Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଶ୍ରମ ନିଯୁକ୍ତି ମନ୍ତ୍ରୀ ବୈଠକରେ ଉଦ୍‌ବୋଧନ
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଶ୍ରମ ନିଯୁକ୍ତି ମନ୍ତ୍ରୀ ବୈଠକରେ ଉଦ୍‌ବୋଧନ

July 21, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୧.୭.୨୦୨୩)  ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଆଭାସୀ ମାଧ୍ୟମରେ  ଜି-୨୦ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସମୂହ ବୈଠକରେ ଉଦ୍‌ବୋଧନ ଦେଇଛନ୍ତି।

ଗଣ୍ୟମାନ୍ୟ ଅତିଥିଙ୍କୁ ଇନ୍ଦୋରକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଐତିହାସିକ ଓ ଚଳଚଞ୍ଚଳ ନଗରୀ  ଏହାର ସମୃଦ୍ଧ ପାକ ପ୍ରସ୍ତୁତି ପରମ୍ପରା ପାଇଁ ଗର୍ବିତ। ଅତିଥିଗଣ ନଗରୀକୁ ଉପଭୋଗ କରିବା ସହ ଏହାର ଭବ୍ୟ ରଙ୍ଗ ଓ ବାସ୍ନାକୁ  ଭଲ ପାଇବେ ବୋଲି ସେ ଆଶା କରିଥିଲେ।

ନିଯୁକ୍ତିକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ସାମାଜିକ ବିଷୟ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ବର୍ତ୍ତମାନ ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ବଡ ଆହ୍ୱାନର ସାମ୍ନା କରୁଛି। ଏ ପ୍ରକାର ଦ୍ରୁତ ଅବସ୍ଥାନ୍ତରର ମୁକାବିଲା କରିବା ନିମନ୍ତେ ଦକ୍ଷତାପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିବାକୁ ପଡିବ। ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ନିଯୁକ୍ତି ପାଇଁ ପ୍ରଯୁକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି ଓ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତର ଅସଂଖ୍ୟ ବୈଷୟିକ ନିଯୁକ୍ତି ସାମର୍ଥ୍ୟ ରହିଛି ବୋଲି କହି ପ୍ରଧାନମନ୍ତ୍ରୀ ଗତ ପ୍ରଯୁକ୍ତିଗତ, ଅବସ୍ଥାନ୍ତର କାଳରେ ଏହା ହୋଇଛି ବୋଲି କହିଥିଲେ। ଆୟୋଜକ ଇନ୍ଦୋର ନଗରୀରେ ଅନେକ ଷ୍ଟାର୍ଟଅପ୍ ବିକଶିତ ହୋଇଛି।

