Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜସ୍ଥାନ ରାଜନୀତିରେ ‘ନାଲି ଡାଇରୀ’ ବନାମ ‘ନାଲି ଟମାଟୋ’
ବିଶେଷ ଖବର

ରାଜସ୍ଥାନ ରାଜନୀତିରେ ‘ନାଲି ଡାଇରୀ’ ବନାମ ‘ନାଲି ଟମାଟୋ’

July 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ModiGhelet
ରାଜସ୍ଥାନ ରାଜନୀତିରେ 'ନାଲି ଡାଇରୀ' ବନାମ 'ନାଲି ଟମାଟୋ'

ନୂଆଦିଲ୍ଲୀ: ରାଜସ୍ଥାନ ନିର୍ବାଚନ ସମୟ ଯେତିକି ପାଖେଉଛି ସେଠାକାର ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଉଭୟ ବିଜେପି କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଚା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତ ପରେ ସେଠାକାର ରାଜନୀତି ଆହୁରି ଗମ୍ଭିର ହେବାରେ ଲାଗିଛି। ମୋଦି ରାଜସ୍ଥାନର ସୀକାରରେ ଏକ ରାଲିକୁ ଉଦବୋଧନ ଦେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ।

ମୋଦି କହିଥିଲେ ଯେ, ନାଲି ଡାଇରୀ କଂଗ୍ରେସର ପେଡି ଖୋଲିବ। ସେହି ଡାଇରୀ ପୃଷ୍ଠା ଖୋଲିଲେ କଂଗ୍ରେସର ବଡବଡ ନେତା ଓଲଟି ପଡିବେ। ନାଲି ଡାଇରୀକୁ ନେଇ ରାଜ୍ୟର କଂଗ୍ରେସ ସରକାର ବିଚଳିତ ହୋଇପଡିଛି। ଏଥର ରାଜସ୍ଥାନ ନିର୍ବାଚନରେ କଂଗ୍ରେସକୁ ଏହି ନାଲି ଡାଇରୀ ଖାଇବ ବୋଲି ମୋଦି ଜନସମାଗମକୁ ଉଦବୋଧନ ଦେଇ କହିଥିଲେ।

ବର୍ତ୍ତମାନ ରାଜସ୍ଥାନରେ ନାଲି ଡାଇରୀକୁ ନେଇ ବେଶ ଚର୍ଚ୍ଚା ଚାଲିଛି। କାରଣ ମୁଖ୍ୟମନ୍ତ୍ରୀ ଗେହେଲଟ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଗୋଧାଙ୍କୁ  ମନ୍ତ୍ରୀପଦରୁ ବହିସ୍କୃତ କରିଛନ୍ତି। ଏହାପରେ ସେ ବିଧାନସଭାରେ ଏକ ନାଲି ଡାଇରୀ ଦେଖାଇଥିଲେ। ଏହି ଡାଇରୀରେ ଗେହେଲଟଙ୍କ କଳା କାରନାମା ଲେଖା ଅଛି ବୋଲି ସେ ଦାବୀ କରିଥିଲେ। ଏହାପରେ ରାଜସ୍ଥାନ ରାଜନୀତିରେ ନାଲି ଡାଇରୀକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏହି ଡାଇରୀ ସଂପର୍କରେ ଗତକାଲି ଖୋଦ ପ୍ରଧାନମନ୍ତ୍ରୀ କହିବା ପରେ ଏହି ଚର୍ଚ୍ଚା ଆହୁରି ବୃଦ୍ଧି ପାଇଛି। ଏହି ଡାଇରୀରେ ମୁଖ୍ୟମନ୍ତ୍ରୀ ଗେହେଲେଟ ତାଙ୍କ ସରକାରକୁ ବଞ୍ଚାଇବା ପାଇଁ କାହାକୁ ଟଙ୍କା ଦେଇଛନ୍ତି ତାହା ଉଲ୍ଲେଖ ରହିଛି। ଫଳରେ ରାଜସ୍ଥାନର କଂଗ୍ରେସ ସରକାର ଏହାକୁ ନେଇ ବେଶ ସମାଲୋଚନାର ସମ୍ମୁଖୀନ ହେବାରେ ଲାଗିଛି। ଆଉ ଚାରିମାସ ପରେ ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ ସରକାରଙ୍କ ପାଇଁ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ପାଇଁ ଏହା ମୁଣ୍ଡବିଧାର କାରଣ ପାଲଟିଛି।

ତେବେ ଏହାକୁ ଉଚିତ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ କୁମାର ଗେହେଲେଟ। ମୋଦିଙ୍କ ନାଲି ଡାଇରୀ କଟାକ୍ଷକୁ ଉତ୍ତର ଦେଇ ସେ କହିଛନ୍ତି ଯେ, ମୋଦି ନାଲି ଡାଇରୀ କଥା କାହିଁ କହୁଛନ୍ତି, ସେ ନାଲି ଟମାଟୋ କଥା ଲୋକଙ୍କୁ କୁହନ୍ତୁ। ଗତକାଲି ରାଜସ୍ଥାନରେ ମୋଦିଙ୍କର ସରକାରୀ କାର୍ଯ୍ୟକ୍ରମ ଥିଲେ ମଧ୍ୟ ସେଥିରେ ମୁଖ୍ୟମନ୍ତ୍ରୀ ଗେହେଲେଟ ଯୋଗ ଦେଇ ନ ଥିଲେ।

Election2024 ଅଶୋକ ଗେହେଲେଟ ନରେନ୍ଦ୍ର ମୋଦି ନିର୍ବାଚନ2024 ରାଜସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026
Latest News

ମହାନଦୀ ଜଳ ବିବାଦ: ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

June 27, 2026

ପାଲଲହଡାରେ ଚାଞ୍ଚଲ୍ୟ: ଯୁବକଙ୍କ ମୃତଦେହ ବନ୍ଦ କୋଠରୀରୁ ଉଦ୍ଧାର, ହତ୍ୟା ସନ୍ଦେହ

June 27, 2026

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.