Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 11, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
Naveen

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ବିଭିନ୍ନ ଜିଲ୍ଲାରେ କରାଯାଉଥିବା ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।

ଢେଙ୍କାନାଳରୁ ଭିଡିଓ କନ୍‌ଫରେସନ୍‌ସ ଜରିଆରେ ଯୋଡି ହୋଇ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ଗତ ଦୁଇ ଦିନ ଧରି ସେ ଅନୁଗୁଳ ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଓ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ସେ କହିଥିଲେ ଯେ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ବର୍ତ୍ତମାନ ସୁଦ୍ଧା ଲୋକଙ୍କ ଠାରୁ ୧୮ ହଜାର ଯାଚିକା (petition) ଗ୍ରହଣ କରାଯାଇଛି।

ମୁଖ୍ୟ ଶାସନ ସଚିବ ପି.କେ. ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିଯୋଗ ଓ ଯାଚିକା ସଂପର୍କରେ ପଦକ୍ଷେପ ନିଆଯାଉଛି। ବିଭିନ୍ନ ବିଭାଗ ଦ୍ବାରା ସମୀକ୍ଷା ବୈଠକରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରାଥମିକତା ଦିଆଯାଉଛି।

ମୁଖ୍ୟମନ୍ତ୍ରୀ କହିଲେ ଯେ ଜନ ଅଭିଯୋଗ ଶୁଣାଣୀ ମୋ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ମୁଁ ଚାହେଁ ଯେ ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ଅଭିଯୋଗ, ଅସୁବିଧାକୁ ସମ୍ବେଦନଶୀଳ ହୋଇ ଶୁଣିବା ସହିତ ଶୀଘ୍ର ସମାଧାନ କରିବା ଆବଶ୍ୟକ। ସେଥିପାଇଁ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛି। ଆମର ଅଧିକାରୀମାନେ ବିଭିନ୍ନ ଜିଲ୍ଲା, ଏପରି କି ବ୍ଲକ୍‌ ସ୍ତରକୁ ଯାଇ ଅଭିଯୋଗ ଶୁଣାଣୀ କରୁଛନ୍ତି ଏବଂ ଏହିସବୁ କାର୍ଯ୍ୟକ୍ରମରୁ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଯାଚିକା ଗ୍ରହଣ କରାଯାଇଛି।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ମୁଁ ଆଶା କରୁଛି ସମସ୍ତ ବିଭାଗ ଗୁଡିକ ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ଶୁଣାଣୀ କରି ସମାଧାନ କରିବେ। ରାଜ୍ୟର ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଅଭିଯୋଗ ଉପରେ ଗୁରୁତ୍ବ ଦେଇ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜନ ଅଭିଯୋଗ ଶୁଣାଣୀ ପ୍ରକ୍ରିୟାକୁ ‘ମୋ ସରକାର’ ଅଧିନରେ ଗ୍ରହଣ କରାଯାଇ ଲୋକଙ୍କ ସମସ୍ୟାର ସମାଧାନ କିପରି କରାଯାଉଛି, ସେ ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସଂପର୍କରେ ମତାମତ ନିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ସ୍ବାଧୀନତା ସଂଗ୍ରାମରେ ତଥା ଓଡିଶାର ବିକାଶରେ ବିଶିଷ୍ଟ ଜନନେତା ପବିତ୍ର ମୋହନ ପ୍ରଧାନଙ୍କ ଅବଦାନକୁ ସମ୍ମାନ ଦେଇ ତାଙ୍କ ସ୍ମୃତିପୀଠର ବିକାଶ କରାଯିବ। ତାଳଚେର ମେଡିକାଲ କଲେଜ ଓ ହସ୍‌ପିଟାଲକୁ ମଧ୍ୟ ତାଙ୍କ ନାମରେ ନାମିତ କରାଯିବ। କଣିହାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମଣାଧୀନ ସେତୁକୁ ମଧ୍ୟ ତାଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନୁଗୁଳ ଜିଲ୍ଲାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ତାଳଚେର ଠାରେ ନିର୍ମିତ ମେଡିକାଲ କଲେଜ ହସ୍‌ପିଟାଲକୁ ଚଳିତ ବର୍ଷ ଅକ୍ଟୋବର ମାସ ଠାରୁ କାର୍ଯ୍ୟକ୍ଷମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାସହିତ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ ହସ୍‌ପିଟାଲ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ଛେଣ୍ଡିପଦାଠାରେ ଲୋକଙ୍କ ଠାରୁ ଏହି ଦାବୀ ସଂପର୍କରେ ମୁଖ୍ୟମନ୍ତ୍ରୀ ୫-ଟି ସଚିବଙ୍କ ସହିତ ଭିଡିଓ କଲ୍‌ରେ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ।

