Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାଣ୍ଡିଆରୁ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହକମାନଙ୍କ ଖାଦ୍ୟାଭ୍ୟାସରେ ଆସିଲାଣି ପରିବର୍ତ୍ତନ
ବିଶେଷ ଖବର

ମାଣ୍ଡିଆରୁ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହକମାନଙ୍କ ଖାଦ୍ୟାଭ୍ୟାସରେ ଆସିଲାଣି ପରିବର୍ତ୍ତନ

June 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
millet cultivation by SHG
Special Stoty on success story of millet cultivation by SHG

ଭୁବନେଶ୍ୱର: ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରି ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିବା ଦିଗରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌, ଓଡ଼ିଶା ସହାୟକ ହୋଇପାରିବ। ଏଥି ସହିତ ସହରର ଗ୍ରାହକମାନଙ୍କର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିବା ଦିଗରେ ଆସୋସିଏସନ୍‌ ଏକ ଅଣୁଘଟକର ଭୂମିକା ଗ୍ରହଣ କରିପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି।

ରାଜ୍ୟରେ ମାଣ୍ଡିଆର ପ୍ରଚାର ଓ ପ୍ରସାର ଦିଗରେ ରଣନୀତି ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ମିଲେଟ ମିଶନ ଦ୍ୱାରା କୃଷି ଭବନଠାରେ ହୋଟେଲ୍‌ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌, ଓଡ଼ିଶାର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହିତ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଲେ ଯେ ରାଜ୍ୟ ସରକାର ମିଲେଟ୍‌ର ଲୋକପି୍ରୟତା ଓ ଗ୍ରହଣୀୟତା ବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ନଭେମ୍ବର ୧୦ ତାରିଖକୁ ‘ମାଣ୍ଡିଆ ଦିବସ’ ଭାବରେ ସାରା ରାଜ୍ୟରେ ପାଳନ କରାଯାଉଛି। ଆସନ୍ତା ନଭେମ୍ବର ୧୦ ତାରିଖରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭୁବନେଶ୍ୱରଠାରେ ଏକ ଅନ୍ତର୍ଜାତୀୟ ସମ୍ମେଳନର ଆୟୋଜନ ନିମନ୍ତେ ଯୋଜନା କରିଛି।

ହୋଟେଲ୍‌ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌କୁ ଓଡ଼ିଶା ମିଲେଟ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଅଭିହିତ କରି ଏହି ସମ୍ମିଳନୀରେ ଆସୋସିଏସନ୍‌ ସକି୍ରୟ ଅଂଶଗ୍ରହଣ କରିବା ସହିତ ସଂଘର ସଦସ୍ୟମାନଙ୍କୁ ସେମାନଙ୍କ ହୋଟେଲରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ବ୍ୟାପକ ଭାବରେ ପ୍ରୋତ୍ସାହିତ କରିବା ପାଇଁ ଡ. ପାଢ଼ୀ ଅନୁରୋଧ କରିଥିଲେ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ସଂଘର ସହଯୋଗରେ ବିଭିନ୍ନ ସ୍ଥାନରେ ନିୟମିତ ଫୁଡ୍‌ ଫେଷ୍ଟିଭାଲର ଆୟୋଜନ ଉପରେ ଗୁରୁତ୍ୱାରୋପ କରିଥିଲେ। ହୋଟେଲ୍‌ ରୁମ୍‌ଗୁଡ଼ିକରେ ଅତିଥିମାନଙ୍କ ନିମନ୍ତେ ମିଲେଟରୁ ପ୍ରସ୍ତୁତ ସ୍ନାକ୍ସ ଓ ସୂଚନା ପୁସ୍ତିକା ଉପଲବ୍ଧ କରାଇବା ସହ ଜନସଚେତନତା ବୃଦ୍ଧି ନିମନ୍ତେ ହୋଟେଲଗୁଡ଼ିକରେ ଭିଡିଓ କ୍ଲିପିଙ୍ଗ୍‌ସ ଏବଂ ଷ୍ଟାଣ୍ଡି ପ୍ରଦର୍ଶନ ଉପରେ ଶ୍ରୀ ଚୌଧାରୀ ଗୁରୁତ୍ୱ ଦେଇଥିଲେ।

