Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ନୂଆ ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ: ଉପକୃତ ହେବେ ରାଜ୍ୟର ୨.୨ ଲକ୍ଷ ଲୋକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ୮ଟି Extra High Voltage Grid Substation  ଲୋକାର୍ପିତ କରିଛନ୍ତି। ଏହିସବୁ ସ୍ଥାନ ଗୁଡିକ ହେଲା ଅନୁଗୁଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ, କୋରାପୁଟର ବୋରିଗୁମା, ଝାରସୁଗୁଡାର ଲଖନପୁର, ସୁନ୍ଦରଗଡର କୁମାରମୁଣ୍ଡା, ସମ୍ବଲପୁରର ବାମରା, ବରଗଡର ଭଟଲି ଏବଂ ଭଦ୍ରକ। ଏହିସବୁ ଗ୍ରୀଡ ସବ୍‌ଷ୍ଟେସନ ପାଇଁ ରାଜ୍ୟ ସରକାର ୬୫୦ କୋଟି ଟଙ୍କା ବିନିଯୋଗ କରିଛନ୍ତି ଏବଂ ଏହାଦ୍ବାରା ରାଜ୍ୟର ୨ ଲକ୍ଷ ୨୦ ହଜାର ଉପଭୋକ୍ତା ଉପକୃତ ହେବେ।
ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ଜନସାଧାରଣ ଗୁଣାତ୍ମକ ଓ ନିରନ୍ତର ବିଜୁଳି ପାଇପାରିବେ । ସମସ୍ତଙ୍କ ପାଇଁ ବିଜୁଳିର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ରାଜ୍ୟରେ ୧୬,୩୦୦ ସର୍କିଟ କିଲୋମିଟର ଦୀର୍ଘ ବିଦ୍ୟୁତ ସରବରାହ ନେଟ୍‌ୱାର୍କ ରହିଛି ଏବଂ ୧୯୩ଟି Extra High Voltage ଗ୍ରୀଡ୍ ସବ୍‌ଷ୍ଟେସନ ମଧ୍ୟ ନିର୍ମାଣ କରାଯାଇଛି। ରାଜ୍ୟର ସହରାଞ୍ଚଳର ୯୯ ପ୍ରତିଶତ ଓ ଗ୍ରାମାଞ୍ଚଳର ୯୭ ପ୍ରତିଶତର ଲୋକଙ୍କୁ ବର୍ତ୍ତମାନ ବିଜୁଳିର ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ନୀତି ଆୟୋଗର ରିପୋର୍ଟକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ କହିଲେ ଯେ ୨୦୧୫-୧୬ ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ୬୦ ଲକ୍ଷରୁ ଅଧିକ ଲୋକ ଗରିବୀରୁ ଉପରକୁ ଉଠିଛନ୍ତି। ଏଥିରେ ଗୁଣାତ୍ମକ ବିଦ୍ୟୁତର ଏକ ବଡ ଭୂମିକା ରହିଛି ବୋଲି ସେ ମତ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆଧୁନିକ ଅର୍ଥନୀତିର ମୁଖ୍ୟ ଆଧାର ହେଉଛି ବିଜୁଳି। ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ବିଜୁଳି ଅତି ଜରୁରୀ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ନିରନ୍ତର ବିଜୁଳି ଯୋଗାଇବା ସରକାରଙ୍କ ଏକ ମୁଖ୍ୟ ଲକ୍ଷ୍ୟ ଓ ଏଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ।
ଏହି ଅବସରରେ ଓଡିଶା ପାୱାର ଜେନେରେସନ କର୍ପୋରେସନ ପକ୍ଷରୁ ୧୦୩.୩୭ କୋଟି ଟଙ୍କା ଏବଂ OPTCL ପକ୍ଷରୁ ୪୨ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଅନ୍ତରୀଣ ଲାଭାଂଶ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା। ଏହାସହିତ OPGC  ପକ୍ଷରୁ  ୨ କୋଟି ଓ OPTCL ପକ୍ଷରୁ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଥିଲା।
ଏଥିରେ ଖୁସିବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଦୁଇଟି public sector unit ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଶିଳ୍ପାନୁଷ୍ଠାନ ଭାବରେ ପରିଣତ ହେବା ଖୁସିର କଥା। ଆଗାମୀ ଦିନରେ ଏହି ଦୁଇ ଅନୁଷ୍ଠାନ ଆହୁରି ସଫଳତା ହାସଲ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ।
ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ, ଏହାଦ୍ବାରା ଶିଳ୍ପ, କୃଷି, ଶିକ୍ଷା ଆଦି କ୍ଷେତ୍ରରେ ବିକାଶ ତ୍ବରାନ୍ବିତ ହେବା ସହିତ  ଲୋକଙ୍କୁ ଗୁଣାତ୍ମକ ବିଜୁଳି ମିଳିପାରିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬୩ଟି ଗ୍ରୀଡ ସବ୍‌ଷ୍ଟେସନ ନିର୍ମାଣ କରାଯାଇଥିବା ବେଳେ, ଆଉ ୧୦୦ଟି ନିର୍ମାଣାଧୀନ ଅଛି ବୋଲି ସେ କହିଥିଲେ।
ଏହି ଅବସରରେ ମେରାମୁଣ୍ଡଳିରେ ଉପବାଚସ୍ପତି ରଜନୀକାନ୍ତ ସିଂହ, କଣ୍ଟାବାଡରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, କୁମାରମୁଣ୍ଡାରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ବୋରିଗୁମାରେ ସାଂସଦ ରମେଶଚନ୍ଦ୍ର ମାଝୀ, ଲଖନପୁରରେ ବିଧାୟିକା ଅଳକା ମହାନ୍ତି, ବାମରାରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଏବଂ ଭଟଲିରେ ବିଧାୟକ ସୁଷାନ୍ତ ସିଂହ ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ଏହି ସବ୍‌ଷ୍ଟେସନ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଲୋ-ଭୋଲଟେଜ ସମସ୍ୟା ଦୂର ହେବା ସହିତ ସାଧାରଣ ଲୋକଙ୍କ ଜୀବନଯାପନ ଆହୁରି ସହଜ ହେବ ବୋଲି ସେମାନେ କହିଥିଲେ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ।
ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ OPTCLର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।
Categories
ଆଜିର ଖବର ରାଜ୍ୟ ଖବର

