Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜି୨୦ ଅଧ୍ୟକ୍ଷତା ଉପରେ ୬ଷ୍ଠ ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ବିଶେଷ ଖବର

ଜି୨୦ ଅଧ୍ୟକ୍ଷତା ଉପରେ ୬ଷ୍ଠ ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

July 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ଜି -୨୦ ଅଧ୍ୟକ୍ଷତା ଉପରେ ଷଷ୍ଠ ସମନ୍ୱୟ କମିଟିର ବୈଠକ ସୋମବାର ଦିନ ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଆନ୍ତର୍ଜାତୀୟ ପ୍ରଦର୍ଶନୀ ଏବଂ ସମ୍ମିଳନୀ କକ୍ଷ (ଆଇଇସିସି) ରେ ଅନୁଷ୍ଠିତ ହୋଇଥିଲା। ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ୯ ଓ ୧୦ ସେପ୍ଟେମ୍ବର, ୨୦୨୩ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀ ସହ ଜଡିତ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ଏହି ପରିପ୍ରେକ୍ଷୀରେ, ସମ୍ମିଳନୀ ସ୍ଥଳରେ ପ୍ରୋଟୋକଲ୍‌, ସୁରକ୍ଷା, ବିମାନବନ୍ଦର ସହିତ ସମନ୍ୱୟ, ଗଣମାଧ୍ୟମ, ଭିତ୍ତିଭୂମି ନବୀକରଣ ଏବଂ ଦିଲ୍ଲୀ ଏବଂ ପଡୋଶୀ ରାଜ୍ୟଗୁଡିକର ସ୍ଥିତି ଇତ୍ୟାଦି ସମ୍ବନ୍ଧରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଡକ୍ଟର ମିଶ୍ର ସମସ୍ତ ବିଭାଗକୁ ଭେଟିବା ସହିତ ଜି୨୦ ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଏକ ‘ସମ୍ପୂର୍ଣ୍ଣ ସରକାର’ ଆଭିମୁଖ୍ୟରେ କାର୍ଯ୍ୟ କରିବାକୁ କହିଛନ୍ତି।

କମିଟି ସଦସ୍ୟମାନେ ବିଭିନ୍ନ ବୈଠକ ପାଇଁ ପ୍ରସ୍ତାବିତ ସ୍ଥାନଗୁଡିକ ପରିଦର୍ଶନ କରିଥିଲେ ଏବଂ ସମସ୍ତ ସୂଚନା ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ଡ୍ରାଏ ରନ୍ / ମକ୍ ଏକ୍ସରସାଇଜ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ବିଭିନ୍ନ ସଂସ୍ଥାଗୁଡିକ ନିରନ୍ତର ଭାବରେ କାର୍ଯ୍ୟ କରିବେ। କମିଟି ଆଗାମୀ ଜି -୨୦ ଶିଖର ସମ୍ମିଳନୀ ପାଇଁ ବିଭିନ୍ନ ପ୍ରସ୍ତୁତି ଦିଗରେ କାର୍ଯ୍ୟ ପାଇଁ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶନାମା ପ୍ରଦାନ କରିଛି ଏବଂ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପୁନଃ ସମୀକ୍ଷା ପାଇଁ ପୁଣି ଥରେ ଡକାଇବାକୁ ନିଷ୍ପତ୍ତି ନେଇଛି।

ସମନ୍ୱୟ କମିଟିର ବୈଠକ ଏପର୍ଯ୍ୟନ୍ତ ଅନୁଷ୍ଠିତ ଜି୨୦ ବୈଠକ ଏବଂ ଭାରତର ଜି୨୦ ଅଧ୍ୟକ୍ଷତାରେ ଧାର୍ଯ୍ୟ ଅବଶିଷ୍ଟ ବୈଠକର ସମୀକ୍ଷା ପାଇଁ ଏକ ସୁଯୋଗ ପ୍ରଦାନ କରିଛି। କମିଟି ଉଲ୍ଲେଖ କରିଛି ଯେ ଭାରତର ଜି -୨୦ ଅଧ୍ୟକ୍ଷତା ପାଇଁ ଏହା ଆଜି ପର୍ଯ୍ୟନ୍ତ ଦେଶର ୫୫ ଟି ବିଭିନ୍ନ ସ୍ଥାନରେ ୧୭୦ ଟି ବୈଠକ ଆୟୋଜନ କରିଛି। ୨୦୨୩ ଜୁଲାଇ ଏବଂ ଅଗଷ୍ଟ ମାସରେ ଅନେକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଜି -୨୦ ର ଭାରତର ଅଧ୍ୟକ୍ଷତା ସହ ଜଡିତ ସମସ୍ତ ପ୍ରସ୍ତୁତି ତଥା ବ୍ୟବସ୍ଥାର ତଦାରଖ କରିବାକୁ କ୍ୟାବିନେଟ୍ ଦ୍ୱାରା ସମନ୍ୱୟ କମିଟିକୁ ଅନୁମତି ଦିଆଯାଇଛି। ଆଜି ପର୍ଯ୍ୟନ୍ତ ସମନ୍ୱୟ କମିଟିର ପାଞ୍ଚଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ବ୍ୟତୀତ ଭାରତର ଜି -୨୦ ଅଧ୍ୟକ୍ଷତା ସହ ଜଡିତ ର୍ନିଦ୍ଦିଷ୍ଟ ମହତ୍ତ୍ୱପୂର୍ଣ୍ଣ ତଥା କାର୍ଯ୍ୟକ୍ରମର ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅନେକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏନଏସଏ, ଅଜିତ ଡୋଭାଲ, ଦିଲ୍ଲୀର ଲେଫନାଣ୍ଟ  ଗଭର୍ଣ୍ଣର ଭି.କେ. ସାକସେନା,  କ୍ୟାବିନେଟ୍‍ ସଚିବ ଶ୍ରୀ ରାଜୀବ ଗୌବା ପ୍ରମୁଖ ଉପସ୍ଥିତ ଥିଲେ।

ଜି୨୦ ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସମନ୍ୱୟ କମିଟି ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଏଚ୍‌-୧ବି ଭିସା ଫି’: ନୂଆ ନିୟମ ଆଣିବା ଯୋଜନାରେ ଡିଏଚ୍‌ଏସ୍‌

August 25, 2026

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସାମିଲ ହେଲେ ୧୦ଜଣ ମନ୍ତ୍ରୀ,୯୫ ପ୍ରତିଶତ ସମାଧାନ

August 24, 2026

ଏମଏମଡିଆର ବିଲକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଣ୍ଟ ତରଫରୁ ମଶାଲ ଯାତ୍ରା

August 24, 2026
Latest News

୧୯୫ କେଜି ଗଞ୍ଜେଇ ଜବତ

August 25, 2026

ଛୁରି ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ

August 25, 2026

ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍”

August 25, 2026

୩୦ରେ ନିଟ୍‌-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ

August 25, 2026

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.