ଅତ୍ୟାଧୁନିକ ପ୍ରଯୁକ୍ତି ଓ ପଦ୍ଧତି ଦ୍ୱାରା କାର୍ଯ୍ୟ ବଳକୁ କୁଶଳୀ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି ଭବିଷ୍ୟତରେ କାର୍ଯ୍ୟବଳ ନିମନ୍ତେ ସ୍କିଲିଂ, ରିସ୍କିଲିଂ ଓ ଅପ ସ୍କିଲିଂ ମନ୍ତ୍ର ବୋଲି କହିଥିଲେ। ସେ ସ୍କିଲ ଇଣ୍ଡିଆ ମିଶନ” କିପରି ବାସ୍ତବତାରେ ପରିଣତ ହୋଇଛି ତା’ର ଉଦାହରଣ  ଦେବା ସହ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭାରତରେ ୧୨.୫ ନିୟୁତରୁ ଅଧିକ ଯୁବାଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରିଛି ବୋଲି କହିଥିଲେ । ଶିଳ୍ପର ‘ଚାରିଟି ଓ’ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଏହି କ୍ଷେତ୍ରଗୁଡିକ ହେଲ କୃତ୍ରିମ ବୃଦ୍ଧିମତା, ରୋବୋଟିକ୍ସ, ଇଣ୍ଟରନେଟ ଅଫ ଥିଙ୍ଗସ ଓ ଡ୍ରୋନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କୋଭିଡ ବେଳେ ଭାରତରେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସମ୍ମୁଖ ଯୋଦ୍ଧାମାନଙ୍କ କୌଶଳ ଓ ଉତ୍ସର୍ଗ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଏହା ଭାରତୀୟ ସଂସ୍କୃତି ସେବା ମନୋଭାବ ଓ ଦୟାର ପ୍ରତିଫଳନ ବୋଲି କହିଥିଲେ। ଭାରତରେ ବିଶ୍ୱର ସବୁଠାରୁ ବୃହତ୍ତମ କୁଶଳୀ କାର୍ଯ୍ୟବଳ ଦେବାର ସାମର୍ଥ୍ୟ ରହିଛି ଓ ଭବିଷ୍ୟତରେ ଏକ ଭ୍ରାମ୍ୟମାଣ ବୈଶ୍ୱିକ କାର୍ଯ୍ୟବଳ ଏକ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଜି-୨୦ର ଭୂମିକା ବୈଶ୍ୱିକ ବିକାଶ ଓ କୌଶଳ ଭାଗିଦାରିତା ହେବା ଉପରେ ସେ ଗୁରୁତ୍ୱ  ଦେଇଥିଲେ। ସଦସ୍ୟ ରାଷ୍ଟ୍ରଗୁଡିକ କୌଶଳ ଓ ଯୋଗ୍ୟତା ଆବଶ୍ୟକତା ଅନୁସାରେ ଆନ୍ତର୍ଜାତିକ ସ୍ତରରେ ବିଚାର ପାଇଁ ପଠାଇବା କାର୍ଯ୍ୟକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ। ଏଥିରେ ଆନ୍ତର୍ଜାତିକ ସହଯୋଗ, ସମନ୍ୱୟ ପ୍ରବାସ ଓ ଭ୍ରାମ୍ୟମାଣ ଅବସ୍ଥା ପାଇଁ ନୂତନ ମଡେଲ ଆବଶ୍ୟକ। ପରିସଂଖ୍ୟନ ଭାଗିଦାରୀ, ନିଯୁକ୍ତିଦାତା ଓ ଶ୍ରମିକ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ଦ୍ୱାରା ବିଶ୍ୱବ୍ୟାପୀ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ଆବଶ୍ୟକ। ଏହା ଦ୍ୱାରା ଉନ୍ନତ କୌଶଳ ବିକାଶ, କାର୍ଯ୍ୟବଳ ଯୋଜନା ଓ ଲାଭଜନକ ନିଯୁକ୍ତି ମିଳିପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅବସ୍ଥାନ୍ତର ପରିବର୍ତ୍ତନ ହେଉଛି ଏକ ନୂତନ ଶ୍ରେଣୀର କର୍ମଜୀବୀଙ୍କ ଉତ୍ପତ୍ତି ଯାହା ବୈଶ୍ୱିକ ମହାମାରୀ କାଳରେ ଗିଗ୍ ଓ ପ୍ଲାଟଫର୍ମ ଅର୍ଥ ବ୍ୟବସ୍ଥାକୁ ଜନ୍ମ ଦେଇଥିଲା। ଏହା ନମନୀୟ କାର୍ଯ୍ୟ ବ୍ୟବସ୍ଥା ଓ ଆୟର ବାଟ ଦେଖାଏ। ଏହାର ଲାଭଜନକ ନିଯୁକ୍ତି ବିଶେଷକରି ଯୁବାଗୋଷ୍ଠୀ ଓ ମହିଳାଙ୍କ ସଶକ୍ତିକରଣ ନିମନ୍ତେ ଏକ ପରିବର୍ତ୍ତନଶୀଳ ଉପକରଣ ଭାବେ କାର୍ଯ୍ୟ କରିଥାଏ। ଏହି ନୂତନ ଯୁଗର କର୍ମଜୀବୀମାନଙ୍କ  ନିମନ୍ତେ ନୂତନ ଯୁଗର ନୀତି ମଧ୍ୟ ନିର୍ଦ୍ଧାରଣ କରିବା ଦରକାର । ନିୟମିତ କାର୍ଯ୍ୟ ନିମନ୍ତେ ସ୍ଥାୟୀ ଓ ନିରନ୍ତର ସମାଧାନ ପନ୍ଥା ନିର୍ଦ୍ଧାରଣ ସହ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ ନିରାପତ୍ତା ନିମନ୍ତେ ନୂତନ ମଡେଲ ବିକଶିତ ପାଇଁ ଶ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ। ପ୍ରଧାନମନ୍ତ୍ରୀ ଭାରତର ‘ଇ -ଶ୍ରମ’ ପୋର୍ଟାଲ ଉପରେ ଆଲୋକପାତ କରିଥିଲେ। ଏହି ପୋର୍ଟାଲ ଜରିଆରେ ୨୮୦ ନିୟୁତ  ପଞ୍ଜୀକରଣ ଶ୍ରମିକମାନଙ୍କ ନିମନ୍ତେ ହୋଇଛି। କାର୍ଯ୍ୟଗୁଡିକ ଦେଶ ବାହାରେ ରହୁଥିବାରୁ ଅନ୍ୟାନ୍ୟ ଦେଶ ମଧ୍ୟ ସେଭଳି ସମାଧାନ ପନ୍ଥା ବାହାର କରିବାର  ଦରକାର।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ସାମାଜିକ ସୁରକ୍ଷା ଜନସାଧାରଣଙ୍କୁ ଦେବା ୨୦୩୦ର ଏକ ପ୍ରମୁଖ ବିଷୟ ବର୍ତ୍ତମାନର କାର୍ଯ୍ୟଶୈଳୀ ଆପଣାଇଥିବା ଆନ୍ତର୍ଜାତିକ ସଂଗଠନ କେବଳ ସୁବିଧା ଦେଖୁଛନ୍ତି। ଅବଶ୍ୟ ସେଥିରେ ଅନେକ ବିଷୟ ଏଥିରେ ଅନ୍ତର୍ଭୁକ୍ତ ହୋଇନାହିଁ। ଭାରତରେ ସାମାଜିକ ସୁରକ୍ଷା ପରିଧି ମଧ୍ୟରେ ଥିବା ସାର୍ବଜନୀନ  ଜନସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ବୀମା ଓ ପେନ୍‌ସନ୍ କାର୍ଯ୍ୟକ୍ରମକୁ ନିଶ୍ଚିତଭାବେ ଗ୍ରହଣ କରିବା ଉଚିତ।

ଉଦ୍‌ବୋଧନ ଶେଷରେ ପ୍ରଧାନମନ୍ତ୍ରୀ ଏହି ବୈଠକ ବିଶ୍ୱବ୍ୟାପୀ କର୍ମଜୀବୀଙ୍କ କଲ୍ୟାଣ ପାଇଁ ଏକ ଶକ୍ତିଶାଳୀ ସନ୍ଦେଶ ଦେବ ବୋଲି ଆସ୍ଥା ପ୍ରକଟ କରିଥିଲେ। ଏ କ୍ଷେତ୍ରରେ ଅଧିକାଂଶ ପ୍ରତିନିଧି ଅନେକ ଜରୁରୀ ବିଷୟ ଉପରେ ଧ୍ୟାନ ଦେଉଥିବାରୁ ସେ ତାହାର ପ୍ରଶଂସା କରିଥିଲେ।

ଜି-୨୦ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.