Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିକାନୀର ଠାରେ ୨୪,୩୦୦ କୋଟିରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ
ବିଶେଷ ଖବର

ବିକାନୀର ଠାରେ ୨୪,୩୦୦ କୋଟିରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ

July 9, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବିକାନୀର ଠାରେ ୨୪,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ପ୍ରାୟ ୧୧,୧୨୫ କୋଟି ଟଙ୍କା ବ୍ୟୟରେ ଅମୃତସର – ଜାମନଗର ଆର୍ôଥକ କରିଡରର ଛଅ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ବିଭାଗ, ପ୍ରାୟ ୧୦,୯୫୦ କୋଟି ଟଙ୍କା ମୂଲ୍ୟର ସବୁଜ ଶକ୍ତି କରିଡର ପାଇଁ ଆନ୍ତଃ ରାଜ୍ୟ ଟ୍ରାନ୍ସମିସନ ଲାଇନର ପ୍ରଥମ ପର୍ଯ୍ୟାୟ, ପାଖାପାଖି ୧,୩୪୦ କୋଟି ଟଙ୍କା ମୂଲ୍ୟରେ ପାୱାର ଗ୍ରୀଡ୍ ଦ୍ୱାରା ବିକଶିତ ହେବାକୁ ଥିବା ବିକାନୀରରୁ ଭିୱାଡି ଟ୍ରାନ୍ସମିସନ୍ ଲାଇନ୍ ଏବଂ ବିକାନୀର ଠାରେ ଏକ ନୂତନ ୩୦ ଶଯ୍ୟା ବିଶିଷ୍ଟ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ଡାକ୍ତରଖ।।ନା। ପ୍ରଧାନମନ୍ତ୍ରୀ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ବିକାନୀର ରେଳ ଷ୍ଟେସନର ପୁନଃବିକାଶ ଏବଂ ୪୩ କିଲୋମିଟର ଦୀର୍ଘ ଚୁରୁ – ରତନଗଡ ବିଭାଗ ରେଳ ଲାଇନ୍‌କୁ ଦ୍ୱିଗୁଣିତ କରିବା ଭଳି ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଯୋଦ୍ଧା ମାନଙ୍କର ମାଟିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କହିଥିଲେ ଯେ , ରାଜ୍ୟର ବିକାଶ ପାଇଁ ଉତ୍ସର୍ଗୀକୃତ ଲୋକମାନେ ସର୍ବଦା ଏକ ସୁଯୋଗ ପ୍ରଦାନ କରିଛନ୍ତି ଯାହା ଫଳରେ ସେ ବିକାଶମୂଳକ ପ୍ରକଳ୍ପ ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ଉପସ୍ଥିତ ହୋଇଛନ୍ତି।

୨୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆଜିର ଏହି ପ୍ରକଳ୍ପ ଗୁଡିକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ରାଜସ୍ଥାନ ଦୁଇଟି ଆଧୁନିକ ଛଅ ଲେନ ବିଶିଷ୍ଟ ଏକ୍ସପ୍ରେସୱେ ପାଇଛି। ଫେବୃଆରୀ ମାସରେ ଦିଲ୍ଲୀ – ମୁମ୍ବାଇ ଏକ୍ସପ୍ରେସ କରିଡରର ଦିଲ୍ଲୀ – ଦାଉସା – ଲାଲସୋଟ ବିଭାଗର ଉଦଘାଟନ ଅବସରକୁ ପ୍ରଧାନମନ୍ତ୍ରୀ ମନେ ପକାଇବା ସହିତ ଆଜି ଅମୃତସର – ଜାମନଗର ଏକ୍ସପ୍ରେସୱେର ୫୦୦ କିଲୋମିଟର ଛଅ ଲେନ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ବିଭାଗର ଉଦଘାଟନ କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଜାତୀୟ ରାଜପଥକୁ ନେଇ ରାଜସ୍ଥାନ ଦ୍ୱିଶତକ ହାସଲ କରିଛି”। ସବୁଜ ଶକ୍ତି କରିଡର ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ଡାକ୍ତରଖାନା ପାଇଁ ପ୍ରଧାନମନ୍ତ୍ରୀ ବିକାନୀର ଏବଂ ରାଜସ୍ଥାନର ଲୋକ ମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜସ୍ଥାନ ସର୍ବଦା ସାମର୍ଥ୍ୟ ଏବଂ ଦକ୍ଷତାରେ ପରିପୂର୍ଣ୍ଣ ହୋଇ ରହିଆସିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଅଭିବୃଦ୍ଧିର ଏହି ସମ୍ଭାବନା ହେତୁ ରାଜ୍ୟରେ ରେକର୍ଡ ପୁଞ୍ଜି ବିନିଯୋଗ କରାଯାଉଛି। ଶିଳ୍ପ ବିକାଶ ପାଇଁ ଅସୀମ ସମ୍ଭାବନା ଥିବାରୁ ସଂଯୋଗକୁ ଅତି ଉନ୍ନତ କରାଯାଉଛି। ଅତି ଦ୍ରୁତଗାମୀ ଏକ୍ସପ୍ରେସୱେ ଏବଂ ରେଳ ଯାତାୟତ ପର୍ଯ୍ୟଟନ କ୍ଷେତ୍ରରେ ସୁଯୋଗକୁ ବୃଦ୍ଧି କରିବ, ଯାହା ରାଜ୍ୟର ଯୁବପିଢ଼ିଙ୍କୁ ଉପକୃତ କରିବ ବୋଲି ସେ କହିଛନ୍ତି।

