Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲୋକସଭାରେ ଗୃହୀତ ହେଲା ଆନ୍ତଃସେବା ସଂଗଠନ ବିଲ୍ – ୨୦୨୩
ବିଶେଷ ଖବର

ଲୋକସଭାରେ ଗୃହୀତ ହେଲା ଆନ୍ତଃସେବା ସଂଗଠନ ବିଲ୍ – ୨୦୨୩

August 5, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
Rajnath Singh

ନୂଆଦିଲ୍ଲୀ: ଲୋକସଭାରେ ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଏବଂ ଶୃଙ୍ଖଳା) ବିଧେୟକ – ୨୦୨୩ ଗୃହୀତ ହୋଇଛି। ଆନ୍ତଃ ସେବା ସଂଗଠନ ବା ଇଣ୍ଟର-ସର୍ଭିସେସ୍ ଅର୍ଗାନାଇଜେସନ୍ (ଆଇଏସ୍ଓ) ଅର୍ଥାତ୍‌ ତିନି ସେନାବାହିନୀରେ କାର୍ଯ୍ୟରତ ଥିବା କିମ୍ବା ସମ୍ପୃକ୍ତ ଥିବା କର୍ମଚାରୀଙ୍କ ଉପରେ ସମସ୍ତ ଶୃଙ୍ଖଳାଗତ ଏବଂ ପ୍ରଶାସନିକ କ୍ଷମତାକୁ କାର୍ଯ୍ୟକାରୀ କରିବା ଲାଗି କମାଣ୍ଡର-ଇନ୍-ଚିଫ୍ ଏବଂ ଅଫିସର-ଇନ୍-କମାଣ୍ଡଙ୍କୁ ସଶକ୍ତ କରିବା କରିବା ନିମନ୍ତେ ବିଲରେ ବ୍ୟବସ୍ଥା ରହିଛି।

ବର୍ତ୍ତମାନ ସଶସ୍ତ୍ର ବାହିନୀର କର୍ମଚାରୀମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ଆଇନ – ସେନା ଆଇନ ୧୯୫୦, ନୌସେନା ଆଇନ ୧୯୫୭ ଏବଂ ବାୟୁସେନା ଆଇନ ୧୯୫୦ରେ ଥିବା ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହେଉଛନ୍ତି। ଏହି ବିଲ୍ ପ୍ରଣୟନ ଦ୍ୱାରା ବିଭିନ୍ନ ପ୍ରକାରର ବାସ୍ତବ ଲାଭ ମିଳିପାରିବ, ଯଥା ଆଇଏସ୍ଓ ଦ୍ୱାରା ଆନ୍ତଃସେବା ପ୍ରତିଷ୍ଠାନରେ ପ୍ରଭାବଶାଳୀ ଶୃଙ୍ଖଳା ବଜାୟ ରଖିବା ସମ୍ଭବ ହେବ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅଧୀନରେ କର୍ମଚାରୀମାନଙ୍କୁ ସେମାନଙ୍କ ମୂଳ ସେବା ୟୁନିଟକୁ ଫେରାଇ କରିବାର ଆବଶ୍ୟକତା ରହିବ ନାହିଁ। ଅସତ୍‌ ଆଚରଣ କିମ୍ବା ଶୃଙ୍ଖଳାଭଙ୍ଗ ମାମଲାର ତ୍ୱରିତ ସମାଧାନ ହୋଇପାରିବ ତଥା ଏକାଧିକ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇ ଜନସାଧାରଣଙ୍କ ଅର୍ଥ ଓ ସମୟ ସଞ୍ଚୟ କରଯାଇପାରିବ।

ଏହି ବିଲ୍ ତିନି ସେନା ମଧ୍ୟରେ ଅଧିକ ସମନ୍ୱୟ ଏବଂ ସଂଯୋଜନ ପାଇଁ ବାଟ ଖୋଲିବ। ଆଗାମୀ ଦିନରେ ଯୁଗ୍ମ ଢାଞ୍ଚା ଗଠନ ଏବଂ ସଶସ୍ତ୍ର ବାହିନୀର କାର୍ଯ୍ୟରେ ଆହୁରି ଉନ୍ନତି ଆଣିବା ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିବ।

ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଦେଶକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଆରମ୍ଭ କରିଥିବା ସାମରିକ ସଂସ୍କାରର ଏହା ଏକ ଅଂଶବିଶେଷ। ଭବିଷ୍ୟତର ଆହ୍ୱାନକୁ ସମନ୍ୱିତ ଢଙ୍ଗରେ ମୁକାବିଲା କରିବା ଲାଗି ତିନି ସେନାବାହିନୀ ମଧ୍ୟରେ ସମନ୍ୱୟ ଓ ସଂଯୋଜନ ଆଣିବା ଦିଗରେ ଏହି ବିଲ୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପ୍ରତିରକ୍ଷା ମନ୍ତ୍ରୀ ବର୍ଣ୍ଣନା କରିଥିଲେ।

ପ୍ରମୁଖ ବୈଶିଷ୍ଟ୍ୟ

ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ସମସ୍ତ କର୍ମଚାରୀ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅନ୍ୟ ସୈନ୍ୟବାହିନୀର କର୍ମଚାରୀ ଏବଂ ଏକ ଆନ୍ତଃ-ସେବା ସଂଗଠନରେ କାର୍ଯ୍ୟ କରୁଛନ୍ତି କିମ୍ବା ସଂପୃକ୍ତ ଅଛନ୍ତି ସେ ସମସ୍ତ କର୍ମଚାରୀଙ୍କ ପାଇଁ ‘ଆଇଏସ୍ଓ ବିଲ୍ – ୨୦୨୩’ ଲାଗୁ ହେବ।

ଏହି ବିଲରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ କ୍ଷମତାପ୍ରାପ୍ତ କମାଣ୍ଡର-ଇନ୍-ଚିଫ୍, ଅଫିସର-ଇନ୍-କମାଣ୍ଡ କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କୁ ସେମାନଙ୍କ ଆନ୍ତଃସେବା ସଂଗଠନରେ କାର୍ଯ୍ୟରତ କିମ୍ବା ସଂପୃକ୍ତ କର୍ମଚାରୀଙ୍କ ସମ୍ପର୍କରେ ସମସ୍ତ ଶୃଙ୍ଖଳାଗତ ଏବଂ ପ୍ରଶାସନିକ କ୍ଷମତା ପ୍ରଦାନ କରାଯାଇଛି।

କମାଣ୍ଡର-ଇନ୍-ଚିଫ୍ ବା ଅଫିସର-ଇନ୍-କମାଣ୍ଡ ର ଅର୍ଥ ହେଉଛି ଜେନେରାଲ୍ ଅଫିସର/ଫ୍ଲାଗ ଅଫିସର/ଏୟାର ଅଫିସର ଯିଏକି ଏକ ଆନ୍ତଃସେବା ସଂଗଠନର ଅଫିସର-ଇନ୍-କମାଣ୍ଡ ର କମାଣ୍ଡର-ଇନ୍-ଚିଫ୍ ଭାବେ ନିଯୁକ୍ତ ହୋଇଛନ୍ତି।