ଶ୍ରୀ ଚୌଧାରୀ ମାଣ୍ଡିଆକୁ ଭବିଷ୍ୟତର ଖାଦ୍ୟ ଭାବରେ ଅଭିହିତ କରିବା ସହିତ ଏହା ଦ୍ୱାରା ଆଧୁନିକ ଜୀବନଶୈଳୀରେ ଦେଖାଯାଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ଉପକାର ମିଳିବ ବୋଲି ଆଶା ପ୍ରକାଶ କରିଥିଲେ। ରାଜ୍ୟରେ ମିଲେଟ୍‌ର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ମିଲେଟ୍‌ର ସ୍ୱାସ୍ଥ୍ୟ ଉପଯୋଗିତାର ପ୍ରଚାର ଦିଗରେ ଓଡ଼ିଶା ମିଲେଟ ମିଶନ ପକ୍ଷରୁ ଡାକ୍ତର ଏବଂ ଡାଇଟିସିଆନ୍‌ମାନଙ୍କୁ ନିୟୋଜିତ କରାଯାଉଛି ବୋଲି ଶ୍ରୀ ଚୌଧାରୀ କହିଥିଲେ।

ବୈଠକରେ ହୋଟେଲ୍‌ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌ର ପ୍ରତିନିଧିମାନେ ମିଲେଟ୍‌ର ପ୍ରସାର ନିମନ୍ତେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ହୋଟେଲମାନଙ୍କ ଅବଗତି ପାଇଁ ମିଲେଟରୁ ପ୍ରସ୍ତୁତ ଖାଦ୍ୟର ଏକ ରୂପରେଖ ଏବଂ ମାନକ ସଂଚାଳନ ପ୍ରୋଟୋକଲ୍‌ ବିକଶିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ହୋଟେଲଗୁଡ଼ିକୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଖାଦ୍ୟକୁ ଅଧିକ ପ୍ରଭାବଶାଳୀ ଓ ମାନକସମ୍ମତ କରିବାରେ ସହାୟକ ହୋଇପାରିବ। ପାରମ୍ପରିକ ଓ ଆଧୁନିକ ଶୈଳୀରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ନିମନ୍ତେ ଏକ ରେସିପି ବ୍ୟାଙ୍କ ପ୍ରସ୍ତୁତ କରାଯାଇ ଏହାର ବ୍ୟାପକ ପ୍ରସାର ଉପରେ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା।

ଏହା ସହିତ ମାଣ୍ଡିଆର ସ୍ୱାସ୍ଥ୍ୟ ଉପଯୋଗିତା ସଂପର୍କିତ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ମାଣ୍ଡିଆର ପ୍ରୋତ୍ସାହନ ନିମନ୍ତେ ଆସୋସିଏସନ୍‌ ପକ୍ଷରୁ ସକି୍ରୟ ସହଯୋଗ ଦିଆଯିବ ଏବଂ ମାଣ୍ଡିଆର ଏକ ବୃହତ୍‌ ଉତ୍ପାଦ-ଶୃଙ୍ଖଳ ବିକଶିତ କରିବା ଦିଗରେ ଓଡ଼ିଶା ମିଲେଟ ମିଶନ ସହିତ ଆସୋସିଏସନ୍‌ କାର୍ଯ୍ୟ କରିବ ବୋଲି କହିଥିଲେ।

ଏଥି ସହିତ ମିଶନ୍‌ ମୋଡ୍‌ରେ ମାଣ୍ଡିଆର ପ୍ରୋତ୍ସାହନ ନିମନ୍ତେ ଆସୋସିଏସନ୍‌ର ସହଯୋଗରେ ଏକ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ମାଣ୍ଡିଆର ଯୋଗାଣ-ଶୃଙ୍ଖଳକୁ ସୁବ୍ୟବସ୍ଥିତ କରିବା ଦିଗରେ ଓଡ଼ିଶା ମିଲେଟ ମିଶନ ସହିତ ସହଯୋଗ କରିବା ପାଇଁ ସଂଘର କର୍ମକର୍ତ୍ତା ଆଗ୍ରହ ପ୍ରକାଶ କରିଥିଲେ।