ଆଜି ଉଦ୍‌ଘାଟିତ ହୋଇଥିବା ଗ୍ରୀନ୍ ଫିଲ୍ଡ ଏକ୍ସପ୍ରେସୱେ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଏହା ରାଜସ୍ଥାନକୁ ହରିୟାଣା, ପଞ୍ଜାବ, ଗୁଜରାଟ ଏବଂ ଜାମ୍ମୁ କାଶ୍ମୀର ସହିତ ସଂଯୋଗ କରିବ ଏବଂ ଜାମନଗର ଏବଂ କାଣ୍ଡଲା ଭଳି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ସାମୁଦ୍ରିକ ବନ୍ଦର ପର୍ଯ୍ୟନ୍ତ ବିକାନୀର ଏବଂ ରାଜସ୍ଥାନରୁ ଯାତାୟତ ସୁଗମ ହେବ।

ଯୋଧପୁର ଏବଂ ଗୁଜରାଟର ଦୂରତା ସହିତ ବିକାନେର ଏବଂ ଅମୃତସର ଏବଂ ଯୋଧପୁର ମଧ୍ୟରେ ଦୂରତା ହ୍ରାସ ପାଇବ, ଯାହା ଏହି କ୍ଷେତ୍ରର କୃଷକ ମାନଙ୍କୁ ଏବଂ ବ୍ୟବସାୟୀ ମାନଙ୍କୁ ଲାଭାନ୍ୱିତ କରିବ ବୋଲି ସେ ଦର୍ଶାଇଛନ୍ତି।

“ଏହି ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ସମଗ୍ର ପଶ୍ଚିମ ଭାରତରେ ଅର୍ଥନୈତିକ କାର୍ଯ୍ୟକଳାପକୁ ମଜବୁତ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ତୈଳ କ୍ଷେତ୍ର ବିଶୋଧନାଗାର ସହିତ ବୃଦ୍ଧି ହୋଇଥିବା ସଂଯୋଗ ଉପରେ ଆଲୋକପାତ କରି କହିଛନ୍ତି ଯେ, ଏହା ଯୋଗାଣକୁ ମଜବୁତ କରିବ ଏବଂ ଏହା ଦେଶର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।

ରେଳ ଲାଇନର ଦ୍ୱିଗୁଣିତ ହେବା ବିଷୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ରେଳବାଇର ଅଭିବୃଦ୍ଧିକୁ ପ୍ରାଥମିକତା ଦିଆ ଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୦୪ – ୨୦୧୪ ମଧ୍ୟରେ ରାଜସ୍ଥାନ ରେଳବାଇ ପାଇଁ ପ୍ରତି ବର୍ଷ ହାରାହାରି ୧୦୦୦ କୋଟି ଟଙ୍କାରୁ କମ୍ ଅର୍ଥ ପାଉଥିଲାବେଳେ ୨୦୧୪ ପରେ ରାଜ୍ୟ ପ୍ରତି ବର୍ଷ ହାରାହାରି ୧୦,୦୦୦ କୋଟି ଟଙ୍କା ଲେଖାଏଁ ପାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଭିତ୍ତିଭୂମି ନିବେଶର ସବୁଠାରୁ ବଡ ହିତାଧିକାରୀମାନେ ହେଉଛନ୍ତି କ୍ଷୁଦ୍ର ବ୍ୟବସାୟୀ ଏବଂ କ୍ଷୁଦ୍ର ଶିଳ୍ପ ସମୂହ। ସେ ବିକାନେରର ଆଚାର, ପାପଡ, ନମକିନ୍ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଉନ୍ନତ ସଂଯୋଗ ସହିତ ଏହି ଛୋଟ ବ୍ୟବସାୟଗୁଡ଼ିକ ସେମାନଙ୍କ ଉତ୍ପାଦକୁ ବିଶ୍ୱର କୋଣ ଅନୁକୋଣକୁ ନେଇ ପାରିବେ ବୋଲି କହିଛନ୍ତି।