ସେହିପରି ଅନୁଗୁଳ ଜିଲ୍ଲାର ବନ୍ତଳା ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧନସମ୍ପତ୍ତି ନଷ୍ଟ ସହିତ ଜୀବନ ହାନୀ ମଧ୍ୟ ହେଉଛି। ଲୋକଙ୍କ ଠାରୁ ଏହି ସମସ୍ୟା ଶୁଣିବା ପରେ, ମୁଖ୍ୟମନ୍ତ୍ରୀ ଏହାକୁ ରୋକିବା ପାଇଁ ୪.୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜିଲ୍ଲା ଡି.ଏଫ.ଓ ଙ୍କ ଦ୍ବାରା ଏହି ଅର୍ଥ ଜରିଆରେ ବନ୍ତଳାର ୪୩ଟି ଗାଁରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଇ ଅଧିକ ସୁରକ୍ଷିତ ବ୍ୟବସ୍ଥାର ବିକାଶ କରାଯିବ। ସୂଚନାଯୋଗ୍ୟ ଯେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କ ଅନୁଗୁଳ ଗସ୍ତ ସମୟରେ ବନ୍ତଳା ଠାରେ ହାତୀ ଆକ୍ରମଣ ସଂପର୍କରେ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ।

ଜିଲ୍ଲାରେ ସଡକ ଯୋଗାଯୋଗର ବିକାଶ ପାଇଁ OMBADC ପାଣ୍ଠିରୁ ୭୬.୩୯ କୋଟି ଟଙ୍କା ବିନିଯୋଗ କରାଯାଇ ୩ଟି ଗୁରୁତ୍ବପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ। ପାଲଲହଡା ଏକ ଆଦିବାସୀ ଅଧ୍ୟୁସିତ, ଅନୁନ୍ନତ ଅଂଟଳ ହୋଇଥିବାରୁ, ଏଠାରେ ୨ଟି ଗୁରୁତ୍ବପୂର୍ଣ୍ଣ ରାସ୍ତାର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ପାଲଲହଡା ଫଳ ବଗିଚା ଠାରୁ ନାଇକାଣିପଲ୍ଲୀ ରାସ୍ତାର ବିକାଶ ପାଇଁ ୨୧.୮୫ କୋଟି ଏବଂ ସିବାଦା ଠାରୁ ଖଡକାକୁମ୍ଭାର ମାଟି ରାସ୍ତାର ଉନ୍ନତିକରଣ ପାଇଁ ୪୨.୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାସହିତ କଣିଆ ବ୍ଳକ୍‌ର ଧଳଗଡିଆ ସିଆରିଆ ରାସ୍ତାରେ ମହୁଲିପୋଷି ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ୧୨.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହାସହିତ ପାଲଲହଡାରେ ୩ଟି ଗୁରୁତ୍ବପୂର୍ଣ୍ଣ ସେତୁ ମଧ୍ୟ ନିର୍ମାଣ କରାଯିବ। ମାଙ୍କଡିଆ ନଳା ଉପରେ ଜୋକପାଣି ଠାରେ ଏକ ସେତୁ ପାଇଁ ୫.୩୮ କୋଟି ଟଙ୍କା, ଅନ୍ଧାରୀନଳା ଉପରେ କୁଚେଇବେଡା ଠାରେ ସେତୁ ପାଇଁ ୪.୬୦ କୋଟି ଟଙ୍କା ଏବଂ ଖରବା ନଳା ଉପରେ ବିଜାଗୋଠ ଛକ ଠାରେ ସେତୁ ନିର୍ମାଣ ପାଇଁ ୫.୮୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସମୁଦାୟ ୧୫.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।

୫-ଟି ସଚିବଙ୍କ ବନ୍ତଳା ଅଂଚଳ ପରିଦର୍ଶନ ସମୟରେ ଏକ ଅଗ୍ନିଶମ ସେବା କେନ୍ଦ୍ରର ଆବଶ୍ୟକତା ସଂପର୍କରେ ଜନସାଧାରଣ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଆଜି ବନ୍ତଳାରେ ଏହି ସେବା କେନ୍ଦ୍ର ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି। ଏହାସହିତ ସାତକୋଶିଆ ଇକୋ ଟୁରିଜିମ୍‌ ସ୍ଥାନରେ ମଧ୍ୟ ଏକ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ କରାଯିବ।

ଜନସାଧାରଣଙ୍କ ଅନୁରୋଧକ୍ରମେ ଜିଲ୍ଲାର କୁଡାଗାଁ ଓ ଟିକରପଡା ଠାରେ ଦୁଇଟି ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରତ୍ୟେକ ବନ୍ୟା ଅଶ୍ରୟସ୍ଥଳ ପାଇଁ ୨.୬୪ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ଓ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

ଢେଙ୍କାନାଳ ନବୀନ ପଟ୍ଟନାୟକ ଭି.କେ ପାଣ୍ଡିଆନ ଭିଡିଓ କନ୍‌ଫରେନ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.