Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି କହିଲେ ‘ଅ..ଲେ..ଖ ମହିମା..’, ଦେଖନ୍ତୁ ଭିଡିଓ
ବିଶେଷ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି କହିଲେ ‘ଅ..ଲେ..ଖ ମହିମା..’, ଦେଖନ୍ତୁ ଭିଡିଓ

June 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ 'ଅଲେଖ ମହିମା..', ହେଲେ କାହିଁକି ? ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ପରିବେଷ। ବହୁ ସଂଖ୍ୟାରେ ମହିମା ସାଧୁମାନଙ୍କ ସମାଗମ ପରିଲକ୍ଷିତ ହୋଇଥିଲା। ଅଲେଖ ମହିମା ଶଦ୍ଦରେ ଗୁଂଜରି ଉଠିଥିଲା ନବୀନ ନିବାସ। ସାଧୁମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବଙ୍କୁ ଆର୍ଶିବାଦ କରିଥିଲେ।

ଉଦ୍ଦେଶ୍ୟ ଥିଲା ମୁଖ୍ୟମନ୍ତ୍ରୀ ଯୋରନ୍ଦା ପିଠର ନବୀନ କରଣ ପାଇଁ ୧୧୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିବାକରୁ ସେହି ଖୁସିରେ ସାଧୁମାନେ ତାଙ୍କୁ ଆର୍ଶିବାଦ କରିଥିଲେ। ସେମାନଙ୍କୁ ଏକ ସଂକ୍ଷିପ୍ତ ଭାଷଣ ଦେବା ବେଳେ ନବୀନ ପ୍ରଥମେ ଅ..ଲେ..ଖ ମହିମା…ବୋଲି କହିଥିଲେ।

ଏହାପରେ ଅଲେଖ ସାଧୁମାନେ ବେଶ ଉତଫୁଲିତ ହୋଇପଡିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବରରେ ସେମାନେ ମଧ୍ୟ ସ୍ବର ମିଳାଇ ଅଲେଖ ମହିମା ବୋଲି ଉଚ୍ଚାରଣ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ” ଆପଣମାନେ ଭଲ ଅଛନ୍ତି। ମୁଁ ୧୧୨ କୋଟି ଟଙ୍କା ଅନୁମୋଦନ କରିଛି। ଏହାପରେ ପୁଣି ନବୀନ କହିଲେ ଅଲେଖ ମହିମା। ”

https://thesamikhsya.com/odia/wp-content/uploads/2023/06/Alekha.mp4

 

ମହିମା ସାଧୁମାନେ ଆଣିଥିବା ଏକ ବସ୍ତ୍ରକୁ ନବୀନଙ୍କୁ ପ୍ରଦାନ କରିଥିଲେ। ଏହାପରେ ସେମାନେ ହାତରେ ଧରି ଯାଉଥିବା ବିଞ୍ଚଣାକୁ ମଧ୍ୟ ନବୀନଙ୍କ ମୁଣ୍ଡରେ ଲଗାଇବା ସହିତ ତାଙ୍କୁ ଧରିବା ପାଇଁ ପ୍ରଦାନ କରିଥିଲେ। ନବୀନ ସେହି ବିଞ୍ଚଣାକୁ ହାତରେ ଧରି ଭକ୍ତିପୂତ ଭାବେ ଉପରକୁ ଟେକିଥିଲେ। ଯାହା ସେଠାରେ ଥିବା ସମସ୍ତ ସାଧୁମାନେ ବେଶ ଖୁସି ପ୍ରକଟ କରିଥିଲେ।

ବହୁ ବର୍ଷ ଧରି ଅବହେଳିତ ହୋଇପଡିଥିବା ମହିମା ପିଠର ଉନ୍ନତି ପାଇଁ ଏଥର ନବୀନ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବରୁ ମେ ୨୯ ତାରିଖରେ ୫-ଟି ସଚିବ ଭି କେ ପାଣ୍ଡିଆନ ଯୋରନ୍ଦା ପିଠ ଗସ୍ତ କରି ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ସେ ଜିଲ୍ଲାପାଳ ଏବଂ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରି ଏକ ରିପୋର୍ଟ ଦେବା ପାଇଁ କହିଥିଲେ।

ସେହି ଅନୁସାରେ ଜିଲ୍ଲାପାଳ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କୁ ଦେବା ପରେ ତାହା ଅନୁମୋଦିତ ହୋଇଥିଲା। ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ।

ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୁରା ସ୍ଥାନର ଆଲୋକି କରଣ କରାଯିବ। ଜଗନ୍ନାଥ ମନ୍ଦିର ଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ପଟ ବଡ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବରଗଛ ଲଗାଯିବ। ସାଧୁ ଓ ଭକ୍ତମାନଙ୍କ ପାଇଁ ୨୦୦ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ।

ଅଲେଖ ମହିମା ନବୀନ ପଟ୍ଟନାୟକ ଯୋରନ୍ଦା
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.