ରାଜସ୍ଥାନର ବିକାଶ ପାଇଁ ପ୍ରୟାସ ଜାରି ରଖି ପ୍ରଧାନମନ୍ତ୍ରୀ ଦୀର୍ଘ ଦିନ ଧରି ଅବହେଳିତ ସୀମାନ୍ତ ଗ୍ରାମଗୁଡିକ ପାଇଁ ଭାଇବ୍ରାଂଟ ଭିଲେଜ୍ ସ୍କିମ୍ (ସ୍ଫୁର୍ତ୍ତିଶୀଳ ଗ୍ରାମ ଯୋଜନା) ବିଷୟରେ ଉଲ୍ଲେଖ କରିଥିଲେ। “ଆମେ ସୀମାନ୍ତ ଗ୍ରାମ ଗୁଡ଼ିକୁ ଦେଶର ‘ପ୍ରଥମ ଗ୍ରାମ’ ଭାବେ ଘୋଷଣା କରିଛୁ। ଏହି ଅଞ୍ଚଳ ଗୁଡିକର ବିକାଶ ଏବେ ଦେଶର ଲୋକମାନଙ୍କ ମଧ୍ୟରେ ଏହି ଅଞ୍ଚଳ ପରିଦର୍ଶନ ବିଷୟରେ ଏକ ନୂତନ ଆଗ୍ରହ ସୃଷ୍ଟି କରୁଛି” ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ରାଜସ୍ଥାନରେ କର୍ନି ମାତା ଏବଂ ସଲାସର ବାଲାଜୀଙ୍କ ଆଶୀର୍ବାଦ ବିଷୟରେ କହିଥିଲେ ଏବଂ ରାଜ୍ୟ ବିକାଶର ଶିଖରରେ ରହିବା ଉଚିତ ବୋଲି କହିଥିଲେ। ସେଥିପାଇଁ ଭାରତ ସରକାର ନିଜର ସମସ୍ତ ଶକ୍ତି ସହିତ ରାଜସ୍ଥାନର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି। ସମସ୍ତଙ୍କ ମିଳିତ ପ୍ରୟାସ ଫଳରେ ରାଜସ୍ଥାନ ସମସ୍ତ ବିକାଶ ଲକ୍ଷ୍ୟ ହାସଲ କରିବ ବୋଲି ସେ ଆଶା କରି ବକ୍ତବ୍ୟ ଶେଷ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ରାଜ୍ୟପାଳ କାଲରାଜ ମିଶ୍ର, କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଏବଂ କେନ୍ଦ୍ର ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କୈଳାଶ ଚୌଧୁରୀ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଅମୃତସର – ଜାମନଗର ଆର୍ଥିକ କରିଡରର ଛଅ ଲେନ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ବିଭାଗକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ରାଜସ୍ଥାନରେ ୫୦୦ କିଲୋମିଟରରୁ ଅଧିକ ବ୍ୟାପିଥିବା ଏହି ବିଭାଗ ହନୁମାନଗଡ ଜିଲ୍ଲାର ଜାଖରୱାଲୀ ଠାରୁ ଜାଲୋର ଜିଲ୍ଲାର ଖେତଲାୱାସ୍ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୧୧,୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହି ଏକ୍ସପ୍ରେସୱେ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ ଏବଂ ପ୍ରମୁଖ ସହର ଏବଂ ଶିଳ୍ପ କରିଡର ଗୁଡିକ ମଧ୍ୟରେ ସଂଯୋଗକୁ ଉନ୍ନତ କରିବ। ଏକ୍ସପ୍ରେସୱେ କେବଳ ସାମଗ୍ରୀର ପରିବହନକୁ ସହଜ କରିବ ନାହିଁ ବରଂ ଏହାର ମାର୍ଗରେ ପର୍ଯ୍ୟଟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ବୃଦ୍ଧି କରିବ।