କମାଣ୍ଡର-ଇନ୍‌-ଚିଫ୍‌ କିମ୍ବା ଅଫିସର-ଇନ୍‌-କମାଣ୍ଡଙ୍କ ଅନୁପସ୍ଥିତିରେ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ବଜାୟ ରଖିବା ଲାଗି ତାଙ୍କ ଅନୁପସ୍ଥିତିରେ ଦାୟିତ୍ୱ ନିର୍ବାହ କରୁଥିବା କାର୍ଯ୍ୟନିର୍ବାହୀ ପଦାଧିକାରୀ ବା ଯାହାଙ୍କୁ ନିୟନ୍ତ୍ରଣ କ୍ଷମତା ମିଳିଥାଏ ସେହି ଅଧିକାରୀଙ୍କୁ ସମସ୍ତ କ୍ଷମତା ପ୍ରଦାନ କରାଯିବ। ଫଳରେ ସେ ଏକ ଆନ୍ତଃସେବା ସଂଗଠନରେ ନିଯୁକ୍ତ, ମୁତୟନ, ନିୟୋଜିତ କିମ୍ବା ସମ୍ପୃକ୍ତ ରହିଥିବା ସେନା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ଏକ ଆନ୍ତଃସେବା ସଂଗଠନର କମାଣ୍ଡିଂ ଅଫିସରଙ୍କୁ ସେହି ଆନ୍ତଃସେବା ସଂଗଠନରେ ନିଯୁକ୍ତ, ନିୟୋଜିତ, ଅବସ୍ଥାପିତ କିମ୍ବା ସଂପୃକ୍ତ କର୍ମଚାରୀଙ୍କ ଉପରେ ସମସ୍ତ ଶୃଙ୍ଖଳାଗତ କିମ୍ବା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଏହି ବିଲରେ ଦିଆଯାଇଛି। ଏହି ଆଇନର ଉଦ୍ଦେଶ୍ୟ ପାଇଁ, କମାଣ୍ଡିଂ ଅଫିସର୍‌ ଅର୍ଥ ହେଉଛି ୟୁନିଟ୍, ଜାହାଜ କିମ୍ବା ପ୍ରତିଷ୍ଠାନର ବାସ୍ତବ ନିୟନ୍ତ୍ରଣ କ୍ଷମତାରେ ଥିବା ଅଧିକାରୀ।

ଏହି ବିଲରେ କେନ୍ଦ୍ର ସରକାରଙ୍କୁ ଏକ ଆନ୍ତଃସେବା ସଂଗଠନ ଗଠନ କରିବାର କ୍ଷମତା ଦିଆଯାଇଛି।

‘ଆଇଏସ୍ଓ ବିଲ୍-୨୦୨୩’ ବାସ୍ତବରେ ଏକ କ୍ଷମତା ପ୍ରଦାନକାରୀ ଆଇନ ଏବଂ ଏହା ସମୟ-ପରୀକ୍ଷିତ ତଥା ଗତ ଛଅ ଦଶନ୍ଧି କିମ୍ବା ତା’ଠାରୁ ଅଧିକ ସମୟ ଧରି ନ୍ୟାୟିକ ଯାଞ୍ଚରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିବା ବର୍ତ୍ତମାନର ସେବା ଆଇନ/ନିୟମ/ନିୟମାବଳୀରେ କୌଣସି ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇନାହିଁ । କୌଣସି ଆନ୍ତଃସେବା ସଂଗଠନରେ କାର୍ଯ୍ୟ କରୁଥିବା କିମ୍ବା ସଂପୃକ୍ତ ଥିବା ସମୟରେ ସେନା କର୍ମଚାରୀମାନେ ନିଜର ସେନା ଆଇନ ଦ୍ୱାରା ପରିଚାଳିତ ରହିବେ। ନୂଆ ବିଲ୍‌ କେବଳ ସେନା ବିଭାଗ ନିର୍ବିଶେଷରେ ବର୍ତ୍ତମାନର ସେବା ଆଇନ/ନିୟମ/ନିୟମାବଳୀ ଅନୁଯାୟୀ ସମସ୍ତ ଶୃଙ୍ଖଳାଗତ ଏବଂ ପ୍ରଶାସନିକ କ୍ଷମତା କାର୍ଯ୍ୟକାରୀ କରିବା ଲାଗି ଆନ୍ତଃ-ସେବା ସଂଗଠନଗୁଡ଼ିକର ମୁଖ୍ୟମାନଙ୍କୁ କ୍ଷମତା ପ୍ରଦାନ କରିଥାଏ।

ଆଇଏସ୍ଓ ନରେନ୍ଦ୍ର ମୋଦୀ ରାଜନାଥ ସିଂହ ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.