ହାଇ-ସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ପାଇଁ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ: ଉପସ୍ଥିତ ଥିଲେ ଓଡିଶା ସରକାରଙ୍କ ମନ୍ତ୍ରୀ

ଭୁବନେଶ୍ଵର: BSNL ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ଓଡିଶାବାସୀଙ୍କୁ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଆସୁଛି। ବର୍ତ୍ତମାନ ଅପ୍ଟିକାଲ୍ ଫାଇବର ଏବଂ କପର୍ ନେଟୱାର୍କ ମାଧ୍ୟମରେ ଓଡିଶାର ପ୍ରତ୍ୟେକ ଭାଗରେ 1.1 ଲକ୍ଷରୁ ଅଧିକ ବ୍ରଡବ୍ୟାଣ୍ଡ ସଂଯୋଗ କାର୍ଯ୍ୟ କରୁଅଛି।  USOF ଫଣ୍ଡ୍ ସହାୟତାରେ ଭାରତନେଟ ପ୍ରକଳ୍ପ ସରକାରଙ୍କ ଦ୍ୱାରା ରାଜ୍ୟର ପ୍ରତ୍ୟେକ କୋଣରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ଆରମ୍ଭ କରାଯାଇଥିଲା। ଭାରତର ପ୍ରଥମ ପର୍ଯ୍ୟାୟରେ, ଓଡିଶା ରାଜ୍ୟର 18ଟି ଜିଲ୍ଲା BSNL ଭରତନେଟ ସହିତ ଆବୃତ। ଓଡିଶାର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର, ନୁଆପଡା, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ଅନଗୁଳ ନେତୃତ୍ୱାଧୀନ ମଡେଲ ଅଧୀନରେ ପ୍ରଥମେ ଓପିଟିସିଏଲ୍ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା। ଏହି 12ଟି ଜିଲ୍ଲାର ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରକୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ଯୋଗାଇବା ପାଇଁ OCAC (ଓକାକ୍), OPTCL (ଓପିଟିସିଏଲ୍) ଏବଂ BSNL ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି, ଓଡିଶାର ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ) ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବ ସେବା, ଓଡିଶା ସରକାରଙ୍କ ଉପସ୍ଥିତିରେ ଗତକାଲି OCAC(ଓକାକ) ଠାରେ ସ୍ୱାକ୍ଷରିତ ହୋଇଅଛି।

