Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୪ ଜିଲ୍ଲାର ମତ୍ସ୍ୟଜୀବୀଙ୍କୁ ସହାୟତା ପ୍ରଦାନ: ୧୫ ହଜାର ଲେଖାଏଁ ପାଇବେ ପ୍ରତ୍ୟେକ ପରିବାର
ବିଶେଷ ଖବର

୪ ଜିଲ୍ଲାର ମତ୍ସ୍ୟଜୀବୀଙ୍କୁ ସହାୟତା ପ୍ରଦାନ: ୧୫ ହଜାର ଲେଖାଏଁ ପାଇବେ ପ୍ରତ୍ୟେକ ପରିବାର

July 1, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
NaveenPandian

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କ ପାଇଁ ଆୟୋଜିତ ଏକ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାଣୀଧନର ବିକାଶ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ପ୍ରାଣୀ ଚିକିତ୍ସକମାନେ ୫-ଟି ଉପକ୍ରମର ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି ବିଦ୍ୟା, ମିଳିତ ଉଦ୍ୟମ, ସ୍ୱଚ୍ଛତା ଓ ସମୟର ଉଚିତ୍ ପ୍ରୟୋଗ ଦ୍ୱାରା ରୂପାନ୍ତର ଆସିଥାଏ। ଯୁବ ପ୍ରାଣୀ ଚିକିତ୍ସକଭାବେ ପ୍ରାଣୀଧନର ସ୍ୱାସ୍ଥ୍ୟ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ୨୦୯ ଜଣ ପ୍ରାଣୀଧନ ଚିକିତ୍ସକଙ୍କୁ (Veterinary Assistant Surgeon) ନିଯୁକ୍ତି ପତ୍ର ଦିଆଯାଇଥିଲା। ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରାମାଞ୍ଚଳର ଅର୍ଥନୀତିର ଉନ୍ନତି କ୍ଷେତ୍ରରେ ପ୍ରାଣୀ ସମ୍ପଦର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଓଡିଶାର ଚାଷୀମାନଙ୍କ ଜୀବିକାରେ ବିବିଧତା ଆଣି ଅଧିକ ରୋଜଗାର ସୃଷ୍ଟି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟ ସରକାର ପ୍ରାଣୀଧନ ଚାଷୀମାନଙ୍କର ଜୀବିକାର ଉନ୍ନତି ପାଇଁ ନୀତି ପ୍ରସ୍ତୁତି କରିବା ସହିତ ଅନେକ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଚାଷୀ ଓ ଉଦ୍ୟୋଗୀମାନଙ୍କୁ ନୂତନ ୟୁନିଟ୍ ସ୍ଥାପନ କରିବା ପାଇଁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ମିଶନ ଶକ୍ତିର ମା ମାନଙ୍କୁ ମଧ୍ୟ ଏଥି ପାଇଁ ଆର୍ଥିକ ସହାୟତା ଦିଆଯାଉଛି। ମିଶନ ମୋଡ୍‌ରେ ପ୍ରାଣୀ ସମ୍ପଦର ଟୀକାକରଣ କରାଯାଉଛି। ୩,୬୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଜରିଆରେ ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଯୋଡି ହୋଇ ସୋମାନଙ୍କ ଉତ୍ପାଦ ବିକ୍ରୟ କରିପାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିରଳ ଅଲିଭ ରିଡ଼ଲେଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ଉପକୂଳରେ ଲାଗୁ କରାଯାଉଥିବା ମାଛ ଧରା କଟକଣା ରେ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ଜୀବିକା ସହାୟତା ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ “OLIVE RIDLEY TURTLE ର ସୁରକ୍ଷା ପାଇଁ ଆପଣମାନେ ଅନେକ ତ୍ୟାଗ କରୁଛନ୍ତି। ଆପଣଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି ଓ ପରିବେଶ ପାଇଁ ଆପଣଙ୍କ ନିଷ୍ଠା ପାଇଁ ଧନ୍ୟବାଦ ଜଣାଉଛି।”

ଜଗତସିଂହପୁର ,କେନ୍ଦ୍ରାପଡ଼ା,ପୁରୀ ଓ ଗଞ୍ଜାମ ଜିଲ୍ଲାର ୧୪,୨୨୮ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ୧୫ ହଜାର ଟଙ୍କା ଲେଖାଏଁ ଜୀବିକା ସହାୟତା ରାଶି ପ୍ରଦାନ କରାଯାଇଛି। ମୋଟ ୨୧.୩୪ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ସହାୟତା ଦିଆଯାଇଥିଲା। ପୂର୍ବରୁ ଏହି ମାଛଧରା କଟକଣା ସମୟରେ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ୭୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉଥିଲା।

ପ୍ରକାଶ ଯୋଗ୍ୟ ଯେ ଓଡ଼ିଶାର ୧୨୦ କିମି ସାମୁଦ୍ରିକ ଉପକୂଳ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ। ପ୍ରତିବର୍ଷ ହଜାର ହଜାର ମାଇଲ ଦୂରରୁ ଓଡ଼ିଶା ଉପକୂଳକୁ ସେମାନେ ଅଣ୍ଡାଦାନ ପାଇଁ ଛୁଟି ଆସିଥାନ୍ତି। ସେମାନଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବା ନିମନ୍ତେ ଦେବୀ ନଦୀ ମୁହାଣ, ଧାମରା ମୁହାଣ , ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେ ବର୍ଷସାରା ମାଛଧରା କଟକଣା ଲାଗୁ କରାଯାଇଥାଏ।

