Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ସମବାୟ ଉନ୍ନୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ବିଶେଷ ଖବର

ରାଜ୍ୟ ସମବାୟ ଉନ୍ନୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

August 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭୁବନେଶ୍ୱର ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମବାୟ ଉନ୍ନୟନ କମିଟି (ଏସସିଡିସି)ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ତଥା ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ସିଜିଏମ୍ ନାବାର୍ଡ, ଏନସିଡିସି, ଏନଡିଡିବି ଓ ଫିସଫେଡର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ବର୍ତ୍ତମାନ ରହିଥିବା କୃଷି ସମବାୟ ସମିତିଗୁଡିକୁ  ବ୍ୟବସାୟରେ ବିବିଧତା ଆଣି ସେମାନଙ୍କୁ  ବହୁମୁଖୀ ସମବାୟ ସମିତିରେ ପରିଣତ କରିବା ଏବଂ ପ୍ରତ୍ୟେକ  ଗ୍ରାମ ପଞ୍ଚାୟତରେ ଯେପରି  ପ୍ୟାକ୍ସ, ପ୍ରାଥମିକ ଦୁଗ୍ଧ ସମବାୟ ସମିତି କିମ୍ବା ମତ୍ସ୍ୟ ସମବାୟ ସମିତି  ରହୁଥିବ, ତାହା ସୁନିଶ୍ଚିତ କରିବା ଏହି କମିଟିର  ମୁଖ୍ୟ ଲକ୍ଷ୍ୟ  ରହିଛି। ଆଦର୍ଶ ଉପନିୟମ ଗ୍ରହଣର ସ୍ଥିତି, ବୃହତ୍ତମ ବିକେନ୍ଦ୍ରୀକୃତ ଶସ୍ୟ ସଂରକ୍ଷଣ ଯୋଜନାର ସ୍ଥିତି, ପ୍ୟାକ୍ସଗୁଡିକର କମ୍ପ୍ୟୁଟରୀକରଣ, ସମବାୟ ବ୍ୟାଙ୍କଗୁଡିକୁ ସୁଦୃଢ଼ କରିବା, ସମବାୟ ଶିକ୍ଷା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ଚିହ୍ନଟ, ଜିଇଏମ୍ ପୋର୍ଟାଲରେ ବୃହତ ସମବାୟ ସମିତିଗୁଡିକ ସାମିଲ ହେବା, ତିନୋଟି ନୂତନ ବହୁ-ରାଜ୍ୟ ସମବାୟ ସମିତି – ଜାତୀୟ ରପ୍ତାନି ସମବାୟ, ଜୈବିକ କୃଷି ପାଇଁ ଜାତୀୟ ସମବାୟ ଏବଂ ଜାତୀୟ ବିହନ ସମବାୟରେ ପ୍ରାଥମିକ, କେନ୍ଦ୍ରୀୟ ଏବଂ ସର୍ବୋଚ୍ଚ ସମବାୟର ସଦସ୍ୟତାକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ଚିନି କଳଗୁଡ଼ିକର  ପୁନରୁଦ୍ଧାର  ସଂପର୍କରେ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା।

ରହିଥିବା ସମବାୟ ସମିତିଗୁଡ଼ିକର ପୁନରୁଦ୍ଧାର ଓ ସୁଦୃଢ଼ୀକରଣ, ନୂତନ ପଞ୍ଜୀକୃତ ପ୍ୟାକ୍ସ/ଲ୍ୟାମ୍ପସଗୁଡିକୁ  କାର‌୍ୟ୍ୟକ୍ଷମ କରିବା, ସମସ୍ତ କ୍ଷେତ୍ରରେ ନୂତନ ସମବାୟ ପାଇଁ କାର‌୍ୟ୍ୟକ୍ଷମ ଢାଞ୍ଚା ପ୍ରସ୍ତୁତ କରିବା, କ୍ଷେତ୍ରସ୍ତରୀୟ ବ୍ୟବଧାନ ବିଶ୍ଳେଷଣ ଆଧାରରେ ସମବାୟ ପାଇଁ ପ୍ରାସଙ୍ଗିକ ବ୍ୟବସାୟିକ କାର‌୍ୟ୍ୟକଳାପ ଚିହ୍ନଟ କରିବା, ସମସ୍ତ ସମବାୟ ବ୍ୟାଙ୍କରେ ଆଧାର ସକ୍ଷମ ଦେୟ ବ୍ୟବସ୍ଥା (ଏଇପିଏସ୍) କାର‌୍ୟ୍ୟକାରୀ କରିବା, ଗୋପାଳପୁର ସମବାୟ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉନ୍ନତିକରଣ, ସମବାୟ ନିବନ୍ଧକ(ଆରସିଏସ୍) କାର‌୍ୟ୍ୟାଳୟର କମ୍ପ୍ୟୁଟରୀକରଣ ଏବଂ ସେସବୁକୁ କ୍ଷେତ୍ର କାର‌୍ୟ୍ୟାଳୟ ସହିତ ସଂଯୋଗ କରିବା ସଂପର୍କରେ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରସଙ୍ଗରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।

ଏସସିଡିସି ମଧ୍ୟ ଜିଲ୍ଲା ସମବାୟ ଉନ୍ନୟନ ସମିତି (ଡିସିଡିସି)ର କାର‌୍ୟ୍ୟ ଯୋଜନା କାର‌୍ୟ୍ୟକାରୀ କରିବାରେ ସମସ୍ତ ପ୍ରକାର ସହଯୋଗ କରିବା ସହ ରାଜ୍ୟରେ ସମବାୟ ସମିତିକୁ ସୁଦୃଢ଼ କରିବା ଦିଗରେ ଏହାର ମୂଲ୍ୟବାନ ପ୍ରସ୍ତାବ ଓ ପରାମର୍ଶ ଉପରେ କାର‌୍ୟ୍ୟ କରିବାକୁ ସୁନିଶ୍ଚିତ କରିଛି।

ପ୍ରଦୀପ କୁମାର ଜେନା ଭୁବନେଶ୍ୱର ଲୋକସେବା ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.