Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ୱଳ୍ପ ଅବଧିରେ ୧୪୦ ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଆରମ୍ଭ କରି ଭାରତ ମଜଭୁତ ସ୍ଥିତି ହାସଲ କରିଛି: କେନ୍ଦ୍ର ମନ୍ତ୍ରୀ
ବିଶେଷ ଖବର

ସ୍ୱଳ୍ପ ଅବଧିରେ ୧୪୦ ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଆରମ୍ଭ କରି ଭାରତ ମଜଭୁତ ସ୍ଥିତି ହାସଲ କରିଛି: କେନ୍ଦ୍ର ମନ୍ତ୍ରୀ

July 7, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପିଏମ୍‌ଓ, ପରମାଣୁ ଶକ୍ତି ଏବଂ ମହାକାଶ ବିଭାଗ ତଥା କାର୍ମିକ, ଜନ ଅଭିଯୋଗ ଏବଂ ପେନସନ୍ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଆଜି ଏଠାରେ କହିଛନ୍ତି ଯେ ଖୁବ୍ କମ୍ ସମୟର ଅବଧି ମଧ୍ୟରେ ୧୪୦ ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଆରମ୍ଭ ହେବା ସହିତ, ଭାରତ ଏ କ୍ଷେତ୍ରରେ ମଜଭୁତ ସ୍ଥିତି ହାସଲ କରିଛି ଏବଂ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଭାରତର କ୍ଷମତା ଏବଂ ତା’ର ସାମର୍ଥ୍ୟକୁ ସମଗ୍ର ବିଶ୍ୱ ସ୍ୱୀକାର କରିବାକୁ ଆରମ୍ଭ କରିଛି।

 

ଆଜି ଏଠାରେ ଜି ୨୦ ଚତୁର୍ଥ ସଂସ୍କରଣର ମହାକାଶ ଅର୍ଥନୀତି ନେତୃମଣ୍ଡଳୀଙ୍କ ବୈଠକ (ଏସ୍‌ଇଏଲ୍‌ଏମ୍‌‌)ର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଡଃ ଜିତେନ୍ଦ୍ର ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଥିପାଇଁ ସମସ୍ତ ଶ୍ରେୟ ଦେବାକୁ ହେବ, ଯିଏକି ଘରୋଇ ସଂସ୍ଥା ମାନଙ୍କ ପାଇଁ ଭାରତର ମହାକାଶ ଉଦ୍ୟୋଗକୁ ଉନ୍ମୁକ୍ତ କରିଛନ୍ତି, ଯାହା ଗତ କିଛି ବର୍ଷ ଭିତରେ ବହୁଗୁଣିତ ବୃଦ୍ଧିକୁ ସକ୍ଷମ କରାଇଛି। ଯଦିଓ ଅନ୍ୟ କେତେକ ଦେଶ ତୁଳନାରେ ଭାରତ ଅନେକ ବର୍ଷ ପରେ ଏହାର ମହାକାଶ ଯାତ୍ରା ଆରମ୍ଭ କରିଥିଲା, ତଥାପି ବିଶ୍ୱର ଅଗ୍ରଣୀ ମହାକାଶ ଏଜେନ୍ସି ଗୁଡିକର ଲାଭ ପାଇଁ ଆଜି ଭାରତ ହିଁ ଗୁରୁତ୍ୱପୂର୍ଣ୍ଣ ସୂତ୍ର ଏବଂ ବିନିବେଶ ପ୍ରଦାନ କରୁଛି ବୋଲି ସେ କହିଛନ୍ତି।

 

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ମହାକାଶ ସମ୍ବନ୍ଧୀୟ ଚୁକ୍ତିନାମା କାର୍ଯ୍ୟସୂଚୀର ପ୍ରମୁଖ ଉପାଦାନକୁ ନେଇ ଗଠିତ ହୋଇଥିଲା ଯାହା ସୂଚାଇ ଦେଉଛି ଯେ ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଣୀ ବୋଲି ଦାବି କରୁଥିବା ଦେଶମାନେ ମଧ୍ୟ ଆଜି ସେମାନଙ୍କର ମହାକାଶ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ମୂଲ୍ୟ ଯୋଗ ପାଇଁ ଭାରତ ଉପରେ ନଜର ରଖିଛନ୍ତି।

