ବ୍ୟବସ୍ଥାରେ ସଂସ୍କାର ଆଣିବା ସମୟରେ ଯୁବକମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଯୁବବର୍ଗଙ୍କୁ ରୋଜଗାର ଦେବା ପାଇଁ ରୋଜଗାର ମେଳା ଏକ ପ୍ରମୁଖ ତଥା ସାହସିକ ପଦକ୍ଷେପ। ଏହାବ୍ୟତୀତ ବିଭିନ୍ନ ଯୋଜନାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବର୍ତ୍ତମାନର ସରକାରଙ୍କ ପରିଚୟ ପାଲଟିଛି।

କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ରୋଜଗାର ମେଳା ଜରିଆରେ କେନ୍ଦ୍ର ସରକାର ଏବଂ ସହଯୋଗୀ ରାଜ୍ୟ ସରକାର ମିଶନ୍‌ ମୋଡ୍‌ରେ 10 ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିବେ।

ଡକ୍ଟର ସିଂ ଆହୁରି କହିଥିଲେ ଯେ, ମେ 2023ରେ ଶେଷ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ଗତ ୯ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରାଥମିକତା ଦେଇ ଏହାକୁ ଦ୍ରୁତ, ପାରଦର୍ଶୀ ଓ ନିରପେକ୍ଷ କରିଛନ୍ତି। ପୂର୍ବରୁ ନିଯୁକ୍ତି ପ୍ରକ୍ରିୟାରେ ଦେଖା ଦେଉଥିବା ସମସ୍ୟା ବିଷୟରେ ସେ କହିଥିଲେ । ପୂର୍ବରୁ କର୍ମଚାରୀ ଚୟନ ବୋର୍ଡ ଦ୍ୱାରା ନୂଆ ନିଯୁକ୍ତି ପାଇଁ ପ୍ରାୟ 15ରୁ 18 ମାସ ଲାଗୁଥିଲା ଯାହାକି ଏବେ 6ରୁ 8 ମାସକୁ ହ୍ରାସ ପାଇଛି।

ଯୁବ କୈନ୍ଦ୍ରିକ ନିଯୁକ୍ତି ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରି ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ, ଗ୍ରୁପ୍‌‌ ବି ଅଣଗେଜେଟେଡ୍‌ ଏବଂ ତା’ଠାରୁ ନିମ୍ନ ପଦବୀ ପାଇଁ ସାକ୍ଷାତକାର ଉଚ୍ଛେଦ କରାଯାଇଛି । ଫଳରେ ଅଧିକ ପାରଦର୍ଶିତା ଆସିଛି । କାଗଜ ଆଧାରିତ ପରୀକ୍ଷା ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯାଉଛି। ବିଭିନ୍ନ ଏସଏସସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆଞ୍ଚଳିକ ଭାଷାର ପ୍ରୟୋଗ କାରଣରୁ ଅଧିକ ସଂଖ୍ୟାରେ ଯୁବବର୍ଗ ସରକାରୀ ଚାକିରି କରିବା ପାଇଁ ଆବେଦନ କରୁଛନ୍ତି ।

ଡକ୍ଟର ସିଂ ଗତ 9 ବର୍ଷ ମଧ୍ୟରେ ଆସିଥିବା ପ୍ରଶାସନିକ ସଂସ୍କାର ବିଷୟରେ ଉଲ୍ଲେଖ କରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା “ମିଶନ କର୍ମଯୋଗୀ” କ୍ଷମତା ବିକାଶରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ଏହାକୁ “ନିୟମ ଆଧାରିତ ଦୃଷ୍ଟିକୋଣ”ରୁ “ଭୂମିକା ଆଧାରିତ ଦୃଷ୍ଟିକୋଣ”ରେ ପରିଣତ କରିବ।

କ୍ଷମତା ବିକାଶରେ ବିଶ୍ୱସନୀୟ ଓ ବ୍ୟବସ୍ଥିତ ଆଭିମୁଖ୍ୟ ପ୍ରତିଷ୍ଠା କରିବା ଲାଗି ‘କେପାସିଟୀ ବିଲ୍ଡିଂ କମିଶନ (ସିବିସି)’ ପ୍ରତିଷ୍ଠା କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ସିବିସି ଦ୍ୱାରା ପ୍ରଶାସନିକ ସେବା ପ୍ରଶିକ୍ଷଣ ଅନୁଷ୍ଠାନ ପାଇଁ ଜାତୀୟ ମାନକର ଶୁଭାରମ୍ଭ କରାଯାଇଛି । ସେ କହିଥିଲେ, ପ୍ରତ୍ୟେକ କେନ୍ଦ୍ରୀୟ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ବାର୍ଷିକ କ୍ଷମତା ବିକାଶ ଯୋଜନା ବିକଶିତ କରିବା ଲାଗି ସିବିସି ସବୁ ମନ୍ତ୍ରଣାଳୟ/ବିଭାଗ/ସଂଗଠନକୁ ସହାୟତା ଯୋଗାଇ ଦେଉଛି ।

