Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିର ଫୋକସରେ ପଶ୍ଚିମ ଓଡ଼ିଶା: କଳାହାଣ୍ଡିରେ ଜନ ସାଧାରଣଙ୍କୁ ଉଦବୋଧନ ଦେଲେ ରାଷ୍ଟ୍ରୀୟ ସଭାପତି
ବିଶେଷ ଖବର

ବିଜେପିର ଫୋକସରେ ପଶ୍ଚିମ ଓଡ଼ିଶା: କଳାହାଣ୍ଡିରେ ଜନ ସାଧାରଣଙ୍କୁ ଉଦବୋଧନ ଦେଲେ ରାଷ୍ଟ୍ରୀୟ ସଭାପତି

June 23, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭାରତୀୟ ଜନତା ପାର୍ଟିର ପଶ୍ଚିମ ଓଡ଼ିଶା ଉପରେ ଫୋକସ କରିଥିବା ବେଳେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ୨୩ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପହଞ୍ଚିବା ପରେ ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଉପସ୍ଥିତ ଜନ ସାଧାରଣଙ୍କୁ ଉଦବୋଧନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନଅ ବର୍ଷ ର ଶାସନ କାଳ ରେ ଜନ ହିତକର କାର୍ଯ୍ୟକ୍ରମ ପ୍ରଚଲନ କରିଥିବା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଶାରେ ଅସାମ୍ବିଧାନିକ ସ୍ଥିତିରେ ବିଧାୟକ ଓ ମନ୍ତ୍ରୀ ମାନଙ୍କ ବଦଳରେ ସରକାରୀ ବାବୁ ରାଜ୍ୟ ଶାସନ କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶ ବିଦେଶରେ ଆଦୃତ ହେଉଥିବା ବେଳେ ସେ ଆଜି ସାରା ବିଶ୍ବର ନେତା ହୋଇ ଯାଇଥିବା ପ୍ରକାଶ କରିଥିଲେ।

ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିଲେ ଆଗାମୀ ଦିନରେ ବିକାଶର ଧାରା ଦ୍ବିଗୁଣିତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେଉଥିବା ବେଳେ ସେସବୁର ସୁବିନିଯୋଗ ଠିକ ଭାବରେ ହୋଇ ପାରୁ ନ ଥିବା ବିଷୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ମଧ୍ୟ କେନ୍ଦ୍ର ସରକାରଙ୍କ ନଅ ବର୍ଷର ଉନ୍ନତି ମୂଳକ ଯୋଜନା ସମ୍ପର୍କରେ ଉପସ୍ଥାପନା କରିଥିଲେ। ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ କଳାହାଣ୍ଡି ଜିଲ୍ଲାରେ ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ସ୍ବର୍ଗତ ବିକ୍ରମ କେଶରୀ ଦେଓ ଙ୍କ ସହ ବିତାଇଥିବା ସମୟ ସବୁକୁ ଉଜ୍ଜୀବିତ କରି ସେସମୟରେ ରାଜନୈତିକ ଜୀବନ ଅୟମାରମ୍ଭ କରିଥିଲେ ବୋଲି ପ୍ରକାଶ କରିଥିଲେ। ଦୀର୍ଘ ଦିନର ଅସୁସ୍ଥତାରୁ ଫେରିଥିବା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ଧନ୍ୟବାଦ ଦେଇଥିଲେ।