ଘରୋଇ କ୍ଷେତ୍ରକୁ ପ୍ରଶଂସା କରି ଡଃ ଜିତେନ୍ଦ୍ର ସିଂହ ସେମାନଙ୍କର ଉଦୀୟମାନ ଭୂମିକାକୁ ମହାକାଶ ଅର୍ଥନୀତିରେ “ମହତ୍ୱପୂର୍ଣ୍ଣ’ ବୋଲି କହିଛନ୍ତି।

ଡଃ ଜିତେନ୍ଦ୍ର ସିଂହ ଆହୁରି ମଧ୍ୟ କହିଛନ୍ତି ଯେ , ମହାକାଶର ବର୍ହିଭାଗ ଉପରେ ଅନୁସନ୍ଧାନ କରିବା ପାଇଁ ମନୁଷ୍ୟର ବୃଦ୍ଧି ପାଉଥିବା ଆକାଂକ୍ଷାକୁ ଦୃଷ୍ଟିରେ ରଖି ବିଶସ୍ତରୀୟ ସହଯୋଗ ଏବଂ ମେଂଟ ଗୁଡିକର ଗଠନ କରାଯିବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ବିଶ୍ୱ ଅର୍ଥନୀତିରେ ମହାକାଶ ଅର୍ଥ ବ୍ୟବସ୍ଥାରେ ଭାଗିଦାରୀତା ବୃଦ୍ଧି ପାଇଁ ଉତ୍ତରଦାୟୀ ମହାକାଶ ଯାତ୍ରା କରୁଥିବା ଦେଶ ଗୁଡିକର ମେଂଟ ଗଠନ ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି।

ଡଃ ଜିତେନ୍ଦ୍ର ସିଂହ କହିଛନ୍ତି, “ମାନବିକତାର ଭବିଷ୍ୟତର ବିକାଶ ଆମର ସାମୂହିକ ସାମର୍ଥ୍ୟର ଦାୟିତ୍ୱପୂର୍ଣ୍ଣ ଭାବରେ ଫାଇଦା ଉଠାଇବା, ସମ୍ବଳ ଗୁଡ଼ିକର ଏବଂ ମହାକାଶ ପ୍ରଯୁକ୍ତିର ବ୍ୟବହାର କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ତଥା ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ରହିଛି।’

ବିଶ୍ୱ ଅର୍ଥ ବ୍ୟବସ୍ଥାରେ ମହାକାଶ ଅର୍ଥ ବ୍ୟବସ୍ଥାର ଅଂଶ ବୃଦ୍ଧି କରିବା ପାଇଁ ଦାୟିତ୍ୱପୂର୍ଣ୍ଣ ମହାକାଶ ଯାତ୍ରାକାରୀ ଦେଶ ଗୁଡିକର ଏକ ମେଂଟ ଗଠନ ହେଉଛି ସାମ୍ପ୍ରତିକ ସମୟର ଆବଶ୍ୟକତା, ଯାହା ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଦ୍ୱାରା ସଠିକ୍ ଭାବରେ ପରିକଳ୍ପନା କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସ୍କୃତ ଭାଷାରେ ‘ବସୁଧୈବ କୁଟୁମ୍ବକମ୍‌\’ରେ ଆମେ ଯେମିତି କହୁଛୁ, “ଗୋଟିଏ ପୃଥିବୀ, ଗୋଟିଏ ମହାକାଶ ଏବଂ ଗୋଟିଏ ଭବିଷ୍ୟତ’, ତାହା ଭାରତର ଜି୨୦ ବିଷୟବସ୍ତୁକୁ ଯଥାର୍ଥରେ ଧରି ରଖି ପାରିଛି।

ମନ୍ତ୍ରୀ କହିଛନ୍ତି, “ଯେହେତୁ ମହାକାଶ ପ୍ରଯୁକ୍ତି ବିଦ୍ୟା ଅର୍ଥ ବ୍ୟବସ୍ଥାର ବିଭିନ୍ନ ସ୍ତମ୍ଭକୁ ଏକ ଛତା ତଳେ ଏକତ୍ରିତ କରିଥାଏ, ତେଣୁ ଏ କ୍ଷେତ୍ରରେ କରାଯାଇଥିବା ପୁଞ୍ଜି ବିନିଯୋଗ ଦେଶ ତଥା ଅର୍ଥନୀତିର ସାମଗ୍ରିକ ବିକାଶ ଉପରେ ବହୁଗୁଣରେ ପ୍ରଭାବ ପକାଇବ। ଅଧ୍ୟୟନରୁ ଜଣାପଡିଛି ଯେ ମହାକାଶ ଅର୍ଥ ବ୍ୟବସ୍ଥା ପରବର୍ତ୍ତୀ ଟ୍ରିଲିୟନ ଡଲାରର କ୍ଷେତ୍ର ହେବ। ଆଗାମୀ ଦଶନ୍ଧିରେ ଅର୍ଥନୀତିରେ ମହାକାଶର ଗୁରୁତ୍ୱ ରହିଥିବାକୁ ବିବେଚନା କରି ଭାରତ ଆମର ମହାକାଶ ଅର୍ଥନୀତିକୁ ଉନ୍ମୁକ୍ତ କରିବା, ଏକୀକରଣ କରିବା ଏବଂ ଅନ୍ୟ ଦେଶ ସହ ମିଳିତ ସହଯୋଗର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି।