କାର୍ମିକ ପରିଚାଳନା ପାଇଁ ନୋଡାଲ ମନ୍ତ୍ରଣାଳୟ ଭାବେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ଡକ୍ଟର ସିଂ ସୂଚନା ଦେଇଥିଲେ । ସେ ଶିଶୁ ଯତ୍ନ ଅବକାଶ (ସିସିଏଲ) ବିଷୟରେ ସୂଚନା ଦେଇଥିଲେ । ଏହି ଛୁଟି ଦିନକୁ 730 ଦିନ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁର କରାଯାଇଛି । ସିସିଏଲ ପ୍ରଦାନ କରିବା ଲାଗି ସର୍ବନିମ୍ନ ବାଧ୍ୟତାମୂଳକ ଅବଧିକୁ 15 ଦିନରୁ 5 ଦିନକୁ କମାଇ ଦିଆଯାଇଛି । 1 ଜୁଲାଇ 2022 ଠାରୁ ଦିବ୍ୟାଙ୍ଗ ଶିଶୁଙ୍କ ମା’ ହୋଇଥିବା ମହିଳା ସରକାରୀ କର୍ମଚାରୀଙ୍କୁ ମାସିକ 3ହଜାର ଟଙ୍କାର ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯାଉଛି ।

ସେହିପରି ନିଖୋଜ କର୍ମଚାରୀଙ୍କ ପରିବାର ଏବେ ଏଫଆଇଆର ଦାଖଲ କରିବାର 6 ମାସ ମଧ୍ୟରେ ପାରିବାରିକ ପେନସନ ପାଇପାରିବେ ଏବଂ ସେମାନଙ୍କୁ ଆଉ 7 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ପ୍ରଶାସନିକ କ୍ଷେତ୍ରରେ ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ସମ୍ପର୍କରେ ଡକ୍ଟର ସିଂ କହିଥିଲେ ଯେ ସ୍ୱଚ୍ଛ ଓ ପ୍ରଭାବଶାଳୀ ସରକାରଙ୍କ ପରିଚୟ ହେଉଛି ଏକ ଦୃଢ଼ ଅଭିଯୋଗ ସମାଧାନ ବ୍ୟବସ୍ଥା । ବିଭିନ୍ନ ସରକାରୀ ବିଭାଗରେ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଦ୍ରୁତ କରିବା ଲାଗି 10 ସୂତ୍ରୀ ସିପିଗ୍ରାମ୍‌ସ୍‌ ସଂସ୍କାର କାର୍ଯ୍ୟକାରୀ କରାଯାଇଛି ଫଳରେ ସାପ୍ତାହିକ ସମାଧାନ ହାର 95ରୁ 100ପ୍ରତିଶତକୁ ବୃଦ୍ଧି ପାଇଛି।

ସ୍ୱଚ୍ଛା 1.0 ଏବଂ 2.0 ଅଭିଯାନ ଅନ୍ତର୍ଗତ ଇଲେକ୍ଟ୍ରୋନିକ୍ସ ସ୍କ୍ରାପ୍‌ ଓ କାର୍ଯ୍ୟାଳୟ ସ୍କ୍ରାପ ବିକ୍ରି କରାଯାଇ 370.83 କୋଟି ଟଙ୍କାର ରାଜସ୍ୱ ଆୟ ହୋଇଛି । ଏହାଦ୍ୱାରା 89.85 ଲକ୍ଷ ବର୍ଗଫୁଟ୍‌ କାର୍ଯ୍ୟାଳୟ ପରିସର ଖାଲି ହୋଇପାରିଛି ।

ଡିଜିଟାଲ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ 75ଟି ବିଭାଗ ଓ ମନ୍ତ୍ରଣାଳୟରେ ଇ-ଅଫିସ ଭର୍ସନ 7.0 କାର୍ଯ୍ୟକାରୀ କରାଯାଇଛି । ଜାତୀୟ ରୋଜଗାର ମେଳା ଜରିଆରେ ଅଭିନବ ପରିବର୍ତ୍ତନ ଅଣାଯାଇଛି। ତଳୁ ଉପର ପର୍ଯ୍ୟନ୍ତ ପ୍ରଶାସନିକ ସେବା ଅଧିକାରୀମାନଙ୍କ ପାଇଁ ଅଧିକ ଦୃଢ଼ କ୍ଷମତା ବିକାଶ ଓ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ପ୍ରଯୁକ୍ତିର ଅଧିକ ବ୍ୟବହାର ଏବଂ ମନ୍ତ୍ରଣାଳୟ ପାଇଁ ଆଗକୁ ବଢ଼ିବା ଲାଗି ମୁକ୍ତ ବିଚାର ବିନିମୟ ନିମନ୍ତେ ନିୟମିତ “ଚିନ୍ତନ ଶିବିର” ଆୟୋଜନ କରାଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଡକ୍ଟର ସିଂ ସୂଚନା ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ନରେନ୍ଦ୍ର ମୋଦୀ ରୋଜଗାର ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.