Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉଜ୍ଜ୍ୱଳା ଯୋଜନା ଏବେ ଅନ୍ଧାରୀ ଯୋଜନାରେ ପରିଣତ ହୋଇଛି: ବିଜେଡି
ବିଶେଷ ଖବର

ଉଜ୍ଜ୍ୱଳା ଯୋଜନା ଏବେ ଅନ୍ଧାରୀ ଯୋଜନାରେ ପରିଣତ ହୋଇଛି: ବିଜେଡି

June 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJD
ଉଜ୍ଜ୍ୱଳା ଯୋଜନା ଏବେ ଅନ୍ଧାରୀ ଯୋଜନାରେ ପରିଣତ ହୋଇଛି: ବିଜେଡି

ଭୁବନେଶ୍ୱର : ବିଜୁ ଜନତା ଦଳ ସରକାର ବିଗତ ୨୩ ବର୍ଷ ମଧ୍ୟରେ ଓଡିଶାର ବିକାଶ ପାଇଁ ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରୁଥିବାବେଳେ ଓଡିଶା ବିଜେପି ନେତାମାନେ ଗତ ନଅ ବର୍ଷ ଧରି ଦିଲ୍ଲୀରେ ଓଡିଶାର ବିକାଶ ବିରୋଧରେ ଷଡଯନ୍ତ୍ର କରୁଥିବା ବିଜେଡି ପକ୍ଷରୁ କୁହାଯାଇଛି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ତିନି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ, ଶ୍ରୀ ଗୌତମବୁଦ୍ଧ ଦାସ ଏବଂ ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ଯେ ବିଜେପି ଷଡଯନ୍ତ୍ରର ସବୁଠାରୁ ବଡ ଉଦାହରଣ ହେଉଛି ଉଜ୍ୱଳା ଯୋଜନା। ଏହି ଯୋଜନାରେ ଓଡିଶାର ମହିଳାମାନଙ୍କୁ ମାଗଣା ସିଲିଣ୍ଡର ଯୋଗାଇ ସାହାଯ୍ୟ କରାଯିବ ବୋଲି ପ୍ରଚାର ହେଲା।

ଆଜି ଉଜ୍ୱଳା ଅନ୍ଧାର ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏହା ଏକ ନିଷ୍ଠୁର ପରିହାସ ହୋଇଛି। ଏଲପିଜି ସିଲିଣ୍ଡର ମୂଲ୍ୟ ବଢୁଛି, ରିଫିଲ ପରିମାଣ ହ୍ରାସ ପାଉଛି, ହିତାଧିକାରୀମାନେ ବ୍ୟବହାର ହ୍ରାସ କରୁଛନ୍ତି ଏବଂ ଓଡିଶାର ମହିଳାଙ୍କ ଦ୍ୱାରା ଏହାର ବ୍ୟବହାର ହ୍ରାସ ପାଉଛି।

ବେଡି ଉପରେ କୋରଡା ମାଡ ଭଳି ଇନ୍ଧନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର କ୍ରମାଗତ ମୂଲ୍ୟ ବୃଦ୍ଧି ଯାହା କି ରୋଷେଇ ଘର ତଥା ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି। ଯଦିଓ ବିଜୁ ଜନତା ଦଳ ଏହା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ତଥାପି ଓଡିଶାର ବିଜେପି ନେତାମାନେ ନିରବ ରହିଛନ୍ତି ଏବଂ ଏହି ଲକ୍ଷ ଲକ୍ଷ ପ୍ରଭାବିତ ମହିଳାଙ୍କ କଲ୍ୟାଣ ପାଇଁ ପଦୁଟିଏ ହେଲେ କହୁ ନାହାନ୍ତି।

ଓଡିଶା ବିରୋଧି ଷଡଯନ୍ତ୍ରର ଦ୍ୱିତୀୟ ଉଦାହରଣ ହେଉଛି ରାଜ୍ୟରେ ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ଅବସ୍ଥା। ଗତ ନଅ ବର୍ଷ ଧରି ସମ୍ବଲପୁର-କଟକ ଜାତୀୟ ରାଜପଥ ଅବସ୍ଥା ସଙ୍କଟାପନ୍ନ ରହିଛି। କାର୍ଯ୍ୟ ସମାପ୍ତ ହେଉନାହିଁ। ଗତ ନଅ ବର୍ଷ ମଧ୍ୟରେ ଏହି ରାଜପଥ ପ୍ରକଳ୍ପର କାର୍ଯ୍ୟ ସରୁନଥିବାରୁ ଶହ ଶହ ଦୁର୍ଘଟଣା ଘଟିଛି ଏବଂ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହୋଇଯାଇଛି। ଏଥିପାଇଁ ବିଜେଡି ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉତ୍ତୋଳନ କରୁଛି, କିନ୍ତୁ ଓଡିଶା ବିଜେପି ନେତାମାନେ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି।