ପୃଥିବୀର ବିଭିନ୍ନ ସ୍ଥାନରୁ ଘରୋଇ ଭାଗିଦାରୀ ଏବଂ ବୁଦ୍ଧିଜୀବୀ ମାନଙ୍କୁ ସ୍ୱାଗତ କରି ଭାରତର ଏସ ଆଣ୍ଡ ଟି ମନ୍ତ୍ରୀ ଆଶା କରିଛନ୍ତି ଯେ ଜି -୨୦ ଦେଶର ମହାକାଶ ଅର୍ଥନୀତି ନେତୃମଣ୍ଡଳୀଙ୍କ ବୈଠକ ପୃଥିବୀ ଉପରେ ବାସ୍ତବ ଏବଂ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ମହାକାଶ ପ୍ରଯୁକ୍ତିର ବ୍ୟବହାର ଦିଗରେ ସମ୍ମେଳନକୁ ପଥ କଢ଼ାଇ ନେବ।

ସେ କହିଛନ୍ତି, “ଜି୨୦ ଦେଶଗୁଡିକ ସହଭାଗୀ ଦେଶ ମାନଙ୍କ ସହିତ ବିଶ୍ୱ ଜିଡିପିର ହାରାହାରି ୮୫%, ବିଶ୍ୱ ବାଣିଜ୍ୟର ୭୫% ଏବଂ ବିଶ୍ୱ ଜନସଂଖ୍ୟାର ୨/୩ ଅଂଶର ପ୍ରତିନିଧିତ୍ୱ କରିଥାନ୍ତି ଭଳି ତଥ୍ୟକୁ ବିଚାର କରି ଆମେ ଏଠାରେ ଗ୍ରହଣ କରୁଥିବା ନିଷ୍ପତ୍ତି ଗୁଡ଼ିକ ମହାକାଶ ଅର୍ଥନୀତିର ଭବିଷ୍ୟତ ଉପରେ ବହୁ ଦୂରନ୍ତ ପ୍ରଭାବ ପକାଇବ।’

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଭାରତ ମହାକାଶ କାର୍ଯ୍ୟକ୍ରମର ୬ ଦଶନ୍ଧିର ସମୟ ଅବଧିରେ ମହାକାଶ ପ୍ରଯୁକ୍ତିର ପ୍ରୟୋଗ ସମ୍ଭାବନାକୁ ପ୍ରଦର୍ଶିତ କରିଛି।

ସେ କହିଛନ୍ତି, “ଆଜି ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ଟେଲି ଯୋଗାଯୋଗ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମାଂଚଳର ବିକାଶ, ବିପର୍ଯ୍ୟୟ ଚେତାବନୀ ଏବଂ ପ୍ରଶମନ, ଜଳବାୟୁ ପରିବର୍ତ୍ତନର ଅଧ୍ୟୟନ, ନୌବହନ (ନାଭିଗେସନ୍‌), ପ୍ରତିରକ୍ଷା ଏବଂ ଶାସନ ସମେତ ମାନବ ଜୀବନର ସମସ୍ତ ଦିଗକୁ ଛୁଇଁଛି।

ଏହି ଦୁଇ ଦିନିଆ ବୈଠକରେ ଜାତୀୟ ମହାକାଶ ଏଜେନ୍ସି ଗୁଡିକର ମୁଖ୍ୟ, ଜି -୨୦ ର ମହାକାଶ ଉଦ୍ୟୋଗର ନେତୃ ମଣ୍ଡଳୀ, ଜି -୨୦ ଦେଶର ବରିଷ୍ଠ କୂଟନୀତିଜ୍ଞ ତଥା ଆମନ୍ତ୍ରିତ ଦେଶ ସମୂହ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେବେ।

ଡଃ ଜିତେନ୍ଦ୍ର ସିଂହ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026
Latest News

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.