ସମଗ୍ର କଳାହାଣ୍ଡି ଜିଲ୍ଲାର ଚାଳିଶ ଗୋଟି ମଣ୍ଡଳ ସମେତ ପଡୋଶୀ ନୂଆପଡ଼ା ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ସମେତ ହଜାର ହଜାର ଜଣାସାଧାରଣ ଉପସ୍ଥିତ ଥିଲେ। ରାଜ୍ୟ ସଭାପତି କଳାହାଣ୍ଡି ସାଂସଦଙ୍କୁ ଲୋକପ୍ରିୟ ବୋଲି ସମ୍ବୋଧନ କରିବାରୁ କେବଳ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତି ବିଶେଷଙ୍କୁ ହାତ କରି ଏକ ଛତ୍ରବାଦ କାରବାର କରୁଥିବା ବଦରାଗି ସାଂସଦ ଜିଲ୍ଲାର ୪୦ ଗୋଟି ମଣ୍ଡଳ ସଭାପତିଙ୍କୁ ଚିହ୍ନି ନ ଥିବା ଏବଂ କର୍ମୀ ମାନଙ୍କ ସହ କେବେ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିନ ଥିବା ଉପସ୍ଥିତ ବୁଦ୍ଧିଜୀବି ମାନେ ଆଲୋଚନା କରୁଥିବା ଶୁଣ ଯାଉଥିଲା। ଏପରିକି ଜିଲ୍ଲା ସଭାପତିଙ୍କୁ କୋଣ ଠେସା କରୁଥିବା ଦେଖା ଯାଉଥିଲା।

ସାଂସଦ ନିଜେ ସମସ୍ତ ବିଷୟ ବୁଝୁଥିବା ବେଳେ ମଞ୍ଚ ପରିଚାଳନା ଓ ସ୍ବାଗତ ସମ୍ବର୍ଦ୍ଧନାରେ ଓଲଟପାଲଟ ହୋଇଥିବା, ଗଣମାଧ୍ୟମ ଓ ଗଣ୍ୟମାନ୍ୟ ବ୍ୟକ୍ତି ଏପରିକି ପଦ୍ମ ପୁରଷ୍କାର ପ୍ରାପ୍ତ ବ୍ୟକ୍ତି ମାନଙ୍କ ପାଇଁ ଆସନ ବ୍ୟବସ୍ଥା ଠିକ ଭାବେ କରାଯାଇ ନ ଥିବା ବେଳେ ଲୋକଙ୍କୁ ଚିହ୍ନି ଥାନ୍ତୁ କି ନାହିଁ, ଯେ କୌଣସି ଉପାୟରେ ହେଉ ପଛକେ ରାଷ୍ଟ୍ରୀୟ ସଭାପତିଙ୍କ ଶୁଭ ଦୃଷ୍ଟି ପଡିବାକୁ ହି ଚେଷ୍ଟା କରୁଥିବା ଦେଖାଯାଇଥିଲା। ଶହୀଦ ରେନଦ୍ୟ ମାଝୀଙ୍କ ନାମ ନେବାକୁ ମଧ୍ୟ ଭୁଲି ଯାଇଥିବା ଆଲୋଚନା ହେଉଥିଲା। ମାନ୍ୟବରଙ୍କ କାରବାରରେ ବିଗତ ଦିନରେ କଳାହାଣ୍ଡିରେ ପଦ୍ମ ନଡା ନଷ୍ଟ ହେବାକୁ ବସିଥିବା ବେଳେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଙ୍କ ଗସ୍ତ କେତେ ଦୂର ସଫଳ ହୋଇ ପାରିବ ତାହା ଆଗାମୀ ସମୟ କହିବ ବୋଲି ଲୋକେ କୁହ କୁହି ହେଉଥିବା ଶୁଣିବାକୁ ମିଳୁଥିଲା।

ଅନ୍ୟପକ୍ଷରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକଙ୍କ ବାହୁଡାରେ ଆଶାୟୀ ମନେ ଅସନ୍ତୁଷ୍ଟ ଥିବାର ସ୍ପଷ୍ଟ ବାରି ହେଉଥିଲା। ଅପରାହ୍ଣରେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଟାଉନ ହଲ ଠାରେ କର୍ମୀ ମାନଙ୍କୁ ଉତ୍ସାହିତ କରିବା ପରେ ନୂଆଦିଲ୍ଲୀ ଅଭିମୁଖେ ଫେରି ଯାଇଥିବା ଜଣାପଡିଛି।

ଜେ ପି ନଡ୍ଡା ପଶ୍ଚିମ ଓଡିଶା ବିଜେପି ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.