Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

June 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ନୂଆଦିଲ୍ଳୀର ପ୍ରଗତି ମୈଦାନ ସ୍ଥିତ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ଅଧିବେଶନ କେନ୍ଦ୍ରଠାରେ ଉଦ୍ଘାଟନ କରିବେ। ଆସନ୍ତା ୧୧ଜୁନ, ୨୦୨୩ ଦିନ ସାଢେ ଦଶଟାବେଳେ ଏହାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍ବୋଧନ ଦେବେ।

ଦେଶରେ ପ୍ରଶାସନିକ ପଦ୍ଧତି ଓ ନୀତି ପ୍ରଣୟନ କ୍ଷେତ୍ରରେ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ସବୁବେଳେ ପ୍ରସ୍ତାବକ ରହି ଆସିଛନ୍ତି। ସେ ଲୋକସେବାର ସାମର୍ଥ୍ୟବୃଦ୍ଧି ଜରିଆରେ ଏହା କରି ଆସିଛନ୍ତି। ଏପରି ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ପରିପ୍ରେକ୍ଷୀରେ ଲୋକସେବା ସାମର୍ଥ୍ୟ ଗଠନ ଜାତୀୟ କାର୍ଯ୍ୟକ୍ରମ (ଏନପିସିଏସସିବି) ଦ୍ୱାରା ମିଶନ କର୍ମଯୋଗୀ ଭବିଷ୍ୟତ ପ୍ରଶାସକଙ୍କୁ କୌଶଳ, ଜ୍ଞାନ ଓ ଠିକ୍ ମନୋଭାବ ପ୍ରଦାନ ପାଇଁ ଆରମ୍ଭ କରାଯାଇଥିଲା। ଏହି ଆଲୋଚନାଚକ୍ର ଏ ଦିଗରେ ଆଉ ଏକ ପଦକ୍ଷେପ।

ସାମର୍ଥ୍ୟ ଗଠନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଜାତୀୟ ଓ ତାଲିମ ଆଲୋଚନାଚକ୍ରର ଉଦ୍ଦେଶ୍ୟ ପ୍ରଶାସକଙ୍କ ନିମନ୍ତେ ରହିଥିବା ତାଲିମ ପ୍ରତିଷ୍ଠାନଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଦେଶରେ ପ୍ରଶାସକମାନଙ୍କ ତାଲିମ ଭିତ୍ତିଭୂମିକୁ ମଜବୁତ କରିବା।

କେନ୍ଦ୍ରୀୟ ତାଲିମ ପ୍ରତିଷ୍ଠାନ, ରାଜ୍ୟ ପ୍ରଶାସନିକ ତାଲିମ ପ୍ରତିଷ୍ଠାନ, ଆଞ୍ଚଳିକ ଓ କ୍ଷେତ୍ରୀୟ ତାଲିମ ପ୍ରତିଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନଗୁଡିକରୁ ୧୫୦୦ରୁ ଅଧିକ ପ୍ରତିନିଧି ଏହି ଆଲୋଚନାଚକ୍ରରେ ଯୋଗଦେବେ। କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗର ପ୍ରଶାସକ, ସ୍ଥାନୀୟ ସରକାର ଓ ଘରୋଇ କ୍ଷେତ୍ରରେ ବିଶେଷଜ୍ଞ ମାନେ ମଧ୍ୟ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ବିଭିନ୍ନ ସ୍ଥାନରୁ ଯୋଗଦେଉଥିବା ପ୍ରତିନିଧିମାନେ ସେମାନଙ୍କ ମତ ବିନିମୟ କରିବେ। ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ପନ୍ଥାର ଉପଲବ୍ଧତା ଓ ସାମର୍ଥ୍ୟ ବିକାଶ ଲାଗି ବିସ୍ତୃତ ରଣନୀତି ନେଇ ମଧ୍ୟ ଆଲୋଚନା କରିବେ। ଏହି ଆଲୋଚନାଚକ୍ରରେ ଆଠଟି ପ୍ୟାନେଲରେ ଲୋକସେବା ତାଲିମ ପ୍ରତିଷ୍ଠାନର ମୁଖ୍ୟ ଭୂମିକା ତାଲିମର ପ୍ରଭାବ ଆକଳନ ଓ ବିଷୟବସ୍ତୁ ଡିଜିଟାଇଜେସନ ଇତ୍ୟାଦି ଉପରେ ଆଲୋଚନା ହେବ।

ନରେନ୍ଦ୍ର ମୋଦୀ ପ୍ରଗତି ମୈଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ତାରିକ ରହମାନଙ୍କ ଭାରତ ଗସ୍ତ ଉପରେ ଆସିଲା ଅପଡେଟ: ବାଂଲାଦେଶ ରଖିଲା ବଡ଼ ସର୍ତ୍ତ

August 16, 2026

ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ନେଲେ ବିନୟତୋଶ ମିଶ୍ର

August 16, 2026

‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ?: ସୋନିଆ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାଖଲ କଲା ବିଜେପି

August 16, 2026

“ମୁଁ ଜଣେ ମାନସିକ ନକ୍ସଲ ହୋଇଥିବାରୁ ଗର୍ବିତ”: ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ଚିଦାମ୍ବରମ୍

August 16, 2026
Latest News

୧୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ନିର୍ଦ୍ଦେଶକଙ୍କ ପୁଅଙ୍କ ସମେତ ରେଳ ଇଞ୍ଜିନିୟର ଗିରଫ

August 16, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ୧୨ଘଣ୍ଟା ରାସ୍ତା ଜାମ

August 16, 2026

ରୁଷ ବିରୁଦ୍ଧରେ ବଡ଼ ବିମାନ ଆକ୍ରମଣ କଲା ୟୁକ୍ରେନ: ଧୂଆଁ ଧୂଆଁ ହେଲା ଆକାଶ

August 16, 2026

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.