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେମାନଙ୍କ ଦ୍ୱାରା ପରିଚାଳିତ ହୋଟେଲଗୁଡ଼ିକର ଖାଦ୍ୟ ତାଲିକାରେ ମିଲେଟ୍‌କୁ ଅନ୍ତର୍ଭୁକ୍ତ କରାଯାଇ ସାରିଲାଣି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏବେ ଏହାକୁ ଅଧିକ ବ୍ୟାପକ କରାଯିବା ଦିଗରେ ପଦକ୍ଷେପ ନିଆଯାଉଛି। ଓଟିଡ଼ିସିର ସମସ୍ତ ହୋଟେଲଗୁଡ଼ିକରେ ମିଲେଟ ଷ୍ଟାଣ୍ଡି ପ୍ରଦର୍ଶନ କରାଯାଉଛି। ଇକୋ-ରିଟ୍ରିଟ୍‌ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି। ପର୍ଯ୍ୟଟନ ବିଭାଗର ନିୟମିତ ପର୍ଯ୍ୟଟନ ପ୍ରଚାର କାର୍ଯ୍ୟକ୍ରମ ମାଧ୍ୟମରେ ମାଣ୍ଡିଆର ପ୍ରଚାର ଓ ଏହାର ବ୍ରାଣ୍ଡିଂରେ ସହଯୋଗିତା ପାଇଁ ବିଭାଗ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଥିଲା।

ବୈଠକରେ ଅଂଶଗ୍ରହଣ କରି ହୋଟେଲ୍‌ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌ର ସେକ୍ରେଟାରୀ ଜେନେରାଲ୍‌ ଶ୍ରୀ ମିଲିନ୍ଦ ଗୁପ୍ତା କହିଲେ ଯେ ଓଡ଼ିଶା ମିଲେଟ୍‌ ମିଶନ ସହଭାଗିତାରେ ମେକ୍‌ ଇନ୍‌ ଓଡ଼ିଶାର ମିଲେଟ୍‌ ଅଧିବେଶନରେ ଏବଂ ବିଶ୍ୱକପ୍‌ ପୁରୁଷ ହକି ପ୍ରତିଯୋଗିତାରେ ଆସୋସିଏସନ୍‌ ପକ୍ଷରୁ ସକି୍ରୟ ଭାବରେ ଅଂଶଗ୍ରହଣ କରାଯାଇଥିଲା।

ସଂପ୍ରତି ଅନେକ ହୋଟେଲ୍‌ରେ ପାଇଲଟ୍‌ ଭିତ୍ତିରେ ଗ୍ରାହକମାନଙ୍କୁ ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରାଯାଉଛି। ସ୍ୱସ୍ତି ପ୍ରିମିୟମ୍‌ ପକ୍ଷରୁ ମିଲେଟ୍‌ରୁ ବେକେରୀ ଉତ୍ପାଦ ପ୍ରସ୍ତୁତ କରାଯାଉଛି। ଏଥି ସହିତ କିଛି ସ୍ଥାନରେ ରାଗି ଉପମାକୁ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ଓ ଏଥିରେ ଗ୍ରାହକମାନଙ୍କ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି। ସେହିପରି ଆଇଟିସି ପକ୍ଷରୁ ସ୍ୱତନ୍ତ୍ର ଦିନଗୁଡ଼ିକରେ ଗ୍ରାହକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ମିଲେଟ୍‌ ଖାଦ୍ୟ ପରିବେଷଣ କରାଯାଉଛି।

ବୈଠକରେ ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‌ଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଗୀତକୁ ପରିବେଷଣ କରାଯାଇଥିଲା। ବୈଠକରେ ରାଜ୍ୟ ପର୍ଯ୍ୟଟନ ଓ ଅନ୍ୟ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ୱସ୍ତି ପି୍ରମିୟମ୍‌, ଫୁଡ୍‌ ଜଙ୍କସନ୍‌, ଦି ନିଉ୍‌ ମାରିୟନ୍‌, ପାଲ୍‌ ହାଇଟସ୍‌, ସ୍ୱସ୍ତି ଗ୍ରାଣ୍ଡ, ହୋଟେଲ ଏକ୍ସିଲେନ୍ସି, ବାର୍‌ଜୋରିସ୍‌ ହୋଟେଲ୍‌, ସୂର୍ୟାଂଶ ଆଦିି ହୋଟେଲ୍‌ ଏବଂ ଫିକିର ପ୍ରତିନିଧିମାନେ ଯୋଗଦେଇଥିଲେ।

Millet Mission ମାଣ୍ଡିଆ ମିଲେଟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.