ଏହି MOU ଚୁକ୍ତି ଅନୁସାରେ BSNL ଅନ୍ୟ ଜିଲ୍ଲା ବ୍ୟତୀତ ଓଡିଶାର 12 ଟି ଜିଲ୍ଲାରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବାରେ ଭାରତନେଟ୍ ଦ୍ୱିତୀୟ ପର୍ଯ୍ୟାୟ OFC ଭିତ୍ତିଭୂମି ବ୍ୟବହାର କରିବ। ଏହି 2023-24 ଆର୍ଥିକ ବର୍ଷ ମଧ୍ୟରେ ଏହି 12ଟି ଜିଲ୍ଲାରେ ପ୍ରାୟ 20000 ଭାରତଫାଇବର ସଂଯୋଗ ଯୋଗାଇ ଦିଆଯିବ ବୋଲି ଆକଳନ କରାଯାଉଛି। ଏହା ରାଜ୍ୟର ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ପାଇଁ ଭାରତନେଟ ଦ୍ୱିତୀୟ ପର୍ଯ୍ୟାୟ ଅଞ୍ଚଳରେ ଉପଲବ୍ଧ ଭିତ୍ତିଭୂମି ବ୍ୟବହାର କରିବାରେ ସକ୍ଷମ ହେବ। ଆହୁରି ମଧ୍ୟ, ଏହି ଆର୍ଥିକ ବର୍ଷରେ ଓଡିଶାରେ ପ୍ରାୟ 80000 ସଂଖ୍ୟକ ଭାରତଫାଇବର ସଂଯୋଗ ଯୋଗାଇବା ପାଇଁ BSNL ସମ୍ଭବ ହେବ। ଏହା ମଧ୍ୟ ରାଜ୍ୟରେ ଗ୍ରାମୀଣ ଟେଲି ସାନ୍ଧ୍ରତା ବୃଦ୍ଧି କରିବାର ଲକ୍ଷ୍ୟ ପୂରଣ କରିବ ଏବଂ ଜାତୀୟ ଡିଜିଟାଲ ଯୋଗାଯୋଗ ନୀତି 2018 ଅନୁଯାୟୀ ଗ୍ରାମାଞ୍ଚଳରେ ନିର୍ଭରଯୋଗ୍ୟ ଗଣମାଧ୍ୟମ ଯୋଗାଇବ।

ବିଏସଏନଏଲ (BSNL) ଭାରତନେଟ ଉଦ୍ୟମୀ (BharatNet Udyami) ସଂଯୋଗ ଅନ୍ତର୍ଗତ ଗ୍ରାମାଞ୍ଚଳରେ ଭାରତଫାଇବର ଯୋଗାଇ ଦେବ। ଅସୀମିତ ଡାଉନଲୋଡ୍ ସୁବିଧା ସହିତ 30Mbps ଗତି ସହିତ ଟ.399/- ମାସିକ ଦରରେ ଗ୍ରାହକଙ୍କୁ ସର୍ବନିମ୍ନ ମୂଲ୍ୟ ସହିତ BSNL ର ଆକର୍ଷଣୀୟ ଯୋଜନା ରହିଛି ଯାହା ପାଇଁ ସେମାନଙ୍କୁ କେବଳ ଉପଭୋକ୍ତା ଦେୟ ଦେବାକୁ ପଡିବ। କନେକ୍ସନ୍ ପାଇବା ପାଇଁ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ। ଅଧିକନ୍ତୁ, BSNL ଗ୍ରାମୀଣ ଉଦ୍ୟୋଗୀଙ୍କୁ ପ୍ରତ୍ୟେକ ସଂଯୋଗ ପାଇଁ ଟ. 4820/- ପର୍ଯ୍ୟନ୍ତ ଏକ ଆକର୍ଷଣୀୟ ଅଂଶଦାନ ଯୋଗାଇ ଅଂଶୀଦାର ଭାବରେ ଜଡିତ କରିବ।