ଏହି ଅବସରରେ ୨ ଜଣ ମତ୍ସଜୀବି, ଗଞ୍ଜାମରୁ ଅଧୁ କାଳିଆ ଓ କେନ୍ଦ୍ରାପଡାରୁ ଭକ୍ତରଞ୍ଜନ ମାହାଳି ସେମାନଙ୍କ ମତ ଦେଇ କହିଲେ କଇଁଛର ଅଣ୍ଡା ଦେବା ସମୟରେ ସେମାନଙ୍କ ମାଛଧରିବା ଉପରେ କଟକଣା ଥାଏ। ରାଜ୍ୟ ସରକାର ଏଥିପାଇଁ ସେମାନଙ୍କୁ ୭,୫୦୦ ଟଙ୍କା ଲେଖାଁଏ ଦେଉଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝି ତାକୁ ୨ ଗୁଣ କରିଛନ୍ତି ଓ ସେମାନଙ୍କ ପରିବାର ମୁଁହରେ ହସ ଫୁଟାଉଛନ୍ତି ବୋଲି ସେମାନେ କହିଥିଲେ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ ଯେ ଏହି ନୂତନ ନିଯୁକ୍ତି ରାଜ୍ୟରେ ପ୍ରାଣୀପାଳନ କ୍ଷେତ୍ରରେ ନିୟୋଜିତ ଚାଷୀଙ୍କ ଜୀବନରେ ଖୁସି ଏବଂ ପରିବର୍ତ୍ତନ ଆଣିପାରିବ। କୃଷି ଓ ପ୍ରାଣୀ ପାଳନ ଆମ ଗ୍ରାମ୍ୟ ଜୀବନର ଏକ ଅଭିନ୍ନ ଅଙ୍ଗ ବୋଲି ମତ ଦେଇ ରାଜ୍ୟରେ ପ୍ରାଣୀଜ ଦ୍ରବ୍ୟର ଉତ୍ପାଦନ ଗତ ୨୦ ବର୍ଷ ମଧ୍ୟରେ ଅନେକ ଗୁଣ ବୃଦ୍ଧି ପାଇଛି ଓ ଚାଷୀମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି ବୋଲି ସେ କହିଥିଲେ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ପି.କେ. ଜେନା କହିଲେ ଯେ ଓଡିଶାରେ କୃଷି ଓ ପ୍ରାଣୀଧନ କ୍ଷେତ୍ରରେ ନିରବଛିନ୍ନ ଅଭିବୃଦ୍ଧି ହୋଇଚାଲିଛି । କୃଷି କ୍ଷେତ୍ରକୁ ରାଜ୍ୟ ସରକାର ପ୍ରତି ବର୍ଷ ବଜେଟ୍‌ରେ ୨୦ ପ୍ରତିଶତ ବୃଦ୍ଧି କରୁଛନ୍ତି ବୋଲି ସେ କହିଥିଲେ। ପ୍ରାଣୀ ସମ୍ପଦର ବିକାଶରେ ରାଜ୍ୟରେ ଚାଷୀମାନଙ୍କ ଆୟ ୪ ଗୁଣ ହୋଇପାରିବ ବୋଲି ସେ ମତ ଦେଇଥିଲେ।

ଏହି ଅବସରରେ ୨ ଜଣ ନବନିଯୁକ୍ତ ପ୍ରାଣୀଧନ ଡାକ୍ତର ଡ. ରୁକ୍ମଣୀ ନାୟକ ଓ ଡ. ନରେନ୍ଦ୍ର ହେମ୍ବ୍ରମ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରି ୫-ଟି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ଏହା ଦ୍ୱାର ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ତ୍ୱରଣ ଆସିଛି ବୋଲି ସେମାନେ ମତ ଦେଇଥିଲେ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ ବଶିଷ୍ଠ ସ୍ୱାଗତ ଭାଷଣ ଦେଇଥିଲେ ଓ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ, ପ୍ରାଣୀପାଳନ ଗ୍ରାମୀଣ ପରିବାରକୁ ଜୀବିକା, ରୋଜଗାର, ପ୍ରୋଟିନ୍ ସପ୍ଲିମେଣ୍ଟେସନ୍ ଏବଂ ଖାଦ୍ୟ ନିରାପତ୍ତା ଯୋଗାଉଥିବାରୁ ପ୍ରାଣୀ ଚିକିତ୍ସକଙ୍କ ଭୂମିକା ଅପରିହାର୍ଯ୍ୟ ହୋଇପଡିଛି। ପ୍ରାଣୀ ସ୍ବାସ୍ଥ୍ୟସେବା ପରିଚାଳନା, ଗ୍ରାମାଞ୍ଚଳ ଲୋକମାନଙ୍କ ଜୀବିକା, ବିଶେଷକରି ମହିଳା ଏବଂ ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁରକ୍ଷିତ କରିବା ପାଇଁ ପ୍ରାଣୀ ଚିକିତ୍ସକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ତୃଣମୂଳ ସ୍ତରର ପ୍ରମୁଖ କର୍ମଚାରୀ ଯେଉଁମାନେ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥାନ୍ତି। ସରକାରଙ୍କ ବିଭିନ୍ନ କାର୍ଯକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ସେମାନେ କାର୍ଯ କରିଥାନ୍ତି।

ନବୀନ ପଟ୍ଟନାୟକ ପ୍ରାଣୀ ଚିକିତ୍ସକ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.