ସେହିଭଳି ଆଉ ଦୁଇଟି ବଡ ଷଡଯନ୍ତ୍ର ହେଉଛି ଓଡ଼ିଶାରେ ଟେଲିକମ୍ ଏବଂ ବ୍ୟାଙ୍କିଙ୍ଗ୍ ସେବା ଅତ୍ୟନ୍ତ ଖରାପ। ଯଦିଓ ଗତ ନଅ ବର୍ଷ ଧରି ବିଜେଡି ଏହି ଅବହେଳା ଉପରେ ସ୍ୱର ଉତ୍ତୋଳନ କରୁଛି, ତଥାପି ଓଡିଶାର ବିଜେପି ନେତାମାନେ ଏକ ପ୍ରକାର ନିରବତା ବଜାୟ ରଖିଛନ୍ତି। ବ୍ୟାଙ୍କିଙ୍ଗ ସଂଯୋଗର ଅଭାବ ଯୋଗୁଁ ମିଶନ ଶକ୍ତି ଅଧିନରେ ଥିବା ୬ ଲକ୍ଷ ମହିଳା ଏସଏଚଜି ଗୋଷ୍ଠୀର ୭୦ ଲକ୍ଷ ମହିଳା ଏସଏଚଜି ସଦସ୍ୟାମାନେ ବିନା ସୁଧରେ ୫ ଲକ୍ଷ ଋଣ ପାଇବା କଷ୍ଟକର ହୋଇପଡୁଛି ଯାହା ସେମାନଙ୍କୁ ଓଡ଼ିଶା ସରକାର ଯୋଗାଇ ଦେଉଛନ୍ତି। ଏହା ବ୍ୟତୀତ ସାଧାରଣ ଲୋକେ ମଧ୍ୟ ଖରାପ ବ୍ୟାଙ୍କିଂ ନେଟୱାର୍କ ହେତୁ ସେମାନଙ୍କ ବ୍ୟାଙ୍କିଙ୍ଗ ଆବଶ୍ୟକତା ପାଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବିଜେଡି ମୁଖପାତ୍ରମାନେ କହିଛନ୍ତି ଯେ ପ୍ରଥମେ ଓଡିଶା ବିଜେପି ନେତାମାନେ କ୍ରମାଗତ ଭାବରେ ଓଡିଶାର ଲୋକଙ୍କୁ ଆଇନହୀନ ବୋଲି କହୁଥିଲେ। ତା’ପରେ ସେମାନେ କ୍ରମାଗତ ଭାବରେ ଓଡିଶାର ମହିଳା ଏସଏଚଜି ସଦସ୍ୟମାନଙ୍କୁ ଅପମାନିତ ଏବଂ ଅସମ୍ମାନ କଲେ। ଏହା ସେମାନଙ୍କର ଓଡିଶା ବିରୋଧୀ ମନୋଭାବକୁ ସ୍ପଷ୍ଟ ଭାବେ ଦର୍ଶାଉଛି।

ଏହି ସମସ୍ତ ପ୍ରୟାସ ମାଧ୍ୟମରେ ଓଡିଶା ବିଜେପି ନେତାମାନେ ଓଡିଶାର ବିକାଶକୁ ରୋକିବାପାଇଁ ଯେଉଁ ଉଦ୍ୟମ କରୁଛନ୍ତି ସେଥିରେ ସେମାନେ ବିଫଳ ହେବେ। ଓଡିଶାବାସୀଙ୍କ ସାମୂହିକ ଇଚ୍ଛା ଏବଂ ବିଜୁ ଜନତା ଦଳର ବିକାଶମୂଳକ ଏଜେଣ୍ଡା ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟ ହେବାକୁ ଆଗେଇ ନେବ। ତେବେ ଓଡିଶାର ସ୍ୱାର୍ଥ ବିରୁଦ୍ଧରେ ତଥା ଓଡିଶାର ୪.୫ କୋଟି ଲୋକଙ୍କ ସ୍ୱାର୍ଥ ବିରୁଦ୍ଧରେ ଓଡିଶାର ବିଜେପି ନେତାମାନେ ଯେଭଳି ଷଡଯନ୍ତ୍ର କରୁଛନ୍ତି। ସେଥିପାଇଁ କୋଟି କୋଟି ଓଡିଶାବାସୀ ତାଙ୍କୁ ସବୁବେଳେ ମନେ ରଖିବେ ବୋଲି ବିଜେଡି ମୁଖପାତ୍ରମାନେ କହିଛନ୍ତି।

BJD ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଗଣମାଧ୍ୟମ ଏକ ଉତ୍ତରଦାୟୀ ହେବା ଉଚିତ୍‌: ପିଆଇବି ଏଡିଜି

April 10, 2026

ଭୁବନେଶ୍ୱରରେ ୬୯ତମ SGFI ରଗବୀ ଚାମ୍ପିଅନସିପ୍ ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆରମ୍ଭ

April 10, 2026

ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ୟୁଏଇ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ

April 10, 2026

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026
Latest News

୧୦୦ ବିଲିୟନ ଡଲାର ମୂଲ୍ୟାଙ୍କନ ଆକଳନ ସହିତ ବିଶ୍ୱରେ ୭ମ ସ୍ଥାନରେ ରହିଲା ରିଲାଏନ୍ସ ରିଟେଲ୍

April 10, 2026

ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଗଣମାଧ୍ୟମ ଏକ ଉତ୍ତରଦାୟୀ ହେବା ଉଚିତ୍‌: ପିଆଇବି ଏଡିଜି

April 10, 2026

ଭୁବନେଶ୍ୱରରେ ୬୯ତମ SGFI ରଗବୀ ଚାମ୍ପିଅନସିପ୍ ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆରମ୍ଭ

April 10, 2026

ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ୟୁଏଇ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ

April 10, 2026

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.