Categories
ଆଜିର ଖବର ବ୍ୟବସାୟ

ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିଃ.ର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର: ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିଃ.ର ୧୮ତମ ପ୍ରତିଷ୍ଠା ଦିବସ ଶନିବାର ସଂଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି । ରମାଦେବୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ ।

୨୦୦୫ ମସିହା ପବିତ୍ର ଉତ୍କଳ ଦିବସ ଏପ୍ରିଲ ୧ ତାରିଖ ଦିନ ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିଃ.(ଓପିଟିସିଏଲ) ପ୍ରତିଷ୍ଠା ହୋଇଥିଲା । କାର‌୍ୟ୍ୟକ୍ରମରେ ଯୋଗଦେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ,ଏବେ ଓପିଟିସିଏଲ ଏକ ଅଗ୍ରଣୀ ବିଦ୍ୟୁତ୍ ସଂଚାର ନିଗମ ଭାବରେ ସାରା ଭାରତ ବର୍ଷରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଉତ୍ତମ କାର‌୍ୟ୍ୟ ଯୋଗୁଁ ବର୍ଷ ବର୍ଷ ଧରି ଏହି ଅନୁଷ୍ଠାନ ପୁରସ୍କୃତ ହୋଇଆସୁଛି । ଚଳିତ ବର୍ଷ ମଧ୍ୟ ଦେଶର ଶ୍ରେଷ୍ଠ ବିଦ୍ୟୁତ୍ ସରବରାହ ସଂସ୍ଥା ଭାବେ ଏହି ନିଗମ ସିବିଆଇପି ଦ୍ୱାରା ପୁରସ୍କୃତ ହେବା ଅତ୍ୟନ୍ତ ଗୌରବର କଥା ।

ଓଡିଶାର ପୁରପଲ୍ଲୀରେ ବିଦ୍ୟୁତ ସଂଚାରଣ ପାଇଁ ଏହି ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଓପିଟିସିଏଲରେ ସଂଖ୍ୟାଧିକ ଝିଅମାନେ ଯୋଗଦେଇ ବିଦ୍ୟୁତ୍ ଟାଓ୍ୱାରରେ ଚଢି କାର୍ଯ୍ୟ କରୁଥିବା ବହୁତ ବଡ କଥା । ଏହା ଅନ୍ୟ ଝିଅମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଏଥିରେ ଶକ୍ତି ସଚିବ ସଂଜୟ ସିଂ ଯୋଗ ଦେଇ ନିଜର ମତ ରଖିଥିଲେ।

ଉତ୍ସବରେ ନ୍ୟୁ ଡୁବୁରୀ, ଜୟନଗର,ମାଲକାନଗିରି, ତାରକେରା, ନୟାଗଡ,ରଣସିଂହପୁର ଆଦିସ୍ଥିତ ବିଭିନ୍ନ କ୍ଷମତା ସଂପନ୍ନ ଗ୍ରୀଡ୍ ସବ୍ ଷ୍ଟେସନଗୁଡିକୁ ଶ୍ରେଷ୍ଠ ଗ୍ରୀଡ୍ ଷ୍ଟେସନ ଭାବେ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଟ ସାମୁହିକ ପ୍ରୟାସ ପାଇଁ ପେନ୍ ସନ ଶାଖା,ଓପିଟିସିଏଲ୍ ମୁଖ୍ୟାଳୟ ଏବଂ ବିଭିନ୍ନ ଗ୍ରୀଡ୍ ସବ ଷ୍ଟେସନରେ ଅବସ୍ଥାପିତ ହୋଇ ଉତ୍ତମ କାର‌୍ୟ୍ୟ ସଂପାଦନ କରିଥିବା ୧୭ଜଣ ବିଭିନ୍ନ ଜୋନର ପରିଚାଳନା ନିର୍ଦ୍ଦେଶକ, ପରିଚାଳକ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର‌୍ୟ୍ୟକ୍ରମରେ ନିମାଇଁକାନ୍ତ ରାଉତରାୟଙ୍କ ନିର୍ଦ୍ଦେଶନାରେ ଓପିଟିସିଏଲ ସାସ୍କୃତିକ କ୍ଲବ ତରଫରୁ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।