ଏହି ଅଞ୍ଚଳର ବିଦ୍ୟୁତ୍ କ୍ଷେତ୍ରକୁ ବୃଦ୍ଧି କରି ପ୍ରଧାନମନ୍ତ୍ରୀ ପ୍ରାୟ ୧୦,୯୫୦ କୋଟି ଟଙ୍କା ମୂଲ୍ୟର ସବୁଜ ଶକ୍ତି କରିଡର ପାଇଁ ଆନ୍ତଃ ରାଜ୍ୟ ଟ୍ରାନ୍ସମିସନ୍ ଲାଇନର ପ୍ରଥମ ପର୍ଯ୍ୟାୟକୁ ଉତ୍ସର୍ଗ କରିଛନ୍ତି। ସବୁଜ ଶକ୍ତି କରିଡର ପ୍ରାୟ ୬ ଜିଡବ୍ଲ୍ୟୁ ଅକ୍ଷୟ ଶକ୍ତି ସଂଯୋଗ କରିବ ଏବଂ ପାଶ୍ଚାତ୍ୟ ଅଞ୍ଚଳର ଥର୍ମାଲ୍ ଜେନେରେସନ୍ ଏବଂ ଉତ୍ତର ଅଞ୍ଚଳରେ ହାଇଡ୍ରୋ ଜେନେରେସନ୍ ସହିତ ନବୀକରଣ ଯୋଗ୍ୟ ଶକ୍ତିର ଗ୍ରୀଡ୍ ସନ୍ତୁଳନରେ ସାହାଯ୍ୟ କରିବ, ଯାହା ଦ୍ୱାରା ଉତ୍ତର ଅଞ୍ଚଳ ଏବଂ ପଶ୍ଚିମ ଅଞ୍ଚଳ ମଧ୍ୟରେ ପ୍ରସାରଣ କ୍ଷମତା ମଜବୁତ ହେବ। ପ୍ରାୟ ୧୩୪୦ କୋଟି ଟଙ୍କା ବ୍ୟୟରେ ପାୱାର ଗ୍ରୀଡ ଦ୍ୱାରା ବିକଶିତ ହେବାକୁ ଥିବା ବିକାନୀରରୁ ଭିୱାଡି ଟ୍ରାନ୍ସମିସନ ଲାଇନକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଥିଲେ। ରାଜସ୍ଥାନରେ ୮.୧ ଜିଡବ୍ଲୁ ସୌର ଶକ୍ତି ନିର୍ଗମନ କରିବାରେ ବିକାନେରରୁ ଭିୱାଡି ଟ୍ରାନ୍ସମିସନ ଲାଇନ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ ବିକାନୀର ଠାରେ ଏକ ନୂତନ ୩୦ ଶଯ୍ୟା ବିଶିଷ୍ଟ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ହସ୍ପିଟାଲକୁ ଉତ୍ସର୍ଗ କରିଛନ୍ତି। ଏହି ଡାକ୍ତରଖାନାର କ୍ଷମତା ୧୦୦ ଶଯ୍ୟା ପର୍ଯ୍ୟନ୍ତ ଅଧୁନାତନ ହେବ ଏବଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଭାବରେ କାର୍ଯ୍ୟ କରିବ, ଯାହା ସ୍ଥାନୀୟ ସମ୍ପ୍ରଦାୟର ଚିକିତ୍ସା ଆବଶ୍ୟକତାକୁ ପୂରଣ କରିବ ଏବଂ ସୁଗମ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିବ।

ଏଥିସହ ବିକାନୀର ରେଳ ଷ୍ଟେସନର ପୁନଃବିକାଶ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ପୁନଃବିକାଶ କାର୍ଯ୍ୟରେ ରେଳ ଷ୍ଟେସନର ପୂର୍ବରୁ ରହିଥିବା ସଂରଚନାର ଐତିହ୍ୟ ସ୍ଥିତିକୁ ସୁନିଶ୍ଚିତ କରିବା ସହିତ ଚଟାଣ ଏବଂ ଛାତ ସମେତ ସମସ୍ତ ପ୍ଲାଟଫର୍ମର ନବୀକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ ହେବ। ୪୩ କିଲୋମିଟର ଦୀର୍ଘ ଚୁରୁ – ରତନଗଡ ବିଭାଗର ରେଳ ଲାଇନ୍ ଦ୍ୱିଗୁଣିତ ପାଇଁ ପ୍ରକଳ୍ପର ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ରେଳ ଲାଇନ୍ ଦ୍ୱିଗୁଣିତ ହେବା ଦ୍ୱାରା ସଂଯୋଗ ବୃଦ୍ଧି ପାଇବ ଏବଂ ଜିପସମ୍‌, ଚୂନ ପଥର, ଖାଦ୍ୟ ଶସ୍ୟ ଏବଂ ସାର ଉତ୍ପାଦକୁ ବିକାନୀର ଅଞ୍ଚଳରୁ ଦେଶର ଅନ୍ୟାନ୍ୟ ସ୍ଥାନକୁ ସହଜ ପରିବହନକୁ ସୁଗମ କରିବ।

ନରେନ୍ଦ୍ର ମୋଦୀ ବିକାଶ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ରାଜସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.