Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ନୂଆ ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ: ଉପକୃତ ହେବେ ରାଜ୍ୟର ୨.୨ ଲକ୍ଷ ଲୋକ
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ନୂଆ ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ: ଉପକୃତ ହେବେ ରାଜ୍ୟର ୨.୨ ଲକ୍ଷ ଲୋକ

July 19, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ୮ଟି Extra High Voltage Grid Substation  ଲୋକାର୍ପିତ କରିଛନ୍ତି। ଏହିସବୁ ସ୍ଥାନ ଗୁଡିକ ହେଲା ଅନୁଗୁଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ, କୋରାପୁଟର ବୋରିଗୁମା, ଝାରସୁଗୁଡାର ଲଖନପୁର, ସୁନ୍ଦରଗଡର କୁମାରମୁଣ୍ଡା, ସମ୍ବଲପୁରର ବାମରା, ବରଗଡର ଭଟଲି ଏବଂ ଭଦ୍ରକ। ଏହିସବୁ ଗ୍ରୀଡ ସବ୍‌ଷ୍ଟେସନ ପାଇଁ ରାଜ୍ୟ ସରକାର ୬୫୦ କୋଟି ଟଙ୍କା ବିନିଯୋଗ କରିଛନ୍ତି ଏବଂ ଏହାଦ୍ବାରା ରାଜ୍ୟର ୨ ଲକ୍ଷ ୨୦ ହଜାର ଉପଭୋକ୍ତା ଉପକୃତ ହେବେ।
ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ଜନସାଧାରଣ ଗୁଣାତ୍ମକ ଓ ନିରନ୍ତର ବିଜୁଳି ପାଇପାରିବେ । ସମସ୍ତଙ୍କ ପାଇଁ ବିଜୁଳିର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ରାଜ୍ୟରେ ୧୬,୩୦୦ ସର୍କିଟ କିଲୋମିଟର ଦୀର୍ଘ ବିଦ୍ୟୁତ ସରବରାହ ନେଟ୍‌ୱାର୍କ ରହିଛି ଏବଂ ୧୯୩ଟି Extra High Voltage ଗ୍ରୀଡ୍ ସବ୍‌ଷ୍ଟେସନ ମଧ୍ୟ ନିର୍ମାଣ କରାଯାଇଛି। ରାଜ୍ୟର ସହରାଞ୍ଚଳର ୯୯ ପ୍ରତିଶତ ଓ ଗ୍ରାମାଞ୍ଚଳର ୯୭ ପ୍ରତିଶତର ଲୋକଙ୍କୁ ବର୍ତ୍ତମାନ ବିଜୁଳିର ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ନୀତି ଆୟୋଗର ରିପୋର୍ଟକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ କହିଲେ ଯେ ୨୦୧୫-୧୬ ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ୬୦ ଲକ୍ଷରୁ ଅଧିକ ଲୋକ ଗରିବୀରୁ ଉପରକୁ ଉଠିଛନ୍ତି। ଏଥିରେ ଗୁଣାତ୍ମକ ବିଦ୍ୟୁତର ଏକ ବଡ ଭୂମିକା ରହିଛି ବୋଲି ସେ ମତ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆଧୁନିକ ଅର୍ଥନୀତିର ମୁଖ୍ୟ ଆଧାର ହେଉଛି ବିଜୁଳି। ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ବିଜୁଳି ଅତି ଜରୁରୀ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ନିରନ୍ତର ବିଜୁଳି ଯୋଗାଇବା ସରକାରଙ୍କ ଏକ ମୁଖ୍ୟ ଲକ୍ଷ୍ୟ ଓ ଏଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ।
ଏହି ଅବସରରେ ଓଡିଶା ପାୱାର ଜେନେରେସନ କର୍ପୋରେସନ ପକ୍ଷରୁ ୧୦୩.୩୭ କୋଟି ଟଙ୍କା ଏବଂ OPTCL ପକ୍ଷରୁ ୪୨ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଅନ୍ତରୀଣ ଲାଭାଂଶ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା। ଏହାସହିତ OPGC  ପକ୍ଷରୁ  ୨ କୋଟି ଓ OPTCL ପକ୍ଷରୁ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଥିଲା।
ଏଥିରେ ଖୁସିବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଦୁଇଟି public sector unit ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଶିଳ୍ପାନୁଷ୍ଠାନ ଭାବରେ ପରିଣତ ହେବା ଖୁସିର କଥା। ଆଗାମୀ ଦିନରେ ଏହି ଦୁଇ ଅନୁଷ୍ଠାନ ଆହୁରି ସଫଳତା ହାସଲ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ।
ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ, ଏହାଦ୍ବାରା ଶିଳ୍ପ, କୃଷି, ଶିକ୍ଷା ଆଦି କ୍ଷେତ୍ରରେ ବିକାଶ ତ୍ବରାନ୍ବିତ ହେବା ସହିତ  ଲୋକଙ୍କୁ ଗୁଣାତ୍ମକ ବିଜୁଳି ମିଳିପାରିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬୩ଟି ଗ୍ରୀଡ ସବ୍‌ଷ୍ଟେସନ ନିର୍ମାଣ କରାଯାଇଥିବା ବେଳେ, ଆଉ ୧୦୦ଟି ନିର୍ମାଣାଧୀନ ଅଛି ବୋଲି ସେ କହିଥିଲେ।
ଏହି ଅବସରରେ ମେରାମୁଣ୍ଡଳିରେ ଉପବାଚସ୍ପତି ରଜନୀକାନ୍ତ ସିଂହ, କଣ୍ଟାବାଡରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, କୁମାରମୁଣ୍ଡାରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ବୋରିଗୁମାରେ ସାଂସଦ ରମେଶଚନ୍ଦ୍ର ମାଝୀ, ଲଖନପୁରରେ ବିଧାୟିକା ଅଳକା ମହାନ୍ତି, ବାମରାରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଏବଂ ଭଟଲିରେ ବିଧାୟକ ସୁଷାନ୍ତ ସିଂହ ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ଏହି ସବ୍‌ଷ୍ଟେସନ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଲୋ-ଭୋଲଟେଜ ସମସ୍ୟା ଦୂର ହେବା ସହିତ ସାଧାରଣ ଲୋକଙ୍କ ଜୀବନଯାପନ ଆହୁରି ସହଜ ହେବ ବୋଲି ସେମାନେ କହିଥିଲେ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ।
ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ OPTCLର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।
OPTCL ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026
Latest News

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.