Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

June 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ନୂଆଦିଲ୍ଳୀର ପ୍ରଗତି ମୈଦାନ ସ୍ଥିତ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ଅଧିବେଶନ କେନ୍ଦ୍ରଠାରେ ଉଦ୍ଘାଟନ କରିବେ। ଆସନ୍ତା ୧୧ଜୁନ, ୨୦୨୩ ଦିନ ସାଢେ ଦଶଟାବେଳେ ଏହାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍ବୋଧନ ଦେବେ।

ଦେଶରେ ପ୍ରଶାସନିକ ପଦ୍ଧତି ଓ ନୀତି ପ୍ରଣୟନ କ୍ଷେତ୍ରରେ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ସବୁବେଳେ ପ୍ରସ୍ତାବକ ରହି ଆସିଛନ୍ତି। ସେ ଲୋକସେବାର ସାମର୍ଥ୍ୟବୃଦ୍ଧି ଜରିଆରେ ଏହା କରି ଆସିଛନ୍ତି। ଏପରି ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ପରିପ୍ରେକ୍ଷୀରେ ଲୋକସେବା ସାମର୍ଥ୍ୟ ଗଠନ ଜାତୀୟ କାର୍ଯ୍ୟକ୍ରମ (ଏନପିସିଏସସିବି) ଦ୍ୱାରା ମିଶନ କର୍ମଯୋଗୀ ଭବିଷ୍ୟତ ପ୍ରଶାସକଙ୍କୁ କୌଶଳ, ଜ୍ଞାନ ଓ ଠିକ୍ ମନୋଭାବ ପ୍ରଦାନ ପାଇଁ ଆରମ୍ଭ କରାଯାଇଥିଲା। ଏହି ଆଲୋଚନାଚକ୍ର ଏ ଦିଗରେ ଆଉ ଏକ ପଦକ୍ଷେପ।

ସାମର୍ଥ୍ୟ ଗଠନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଜାତୀୟ ଓ ତାଲିମ ଆଲୋଚନାଚକ୍ରର ଉଦ୍ଦେଶ୍ୟ ପ୍ରଶାସକଙ୍କ ନିମନ୍ତେ ରହିଥିବା ତାଲିମ ପ୍ରତିଷ୍ଠାନଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଦେଶରେ ପ୍ରଶାସକମାନଙ୍କ ତାଲିମ ଭିତ୍ତିଭୂମିକୁ ମଜବୁତ କରିବା।

କେନ୍ଦ୍ରୀୟ ତାଲିମ ପ୍ରତିଷ୍ଠାନ, ରାଜ୍ୟ ପ୍ରଶାସନିକ ତାଲିମ ପ୍ରତିଷ୍ଠାନ, ଆଞ୍ଚଳିକ ଓ କ୍ଷେତ୍ରୀୟ ତାଲିମ ପ୍ରତିଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନଗୁଡିକରୁ ୧୫୦୦ରୁ ଅଧିକ ପ୍ରତିନିଧି ଏହି ଆଲୋଚନାଚକ୍ରରେ ଯୋଗଦେବେ। କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗର ପ୍ରଶାସକ, ସ୍ଥାନୀୟ ସରକାର ଓ ଘରୋଇ କ୍ଷେତ୍ରରେ ବିଶେଷଜ୍ଞ ମାନେ ମଧ୍ୟ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ବିଭିନ୍ନ ସ୍ଥାନରୁ ଯୋଗଦେଉଥିବା ପ୍ରତିନିଧିମାନେ ସେମାନଙ୍କ ମତ ବିନିମୟ କରିବେ। ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ପନ୍ଥାର ଉପଲବ୍ଧତା ଓ ସାମର୍ଥ୍ୟ ବିକାଶ ଲାଗି ବିସ୍ତୃତ ରଣନୀତି ନେଇ ମଧ୍ୟ ଆଲୋଚନା କରିବେ। ଏହି ଆଲୋଚନାଚକ୍ରରେ ଆଠଟି ପ୍ୟାନେଲରେ ଲୋକସେବା ତାଲିମ ପ୍ରତିଷ୍ଠାନର ମୁଖ୍ୟ ଭୂମିକା ତାଲିମର ପ୍ରଭାବ ଆକଳନ ଓ ବିଷୟବସ୍ତୁ ଡିଜିଟାଇଜେସନ ଇତ୍ୟାଦି ଉପରେ ଆଲୋଚନା ହେବ।

ନରେନ୍ଦ୍ର ମୋଦୀ ପ୍ରଗତି ମୈଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ମା ତାରିଣୀ ମନ୍ଦିର ବିକାଶ ପାଇଁ ୨୨୬ କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ମଂଜୁରୀ, ଜାଣନ୍ତୁ କିଏ ନେଲା କାମ

September 29, 2025

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାକୁ କ୍ୟାବିନେଟ ମଂଜୁରୀ, ଖର୍ଚ୍ଚ ହେବ ୧୨,୦୦୦ କୋଟି ଟଙ୍କା

September 29, 2025

ମନ୍ଦିର ବାହାରେ କୌଣସି ଅଣହିନ୍ଦୁ ବିକ୍ରି କରୁଥିଲେ, ତାଙ୍କୁ ପିଟିବା ଉଚିତ”: ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ବୟାନ

September 29, 2025

ଏସିଆ କପ୍ ହାରିବା ପରେ ପିଓକେରେ ଉତ୍ତେଜନା, ଶାହବାଜ ସରିଫଙ୍କ ବିରୋଧରେ ପ୍ରଦର୍ଶନ

September 29, 2025
Latest News

ମା ତାରିଣୀ ମନ୍ଦିର ବିକାଶ ପାଇଁ ୨୨୬ କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ମଂଜୁରୀ, ଜାଣନ୍ତୁ କିଏ ନେଲା କାମ

September 29, 2025

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାକୁ କ୍ୟାବିନେଟ ମଂଜୁରୀ, ଖର୍ଚ୍ଚ ହେବ ୧୨,୦୦୦ କୋଟି ଟଙ୍କା

September 29, 2025

ଏଣିକି ବାଣିଜ୍ୟିକ ପ୍ରତିଷ୍ଠାନର କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି, ମିଳିଲା କ୍ୟାବିନେଟ ମଂଜୁରୀ

September 29, 2025

ଅଭିଷେକ ଶର୍ମାଙ୍କୁ ମିଳିଲା ଆରମଦାୟକ SUV, ଭାରତରେ ଏହାର ମୂଲ୍ୟ କେତେ?

September 29, 2025

ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହେଲେ ଜଣେ ଓଡିଆ, ବିଭିନ୍ନ ମହଲରୁ ଶୁଭେଚ୍ଛା

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.