Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଟକ ଭୁବନେଶ୍ବରରେ ପ୍ରବଳ ବର୍ଷା, ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସମସ୍ୟା
ବିଶେଷ ଖବର

କଟକ ଭୁବନେଶ୍ବରରେ ପ୍ରବଳ ବର୍ଷା, ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସମସ୍ୟା

July 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
rainbbsr
କଟକ ଭୁବନେଶ୍ବରରେ ପ୍ରବଳ ବର୍ଷା, ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସମସ୍ୟା

ଭୁବନେଶ୍ବର: ଗତକାଲି ରାତିରୁ କଟକ ଭୁବନେଶ୍ବରରେ ପ୍ରବଳ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଦ୍ବାରା ସାଧାରଣ ଯାତାୟତରେ ସମସ୍ୟା ଉପୁଜିଛି। ଏପରିକି ଆଜି କଟକ ଅବସ୍ଥା ପୁରା ବେହାଲ ହୋଇପଡିଛି। କଟକ ସହରରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଦ୍ବାରା ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଜଳ ନିସ୍କାସନ ହୋଇ ନ ପାରି ରାସ୍ତା ସାରା ପାଣି ଜମି ରହିଛି।

ଏ ନେଇ ଭୁବନେଶ୍ବର ଆଞ୍ଚଲିକ ପାଣିପାଗ ବିଭାଗ ତରଫରୁ ମଧ୍ୟ ସତର୍କ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଆଗାମୀ ୨ ଘଣ୍ଟା ଯାଏଁ ପ୍ରବଳ ବୃଷ୍ଟିପାତ ହେବ। ଭୁବନେଶ୍ୱର ଏବଂ କଟକରେ  ୧ ରୁ ୨ ସେମି ଘଣ୍ଟା ପ୍ରତି ବର୍ଷା ହେବ। ଯେଉଁ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ସେଠାରେ ୨ ରୁ ୩ ସେମି ପର୍ଯ୍ୟନ୍ତ ବୃଷ୍ଟିପାତ ସମ୍ଭାବନା ରହିଛି।

ଏହା ଦ୍ବାରା କଟକ ଏବଂ ଭୁବନେଶ୍ବରର ତଳିଆ ଅଞ୍ଚଳରେ ପାଣି ଜମି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏପରିକି ବନ୍ୟା ପରି ପରିସ୍ଥିତି ଉପୁଜିବ ବୋଲି ଅନୁମାନ କରାଯାଇଛି। ଏହାଦ୍ବାରା ଟ୍ରାଫିକ ସମସ୍ୟା ପରିଲକ୍ଷିତ ହେବ। ସେଥିପାଇଁ ଦୁଇ ସହରର ପ୍ରଶାସନକୁ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି।

କେବଳ କଟକ ଭୁବନେଶ୍ବର ନୁହେଁ ଆଜି ସାରା ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତକାଲି ରାତିରେ ପାରାଦୀପ ଏବଂ ପୁରୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ ୮.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସହରରେ ଯେଉଁ ବର୍ଷା ରେକର୍ଡ କରାଯାଇଛି ତାହା ହେଲା

ପାରାଦୀପ: ୧୦୫ ମିମି, ପୁରୀ: ୮୬.୬ ମିମି, ଢେଙ୍କାନାଳ: ୭୦ ମିମି, ନୟାଗଡ: ୪୩.୧ ମିମି, କେନ୍ଦ୍ରାପଡା: ୨୨.୪ ମିମି, ଭୁବନେଶ୍ୱର: ୧୪.୭ ମିମି, ଗୋପାଳପୁର: ୨.୧ ମିମି, ଚାନ୍ଦବାଲି : ୧୧.୯ ମିମି, ବାଲେଶ୍ୱର: ୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଏହି ବର୍ଷା ଆହୁରି ଦୁଇ ଦିନ ଧରି ଲାଗିରହିବ ବୋଲି ସୂଚନା ଦିଆଯାଇଛି।

ବର୍ଷା ଭୁବନେଶ୍ବରରେ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Latest News

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.